ରାତିର ଅନ୍ଧାରରେ ପ୍ରେମୀର ଆଲିଙ୍ଗନରେ ଥିଲେ ଝିଅ, ଏହି ଅବସ୍ଥାରେ ଝିଅକୁ ଦେଖି କୁରାଡୀରେ ହାଣି ପକାଇଲେ ପିତା

କାନପୁର ଦେହାତର ଗଜନେର ଥାନା କ୍ଷେତ୍ରରେ ଖନପନା ଗାଁରେ ଜଣେ ପିତା ନିଜ ଝିଅକୁ ତାଙ୍କ ପ୍ରେମୀଙ୍କ ଘରେ ପଶି କୁରାଡୀରେ ହାଣି ହତ୍ୟା କରିଦେଇଥିଲେ। ପ୍ରେମୀଙ୍କର ମଧ୍ୟରେ ରକ୍ଷା କରବାରୁ ଆରୋପୀ ତାଙ୍କୁ ମଧ୍ୟ ପିଟିଥିଲେ। ଯୁବକଙ୍କର ବେକରେ ଗୋଡ଼ ରଖି ଚଢ଼ି ଯିବାରୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା।ପୋଲିସ ଯୁବକଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୋଲିସ ରକ୍ତ ଜୁଡୁବୁଡୁ କୁରାଡୀ ସମେତ ଆରୋପୀ ପିତଙ୍କୁ ମଧ୍ୟ ଗିରଫ କରି ନେଇଯାଇଛନ୍ତି।

ଆରୋପୀ ପିତାଙ୍କ ଉପରେ ହତ୍ୟାର ରିପୋର୍ଟ ଫାଇଲ କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ଏସପି କେଶବ କୁମାର ଚୌଧୁରୀ ଏବଂ ଏଏସପି ତଦନ୍ତ ଚଳାଇଛନ୍ତି। ଗଜନେରର ଖନପନା ଗାଁରେ ଶିବନାଥଙ୍କ ୧୯ ବର୍ଷର ଝିଅ ବିଟାନଙ୍କର ପଡୋଶୀ ରାମ ଖିଲାବନଙ୍କ ପୁଅ ଅବଧେଶଙ୍କ ସହିତ ପ୍ରେମ ପ୍ରସଙ୍ଗ ଚାଲୁଥିଲା।

ଦୁଇଜଣଙ୍କ ଘର ସାମ୍ନାସାମ୍ନି ରହିଛି। ବିଟାନଙ୍କ ମାଆ ସୀମା ଦେବୀ ୧୩ ସେପ୍ଟେମ୍ବରରେ ବାପଘରକୁ ଚାଲି ଯାଇଥିଲେ। ଘରେ ବିଟାନଙ୍କୁ ଛାଡିଲେ ତାଙ୍କର ଦୁଇଜଣ ଛୋଟ ଭାଇ ଭଉଣୀ ଥିଲେ। ପିତା ଏବଂ ବଡ଼ ଭାଇ ଦିନେଶ ମଜୁରୀ ଖଟିବାକୁ ଯାଇଥିଲେ।

ମଙ୍ଗଳବାର ଦିନ ରାତିରେ ପାଖାପାଖି ୧୨ଟା ସମୟରେ ପିତା ପୁତ୍ର ମଜୁରୀ ଖଟି ଫେରିବା ବେଳକୁ ବଡ ଝିଅ ବିଟାନ ଘରେ ଅନୁପସ୍ଥିତ ଥିଲେ। ରାତିରେ ତାଙ୍କର ବହୁତ ଖୋଜା ଖୋଜି କରିଥିଲେ। ବୁଧବାର ଦିନ ସକାଳୁ ପିତା ତାଙ୍କୁ ପଡୋଶୀଙ୍କ ଘରେ ପ୍ରେମୀଙ୍କ ସହିତ ଦେଖି ନେଇଥିଲେ। ଏହା ଦେଖି କ୍ରୋଧିତ ହୋଇ ସେ କୁରାଡୀ ନେଇ ଅବଧେଶଙ୍କ ଘରେ ପଶି ଯାଇଥିଲେ।

ସେଠାରେ ଝିଅକୁ କୁରାଡୀରେ ହାଣି ହତ୍ୟା କରି ଦେଇଥିଲେ। ଏଠାରେ ବଞ୍ଚାଇବା ପାଇଁ ଆସିଥିବା ସମୟରେ ଅବଧେଶ କୁରାଡୀ ଧରି ନେଇଥିଲେ। ଏହାଉପରେ ଆରୋପୀ ତାଙ୍କୁ ମଧ୍ୟ ମାରପିଟ ଆରମ୍ଭ କରିଦେଇଥିଲେ। ଭୂମି ଉପରେ ପଡିଯିବା ପରେ ଅବଧେଶଙ୍କର ତଣ୍ଟି ଚିପି ତାଙ୍କୁ ଦରମରା କରି ଦେଇଥିଲେ। ସୂଚନା ପାଇ ପହଞ୍ଚିଥିବା ଉତ୍ତରପ୍ରଦେଶ ୧୧୨ ପୋଲିସ ଆହତ ଯୁବକଙ୍କୁ ଜିଲ୍ଲା ହସ୍ପିଟାଲ ନେଇ ଯାଇଥିଲେ।

ଏସପି କେଶବ କୁମାର ଚୌଧୁରୀ, ଏଏସପି ଅନୁପ କୁମାର ଫରେନସିକ ଟିମ ସହିତ ମୌକାରେ ପହଞ୍ଚିଥିଲେ। ଅଫିସର ମାନେ ଗାଁ ଲୋକଙ୍କ ଠାରୁ ସୂଚନା ସଂଗ୍ରହ କରିଥିଲେ। କାର୍ଯ୍ୟବାହକ ଥାନା ଅଧ୍ୟକ୍ଷ ଅମର ସିଂହ କହିଥିଲେ ଯେ, ମାମଲାରେ ରାମ ଖିଲାବନଙ୍କ ଅଭିଯୋଗରେ ମୃତକାଙ୍କ ପିତା ଶିବନାଥଙ୍କ ବିରୁଦ୍ଧରେ ହତ୍ୟାର ରିପୋର୍ଟ ଫାଇଲ କରାଯାଇଥିଲା। ତାଙ୍କୁ ଘରୁ ଗିରଫ କରି କୁରାଡୀଟିକୁ ମଧ୍ୟ ଜବତ କରି ନେଇଥିଲେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *