ଦଶମ ଏବଂ ଦ୍ଵାଦଶ ପରୀକ୍ଷାରେ ଟପ୍ପର ଛାତ୍ରଛାତ୍ରୀଙ୍କୁ ମିଳିବ କାର, ରାଜ୍ୟ ସରକାର ଜାରି କଲେ ତାଲିକା

ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ମାଟ୍ରିକ ଏବଂ ଇଣ୍ଟର ପରୀକ୍ଷାରେ ଟପ୍ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ସାଇକେଲ, ଲାପଟପ ମିଳିବା ବିଷୟରେ ଶୁଣିଥିବେ। କିନ୍ତୁ ଝାଡ଼ଖଣ୍ଡ ସରକାର ଟପ୍ପର୍ସ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ପାଇଁ ଭିନ୍ନ ପ୍ରକାରର ନିଷ୍ପତ୍ତି ନେଇଛନ୍ତି। ଯେଉଁଠାରେ ସର୍ବାଧିକ ସଂଖ୍ୟକ ନମ୍ବର ଆଣିଥିବା ପିଲା ମାନଙ୍କୁ ଆଲ୍ଟୋ କାର ଦିଆଯିବ।

ବିଧାନସଭା ପରିସରରେ ହେବ ବିଶେଷ ସମାରୋହ:

ବାସ୍ତବରେ ଶନିବାର ଦିନ ମିଡିଆ ସହିତ କଥାବାର୍ତ୍ତା କରୁଥିବା ସମୟରେ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ଟପର୍ସ ଛାତ୍ରଛାତ୍ରୀ ମାନଙ୍କୁ ଅଲ୍ଟୋ କାର ଦେଇ ପୁରସ୍କୃତ କରିବାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୩ ସେପ୍ଟେମ୍ବରକୁ ରାଞ୍ଚିରେ ଥିବା ଝାଡ଼ଖଣ୍ଡ ବିଧାନସଭା ପରିସରରେ ଏଥିପାଇଁ କାର୍ଯ୍ୟକ୍ରମ ଆୟୋଜିତ ହେବ।

JAC ଜାରି କଲା ଟପ୍ପର ମାନଙ୍କର ତାଲିକା:

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ଏକାଡେମୀକ କାଉଁସିଲ (JAC) ମାଟ୍ରିକ ଏବଂ ଇଣ୍ଟର ପରୀକ୍ଷାର ଟପ୍ପର ମାନଙ୍କର ତାଲିକା ଜାରି କରିଦେଇଛନ୍ତି। ଯେଉଁଥିରେ ଟପ କରିଥିବା ପିଲା ମାନଙ୍କୁ ରାଜ୍ୟ ସରକାର କାର ଦେଇ ତାଙ୍କର ମନୋବଳ ବଢାଇବା।

ଏମାନେ ହେଉଛନ୍ତି ରାଜ୍ୟର ଟପ କରିଥିବା ଛାତ୍ର:

ସରକାରଙ୍କର ଏହି ତାଲିକାରେ ମାଟ୍ରିକ ପରୀକ୍ଷାରେ ନେତରହାଟ ଆବାସୀୟ ବିଦ୍ୟାଳୟର ମନୀଷ କୁମାର କଟିୟାର ଏବଂ ଇଣ୍ଟର ପରୀକ୍ଷାରେ ପ୍ଲସ ଟୁ ଏସଆରଏସଏସଆର ହାଇସ୍କୁଲ ସାରିୟା, ଗିରିଡିହର ଅମିତ କୁମାର, ଇଣ୍ଟର ସ୍ଟେଟ ପରୀକ୍ଷାରେ ଟପ୍ପର ହୋଇଥିଲେ। ଅମିତ ୫୦୦ରୁ ୪୫୭ ମାର୍କ ହାସଲ କରିଛନ୍ତି, ଏହାଛଡା ସେ ତିନୋଟି ବ୍ରାଞ୍ଚ ମଧ୍ୟରେ ସମସ୍ତ ରାଜ୍ୟର ଟପ୍ପର ଅଟନ୍ତି। ସେହିପରି ମାଟ୍ରିକ ପରୀକ୍ଷାରେ ରାଜ୍ୟ ଟପ୍ପର ମନୀଷ କଟିୟାର ହୋଇଛନ୍ତି, ଯିଏକି ୫୦୦ରୁ ୪୯୦ ମାର୍କ ପ୍ରାପ୍ତ କରିଛନ୍ତି।

ଏହି ଛାତ୍ରଛାତ୍ରୀ ମାନଙ୍କୁ ମିଳିବ କାର:

ବିଧାନସଭାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷାମନ୍ତ୍ରୀ ଉଭୟ ପରୀକ୍ଷାର ୨୯ ରାଜ୍ୟ ଟପ୍ପରଙ୍କୁ ଅଲ୍ଟୋ କାର ଦେଇ ସେମାନଙ୍କୁ ପୁରସ୍କୃତ କରିବେ। ଏହାଛଡା ରାଜ୍ୟ ସରକାର ମାଟ୍ରିକ ଏବଂ ଇଣ୍ଟରର ତିନୋଟି ବିଭାଗରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରିବାର ଘୋଷଣା କରିଛନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *