Paytm ଆପ କରି ପାରିବେ ନାହିଁ ଡାଉନଲୋଡ, ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ଏହି ଆପ

Paytm ଆପକୁ ନିଜର ଏଣ୍ଡ୍ରୋଏଡ ପ୍ଲେ ଷ୍ଟୋରରୁ ହଟାଇ ନେଇଛି Google। ତେବେ ସ୍ମାର୍ଟଫୋନରେ ଏହି ଆପ କାମ କରୁଥିବ। Paytm କହିଛି ଯେ, ଏହି ଆପ ଶୀଘ୍ର ଫେରି ଆସିବ।

Paytm ଆପ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଗୁଗୁଲ ପଲିସିର ଉଲ୍ଲଂଘନ ଦର୍ଶାଇ ଏହାକୁ ପ୍ଲେ ଷ୍ଟୋରରୁ ହଟାଇ ନେଇଛନ୍ତି। ତେବେ Paytm ବ୍ୟବସାୟ ବର୍ତ୍ତମାନ ମଧ୍ୟ ଉପସ୍ଥିତ ରହିଛି।

ଉଲ୍ଲେଖନୀୟ ଯେ Paytmର ଭାରତରେ ୫୦ ମିଲିୟନ ମାସିକ ସକ୍ରିୟ ଉପଭୋକ୍ତା ଅଛନ୍ତି। ଗୁଗୁଲ କହିଛି ଯେ, ପ୍ଲେ ଷ୍ଟୋର ଅନଲାଇନ କସୀନୋ ଏବଂ ଅନ୍ୟ ଜୁଆ ଖେଳ ଆପକୁ ଭାରତରେ ପଲିସି ଉଲଂଘନର କାରଣରୁ ଅନୁମତି ଦେଇ ନଥାଏ।

Paytm ଆପରେ କଳ୍ପନା ଖେଳକୁ ପ୍ରଚାର କରାଯାଇଥାଏ ଯେଉଁଥିରେ ଜୁଆଖେଳ ହୋଇଥାଏ। ହୁଏତ ଏହା କାରଣ ଅଟେ ଯେ କମ୍ପାନୀ ପାଲିସିକୁ ଦର୍ଶାଇ କମ୍ପାନୀ ହଟାଇ ଦେଇଛି।

ଗତ କିଛି ଦିନରୁ ଲଗାତର ପେଟିଏମରେ ପେଟିଏମ କ୍ରିକେଟ ଲିଗର ପ୍ରଚାର ଦେଖା ଯାଉଛି। କମ୍ପାନୀର ଦାବି ରହିଛି ଯେ, ଗ୍ରାହକମାନେ ଏଥିରେ ଭାଗ ନେଇ କୋଟି କୋଟି ଟଙ୍କା ଜିତି ପାରିବେ।

ଭାରତରେ ଗୁଗୁଲ ପ୍ଲେ ଷ୍ଟୋରର ପଲିସି ଏହା କହିଥାଏ ଯେ, ଏଠାରେ ଜୁଆ ଖେଳ ଆଇନଗତ ନୁହେଁ, ଏଥିପାଇଁ ପ୍ଲେ ଷ୍ଟୋରରେ ଜୁଆଖେଳ ସହ ଜଡିତ ଆପ ଗୁଡିକ ମଧ୍ୟ ଅପଲୋଡ କରାଯାଇ ପାରିବେ।

ବାସ୍ତବରେ IPL2020ର ପ୍ରାରମ୍ଭ ହେଉଛି ଏବଂ ଏହାପୂର୍ବରୁ Paytmର ଷ୍ଟେଣ୍ଡଅଲୋନ Paytm First ଗେମ ଆପକୁ ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ନିଆଯାଇଛି।

ଟେକ କ୍ରଞ୍ଚର ଏକ ରିପୋର୍ଟ ମୁତାବକ ଗୁଗୁଲ Disney+Hotstar ଆପକୁ କହିଛି ଯେ, କଳ୍ପନା ସ୍ପୋର୍ଟସ ଆପ ବିଜ୍ଞାପନ ଚଳାଇବା ପୂର୍ବରୁ ଚେତାବନୀ ଦେଖାଇବାକୁ ପଡିବ।

Paytm ଗୁଗୁଲ ପ୍ଲେ ଷ୍ଟୋରରୁ ଆପ ହଟାଇବା ପରେ ଏକ ଷ୍ଟେଟମେଣ୍ଟ ଜାରି କରିଛି। କମ୍ପାନୀ ଏକ ଟ୍ୱିଟରେ କହିଛି ଯେ, Paytm ଅସ୍ଥାୟୀ ସ୍ତରରେ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ନିଆଯାଇଛି। ଏହି ଆପ ଖୁବଶୀଘ୍ର ଫେରି ଆସିବ।

କମ୍ପାନୀ କହିଛି ଯେ, ୟୁଜର୍ସର ଟଙ୍କା ପୂର୍ଣ୍ଣ ରୂପରେ ନିରାପଦ ରହିଛି ଏବଂ Paytm ଆପ ମୋବାଇଲରେ ପୂର୍ବରୁ ଯେମିତି କାମ କରିବ।

Leave a Reply

Your email address will not be published. Required fields are marked *