କଣ ଏବେ ଆଉ ଛପା ହେବ ନାହିଁ ୨୦୦୦ ଟଙ୍କିଆ ନୋଟ? ସରକାର ସଂସଦରେ କହିଲେ ଏହି କଥା

ମୋଦୀ ସରକାର ୨୦୧୬ରେ ନୋଟବନ୍ଦୀର ନିଷ୍ପତ୍ତି କରିଥିଲେ। ଏହା ଅଧୀନରେ ୫୦୦ର ପୁରୁଣା ନୋଟ ବଦଳରେ ନୂତନ ନୋଟ ଏବଂ ୧୦୦୦ ଟଙ୍କିଆ ନୋଟ ବଦଳରେ ୨୦୦୦ ଟଙ୍କାର ନୋଟ ଆରମ୍ଭ କରାଯାଇଥିଲା। କିନ୍ତୁ ତା’ପର ଠାରୁ ୨୦୦୦ର ନୋଟ ସବୁବେଳେ ଚର୍ଚ୍ଚାରେ ରହିଥିଲା। କେତେବେଳେ ବିତରଣ ତ ଆଉ କେତେବେଳେ ବନ୍ଦ ହୋଇଯିବାର ଗୁଜବକୁ ନେଇ। ନିକଟରେ ହିଁ ୨୦୦୦ ଟଙ୍କାର ନୋଟର ସର୍କୁଲେଶନ ହ୍ରାସ ପାଇଛି। ଏହି କାରଣରୁ ଏଟିଏମରୁ ଗତ କିଛି ମାସ ହେବ ୨୦୦୦ ଟଙ୍କିଆ ନୋଟ ବହୁତ କମ ବାହାରୁଛି। ବିଗତ ଦିନରେ ଖବର ଆସିଥିଲା ଯେ, ସରକାର ୨୦୦୦ ଟଙ୍କା ନୋଟର ଛପା କାର୍ଯ୍ୟକୁ ଅଟକାଇ ଦେଇଛନ୍ତି। ବର୍ତ୍ତମାନ ସରକାର ଏହାକୁ ନେଇ ସଂସଦରେ ବ୍ୟାଖ୍ୟା କରିଛନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ସିଂ ଠାକୁର ଲୋକସଭାରେ କହିଛନ୍ତି ଯେ, ୨୦୦୦ ଟଙ୍କିଆ ନୋଟ ଛପାଇବା ବନ୍ଦ କରିବାକୁ ନେଇ କୌଣସି ଆଦେଶ ଦିଆଗଲା ନାହିଁ। ଗୋଟିଏ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, କୌଣସି ବିଶେଷ ମୂଲ୍ୟର ନୋଟ ଗୁଡ଼ିକର ପ୍ରିଟିଙ୍ଗକୁ ନେଇ ସରକାର ଆରବିଆଇର ପରାମର୍ଶ ପରେ ନିଷ୍ପତ୍ତି ନେଇଥାନ୍ତି।

ଅନୁରାଗ ଠାକୁର କହିଛନ୍ତି ଯେ, ୨୦୧୯-୨୦ ଏବଂ ୨୦୨୦-୨୧ରେ ୨୦୦୦ ଟଙ୍କାର ନୋଟର ଛପାଇବାକୁ ନେଇ କୌଣସି ଦାବି ପତ୍ର ପଠାଯାଇ ନଥିଲା। କିନ୍ତୁ ସରକାର ଏହାକୁ ବନ୍ଦ କରିବାକୁ ନେଇ କୌଣସି କରିନଥିଲେ। ସେ କହିଥିଲେ ଯେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୨୦୦୦ ଟଙ୍କାର ୨୭,୩୯୮ ଲକ୍ଷ ନୋଟ ସର୍କୁଳେଶନରେ ଥିଲା। ମାର୍ଚ୍ଚରେ ୨୦୧୯ରେ ୩୨,୯୧୦ ଲକ୍ଷ, ୨୦୧୮ର ଅନ୍ତ ପର୍ଯ୍ୟନ୍ତ ୩୩,୬୩୨ ଲକ୍ଷ ନୋଟ ସର୍କୁଳେଶନରେ ଥିଲା।

ଆଇବିଆଇର ରିପୋର୍ଟର ମୁତାବକ ୨୦୧୮ର ଅନ୍ତ ପର୍ଯ୍ୟନ୍ତ ୩୩,୬୩୨ ଲକ୍ଷ ୨୦୦୦ ନୋଟ ଚଳନରେ ଥିଲା। ଏହା ମାର୍ଚ୍ଚ ୨୦୨୯ରେ ହ୍ରାସ ପାଇ ୩୨,୯୧୦ ଲକ୍ଷ ହୋଇଯାଇଥିଲା। ମାର୍ଚ୍ଚ ୨୦୨୦ରେ ୨୦୦୦ ଟଙ୍କିଆ ନୋଟର ସଂଖ୍ୟା ଏବଂ ହ୍ରାସପାଇ ୨୭,୩୯୮ ଲକ୍ଷକୁ ଆସିଯାଇଥିଲା।

ଏହି ରିପୋର୍ଟ ମୁତାବକ, ୨୦୧୮ର ଶେଷ ସୁଦ୍ଧା ମୋଟ ମୁଦ୍ରା ମଧ୍ୟରେ ୨୦୦୦ର ନୋଟର ଅଂଶ ୩.୩ ପ୍ରତିଶତ ଥିଲା। ଏହା ମାର୍ଚ୍ଚ, ୨୦୧୯ରେ ୩ ପ୍ରତିଶତକୁ ଆସିଯାଇଥିଲା। ବର୍ତ୍ତମାନ ଏହା ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ୨.୪ ପ୍ରତିଶତ ରହିଯାଇଥିଲେ। ସେହିପରି ୨୦୧୮ ପର ଠାରୁ ୫୦୦ ଏବଂ ୨୦୦ର ନୋଟ ଗୁଡିକର ପ୍ରସାରରେ ବୃଦ୍ଧି ହୋଇଛି।

ଅନୁରାଗ ଠାକୁର କହିଛନ୍ତି ଯେ ଆରବିଆଇ କରୋନା କାରଣରୁ ଲଗାଯାଇଥିବା ଲକଡାଉନରେ ନୋଟର ଛାପିବା ବନ୍ଦ କରି ଦେଇଛନ୍ତି। କିନ୍ତୁ ପରେ କେନ୍ଦ୍ର ଏବଂ ରାଜ୍ୟର ନିୟମାବଳୀର ପାଳନ କରି ପ୍ରିଟିଙ୍ଗ ଆରମ୍ଭ କରିବାର ଆଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *