ସୁଶାନ୍ତ ସିଂହ ରାଜପୁତଙ୍କୁ ଏବଂ ତାଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାଟକୁ ନେଇ ଅନେକ ଖୁଲାସା ହୋଇସାରିଲେଣି। କିନ୍ତୁ ଫାର୍ମ ହାଉସର ସମ୍ପୂର୍ଣ୍ଣ ସତ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସି ନଥିଲା। ଏହି ଫାର୍ମ ହାଉସକୁ ନେଇ ବର୍ତ୍ତମାନ ନୂଆ ଥିଓରୀ ଜଣା ପଡ଼ିଛି। ଫାର୍ମ ହାଉସରେ ସୁଶାନ୍ତଙ୍କ ସହିତ ଜବରଦସ୍ତି କରିବା ସହିତ ତାଙ୍କୁ ମାରପିଟ ମଧ୍ୟ କରାଯାଇଥିଲା। ସୁଶାନ୍ତଙ୍କ ଫାର୍ମ ହଉସର ମ୍ୟାନେଜର ପବନ ୨୫ ମିନିଟର ଯେଉଁ ସତ ପ୍ରକାଶ କରିଛନ୍ତି ତାହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଅଟେ। ଏହି ସମ୍ପୂର୍ଣ୍ଣ ଘଟଣାର ମାଷ୍ଟର ମାଇଣ୍ଡ ରିୟା ହିଁ ଥିଲେ।
ସୁଶାନ୍ତ ସିଂହ ରାଜପୁତ ନିଜ ଜୀବନର ଶେଷ ବର୍ଷର ଅଧିକତର ସମୟ ପାୱନା ସ୍ଥିତ ଫାର୍ମ ହାଉସରେ ବିତାଇଥିଲେ। ଏହି ଫାର୍ମ ହାଉସରେ ଅଧିକାଂଶ ସମୟରେ ପାର୍ଟି ଆୟୋଜନ କରାଯାଇଥିଲା। ସୁଶାନ୍ତଙ୍କ ଫାର୍ମ ହାଉସ ମ୍ୟାନେଜର ପବନ ଗୋଟିଏ ବଡ଼ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ଫାର୍ମ ହାଉସରେ ଅଧିକାଂଶ ସମୟରେ ପାର୍ଟି କରାଯାଉଥିଲା। ଜୁଲାଇ ୨୦୧୯ରେ ରିୟା ଏବଂ ଶୃତି ମୋଦୀଙ୍କର ଫାର୍ମ ହାଉସକୁ ଆସିବା ଆରମ୍ଭ ହୋଇଯାଇଥିଲା, ଜୁଲାଇ ୨୦୧୯ ପୂର୍ବରୁ ସୁଶାନ୍ତ କେବେ କେବେ ଫାର୍ମ ହାଉସକୁ ଆସୁଥିଲେ, କିନ୍ତୁ ତା’ପରେ ସୁଶାନ୍ତ ନିଜ ଟିମ ସହିତ ଫାର୍ମକୁ ଆସିବା ବଢି ଯାଇଥିଲା। ଏମିତିକି ପ୍ରତ୍ୟେକ ସପ୍ତାହରେ ଫାର୍ମ ହାଉସରେ ପାର୍ଟି ହେବା ଆରମ୍ଭ ହୋଇଯାଇଥିଲା।
ଆଗକୁ ପବନ କହିଲେ ଯେ, ରିୟାଙ୍କ ସହିତ ତାଙ୍କ ଭାଇ ଶୋବିକ ମଧ୍ୟ ଆସୁଥିଲେ ଏବଂ ପବନଙ୍କ ମୁତାବକ ସେ ସବୁବେଳେ ଶୋବିକଙ୍କୁ ନିଶା ଗ୍ରସ୍ତ ଅବସ୍ଥାରେ ହିଁ ଦେଖିଛନ୍ତି। ପବନ କହିଥିଲେ ଯେ, ଶୋବିକ ଡ୍ରଗ୍ସ ନିଶା ଅଧିକ ମାତ୍ରାରେ କରୁଥିଲେ। ପବନଙ୍କ ମୁତାବକ ଫାର୍ମ ହାଉସରେ ରିୟାଙ୍କ ସମସ୍ତ ଖର୍ଚ୍ଚ ସୁଶାନ୍ତଙ୍କ ଟଙ୍କାରେ ହେଉଥିଲା। ଫାର୍ମ ହାଉସକୁ ମେକଅପ ଆର୍ଟିସ୍ଟ, ଡିଜାଇନର, ଷ୍ଟାଇଲିଷ୍ଟ ମଧ୍ୟ ଆସୁଥିଲେ ଏବଂ ଏସବୁର ଖର୍ଚ୍ଚ ସୁଶାନ୍ତ କରୁଥିଲେ।
ପବନ କହିଥିଲେ ଯେ, ସୁଶାନ୍ତଙ୍କ CA ରଜତ ମେୱାତୀ ଥରେ ରିୟାଙ୍କ ଅତ୍ୟଧିକ ଖର୍ଚ୍ଚ ବିଷୟରେ ସୁଶାନ୍ତଙ୍କୁ କହିଥିଲେ ଏବଂ ତା’ପରେ ଫାର୍ମ ହାଉସରେ ହିଁ ରିୟାଙ୍କ ଉପରେ ରାଗି ଯାଇଥିଲେ ସୁଶାନ୍ତ। ସୁଶାନ୍ତ ବହୁତ ଅଧିକ କ୍ରୋଧିତ ରହିଲେ ଏବଂ ରିୟାଙ୍କ ସହିତ ଖର୍ଚ୍ଚକୁ ନେଇ ପ୍ରଶ୍ନ ମଧ୍ୟ କରିଥିଲେ। ଏହି ସମୟରେ ରିୟା ତାଙ୍କ ଭାଇ ଶୋବିକଙ୍କୁ ପାଣି ଆଣିବା ପାଇଁ ପଠାଇଥିଲେ। ଶୋବିକ ସେହି ପାଣିରେ କିଛି ମିଶାଇ ଆଣିଥିଲେ। ସୁଶାନ୍ତଙ୍କୁ ପାଣି ସହିତ ରିୟା ଡ୍ରଗ୍ସ ଦେଇଥିଲେ। କେବଳ ଏତିକି ନୁହେଁ ଏହାପରେ ମଧ୍ୟ ଯେତେବେଳେ ସୁଶାନ୍ତ ଶାନ୍ତ ହେଉ ନଥିଲେ ସେତେବେଳେ ରିୟା, ଶୋବିକ ଏବଂ ସୃତି ମୋଦୀ ସୁଶାନ୍ତଙ୍କୁ ଡ୍ରଗ୍ସର ଆଉ ଏକ ଡୋଜ ଦେଇଥିଲେ ଏବଂ ଏହା ଓଭର ଡୋଜ ଥିଲା।
ପବନ କହିଲେ ଯେ ଏହାପରେ ଏହି ତିନିଜଣ ସୁଶାନ୍ତଙ୍କ ସହିତ ଜବରଦସ୍ତି କରିବା ସହିତ ମାରପିଟ ମଧ୍ୟ କରିଥିଲେ ଏବଂ ସେତେବେଳକୁ ସୁଶାନ୍ତଙ୍କ ଉପରେ ଡ୍ରଗ୍ସର ପ୍ରଭାବ ହୋଇ ସାରିଥିଲା। ତେବେ ଏସବୁକିଛି ମାତ୍ର ୨୫ ମିନିଟ ଭିତରେ ହୋଇଯାଇଥିଲା। ପବନ ଏହା ମଧ୍ୟ କହିଲେ ଯେ, ରିୟାଙ୍କ ସହିତ ତାଙ୍କ ପରିବାର ମଧ୍ୟ ଅନେକଥର ଫାର୍ମ ହାଉସକୁ ପାର୍ଟି ପାଇଁ ଆସୁଥିଲେ, ଏବଂ ତାଙ୍କ ପରିବାରକୁ ଏହାଦ୍ବାରା କୌଣସି ଫରକ୍ ପଡୁ ନଥିଲା। ଏମିତିକି ଉଭୟ ଭାଇ ଭଉଣୀ ଶୋବିକ ଏବଂ ରିୟା ନିଜର ମାତାପିତାଙ୍କ ସାମ୍ନାରେ ମଧ୍ୟ ନିଶା କରୁଥିଲେ।
ଏମିତିରେ ରିୟାଙ୍କ ଉପରେ ଲୋକମାନଙ୍କର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ଭରସା ରହିଥିଲା ଯେ ସୁଶାନ୍ତଙ୍କୁ ଛାଡିଲେ ରିୟାଙ୍କର ଆହୁରି ଅନେକ ଲୋକଙ୍କ ସହିତ ସମ୍ପର୍କ ଥିଲା। ରିୟା ଏବଂ ସୋବିକଙ୍କର ସୂର୍ଯ୍ୟଦୀପଙ୍କ ସହିତ ଚାଟିଙ୍ଗ ଆସିବା ପରେ ସୂର୍ଯ୍ୟଦୀପଙ୍କୁ ନଜରରେ ରଖିଥିଲା NCB। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ସହିତ ସୋବିକଙ୍କର ମଧ୍ୟ ରହସ୍ୟ ଖୋଲି ଦେଇଛନ୍ତି ସୂର୍ଯ୍ୟଦୀପ। ତେବେ ଦୀର୍ଘ ସମୟରୁ ସୂର୍ଯ୍ୟଦୀପଙ୍କର ସୋବିକଙ୍କ ଘରକୁ ଯିବା ଆସିବା ଲାଗି ରହିଥିଲା। ସୂତ୍ର ମୁତାବକ, ସୂର୍ଯ୍ୟଦୀପ କହିଛନ୍ତି ଯେ, ସୋବିକ ଚକ୍ରବର୍ତ୍ତୀଙ୍କୁ ଦାମି ଡ୍ରଗ୍ସର ବହୁତ ସୌକ ଥିଲା ସେଥିପାଇଁ ସେ ସୋବିକଙ୍କୁ ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟିକୁ ନେଇକି ଗଲେ। ସେ ଆଗକୁ କହିଲେ ଯେ, ରିୟା ଚକ୍ରବର୍ତ୍ତୀ ତାଙ୍କ ଠାରୁ ୪ ବର୍ଷର ବଡ଼ ହେବେ। ଯେତେବେଳେ ସେ ବନ୍ଧୁ ସୋବିକଙ୍କ ଘରକୁ ଯାଉଥିଲେ ସେତେବେଳେ ସେଠାରେ ତାଙ୍କୁ ରିୟା ଚକ୍ରବର୍ତ୍ତୀ ମିଳୁଥିଲେ।
