ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ NCB ତଦନ୍ତ ପରେ ଡ୍ରଗ୍ସ କେସକୁ ନେଇ ଜେଲରେ ଅଛନ୍ତି। ତେବେ ରିୟା ଚକ୍ରବର୍ତ୍ତୀ ବାଇକୁଲ୍ଲା ଜେଲରୁ ବାହାରି ଆସିବା ପାଇଁ ଅନେକ ବାହାନା କରିଛନ୍ତି ଏବଂ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେସବୁକିଛି ଅସଫଳ ରହିଛି। କିନ୍ତୁ ବର୍ତ୍ତମାନ ରିୟା ଆଉ ଏକ ଉପାୟ ଆପଣେଇଛନ୍ତି। ଜେଲରେ ରିୟାଙ୍କ ଅବସ୍ଥା ବିଗିଡିବାରେ ଲାଗିଛି, ରିୟା କୌଣସି ମୂଲ୍ୟରେ ଜେଲରୁ ବାହାରକୁ ଆସିବାକୁ ଚାହୁଁଛନ୍ତି। ଜାମିନ ମିଳୁ ନଥିବାରୁ ଏହା ସ୍ଵାଭାବିକ କଥା ଯେ ରିୟା ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି।
ଜେଲ ଅଧିକାରୀଙ୍କ ମୁତାବକ ରିୟା ପୁଣିଥରେ ପାଗଳ ପରି ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି, ଏହାର କାରଣ ହେଉଛି ଜେଲରେ ଡ୍ରଗ୍ସ ଡୋଜ ନମିଳିବା କାହିଁକିନା ରିୟାଙ୍କୁ ଡ୍ରଗ୍ସର ଅଭ୍ୟାସ ରହିଛି। ଜେଲକୁ ଯିବା ପରେ ରିୟାଙ୍କ ପରିବାର ମଧ୍ୟ ତାଙ୍କୁ ଏକୁଟିଆ ଛାଡି ଦେଇଛନ୍ତି। ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ମୁମ୍ବାଇର Byculla ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ରିୟାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦିଆଯାଇଥିଲା। ସେକ୍ସନ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ହାଇକୋର୍ଟ ମଧ୍ୟ ରିୟାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲା ଏବଂ ରିୟାଙ୍କୁ ୧୪ ଦିନ ଜେଲରେ ରହିବା ପାଇଁ ନିଷ୍ପତ୍ତି ଶୁଣାଇଥିଲେ।
ଜେଲ ସୂତ୍ର ମୁତାବକ, ରିୟାଙ୍କର ବାହାରକୁ ଯିବାର ଆଶା ଭାଙ୍ଗି ଯାଇଥିଲା ପରେ ରିୟାଙ୍କ ସ୍ଥିତି ପୁଣିଥରେ ବିଗିଡିବା ଆରମ୍ଭ ହୋଇଯାଇଥିଲା। ରିୟାଙ୍କୁ ବର୍ତ୍ତମାନ ୧୪ ଦିନ ପାଇଁ ଜେଲରେ ହିଁ ରହିବାକୁ ପଡିବ। ତେବେ Byculla ଜେଲରେ ରିୟାଙ୍କୁ ୮/୮ ସେଲକୁ ରଖାଯାଇଛି। ସୂଚନା ରହିଛି ଯେ ରିୟା ରାତି ରାତି ଅନିଦ୍ରା ରହି ନିଜ ସେଲ ଭିତରେ ବୁଲୁଛନ୍ତି। ଜେଲରେ ରିୟା କାନ୍ଦୁଛନ୍ତି ପୁଣି କେତେବେଳେ କାନ୍ଦୁ କାନ୍ଦୁ କିଛି ସମୟରେ ଚୁପ ହୋଇଯାଇ ଗୀତ ଗୁଣୁ ଗୁଣୁ ହେବାକୁ ଲାଗୁଛନ୍ତି। ରିୟାଙ୍କ ବ୍ୟବହାର ବହୁତ ଅନିଶ୍ଚିତ ହୋଇଯାଇଛି। କୌଣସି ସମୟରେ ରିୟା କିଛି ବି କରିବା ଆରମ୍ଭ କରିଦେଉଛନ୍ତି। ଅଚାନକ ନିଜର ବ୍ୟବହାର ଏବଂ ଆଚରଣରେ ପରିବର୍ତ୍ତନ କରୁଛନ୍ତି। ଏନେଇ ରିୟାଙ୍କୁ ଡାକ୍ତର ଦେଖାଇଥିଲେ ମଧ୍ୟ ରିପୋର୍ଟରେ ସବୁକିଛି ଠିକ ଥିବାର ବାହାରିଥିଲା।
ବାସ୍ତବରେ ରିୟା ଡ୍ରଗ୍ସର ସବୁବେଳେ ସେବନ କରିବା ଦ୍ୱାରା ଏଥିରେ ଏଡିକ୍ଟ ହୋଇଯାଇଛନ୍ତି। ଅଚାନକ ରିୟାଙ୍କର ଡ୍ରଗ୍ସ ଏବଂ ଅଲକହଲ ବନ୍ଦ ହୋଇଯିବାରୁ ରିୟାଙ୍କ ମାନସିକ ସ୍ଥିତି ବଦଳି ଯାଇଛି। ରିୟାଙ୍କର ଏହି ସ୍ଥିତି ପାଇଁ ତାଙ୍କ ପରିବାର ମଧ୍ୟ ଦାୟୀ ରହିଛନ୍ତି। କାରଣ ରିୟାଙ୍କୁ ତାଙ୍କ ପରିବାର ଏକୁଟିଆ ଛାଡି ଦେଇଛନ୍ତି। ରିୟାଙ୍କ ପରିବାର ସଦସ୍ୟ ତାଙ୍କୁ ଦେଖା କରିବାକୁ ଜେଲ ମଧ୍ୟ ଆସୁ ନାହାନ୍ତି। ଏହିସବୁକିଛି ରିୟାଙ୍କ ମନ ଏବଂ ମସ୍ତିସ୍କ ଉପରେ ବହୁତ ଗଭୀର ପ୍ରଭାବ ପକାଇଛି। ରିୟା ଜେଲ ଭିତରେ ଖାଦ୍ୟକୁ ନେଇ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି। ପ୍ରକୃତରେ ଜେଲରେ ଅଧିକାଂଶ ସମୟରେ ଆଳୁ ତରକାରୀ ଏବଂ ଡାଲି ହୋଇଥାଏ। ସପ୍ତାହରେ ମାତ୍ର ଥରେ ପନୀର ହୋଇଥିଲେ ମଧ୍ୟ ତରକାରୀ ଏତେ ଅଧିକ ପାଣି ହୋଇଥାଏ ଯେ ସେଥିରେ ପନୀର ପହଁରୁଥିବା ପରି ଲାଗୁଥାଏ।
ତେବେ ରିୟା ଚକ୍ରବର୍ତ୍ତୀ ଜେଲରେ, ସିଝା ଅଣ୍ଡା, ସିଝା କୁକୁଡ଼ା ମାଂସ ଏବଂ ପ୍ରୋଟିନ ସେକର ଦାବି କରିଛନ୍ତି। ରିୟାଙ୍କ କହିବା କଥା ଯେ ତାଙ୍କୁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ, ସେ ପ୍ରତ୍ୟେକ ଦିନ ଆଳୁ ଖାଇ ପାରିବେ ନାହିଁ। ଏଥିପାଇଁ ମଝିରେ ମଝିରେ ରିୟା ଖାଦ୍ୟ ମଧ୍ୟ ଖାଉ ନାହାନ୍ତି। ଏଥିସହିତ ଜେଲ ପ୍ରଶାସନକୁ ସେ ପାଖରେ ଥିବା କୌଣସି ଜିମକୁ ଯାଇ ଏହାର ଉପଯୋଗ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। କିନ୍ତୁ ଜେଲ ଅଧିକାରୀ ଏଥିପାଇଁ ମନା କରି ଦେଇଛନ୍ତି। କାରଣ ଜେଲର କିଛି ନିୟମ କାନୁନ ରହିଛି। କୌଣସି କଏଦୀଙ୍କୁ VVIP ଚିକିତ୍ସା ମିଳି ପାରିବ ନାହିଁ।
ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ମୁମ୍ବାଇର Byculla ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ରିୟାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦିଆଯାଇଛି। ବର୍ତ୍ତମାନ ୧୪ ଦିନ ପାଇଁ ରିୟାଙ୍କୁ ଜେଲରେ ହିଁ ରହିବାକୁ ପଡିବ। ତେବେ Byculla ଜେଲରେ ପୁଣିଥରେ ରିୟାଙ୍କ ସେଲ ବଦଳାଇ ଦିଆଯାଇଛି। ଜେଲ ସୂତ୍ର ମୁତାବକ, ରିୟାଙ୍କୁ ୧୦/୧୦ ସେଲରେ ହଟାଇ ୮/୮ ସେଲକୁ ସ୍ଥାନାନ୍ତରିତ କରିଦିଆଯାଇଛି। ଏହାର ବଡ଼ କାରଣ ରହିଛି ସୁଶାନ୍ତଙ୍କ ପଙ୍ଖା।
ବାସ୍ତବରେ ଏହା ପୂର୍ବରୁ ଯେଉଁ ସେଲରେ ରିୟାଙ୍କୁ ରଖା ଯାଇଥିଲା ସେଠାରେ ଏକ ସିଲିଂ ପଙ୍ଖା ଲାଗିଯାଇଥିଲା କିନ୍ତୁ ଜେଲ ଭିତରକୁ ଯିବା ମାତ୍ରେ ରିୟାଙ୍କ ସ୍ଥିତି ବିଗିଡିବା ଆରମ୍ଭ ହୋଇଯାଇଥିଲା। ପ୍ରଥମେ ରିୟାଙ୍କ ରକ୍ତଚାପ ନିମ୍ନ ହୋଇଯାଇଥିଲା ପରେ ରିୟା ପାଗଳଙ୍କ ପରି ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ଜେଲ ସୂତ୍ର ମୁତାବକ, ଅନୁମାନ ଲଗାଯାଉଥିଲା ସୁଶାନ୍ତଙ୍କ ପରି ରିୟା ମଧ୍ୟ ପଙ୍ଖାରେ ନିଜକୁ ଫାଶି ନଲଗାଇ ନିଅନ୍ତୁ ଏବଂ ଏହି କାରଣରୁ ମାତ୍ର ଦୁଇଦିନରେ ରିୟା ଚକ୍ରବର୍ତ୍ତୀଙ୍କ ସେଲ ବଦଳାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ରିୟାଙ୍କୁ ପଙ୍ଖା ନଥିବା ସେଲକୁ ସ୍ଥାନାନ୍ତରିତ କରିଦିଆଯାଇଛି। ତେବେ ମୁମ୍ବାଇର ଗରମରେ ରିୟାଙ୍କୁ ଏକ ପଙ୍ଖା ନଥିବା ୮/୮ ସେଲରେ ରଖା ଯାଇଛି।
