ମହାରାଷ୍ଟ୍ରରେ ଭୁଶୁଡି ପଡିଲା ୧୦ ବର୍ଷ ପୁରୁଣା ତିନି ମହଲା ବିଶିଷ୍ଟ କୋଠା, ପ୍ରାଣ ହରାଇଲେ ୧୦ ଜଣ ଲୋକ

ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିବନ୍ଦୀ ସହରରେ ରବିବାର ଦିନ ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି। ବିଲଡିଂରେ ରହୁଥିବା ଅନେକ ଲୋକ ଭାଙ୍ଗି ଯାଇଥିବା କୋଠା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି। ଏଥିସହିତ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଖବର ମଧ୍ୟ ଆସିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ କୁହାଯାଉଛି ଯେ, ୧୯୮୪ରେ ନିର୍ମିତ ଜିଲାନି ଆପାର୍ଟମେଣ୍ଟ, ଘର ନମ୍ବର ୬୯ ନାମକ କୋଠାରେ ଅଧା ଭାଗ ବିଳମ୍ବିତ ରାତିରେ ଭୁଶୁଡି ପଡିଛି।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ତିନି ମହଲା ବିଶିଷ୍ଟ ଘରର ଭାଗର ୨୧ ଫ୍ଲାଟରେ ବହୁତ ଲୋକ ଗଭୀର ନିଦରେ ଶୋଇଥିଲେ। ଅଚାନକ ରାତି ୩ଟା ୨୦ ମିନିଟ ସମୟରେ ଭିବନ୍ଦୀର ପଟେଲ କମ୍ପାଉଣ୍ଡରେ ଏହାର ଭୁଶୁଡିବାରୁ ହଇଚଇ ସୃଷ୍ଟି ହୋଇଯାଇଥିଲା। ତେବେ ବର୍ତ୍ତମାନ ସ୍ଥାନୀୟ ନାଗରିକ ଏବଂ ମନପାର ଟିମ ଉଦ୍ଧାରର କାର୍ଯ୍ୟ କରୁଛି।

ତାଜା ମିଡିଆ ରିପୋର୍ଟ ଅନୁସାରେ, କୋଠାର ଭଗ୍ନଅଂଶ ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲୋକଙ୍କର ମୃତ୍ୟୁ ହୋଇଯିବାର ସୂଚନା ଦିଆଯାଉଛି ଏବଂ ସ୍ଥାନୀୟ ଲୋକମାନେ ଭଗ୍ନଅଂଶ ଭିତରେ ଫସି ରହିଥିବା ୨୯ ଲୋକଙ୍କୁ ସୁରକ୍ଷିତ ବାହାର କରି ନେଇଛନ୍ତି। ସେହିପରି ଘଟଣାସ୍ଥଳରେ ଏନଡିଆରଏଫର ଟିମ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଭାଗିଦାରୀ ଭାବରେ କାମ କରୁଛନ୍ତି।

କୋଠାଟିର ଭୁଶୁଡ଼ି ପଡିବାରୁ ଭଗ୍ନ ଅଂଶ ଗୁଡିକରେ ବର୍ତ୍ତମାନ ମଧ୍ୟ ଆଉକିଛି ଲୋକଙ୍କର ଫସି ରହିଥିବାର ଆଶଙ୍କା କରାଯାଉଛି। ଥାନେ ନଗର ନିଗମର ପିଆରଓ ଘଟଣା ବିଷୟରେ କହିଛନ୍ତି ଯେ, ଏନଡିଆରଏଫର ଏକ ଟିମ ଥାନେର ଭିବନ୍ଦୀରେ କୋଠା ଭୁଶୁଡିବାର ସ୍ଥାନରେ ଭଗ୍ନଅଂଶ ତଳେ ଏକ ପିଲାକୁ ବଞ୍ଚାଇଥିଲେ।

ମନେ ପକାଇ ଦେଉଛୁ ଯେ, ଏହା ପୂର୍ବରୁ ଏହିପରି ଭାବରେ ଗତ ମାସ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ମଲାଡରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଥିଲା। ମଲାଡ ସହରରେ ତାରିକ ଗାର୍ଡେନ ନାମକ ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିବାରୁ ପାଖାପାଖି ୫୦ ଲୋକଙ୍କର କୋଠାର ଭଗ୍ନାବଶେଷରେ ଚାପି ହୋଇଯାଇଥିବାର ଆଶଙ୍କା ପ୍ରକଟ କରାଯାଇଥିଲା।

ସେହି କୋଠାଟି ପୁରୁଣା ନଥିଲା। ପୋଖରୀ କୂଳରେ ନିର୍ମିତ ହୋଇଥିବା ସେହି କୋଠା ମାତ୍ର ଦଶ ବର୍ଷ ପୁରୁଣା ଥିଲା। ଜିଲ୍ଲାର ଜିଲ୍ଲାପାଳ ନିଧି ଚୌଧୁରୀ ମିଡିଆ ସହିତ କଥାବାର୍ତ୍ତା କରିଥିଲେ ଏବଂ ପୁଷ୍ଟି କରିଥିଲେ ଯେ, “କୋଠାଟି ୧୦ ବର୍ଷ ପୂର୍ବରୁ ହିଁ ନିର୍ମାଣ କରାଯାଇଥିଲା, କିନ୍ତୁ ବୁଝି ହେଉନାହିଁ ଯେ କୋଠାଟି କାହିଁକି ଭୁଶୁଡି ପଡିଲା?”

ସେ କହିଥିଲେ ଯେ, “ଏହି ପୋଖରୀ ପାଖରେ କୋଠାଟି ଥିଲା । ଡିଜାଇନିଙ୍ଗରେ ସମସ୍ୟା ରହିଥିଲା କିମ୍ବା କୋଠାଟି ବନାଇବା ସମୟରେ ଖରାପ ମେଟେରିଆଲ ବ୍ୟବହାର କରାଯାଇଥିଲା, ତେବେ ଏସବୁ ଯାଞ୍ଚର ବିଷୟ ଅଟେ।”

Leave a Reply

Your email address will not be published. Required fields are marked *