ଜିଓ ବନାମ ଏୟାରଟେଲ: ବୁଝନ୍ତୁ ଉଭୟଙ୍କ ୫୯୮ ଟଙ୍କାର ଯୋଜନା ମଧ୍ୟରେ ଥିବା ପାର୍ଥକ୍ୟ

କରୋନା ମହାମାରୀ କାରଣରୁ ବର୍ତ୍ତମାନ ମଧ୍ୟ ଲୋକମାନେ ଅଧିକ ସମୟ ଘର ଭିତରେ ବିତାଉଛନ୍ତି। ଏମିତିରେ ଇଣ୍ଟରନେଟର ବ୍ୟବହାର ମଧ୍ୟ ବଢିଯାଇଛି। ଏହା ମଧ୍ୟରେ ଟେଲିକମ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଲୋଭାଇବା ପାଇଁ କୌଣସି ମୌକା ଛାଡୁ ନାହାନ୍ତି। କମ୍ପାନୀ ଗୁଡିକ ନୂତନ ଯୋଜନା ଗୁଡିକ ଗ୍ରାହକଙ୍କ ପାଇଁ କରୁଛନ୍ତି। ବର୍ତ୍ତମାନ ଆମେ ଏଠାରେ ଆପଣଙ୍କୁ ଜିଓ ଏବଂ ଏୟାରଟେଲର ୫୯୮ ଟଙ୍କାର ଯୋଜନା ବିଷୟରେ ଏଠାରେ କହିବାକୁ ଯାଉଛୁ।

Airtelର ୫୯୮ ଟଙ୍କାର ଯୋଜନା:

ଏୟାରଟେଲର ଏହି ପ୍ଲାନରେ ଗ୍ରାହକ ମାନଙ୍କୁ ପ୍ରତ୍ୟେକ ଦିନ ପିଛା ୧.୫ ଜିବି ଡାଟା ଦିଆଯାଇଥାଏ। ଏଥିସହିତ ଗ୍ରାହକ ମାନଙ୍କୁ ୬ ଜିବିର ଏଡିସିନାଲ ଡାଟା ମଧ୍ୟ ଗ୍ରାହକ ମାନଙ୍କୁ ଏହି ପ୍ଲାନରେ ଦିଆଯାଇଥାଏ। ଏହି ପ୍ଲାନ ୮୪ ଦିନର ବୈଧତା ସହିତ ଆସିଥାଏ।

ଏଥିରେ ଗ୍ରାହକ ମାନଙ୍କୁ ଅନଲିମିଟେଡ ମାଗଣା କଲିଙ୍ଗ ସହିତ ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମଧ୍ୟ ଦିଆଯାଇଥାଏ। ଏହାଛଡା ଏଥିରେ ଏୟରଟେଲ ଏକ୍ସଟ୍ରିମ ପ୍ରିମିୟମ ଏବଂ ୱିଙ୍କ ମ୍ୟୁଜିକ ଆପର ଅନଲିମିଟେଡ ମାଗଣା ହେଲୋଟ୍ୟୁନ୍ସ, FASTagରେ ୧୫୦ ଟଙ୍କାର କେସବ୍ୟାକ ମଧ୍ୟ ଦିଆଯାଇଥିଲା।

ଜିଓର ୫୯୮ ଟଙ୍କାର ପ୍ଲାନ:

କମ୍ପାନୀର ଏହି ପ୍ଲାନରେ ଗ୍ରାହକ ମାନଙ୍କୁ ପ୍ରତ୍ୟେକ ଦିନ ୨ ଜିବି ଦିଆଯାଇଥାଏ। ଅର୍ଥାତ ଗ୍ରାହକ ମାନଙ୍କୁ ୫୬ ଦିନର ବୈଧତା ମଧ୍ୟରେ ମୋଟ ୧୧୨ ଜିବି ମିଳିଥାଏ। ଏହି ପ୍ଲାନରେ ଗ୍ରାହକ ମାନଙ୍କୁ ମାଗଣା ଅନ-ନେଟ କଲିଙ୍ଗ ଏବଂ ଅଫ-ନେଟ କଲିଙ୍ଗ ପାଇଁ ୨,୦୦୦ ମିନିଟ ମିଳିଥାଏ।

ଏଥିସହିତ ଏହି ପ୍ଲାନରେ ଗ୍ରାହକ ମାନଙ୍କୁ ପ୍ରତ୍ୟେକ ଦିନ ୧୦୦ ଗୋଟି ଏସଏମଏସ ଏବଂ ଜିଓ ଆପର ମାଗଣା ସଦସ୍ୟତା(ସବସ୍କ୍ରିପସନ) ମଧ୍ୟ ଦିଆଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଥିରେ ଗ୍ରାହକମାନଙ୍କୁ Disney+Hotstar VIPର ବାର୍ଷିକ ସଦସ୍ୟତା(ଏନୁଆଲ ସବସ୍କ୍ରିପସନ) ମଧ୍ୟ ମିଳିଥାଏ।

Leave a Reply

Your email address will not be published. Required fields are marked *