ରିୟା ଚକ୍ରବର୍ତ୍ତୀଙ୍କୁ ପୁରୁଣା ସେଲରେ ବିଛଣା ମଧ୍ୟ ଦିଆଯାଇଥିଲା ଯେଉଁଥିରେ କମ୍ବଳ, ଚାଦର, ତକିଆ, ଚଟାଇ ସବୁକିଛି ଥିଲା କିନ୍ତୁ ନୂତନ ସେଲରେ ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ବିଛଣା ମଧ୍ୟ ନେଇଯାଇଛନ୍ତି, ବର୍ତ୍ତମାନ ରିୟାଙ୍କୁ କେବଳ ଗୋଟିଏ ଚଟାଇ ଦିଆଯାଇଛି। ସେହି ଚଟାଇକୁ ବିଛାଇ ରିୟାଙ୍କୁ ଶୋଇବାକୁ ପଡିବ ଏବଂ ବସିବାକୁ ମଧ୍ୟ ପଡିବ। ଚଟାଇକୁ ଛାଡିଦେଲେ ପାଣି ପାଇଁ ଏଠାରେ ମଧ୍ୟ ଏକ ମାଠିଆ ରହିଛି ଏବଂ ମଲ୍ଟିୟୁଜ ମଗ ମଧ୍ୟ ଦିଆଯାଇଛି। ଜେଲ ସୂତ୍ରରୁ କହିଛନ୍ତି ଯେ, ରିୟାଙ୍କୁ ସିଲିଂ ପଙ୍ଖା ଥିବା କୋଠରୀରୁ ହଟାଇ ଦିଆଯାଇଛି ଯଦି କୋର୍ଟର ଆଦେଶ ମିଳେ ତେବେ ତାଙ୍କ ନୂତନ ସେଲରେ ଏକ ଟେବଲ ଫ୍ୟାନ ଦେଇ ଦିଆଯିବ।
ଜେଲ ସୂତ୍ର ମୁତାବକ, ରିୟା ଚକ୍ରବର୍ତ୍ତୀ ଜେଲରେ ଲଗାତର ଭାବରେ କାନ୍ଦୁଛନ୍ତି। ସେଲର ଗ୍ରିଲ ପାଖରେ ବସି ରିୟା କାନ୍ଦିବା ସହିତ କିଛି ସମୟରେ ଚିତ୍କାର ମଧ୍ୟ କରିବା ଆରମ୍ଭ କରିଦେଉଛନ୍ତି। କାନ୍ଦୁ କାନ୍ଦୁ କିଛି ସମୟରେ ଚୁପ ହୋଇଯାଇ ଗୀତ ଗୁଣୁ ଗୁଣୁ ହେବାକୁ ଲାଗୁଛନ୍ତି। ରିୟାଙ୍କ ବ୍ୟବହାର ବହୁତ ଅନିଶ୍ଚିତ ହୋଇଯାଇଛି। କୌଣସି ସମୟରେ ରିୟା କିଛି ବି କରିବା ଆରମ୍ଭ କରିଦେଉଛନ୍ତି। ଅଚାନକ ନିଜର ବ୍ୟବହାର ଏବଂ ଆଚରଣରେ ପରିବର୍ତ୍ତନ କରୁଛନ୍ତି।
ଜେଲ ଭିତରେ ରିୟାଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ରିୟାଙ୍କ ସ୍ଥିତି ଦେଖି ଜେଲ ପ୍ରଶାସନ ମଧ୍ୟ ଭୟଭୀତ ହୋଇଯାଇଛନ୍ତି କାରଣ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ସୁଶାନ୍ତଙ୍କ କେସ ଉପରେ ରହିଛି ଏମିତିରେ ଯଦି ରିୟାଙ୍କୁ କିଛି ହୋଇଯାଏ ତେବେ ବହୁତ ବଡ଼ ହଙ୍ଗମା ହୋଇଯିବ। ସେଥିପାଇଁ ଜେଲ କର୍ତ୍ତୃପକ୍ଷ ଏସବୁକୁ ଦୃଷ୍ଟିରେ ରିୟାଙ୍କ ସେଲ ବାହାରେ କିଛି କର୍ମଚାରୀଙ୍କୁ ଚୌକିଦାରୀ କରିବା ପାଇଁ ମୁତୟନ କରିଦେଇଛନ୍ତି। ରିୟାଙ୍କୁ ଏପରି କୌଣସି ଜିନିଷ ଦିଆଯାଉ ନାହିଁ ଯାହାଦ୍ୱାରା ରିୟା ନିଜକୁ କ୍ଷତି ପହଞ୍ଚାଇ ପାରିବେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।