ଯଦି ଆପଣ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ସ୍ଟେଟ ବ୍ୟାଙ୍କ(ଏସବିଆଇ)ର ଗ୍ରାହକ ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ। ବାସ୍ତବରେ ଆଜି ଅର୍ଥାତ ୧୮ ସେପ୍ଟେମ୍ବରରୁ ଏସବିଆଇର ଏଟିଏମରୁ ଟଙ୍କା ନିଷ୍କାସନର ଉପାୟ ବଦଳାଇ ଦିଆଯାଇଛି। ଆସନ୍ତୁ ଜାଣିବା ଏହି ନିୟମ ଗୁଡିକ ବିଷୟରେ।
ଏସବିଆଇ ଏଟିଏମରୁ ୧୦,୦୦୦ ଟଙ୍କା ଏବଂ ତା’ଠାରୁ ଅଧିକର ଲେଣଦେଣ ପାଇଁ ଓଟିପି ଆଧାରିତ ନଗଦ ନିଷ୍କାସନ ସୁବିଧାର ପରିସର ବଢାଇଦିଆ ଯାଇଛି। ବ୍ୟାଙ୍କର ଏହି ସୁବିଧା ଆଜି ଅର୍ଥାତ ୧୮ ସେପ୍ଟେମ୍ବରରୁ ୨୪ ଘଣ୍ଟା ଉପଲବ୍ଧ ହେବ।
ଆପଣଙ୍କୁ କହିଦେଇଛୁ ଯେ, ବ୍ୟାଙ୍କ ଏହି ବର୍ଷ ଜାନୁଆରୀରେ ନିଜର ଏଟିଏମରେ ୧୦,୦୦୦ ଟଙ୍କା ଏବଂ ତା’ଠାରୁ ଅଧିକର ଲେଣଦେଣ ପାଇଁ ଓଟିପି ଆଧାରିତ ନିଷ୍କାସନ ସୁବିଧା ରାତି ୮ଟା ଭିତରେ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଅବଧିରେ ସୁବିଧାର ଲାଭ ଉଠା ଯାଇପାରିବ।
ଏସବିଆଇ ଗ୍ରାହକ ମାନଙ୍କୁ ୧୦,୦୦୦ ଟଙ୍କା ଏବଂ ତା’ଠାରୁ ଅଧିକ ପରିମାଣର ଟଙ୍କା ନିଷ୍କାସନ ପାଇଁ ନିଜର ଏଟିଏମ କାର୍ଡ଼ ପିନ ସହିତ ହିଁ ରେଜିଷ୍ଟ୍ରାଡ ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପିକୁ ଦାଖିଲା କରିବାକୁ ହେବ। ଏମିତି ତାଙ୍କୁ ପ୍ରତ୍ୟେକ ଲେଣଦେଣ ପାଇଁ କରିବାକୁ ହେବ।
ବ୍ୟାଙ୍କ ମୁତାବକ ୨୪ ଘଣ୍ଟା ଓଟିପି ଆଧାରିତ ଏଟିଏମ ନିଷ୍କାସନ ସୁବିଧା ଦ୍ୱାରା ଗ୍ରାହକ ଫ୍ରଡରୁ ବଞ୍ଚି ପାରିବ। ଏହି ସୁବିଧା ଦ୍ୱାରା ଏସବିଆଇ ଡେବିଟ କାର୍ଡ଼ ଧାରକ ମାନଙ୍କୁ ଧୋକାବାଜିରୁ ରକ୍ଷା ପାଇବାର ସାହାଯ୍ୟ ମିଳିବ।
ଏଥିସହିତ ହିଁ ଏସବିଆଇ ନିଜର ସମସ୍ତ ଗ୍ରାହକ ମାନଙ୍କୁ ମୋବାଇଲ ନମ୍ବର ଗୁଡ଼ିକୁ ରେଜିଷ୍ଟ୍ରାଡ କରିବା କିମ୍ବା ଅପଡେଟ କରିବାର ଆଗ୍ରହ କରିଛନ୍ତି। କହିବାର ଅର୍ଥ ଯେ ଯଦି ଆପଣ ସୁରକ୍ଷିତ ଲେଣଦେଣ ଚାହୁଁଛନ୍ତି ତେବେ ରେଜିଷ୍ଟ୍ରେସନ କରାଇ ନିଅନ୍ତୁ।
ସୂଚନାଯୋଗ୍ୟ ଯେ, ଓଟିପି ଆଧାରିତ ନଗଦ ନିଷ୍କାସନର ସୁବିଧା କେବଳ ଏସବିଆଇର ଏଟିଏମରେ ଉପଲବ୍ଧ ଅଟେ। ଅନ୍ୟ ଏଟିଏମରେ ଏହି ସୁବିଧା ବିକଶିତ କରାଯାଇ ନାହିଁ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |