ବାନ୍ଦ୍ରା ନୁହେଁ ଫାର୍ମହାଉସରେ ସୁଶାନ୍ତଙ୍କୁ ଶେଷ କରିଦିଆ ଯାଇଥିଲା, ସିବିଆଇଙ୍କ ନୂତନ ପଦକ୍ଷେପ ଖୋଲିଲା ରହସ୍ୟ

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଲଗାତର ଅନେକ ଖୁଲାସା ହେବାରେ ଲାଗିଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଏମିତି ଆଉ ଏକ ଖୁଲାସା ମଧ୍ୟ କରାଯାଉଛି ଯେ ସୁଶାନ୍ତଙ୍କୁ ତାଙ୍କ ବାନ୍ଦ୍ରା ଫ୍ଲାଟରେ ନୁହେଁ ବରଂ ପାୱନା ଲେକ ସ୍ଥିତ ଫାର୍ମ ହାଉସରେ ଶେଷ କରିଦିଆ ଯାଇଥିଲା। ଖବର ରହିଛି ଯେ, ସିବିଆଇ ଅଚାନକ ସୁଶାନ୍ତଙ୍କ ଫାର୍ମ ହାଉସ ପହଞ୍ଚି ଯାଇଛି। ସେଠାରୁ ଯାଞ୍ଚ ଟିମ ଅନେକ ଜିନିଷ ଜବତ ମଧ୍ୟ କରିଛି।

ସିବିଆଇର ଟିମ ୨୦ ସେପ୍ଟେମ୍ବର ରବିବାର ଦିନ ସୁଶାନ୍ତଙ୍କ ମାମଲାରେ ବହୁତ ବଡ଼ ଖୁଲାସା କରିପାରେ। ସେଦିନ ସିବିଆଇ କହିବ ସୁଶାନ୍ତଙ୍କ ସହିତ କଣ ହୋଇଥିଲା, କିଏ କରିଥିଲେ ଏବଂ କେମିତି କରିଥିଲେ। କିନ୍ତୁ ସିବିଆଇର ଏହି ଶେଷ ନିଷ୍ପତ୍ତିର ଠିକ ପୂର୍ବରୁ ସିବିଆଇର ଯାଞ୍ଚ ଟିମ ସୁଶାନ୍ତ ସିଂହ ରାଜପୁତଙ୍କ ପାୱନା ଫାର୍ମ ହାଉସରେ ପହଞ୍ଚି ଯାଇଥିଲେ ଯେଉଁଠାରୁ ତାଙ୍କୁ ଏପରି ଅନେକ ଜିନିଷ ମିଳିଛି ଯାହାଦ୍ୱାରା ସିବିଆଇ ଶେଷ ନିଷ୍ପତ୍ତିରେ ଉପନିତ ହୋଇଯାଇଛି। କିଛି ସୂଚନାରୁ ଜଣା ପଡିଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ପାୱନା ଫାର୍ମ ହାଉସର ବହୁତ ବଡ଼ ଭୂମିକା ରହିଛି।

ଅଚାନକ ଭାବରେ ସିବିଆଇ ସୁଶାନ୍ତଙ୍କ ପାୱନା ଫାର୍ମ ହାଉସ ଯିବାରୁ ଚାଞ୍ଚଲ୍ୟ ଖେଳି ଯାଇଛି। ସେହି କାରଣରୁ ନୂତନ ଥିଓରୀ ଜନ୍ମ ନେଇଛି। ଏହି ଥିଓରୀ ମୁତାବକ ସୁଶାନ୍ତ ସିଂହ ରାଜପୁତଙ୍କୁ ଶେଷ କରାଯାଇଛି। ୧୪ ଜୁନ ନୁହେଁ ବରଂ ୧୩ ଜୁନରେ ସୁଶାନ୍ତଙ୍କୁ ଶେଷ କରିଦିଆ ଯାଇଥିଲା। ଏସବୁକିଛି ପାୱନା ଫାର୍ମ ହାଉସରେ କରାଯାଇଥିଲା। ଏହି ସମୟରେ ୬ ରୁ ୭ ଜଣ ଲୋକ ସେଠାରେ ଉପସ୍ଥିତ ଥିଲେ ଏବଂ ସୁଶାନ୍ତଙ୍କୁ କୌଣସି କଥାକୁ ନେଇ ବାଧ୍ୟ କରାଯାଉଥିଲା। ସୁଶାନ୍ତ ସେମାନଙ୍କ କଥା ନମାନିବାରୁ ତାଙ୍କୁ ଶେଷ କରିଦିଆ ଯାଇଥିଲା। ସୁଶାନ୍ତଙ୍କୁ ପ୍ରଥମେ ଷ୍ଟନରେ ଆକ୍ରମଣ କରାଯାଇଥିଲା ଏବଂ ହତ୍ୟା ପୂର୍ବରୁ ତାଙ୍କୁ ପାରାଲାଇଜଡ କରାଯାଇଥିଲା। ଏହାପରେ କୌଣସି ପଟ୍ଟା ପରି ଜିନିଷରେ ସୁଶାନ୍ତଙ୍କୁ ଶେଷ କରିଦିଆଯାଇଥିଲା।

୧୩ ଜୁନ ରାତିରେ ସୁଶାନ୍ତଙ୍କୁ ଶେଷ କରାଯିବା ପରେ ତାଙ୍କୁ ବାନ୍ଦ୍ରା ସ୍ଥିତ ବାସଭବନକୁ ଆଣାଯାଇଥିଲା। ତାଙ୍କୁ ଆଣିବା ପୂର୍ବରୁ ବାନ୍ଦ୍ରା ଫ୍ଲାଟର ସିସିଟିଭି ବନ୍ଦ କରିଦିଆ ଯାଇଥିଲା। ସିବିଆଇ ମଧ୍ୟ ମାନି ସାରିଛି ଯେ ୧୩ ଜୁନକୁ ଦ୍ବିପ୍ରହର ୨ଟା ସମୟ ପରେ ସୁଶାନ୍ତ ସବୁଦିନ ପାଇଁ ନିରବ ହୋଇ ଯାଇଥିଲେ। ସୁଶାନ୍ତଙ୍କୁ ୧୩ ଜୁନକୁ ବାନ୍ଦ୍ରା ଫ୍ଲାଟକୁ ଆଣିବା ପରେ ୧୪ ଜୁନ ଦିନ ଆଉ କିଛି କାହାଣୀ ପୋଲିସକୁ ଏବଂ ସମସ୍ତ ଦୁନିଆକୁ ଶୁଣାଇ ଦିଆଯାଇଥିଲା। ତେବେ ଏହାର କୌଣସି ପୁଷ୍ଟି ହୋଇନଥିବା ବେଳେ ସିବିଆଇ ଫାର୍ମ ହାଉସରେ ଏପରି ଅଚାନକ ପହଞ୍ଚିଛି ମାନେ ନିଶ୍ଚିତ କିଛି ବଡ଼ କାରଣ ରହିଥିବ ବୋଲି ସନ୍ଦେହ କରାଯାଉଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅନେକ ଏଜେନ୍ସି ଯାଞ୍ଚ କରୁଛନ୍ତି କିନ୍ତୁ ସିବିଆଇକୁ ଏଥିମଧ୍ୟରେ କିଛି ବଡ଼ ସୁରାଗ ମିଳିଛି। ଯାହାଦ୍ୱାରା ସ୍ପଷ୍ଟ ହୋଇଯାଇଛି ଯେ, ସୁଶାନ୍ତ କିଛି ହେଲେ ନିଜେ କରି ନଥିଲେ ବରଂ ସୁଶାନ୍ତଙ୍କୁ ଅନ୍ୟ ଜଣେ କେହି ଶେଷ କରି ଦେଇଥିଲେ। ପ୍ରଥମ ଖୁଲାସା ରହିଛି ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ଏସବୁ କେବେ କରାଗଲା। କାରଣ କୁପର ହସ୍ପିଟାଲରେ ସୁଶାନ୍ତଙ୍କର ଯେଉଁ ଶବ ବ୍ୟବଚ୍ଛେଦ କରାଯାଇଥିଲା ସେଥିରେ ତାଙ୍କର ମୃତ୍ୟୁର ସମୟ ଉଲ୍ଲେଖ କରାଯାଇନଥିଲା। ଏଥିପାଇଁ ଏହାକୁ ନେଇ ଅଧିକ ସନ୍ଦେହ ମଧ୍ୟ ରହିଥିଲା। ସିବିଆଇ ମୁତାବକ ୧୩ ଜୁନ ଦ୍ୱିପ୍ରହରରେ ୨:୨୨ମିନିଟ ପରେ ସୁଶାନ୍ତଙ୍କ ସହିତ କାହାର କୌଣସି କଣ୍ଟାକ୍ଟ ହୋଇପାରି ନଥିଲା। ୧୩ ଜୁନ କୁ ୨:୨୦ ମିନିଟ ସମୟରେ ଟ୍ୟାଲେଣ୍ଟ ମ୍ୟାନେଜରଙ୍କ ସହିତ ସୁଶାନ୍ତଙ୍କ କଥା ହୋଇଥିଲା, ତା’ପରେ ସୁଶାନ୍ତ ଯେପରି ଅଦୃଶ୍ୟ ହୋଇଯାଇଥିଲେ। ସୁଶାନ୍ତଙ୍କ ଭଉଣୀ ମୀତୁ ମଧ୍ୟ କହିଥିଲେ ଯେ, ୧୩ ଜୁନ ସନ୍ଧ୍ୟାରେ, ୧୪ ଜୁନର ସକାଳ ଏବଂ ଦ୍ୱିପ୍ରହରକୁ ସୁଶାନ୍ତ ତାଙ୍କ ଫୋନ ଉଠାଉ ନଥିଲେ, ମାତ୍ର ସୁଶାନ୍ତ ଏପରି କେବେହେଲେ କରୁ ନଥିଲେ ଏବଂ ବର୍ତ୍ତମାନ ସିବିଆଇ ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ୧୩ ଜୁନର ଦ୍ୱିପ୍ରହର ପରେ ସୁଶାନ୍ତ ନିରବ ହୋଇଯାଇଥିଲେ।

ଦ୍ଵିତୀୟ ଖୁଲାସା ହୋଇଛି ଯେ, ସୁଶାନ୍ତଙ୍କ ଘରେ ରହୁଥିବା ନୀରଜ, ଦିପେଶ, କେଶବ ଏବଂ ପିଠାନୀ କହିଥିଲେ ଯେ ୧୪ ଜୁନ ସକାଳୁ ସୁଶାନ୍ତ ବେଦନା ଜୁସ ପିଇଥିଲେ ଏବଂ ନଡ଼ିଆ ପାଣି ମଧ୍ୟ ନେଇଥିଲେ। ଏମାନଙ୍କ ବୟାନକୁ ମାନିଲେ କିଛି ସମୟ ପରେ ସୁଶାନ୍ତ ନିଜେ ନିଜକୁ ଶେଷ କରି ଦେଇଥିଲେ ଅର୍ଥାତ ସୁଶାନ୍ତ ଯେଉଁ ଜୁସ ପିଇଥିଲେ ତାହା ପେଟରେ ସେମିତି ହିଁ ରହିବାର ଥିଲା କିନ୍ତୁ ବଡ଼ କଥା ଏହା ଯେ ବର୍ତ୍ତମାନ ଯାହା ସିବିଆଇ ଯାଞ୍ଚ କରାଇଛି, ସେହି ରିପୋର୍ଟ ମୁତାବକ ସୁଶାନ୍ତଙ୍କ ବ୍ଲାଡ଼ର ସମ୍ପୂର୍ଣ୍ଣ ଖାଲି ଥିଲା। ସୁଶାନ୍ତଙ୍କ ପେଟରେ କିଛି ମଧ୍ୟ ନଥିଲା , ନା ଗୋଟିଏ ଟୋପା ଜୁସ ନା ଏକ ବୁନ୍ଦା ନଡ଼ିଆ ପାଣି ନା କୌଣସି ଖାଦ୍ୟ।

