କୃଷି ସହ ଜଡିତ ବିଲ ପାରିତ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ, କୃଷକ ମାନଙ୍କୁ ଭ୍ରମିତ କରିବାରେ ଲାଗିପଡିଛନ୍ତି ଅନେକ ଲୋକ

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କୃଷି ସଂସ୍କାର ଦ୍ୱାରା କୃଷକମାନଙ୍କୁ ନିଜର ଉତ୍ପାଦ ବଞ୍ଚାଇବା ପାଇଁ ନୂତନ ଅବସର ମିଳିବ, ଯାହାଦ୍ୱାରା ତାଙ୍କର ଲାଭ ବଢ଼ିବ। ଏହାଦ୍ବାରା ଆମ କୃଷି କ୍ଷେତ୍ରକୁ ଆଧୁନିକ ଟେକ୍ନୋଲୋଜିର ଲାଭ ମିଳିବା ସହିତ ଅନ୍ନଦାତା ସଶକ୍ତ ହେବେ।

Agriculture Ministry to be renamed as Ministry of Agriculture & Farmers' Welfare: PM - The Economic Times

ଲୋକସଭାରେ ଗୁରୁବାର ଦିନକୁ କୃଷି ସଂସ୍କାର ବିଲ ପାରିତ କରି ଦିଆଯାଇଛି। ବିଲ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱିଟରେ ଏହାକୁ କୃଷକମାନଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ କୁହାଯାଉଛି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଲେ, ଲୋକସଭାରେ ଐତିହାସିକ କୃଷି ସଂସ୍କାର ବିଲ ପାରିତ ହେବା ଦେଶର କୃଷକ ଏବଂ କୃଷି କ୍ଷେତ୍ର ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ। ଏହି ବିଲ ପ୍ରକୃତରେ କୃଷକମାନଙ୍କୁ ମଧ୍ୟସ୍ଥି ଏବଂ ସମସ୍ତ ବାଧାବିଘ୍ନରୁ ମୁକ୍ତ କରିବ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଏହି କୃଷି ସଂସ୍କାର ଦ୍ୱାରା କୃଷକମାନଙ୍କୁ ନିଜର ଉତ୍ପାଦ ବଞ୍ଚାଇବା ପାଇଁ ନୂତନ ଅବସର ମିଳିବ, ଯାହାଦ୍ୱାରା ତାଙ୍କର ଲାଭ ବଢ଼ିବ। ଏହାଦ୍ବାରା ଆମ କୃଷି କ୍ଷେତ୍ରକୁ ଆଧୁନିକ ଟେକ୍ନୋଲୋଜିର ଲାଭ ମିଳିବା ସହିତ ଅନ୍ନଦାତା ସଶକ୍ତ ହେବେ।

ଟ୍ୱିଟରେ ପ୍ରଧାନମନ୍ତ୍ରୀ ଲେଖିଲେ ଯେ, କୃଷକ ମାନଙ୍କୁ ଭ୍ରମିତ କରିବାରେ ବହୁତ ଶକ୍ତି ନିୟୋଜିତ ରହିଛନ୍ତି। ମୁଁ ମୋର କୃଷକ ଭାଇ ଏବଂ ଭଉଣୀଙ୍କୁ ଆଶ୍ୱସ୍ତ କରୁଛି ଯେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଏବଂ ସରକାରୀ କ୍ରୟର ବ୍ୟବସ୍ତା ସ୍ତିର ରହିବ। ଏହି ବିଲ ବାସ୍ତବରେ କୃଷକ ମାନଙ୍କୁ ଆହୁରି ଅନେକ ବିକଳ୍ପ ପ୍ରଦାନ କରି ତାଙ୍କୁ ସଶକ୍ତ କରବାକୁ ଯାଉଛି।

ମଧ୍ୟସ୍ଥିଙ୍କ ଠାରୁ କୃଷକଙ୍କର ମୁକ୍ତି:

ବିଲ ପାରିତ ହେବା ପରେ ଅନେକ ମନ୍ତ୍ରୀ ଏବଂ ନେତାଙ୍କର ପ୍ରତିକ୍ରିୟା ଆସିଛି। କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଲୋକସଭା କୃଷକଙ୍କ ହିତରେ ଆଜି ଏକ ଐତିହାସିକ ବିଲ ପାରିତ କରିଛି। କୃଷକ ବର୍ତ୍ତମାନ ନିଜର ଫସଲ ମଣ୍ଡି କିମ୍ବା ମଣ୍ଡି ବାହାରେ ଯେଉଁଠାରେ ମଧ୍ୟ ଭଲ ମୂଲ୍ୟ ମିଳିବ ସେଠାରେ ବିକି ପାରିବେ। କୃଷକ ମଧ୍ୟସ୍ଥିଙ୍କ ଶୋଷଣରୁ ମୁକ୍ତ ହୋଇପାରିବେ। କୃଷକଙ୍କ ହିତର ଏହି ଐତିହାସିକ ଆଇନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଭାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱରେ ଆଜି ସ୍ୱାଧୀନତା ପରେ କୃଷି କ୍ଷେତ୍ରରେ ହୋଇଥିବା ସବୁଠୁ ବଡ଼ ସଂସ୍କାର ମଧ୍ୟରୁ ଗୋଟିଏକୁ ଲୋକସଭାର ମଞ୍ଜୁରୀ ମିଳି ଯାଇଛି। ଭାରତର କୃଷିର ଉଦ୍ୟୋଗ ସହିତ ଉନ୍ନତ ସଂଯୋଗ ନିର୍ମିତ ହେବ, କୃଷି ଉତ୍ପାଦନ ପାଇଁ କୃଷକଙ୍କୁ ସଠିକ ମୂଲ୍ୟ ମିଳିବ ଏବଂ ତାଙ୍କ ଜୀବନ ସମୃଦ୍ଧ ହେବ।

କଣ କହିଲେ ନରେନ୍ଦ୍ର ସିଂହ ତୋମାର:

ବିଲ ବିଷୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ପାଣିପାଗର ବିପଦ ଏବଂ ବଜାରର ଉତ୍ଥାନ ପତନର ସୁରକ୍ଷା କାରଣରୁ ଏହି ଅଧ୍ୟାଦେଶ କୃଷକଙ୍କ ପାଇଁ ନୂତନ ସମ୍ଭାବନା ଏବଂ ନୂତନ ଆଶାର ଦ୍ୱାର ଖୋଲି ଦେଇଛି ଏବଂ କୃଷକଙ୍କ ସମୃଦ୍ଧିର ମାର୍ଗ ପ୍ରଶସ୍ତ କରିଛି। ଗହମର ସର୍ବନିମ୍ନ ସହାୟତା ମୂଲ୍ୟ ୨୦୧୪-୧୫ ବର୍ଷରେ କ୍ୱିଣ୍ଟାଲ ପ୍ରତି ୧୪୦୦ ଟଙ୍କା ତୁଳନାରେ ୨୦୨୦-୨୧ ବର୍ଷରେ ବଢିଯାଇ ୧୯୨୫ ଟଙ୍କା ହୋଇଯାଇଛି, ଯାହା ପାଖାପାଖି ୩୭.୫%କୁ ଦର୍ଶାଉଛି।

ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, PMKian ଯୋଜନାର ଏକ ବର୍ଷ ଭିତରେ ହିଁ ୧୦ କୋଟିରୁ ଅଧିକ କୃଷକ ପରିବାର ଲାଭାନ୍ବିତ ହୋଇଛନ୍ତି। ଏହା ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ, DBT ମାଧ୍ୟମରେ ୯୩,୦୦୦ କୋଟି ଟଙ୍କା କୃଷକଙ୍କର ଖାତାକୁ ହସ୍ତାନ୍ତରିତ କରାଯାଇଛି। ଏହି ପ୍ରକାରରେ ପ୍ରତିକ୍ରିୟା କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ମଧ୍ୟ ଆସିଛି। ସେ କହିଛନ୍ତି ଯେ, ଲୋକସଭା ଦୁଇଟି ବିଲ ପାରିତ କରି ଦେଇଛନ୍ତି। କୃଷି କ୍ଷେତ୍ରରେ ସଂସ୍କାରର ଏହା ଏକ ବଡ଼ ପଦକ୍ଷେପ ଅଟେ। କୃଷକ ବର୍ତ୍ତମାନ ନିଜର ଉତ୍ପାଦ କେଉଁଠାରେ ମଧ୍ୟ ଏବଂ କାହାରିକୁ ମଧ୍ୟ ବିକ୍ରି କରି ପାରିବେ। ଏପିଏମସି ଜାରି ରହିବ ଏବଂ ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ମଧ୍ୟ ଜାରି ରହିବ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିକ୍ରିୟା:

କୃଷି ବିଲ ଉପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଧନ ଏବଂ ସରଳୀକରଣ) ବିଲ, ୨୦୨୦ କୃଷି ଉତ୍ପାଦର କୁଶଳ, ପାରଦର୍ଶୀ ଏବଂ ବାଧାରହିତ ଅନ୍ତ ରାଜ୍ୟ ଏବଂ ରାଜ୍ୟ ଭିତରେ ବ୍ୟାପାର ଏବଂ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ। ଏହାଦ୍ବାରା କୃଷକ ଏବଂ ବ୍ୟାପାରୀଙ୍କୁ ବିକ୍ରି କରିବା ଏବଂ କିଣିବା ପାଇଁ ନିଜ ପସନ୍ଦର ସ୍ଵତନ୍ତ୍ରତା ପ୍ରାପ୍ତ ହେବ। କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଧନ ଏବଂ ସରଳୀକରଣ) ବିଲ, ୨୦୨୦ର ଲୋକସଭାରେ ପାରିତ ହେବା ଏକ ନୂତନ ଯୁଗର ଆରମ୍ଭ ଅଟେ। ଏହି ବିଲ କୃଷକ ଭାଇ ଭଉଣୀ ମାନଙ୍କ ହିତରେ ସଂରକ୍ଷଣ ସୁନିଶ୍ଚିତ କରିବ। ଏହି ଲୋକ କଲ୍ୟାଣକାରୀ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀଙ୍କର ଆଭାର।

Leave a Reply

Your email address will not be published. Required fields are marked *