କେବଳ ଏତିକି ନୁହେଁ ସୂର୍ଯ୍ୟଦୀପ କହିଲେ ଯେ, ଅନେକଥର ଯେତେବେଳେ ସୋବିକ ଏବଂ ରିୟା ଏକୁଟିଆ ଘରେ ରହୁଥିଲେ ତାଙ୍କୁ ମଧ୍ୟ ପାର୍ଟି ପାଇଁ ଡାକି ନେଉଥିଲେ। ତିନିଜଣ ମିଶି ଡ୍ରଗ୍ସ ଏବଂ ଆଲକୋହଲିକ ପାର୍ଟି କରୁଥିଲେ। ସୂର୍ଯ୍ୟଦୀପଙ୍କୁ ପଚରାଗଲା କଣ ତୁମର ମଧ୍ୟ ରିୟାଙ୍କ ସାହୁତ ବନ୍ଧୁତ୍ବ ଥିଲା? କିନ୍ତୁ ସୂର୍ଯ୍ୟଦୀପ NCBକୁ କହିଥିଲେ ଯେ, ରିୟା ଏବଂ ତାଙ୍କ ମଧ୍ୟରେ ବହୁତ ଅନ୍ତରଙ୍ଗ ସମ୍ପର୍କ ଥିଲା ଯାହା ବନ୍ଧୁତ୍ବ ଠାରୁ ଆହୁରି ଅଧିକ ଥିଲା।
ସୂର୍ଯ୍ୟଦୀପ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ ଜଣାଥିଲା ସୁଶାନ୍ତଙ୍କ ସହିତ ସମ୍ପର୍କରେ ଅଛନ୍ତି ରିୟା। କିନ୍ତୁ ସେହି ଅବସରରେ ମଧ୍ୟ ରିୟା ଏବଂ ସୂର୍ଯ୍ୟଦୀପଙ୍କ ମଧ୍ୟରେ ଏକ ଭିନ୍ନ ସମ୍ପର୍କ ରାହୀରହିଲା। ଏଥିରେ ସୂର୍ଯ୍ୟଦୀପକ ସାହାଯ୍ୟ ନିଜେ ସୋବିକ କରୁଥିଲେ। ସୂର୍ଯ୍ୟଦୀପ ଏକଥା ମାନି ନେଇଛନ୍ତି ଯେ ରିୟାଙ୍କର ଗୋଟିଏ ସାଙ୍ଗରେ ଦୁଇଜଣ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରହିଥିଲା ଏବଂ ରିୟା ସୁଶାନ୍ତଙ୍କୁ ଧୋକା ଦେଉଥିଲେ।
ସୂର୍ଯ୍ୟଦୀପଙ୍କୁ ପଚରାଗଲା ଯେ, କଣ ସେ କେବେ ରିୟାଙ୍କୁ ଡ୍ରଗ୍ସ ବିତାରଣ କରିଛନ୍ତି। ଏହାର ଉତ୍ତରରେ ସୂର୍ଯ୍ୟଦୀପ କହିଲେ ହଁ କରିଛି ସେ ମଧ୍ୟ ଥରେ ନୁହେଁ ଅନେକଥର। NCB ସୂତ୍ର ମୁତାବକ ସୂର୍ଯ୍ୟଦୀପଙ୍କୁ ପଚରାଗଲା କଣ ସେ ସୋବିକଙ୍କୁ ଅନ୍ୟ ଡ୍ରଗ୍ସ ବ୍ୟାପ୍ୟାରୀଙ୍କ ସହିତ ସେ ଦେଖା କରାଇଥିଲେ। ସେ ଉତ୍ତରରେ କହିଥିଲେ ସେ ସୋବିକଙ୍କୁ କେଜେଙ୍କ ସହିତ ଭେଟ କରାଇବା। କେଜେ ଅର୍ଥାତ କରମଜୀତ, ଯିଏକି ମୁମ୍ବାଇର ସବୁଠୁ ବଡ଼ ଡ୍ରଗ୍ସ ବ୍ୟାପାରୀ ଅଟନ୍ତି। ସେହି କେଜେଙ୍କ ସହିତ ଶୋବିକଙ୍କ ଚାଟ ମଧ୍ୟ ସାମ୍ନାକୁ ଆସିଛି। ସୋବିକଙ୍କ ସହିତ ମିରାଣ୍ଡା ଏବଂ ସୁଯ୍ୟଦୀପଙ୍କୁ ମଧ୍ୟ ଡ୍ରଗ୍ସ ଯୋଗାଇ ଦେଉଥିଲୁ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।