ତୃତୀୟ ଖୁଲାସା ରହିଛି ଯେ, ଦିପେଶ କହିଥିଲେ ଯେ ୧୪ ଜୁନ ସକାଳ ସାଢେ ୧୦ରୁ ୧ଟା ପର୍ଯ୍ୟନ୍ତ ସୁଶାନ୍ତଙ୍କ କବାଟ ବାଡେଇଥିଲେ, ସୁଶାନ୍ତଙ୍କୁ ଫୋନ ମଧ୍ୟ କରିଥିଲେ। କିନ୍ତୁ ଦିପେଶର ଚାଟରୁ ଜଣାପଡିଛି ଯେ, ସକାଳ ୧୦:୫୧ ମିନିଟରୁ ଦିପେଶ କୌଣସି ବ୍ୟକ୍ତିଙ୍କ ସହିତ ବିଜ୍ଞାପନକୁ ନେଇ କଥା ହେଉଥିଲେ ଏବଂ ଦିପେଶଙ୍କ କହିବା କଥା ଯେ, ସୁଶାନ୍ତ ହିଁ କିଛି ଦିନ ପୂର୍ବରୁ ଏହି ବିଜ୍ଞାପନ ବିଷୟରେ କଥା ହେବାକୁ କହିଥିଲେ। ତେବେ ଘରର ମାଲିକ କୋଠରୀ ଭିତରେ ବନ୍ଦ ଥିବ ଏବଂ ନିଜର କବାଟ ଖୋଳୁଥିବ ନା ଫୋନ ଉଠାଉଥିବ କିନ୍ତୁ ସେଥିରେ ଆପଣଙ୍କୁ କୌଣସି ଫରକ୍ ପଡୁ ନଥିବ ଏବଂ ତୁମେ ବିଜ୍ଞାପନ ବିଷୟରେ କଥାବାର୍ତ୍ତା କରିବ। କାରଣ ଦିପେଶଙ୍କୁ ଜଣାଥିଲା ସୁଶାନ୍ତ ଆଉ ନାହାନ୍ତି ଏବଂ ନିଜକୁ ରକ୍ଷା କରିବା ପାଇଁ ଏବଂ ପ୍ରମାଣ ସୃଷ୍ଟି କରିବା ପାଇଁ ବିଜ୍ଞାପନକୁ ନେଇ ଚାଟ କରୁଥିଲେ।

ଚତୁର୍ଥ ଖୁଲାସା ହେଉଛି ସୁଶାନ୍ତଙ୍କ ପଡୋଶୀ ମହିଳା ମଧ୍ୟ କହିଥିଲେ ଯେ ୧୩ ଜୁନକୁ ରାତି ସାଢ଼େ ୧୦ ସମୟରେ ହିଁ ଘରର ଲାଇଟ ବନ୍ଦ ହୋଇଯାଇଥିଲା ଯେତେବେଳେ ସୁଶାନ୍ତ ରାତି ୨ଟା ପୂର୍ବରୁ କେବେହେଲେ ଶୋଇନଥାନ୍ତି।

ପଞ୍ଚମ ଏବଂ ସବୁଠୁ ବଡ଼ ଖୁଲାସା ଏହା ରହିଛି ଯେ, ୧୩ ଜୁନକୁ ସୁଶାନ୍ତଙ୍କୁ ଶେଷ କରିବା ପରେ ସୁଶାନ୍ତଙ୍କ ଘର ସଫା କରାଯାଇଥିଲା। ଘରୁ ସେସବୁ ପ୍ରମାଣ ନଷ୍ଟ କରିଦିଆ ଯାଇଥିଲା ଯାହାଦ୍ୱାରା ୧୩ ଜୁନର କଥା କାହାକୁ ଜଣାପଡ଼ିଥାନ୍ତା ଏବଂ ପୁଣି ୧୪ ଜୁନକୁ ସବୁକିଛି ସେଟ ହୋଇଯିବା ପରେ ପୋଲିସକୁ ଫୋନ କରିଦିଆଯାଇଥିଲା। ଏଥିସହିତ ସୁଶାନ୍ତଙ୍କ ଲକର ମଧ୍ୟ ସଫା କରିଦିଆଯାଇଥିଲା। ଲକରରେ ରଖାଯାଇଥିବା ମୂଲ୍ୟବାନ ଗହଣା, ଦାମୀ ଘଣ୍ଟା, କେସ ଏବଂ ସୁଶାନ୍ତଙ୍କ ମହଙ୍ଗା ଜିନିଷପତ୍ର ସବୁକିଛି ସଫା କରିଦିଆଯାଇଥିଲା, ସୁଶାନ୍ତଙ୍କ ପିତା ଏବଂ ପରିବାର ସମସ୍ତେ ୧୫ ଜୁନକୁ ସୁଶାନ୍ତଙ୍କ ଫ୍ଲାଟକୁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କ ଘରେ କିଛି ମିଳି ନଥିଲା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *