କେଉଁ ରାଶି ଅନୁସାରେ ଗୃହରେ କେଉଁ (ପଶୁପକ୍ଷୀ) ପାଳିଲେ ଧନର ବୃଦ୍ଧି ଘଟିଥାଏ

ବନ୍ଧୁଗଣ ଯଶ , ଖ୍ୟାତି, ଧନ ,ସୁଖ ସମୃଦ୍ଧି ପାଇବା ପାଇଁ ଅନେକ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ସେହି ସବୁ ଆମକୁ ଅତି ସହଜ ଉପାୟରେ ମିଳିପାରେ ଯଦି ଆମେ ଆମ ରାଶି ଅନୁସାରେ କିଛି ପଶୁ ପକ୍ଷୀଙ୍କୁ ପାଳିବା । ଅନେକ ଅନେକ ପଶୁ ପକ୍ଷୀଙ୍କୁ ଘରେ ଶ୍ରଦ୍ଧାରେ ପାଳିଥାଆନ୍ତି କିନ୍ତୁ ରାଶି ଅନୁଯାୟୀ କେଉଁ ପଶୁ ପକ୍ଷୀଙ୍କୁ ପାଳନ କରିବା ଦ୍ୱାରା ଘରେ ଯଶ ଖ୍ୟାତି ଧନ ଓ ସୁଖ ସମୃଦ୍ଧି ମିଳିଥାଏ । ତାହା ଆମେ ଆପଣଙ୍କୁ ଜନେଇବୁ ।

ଜ୍ୟୋତିଷ ଶାସ୍ତ୍ର ବା ବାସ୍ତୁ ଶାସ୍ତ୍ର ଅନୁଯାଇ କେଉଁ ରାଶିର ଲୋକମାନଙ୍କ ପାଇଁ କେଉଁ ପ୍ରକାର ପଶୁ ପକ୍ଷୀ ଭାଗ୍ୟସାଳି ହୋଇଥାନ୍ତି । ଯିଏକି ସେମାନଙ୍କ ଜୀବନରେ ଆସୁଥିବା ବାଧାବିଘ୍ନ ରୋଗ ଏବଂ ରୁଣରୁ ମୁକ୍ତି ଦେବା ସହିତ ସୁଖ ସମୃଦ୍ଧି ଆଣିଦେଇଥାଏ ।

ମେଷ ରାଶି:

ମେଷ ରାଶିର ପୁରୁଷ ବା ନାରୀମାନେ ଯଦି ଆପଣ ଘରେ କୁକୁର ପାଳନ୍ତି ତେବେ ଅନେକ ପ୍ରକାର ଉନ୍ନତି ହୋଇଥାଏ । ଏହା ସହିତ ସମସ୍ତ ପ୍ରକାରର ବିପଦ ଦୂର ହେବ ସହିତ ସୁଖ ସମୃଦ୍ଧି ର ବୃଦ୍ଧି ହୋଇଥାଏ । ଏବଂ ଶନି ରାହୁ କେତୁ ଏ ସମସ୍ତଙ୍କ ଦଶା ଚାଲୁଥାଏ ତେବେ ସେସବୁ ଦୂର ହେଇଯିବ ।

ବୃଷ ରାଶି :

ବୃଷ ରାଶିର ସମସ୍ତ ପୁରୁଷ ଏବଂ ନାରୀମାନେ ଯଦି ବିଲେଇକୁ ଘରେ ପାଳିଥାନ୍ତି ତେବେ ସ୍ୱାସ୍ଥ୍ୟ ଓ ରୋଗର ସମସ୍ଯା ଦୂର ହୋଇଥାଏ | ଖାଦ୍ୟର ଅଭାବ କେବେବି ଦେଖା ଦେଇନଥାଏ | ଏବଂ ସେହି ପରିବାରରେ ସନ୍ତାନ ସମସ୍ୟା କେବେବି ନଥାଏ |

