ସରକାରଙ୍କ ପେନସନ ଯୋଜନାରେ ମିଳିବ ବିଶେଷ ସୁବିଧା, ଘରେ ବସି କରିପାରିବେ ଏହି କାମ।

କେନ୍ଦ୍ର ସରକାର ୨୦୦୪ରେ ନ୍ୟାସନାଲ ପେନସନ ସ୍କିମ (NPS)ର ଆରମ୍ଭ କରିଥିଲେ। ଏହା ଅଧୀନରେ ଏନପିଏସ ଆକାଉଣ୍ଟ ଖୋଲି ଏଥିରେ ପେନସନ ପାଇଁ କଣ୍ଟ୍ରିବ୍ୟୁଟ ଦେବାକୁ ପଡିଥାଏ। ସେହିପରି ସରକାରଙ୍କ ତରଫରୁ ମଧ୍ୟ କଣ୍ଟ୍ରିବ୍ୟୁଟ କରାଯାଇଥାଏ।

ବର୍ତ୍ତମାନ ସରକାର NPS ଖାତା ଧାରକ ମାନଙ୍କ ପାଇଁ ଏକ ନୂତନ ସୁବିଧାର ପ୍ରାରମ୍ଭ କରିଛନ୍ତି। ଏହି ସୁବିଧା ଅଧୀନରେ ଯିଏ ନିଜର ଖାତାରେ ନମିନିକୁ ବଦଳାଇବା ପାଇଁ ଚାହୁଁଛନ୍ତି, ସେ ଏହି କାମ ଅନଲାଇନରେ କରି ପାରିବେ।

କହିବାର ଅର୍ଥ ଏହା ଯେ, ଖାତା ଧାରକଙ୍କୁ ଏଥିପାଇଁ ଫିଜିକାଲ ନମିନେସନ ଫର୍ମ ଜମା କରିବାର ଆବଶ୍ୟକତା ରହିବ ନାହିଁ। ନିକଟରେ ହିଁ ପେନସନ ପାଣ୍ଠି ରେଗୁଲେଟର ଏଫଆରଡିଆଇ(PFRDA) ଏହି ସମ୍ବନ୍ଧରେ ସର୍କୁଲର ଜାରି କରିଛନ୍ତି।

* ଅନଲାଇନ ନମିନେସନରେ ପରିବର୍ତ୍ତନ ପାଇଁ ସର୍ବପ୍ରଥମେ ନିଜର CRA ସିଷ୍ଟମକୁ ଲଗ ଇନକୁ କ୍ରେଡେଂଶିୟଲ ସହିତ ଲଗ ଇନ କରବାକୁ ହେବ। * ଏହାପରେ “ଡେମୋଗ୍ରାଫିକ ଚେଞ୍ଜେଜ” ମେନୁ ଅଧୀନରେ “ଅପଡେଟ ପର୍ସନଲ ଡିଟେଲ୍ସ” ବିକଳ୍ପର ଚୟନ କରିବାକୁ ହେବ।

* ଏହାର ଆଗାମୀ ପଦକ୍ଷେପରେ ନମିନି ଡିଟେଲ Add/update କରିବାର ବିକଳ୍ପର ଚୟନ କରିବାକୁ ହେବ। * ଏହାପରେ NPS ଖାତା ଧାରକଙ୍କୁ ନମିନିର ନାମ, ନମିନିଙ୍କ ସହିତ ସମ୍ପର୍କ ଏବଂ ଅନ୍ୟ ବିବରଣୀ ଦାଖଲ କରିବାକୁ ହେବ।

* ଏହାପରେ ଖାତା ଧାରକଙ୍କୁ ରେଜିଷ୍ଟ୍ରାଡ ମୋବାଇଲ ନମ୍ବରକୁ ୱାନ-ଟାଇମ ପାସୱାର୍ଡ (OTP) ଆସିବ, ଯାହାକୁ ଦାଖଲ କରିବାକୁ ପଡିବ। * ଏହାର ପରବର୍ତ୍ତୀ ସ୍ତରରେ ଖାତା ଧାରକଙ୍କୁ ଇ-ସାଇନ ବିକଳ୍ପର ଚୟନ କରି ପରିବର୍ତ୍ତନକୁ ପ୍ରମାଣିତ କରିବାର ଆବଶ୍ୟକତା ହେବ। * ଏଠାରେ ତାଙ୍କୁ ଆଧାର/ ଭରଚୁଆଲ ଆଇଡି ଫାଇଲ କରିବାକୁ ହେବ ଏବଂ ଆସିଥିବା ଓଟିପି ଉପରେ କ୍ଲିକ କରିବାକୁ ହେବ।

* ଓଟିପିକୁ UIDAI ସହିତ ରାଜିଷ୍ଟ୍ରେଡ ମୋବାଇଲ ନମ୍ବରକୁ ପଠାଇ ଦିଆଯିବ। * ଓଟିପି ତଦାରଖ କରିବାକୁ ହେବ। ଏହାପରେ ନମିନି ଡିଟେଲ NPS ରେକର୍ଡରେ ଅପଡେଟ କରିଦିଆଯିବ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *