୧୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ଟ୍ୟୁଶନ ଶିକ୍ଷକ, ଅଶ୍ଲୀଳ ଭିଡ଼ିଓ ବନାଇ କରୁଥିଲେ ବ୍ଲାକମେଲ

ହରିୟାଣାର ହିସାରରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କ ସହିତ ଦୁଷ୍କର୍ମର ମାମଲା ସାମ୍ନାକୁ ଆସିଛି। ପୋଲିସ ଟ୍ବୁଟର ଛଡା ଅନ୍ୟ ଲୋକଙ୍କ ବିରୋଧରେ କେସ ଫାଇଲ କରିଥିଲେ। କୁହାଯାଉଛି ଯେ, ଟ୍ୟୁଶନ ଶିକ୍ଷକ ଝିଅଟିଏ ଭିଡ଼ିଓ ବନାଇ ତାଙ୍କୁ ବ୍ଲାକମେଲ କରୁଥିଲେ।

ଝିଅଟି ଗାଁର ଜଣେ ଯୁବକ ପାଖରେ ଟ୍ୟୁସନ ପଢୁଥିଲେ। ୨୭ ଅକ୍ଟୋବର ୨୦୨୯ ସନ୍ଧ୍ୟାରେ ଜଣେ ଯୁବକ ମନ୍ଦ ଉଦ୍ଦେଶ୍ୟରେ ଝିଅକୁ ରାସ୍ତାରେ ଅଟକାଇଥିଲେ ଏବଂ ତାଙ୍କୁ ହଇରାଣ କରିବା ସହିତ ଅଶ୍ଲୀଳ ଭାଷା ବ୍ୟବହାର କରିଥିଲେ। କୌଣସି ପ୍ରକାରରେ ସେ ସେଠାରୁ ମୁକ୍ତ ହୋଇଥିଲେ ଏବଂ ନିଜ ଘରକୁ ଚାଲି ଯାଇଥିଲେ। ୨୮ ଅକ୍ଟୋବରକୁ ଶିକ୍ଷକଙ୍କ ଘର ଅଗଣାରେ ତାଙ୍କ ସାନ ଭାଇ ଝିଅଟି ସହିତ ଭୁଲ ବ୍ୟବହାର କରିଥିଲେ। ଆଗାମୀ ଦିନରେ ଏହାର ସୂଚନା ଟ୍ୟୁଶନ ଶିକ୍ଷକଙ୍କୁ ଦେଇ ଦିଆଯାଇଥିଲା ଏବଂ ସେ ଭରସା ଦେଇଥିଲେ ଯେ ମୁଁ ଉଭୟଙ୍କୁ ବୁଝାଇ ଦେବି। କେହି ତୁମ ସହିତ ଭୁଲ କାମ କରିବେ ନାହିଁ। କିନ୍ତୁ ଘରେ ଏହି କଥା କାହାକୁ କହିବ ନାହିଁ।

ଶିକ୍ଷକ କରିଥିଲେ ୧୬ ବର୍ଷର ଝିଅକୁ ଦୁଷ୍କର୍ମ:

ଝିଅଟି ନିଜର ଆଭିଯୋଗରେ କହିଛି ଯେ, ସେ ପାଠ ପଢା ଛାଡିବାକୁ ଚାହୁଁନଥିଲେ। ଏଥିପାଇଁ ସେ ନିଜ ଘର ଲୋକଙ୍କୁ କିଛି ଜଣାଇ ନଥିଲେ। ପିଡୀତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ୩୦ ଅକ୍ଟୋବରକୁ ଟ୍ୟୁଶନ ଶିକ୍ଷକଙ୍କର ଉଦ୍ଦେଶ୍ୟ ମନ୍ଦ ହୋଇଯାଇଥିଲା ଏବଂ ଟ୍ୟୁଶନ ପଢ଼ାଇବା ପରେ ସେ ଝିଅଟି ସହିତ ଦୁଷ୍କର୍ମ କରିଥିଲେ, ଝିଅଟିର ଅଶ୍ଲୀଳ ଭିଡ଼ିଓ ମଧ୍ୟ ବନାଇଥିଲେ। ଏହାକୁ ଭାଇରାଲ କରିବାର ଧମକ ଦେଇ ତାଙ୍କ ସହିତ ଆହୁରି ଅନେକଥର ଦୁଷ୍କର୍ମ କରିଥିଲେ।

ଅଶ୍ଲୀଳ ଭିଡିଓ ବନାଇ କରିଥିଲେ ବ୍ଲାକମେଲ:

ପିଡୀତା ଆରୋପ ଲଗାଇଛନ୍ତି ଯେ, ଟ୍ୟୁଟର ତାଙ୍କୁ ଭିଡ଼ିଓ ଦେଖାଇ କହିଥିଲେ ଯେ ସେ ଏହାକୁ ମୋବାଇଲରୁ ଡିଲିଟ କରିଦେବେ। କିନ୍ତୁ ତୁମକୁ ଟଙ୍କା ଦେବାକୁ ପଡିବ ଏବଂ ସେ ତାଙ୍କୁ ଲଗାତର ବ୍ଲାକମେଲ କରିବାକୁ ଲାଗିଲେ। ନାବାଳିକା ଜଣକ କହିଛନ୍ତି ଯେ, ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ସେ ଶିକ୍ଷକ ଜଣଙ୍କୁ ୫୦ ହଜାର ଟଙ୍କା ଦେଇ ସାରିଥିଲେ। ଏହାପରେ ମଧ୍ୟ ସେ ଭିଡିଓ ଡିଲିଟ କରିନଥିଲେ। ୬ ସେପ୍ଟେମ୍ବରକୁ ଟ୍ୟୁଶନ ଶିକ୍ଷକ ପୁଣିଥରେ ତାଙ୍କୁ ଧମକ ଦେଇଥିଲେ। ସେ ଘରର ଆଟେଜରୁ ଟଙ୍କା କାଢୁଥିଲେ, ସେତେବେଳେ ତାଙ୍କ ମାଆ ଅଚାନକ ଦେଖି ନେଇଥିଲେ ଏବଂ ସେ ସମସ୍ତ କଥା ମାଆଙ୍କୁ କହିଥିଲେ।

ଦେଇଥିଲେ ୫୦ ହଜାରରୁ ଅଧିକ ଟଙ୍କା:

ମହିଳା ଥାନା ପ୍ରଭାରୀ ସୁନୀତା କହିଥିଲେ ଯେ, ଜଣେ ଟ୍ୟୁଟର ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ଟ୍ୟୁଟର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ମକଦ୍ଦମା ମଧ୍ୟ ଫାଇଲ କରି ତଦନ୍ତ ଆରମ୍ଭ କରିଦେଇଥିଲେ। ପିଡୀତା ଅଭିଯୋଗରେ ଆରୋପ ଲଗାଇଥିଲେ ଯେ ଟ୍ୟୁଟର ଜଣକ ଦୁଷ୍କର୍ମ କରିଥିଲେ ଏବଂ ଅନ୍ୟ ଦୁଇଜଣ ତାଙ୍କ ସହିତ ଅପବ୍ୟବହାର କରିଥିଲେ। ଏଥିରେ ସୁଶୀଲ, ରାକେଶ ଏବଂ ଅଙ୍କିତ ତିନିଜଣ ଆରୋପୀ ରହିଛନ୍ତି।

Leave a Reply

Your email address will not be published. Required fields are marked *