ଆଇପିଏଲର ଠିକ ପୂର୍ବରୁ RCB ଫ୍ରାଞ୍ଚାଇଜରେ ବଡ ପରିବର୍ତ୍ତନ, ୨୧ ସେପ୍ଟେମ୍ବରରେ RCB ଖେଳିବ ନିଜର ପ୍ରଥମ ମ୍ୟାଚ

ଡିଆଜିଓ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆନନ୍ଦ କ୍ରିପାଳୁ ୧ ଅକ୍ଟୋବରରୁ ସଞ୍ଜୀବ ଚୁରିୱାଲାଙ୍କ ସ୍ଥାନରେ ଆଇପିଏଲର ଫ୍ରାଞ୍ଚାଇଲି ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ଚେୟାରମ୍ୟାନ ଭାବରେ ପଦବୀ ସମ୍ଭାଳିବେ।

ଆନନ୍ଦ ଡିଆଜିଓ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସହିତ ପରିଚାଳନା ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି। ଫ୍ରାଞ୍ଚାଇଜର ନେତୃତ୍ୱରେ ପରିବର୍ତ୍ତନକୁ ନେଇ ଆନନ୍ଦ କହିଛନ୍ତି ଯେ, “ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡିଆଜିଓ ଇଣ୍ଡିଆର ଏକ ଅଭିନ୍ନ ଅଙ୍ଗ ଅଟେ ଏବଂ ମୁଁ ଗତ ୬ ବର୍ଷ ଧରି ପରଦା ପଛରୁ ଦଳର ଯାତ୍ରାର ଏକ ଅଂଶ ରହିଛି।”

ସେ କହିଛନ୍ତି ଯେ,”ନୂତନ ସିଜିନର ଆରମ୍ଭରୁ ବିରାଟ (କୋହଲି), ମାଇକ ହେସନ ଏବଂ ସାଇମନ କାଟିଚଙ୍କ ସହ ଦଳର ନେତୃତ୍ୱ କରିବା ଏକ ନୂତନ ରୋମାଞ୍ଚକର ଅଧ୍ୟାୟ ତିଆରି କରିବ।”

ସେ କହିଛନ୍ତି ଯେ, “ମୁଁ ଆରସିବି ଏବଂ ଡିଆଜିଓରେ ଯୋଗଦାନ ପାଇଁ ସଞ୍ଜୀବଙ୍କୁ ଧନ୍ୟବାଦ ଜଣାଇବା ସହିତ ଭବିଷ୍ୟତର ନୂତନ ଭୂମିକା ପାଇଁ ଶୁଭକାମନା ଦେବାକୁ ଚାହୁଁଛି।” RCBର ଦଳ ଆଇପିଏଲର ୧୩ତମ ସିଜିନରେ ନିଜର ଅଭିଯାନ ୨୧ ସେପ୍ଟେମ୍ବରକୁ ଆରମ୍ଭ କରିବ। ତାଙ୍କର ପ୍ରଥମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ (SRH) ସହିତ ଅଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଦଳ:

ଏରାଁନ ଫିଞ୍ଚ, ଦେବଦତ୍ତ ପାଡିକ୍କଲ, ପାର୍ଥିବ ପଟେଲ, ବିରାଟ କୋହଲି (ଅଧିନାୟକ), ଏବି ଡିଭିଲିୟର୍ସ, ଗୁରକିରତ ମାନ, ଶିବମ ଦୁବେ, କ୍ରିସ ମୋରିସ, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ନବଦୀପ ସାଇନି, ଡେଲ ଷ୍ଟେନ, ୟୁଜବେନ୍ଦ୍ର ଚହଲ, ଏଡଲ ଜାମ୍ପା, ଇସୁରୁ ଉଦାନା, ମୋଇନ ଅଲ୍ଲୀ, ଜୋଶ ଫିଲିପ, ପୱନ ନେଗି, ପୱନ ଦେଶପାଣ୍ଡେ, ମୋହମ୍ମଦ ସିରାଜ, ଉମେଶ ଯାଦବ।

Leave a Reply

Your email address will not be published. Required fields are marked *