ମିଥୁନ ରାଶି :

ମିଥୁନ ରାଶିର ସମସ୍ତ ପୁରୁଷ ଓ ନାରୀମାନେ ଯଦି ଘରେ ସୁଆ ପକ୍ଷୀ ପାଳନ କରନ୍ତି ତେବେ ଘରେ ସଦା ସର୍ବଦା ଧନ ବୃଦ୍ଧି ବା ସୁଖ ସମୃଦ୍ଧି ବଜାଇ ରହିଥାଏ | ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ |

କର୍କଟ ରାଶି :

କର୍କଟ ରାଶିର ସମସ୍ତ ପୁରୁଷ ଏବଂ ନାରୀମାନେ କୌଣସି ବି ପଶୁ ପକ୍ଷୀ ପାଳନ କରିପାରିବେ | ଏମାନଙ୍କ ପାଇଁ ସମସ୍ତ ପଶୁ ପକ୍ଷୀ ଶୁଭ ହୋଇଥାନ୍ତି | କିନ୍ତୁ ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦାଯକ ହୋଇଥାଏ ମୁଷା | କର୍କଟ ରାଶିର ବ୍ୟକ୍ତି ଯଦି ଘରେ ମୁଷା ପାଳନ୍ତି ତେବେ ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ ବା ବିପତ୍ତିରୁ ମୁକ୍ତି ମିଳିଥାଏ | ଏହା ସହିତ ଧନ ଏବଂ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ |

ସିଂହ ରାଶି :

ସିଂହ ରାଶିର ସମସ୍ତ ନାରୀ ଏବଂ ପୁରୁଷ ମାନେ ଘୋଡା ପାଳନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ | ଘୋଡା ପାଳନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ | ଗୋଡର ପ୍ରତିମା ମଧ୍ୟ ଘରେ ରଖିପାରିବେ | ଏହି ଘୋଡାର ପ୍ରତିମା ରଖିବା ଦ୍ଵାରା ସେତିକି ଉନ୍ନତି ପ୍ରାପ୍ତି ହୋଇଥାଏ ଯେତିକି ଜୀବିତ ଘୋଡା ଘରେ ପାଳନ ଦ୍ଵାରା ହୋଇଥାଏ | ଏଣୁ ଘରେ ଘୋଡା ରଖିବା ଦ୍ଵାରା ସେହି ସବୁ ଲକ୍ଷ୍ୟ ପୂରଣ ହୋଇଥାଏ ଯାହା ଆପଣମାନେ ଜୀବନରେ ଲକ୍ଷ୍ୟ ରଖିଥାନ୍ତି | ଏବଂ ଘରେ ସୁଖ ସମରୁନ୍ଧି ନିଶ୍ଚିନ୍ତ ବୃଦ୍ଧି ପାଇଥାଏ |

କନ୍ୟା ରାଶି :

କନ୍ୟା ରାଶିର ନାରୀ ଏବଂ ପୁରୁଷମାନେ ଯଦି ମାଛ ପାଳନ କରନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ | ମାଛମାନଙ୍କୁ ପାଳି ଦାନା କାହାଇବାକୁ ଦେବା ଦ୍ଵାରା ସମସ୍ତ ସମସ୍ୟା ଦୂର ହୋଇଥାଏ | ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ | ରୋଗ ଏବଂ ରୁଣରୁ ମୁକ୍ତି ମିଳିଥାଏ |

ତୁଳା ରାଶି :

ତୁଳା ରାଶିର ନାରୀ ଏବଂ ପୁରୁଷମାନେ ଯଦି ବିଲେଇ ଘରେ ପାଳନ କରନ୍ତି ତେବେ ବହୁତ ଶୁଭଫଳ ହୋଇଥାଏ |

ବିଛା ରାଶି :

ବିଛା ରାଶିର ଲୋକ ମାନେ ଯଦି ଘରେ ବିଲେଇ ପାଳନ କରନ୍ତି ତେବେ ଆସୁଥିବା ସବୁ ବାଧା ବିଘ୍ନ ଦୂର ହୋଇଥାଏ | ଧନ ସୁଖ ସମୃଦ୍ଧି ମିଳିଥାଏ | ଏବଂ ସନ୍ତାନ ସମସ୍ୟା ଥିଲେ ତାହା ଦୂର ହୋଇଥାଏ |

ଧନୁ ରାଶି :

ଧନୁ ରାଶିର ସମସ୍ତ ମଣିଷ ଯଦି କଇଞ୍ଛ ବା ମାଛ ପାଳନ କରନ୍ତି ତେବେ ଜୀବନରେ ଅନେକ ଉନ୍ନତି ଆସିଥାଏ | ସେମାନଙ୍କୁ ଧନର ଅଭାବ କେବେ ଦେଖା ଦେଇ ନଥାଏ | କିନ୍ତୁ ଯଦି ଜୀବିତ କଇଞ୍ଛକୁ ଘରେ ପାଳନ କରିବା ସମ୍ଭବ ନହୁଏ ତେବେ ତମ୍ବା ବା ପିତଳର କଇଞ୍ଛ ଘରେ ରଖିପାରିବେ | ଏହା ଦ୍ଵାରା ମଧ୍ୟ ସେତିକି ଶୁଭଫଳ ମିଳିଥାଏ ଯେତିକି ଜୀବିତ କଇଛକୁ ପାଳନ କରିବା ଦ୍ଵାରା ମିଳିଥାଏ |

ମକର ରାଶି :

ମକର ରାଶିର ଲୋକେ ଯଦି କୁକୁର ପାଳନ କରନ୍ତି ତେବେ ସେମାନେ ସମସ୍ତ ସୁଖ ଶାନ୍ତି ପାଇଥାନ୍ତି ଯେତିକି ସେ କଲ୍ପନା କରିନଥାନ୍ତି | ବିପଦ ଆପଦରୁ ମଧ୍ୟ ରକ୍ଷା ମିଳିଥାଏ |

କୁମ୍ଭ ରାଶି :

କୁମ୍ଭ ରାଶିର ନାରୀ ବା ପୁରୁଷମାନେ ଯଦି ରଙ୍ଗ ବେରଙ୍ଗର ପକ୍ଷୀ ପାଳନ କରନ୍ତି ତେବେ ସେମାନଙ୍କର ଦେହ ମନ ସୁସ୍ଥ ରହିବା ସହିତ ତାଙ୍କ ଜୀବନରେ ଉନ୍ନତି ମଧ୍ୟ ହୋଇଥାଏ |

ମୀନ ରାଶି :

ମୀନ ରାଶିର ଲୋକମାନେ ମାଛ ବା ଠେକୁଆ ପାଳନ କଲେ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭ ଦାଯକ ହୋଇଥାଏ |ଏହା ଦ୍ଵାରା ରୋଗ ଏବଂ ରୁଣରୁ ମୁକ୍ତି ମିଳିଥାଏ | ଏହା ସହିତ ଜୀବନରେ ଅନେକ ଧନ ସୁଖ ସମୃଦ୍ଧି ମିଳିଥାଏ |

ବନ୍ଧୁଗଣ ଆପଣମାନେ ଜାଣନ୍ତି ଯେ ପଶୁ ପକ୍ଷୀ ପାଳନ କରିବା କେବେବି ବ୍ୟର୍ଥ ଯାଇନଥାଏ | ଜୀବନରେ କୌଣସି ନା କୌଣସି ପ୍ରକାରର ଲାଭ ନିଶ୍ଚିନ୍ତ ମିଳିଥାଏ | ତେଣୁ ଜୀବନରେ ଏହି ପଶୁ ପକ୍ଷୀଙ୍କୁ ଘରେ ରଖି ପାଳନ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ |

Leave a Reply

Your email address will not be published. Required fields are marked *