ଝିଅ ରାତିରେ ପ୍ରେମିକକୁ ଦେଖା କରିବାକୁ ଯିବାରୁ ବାପା କୁରାଢ଼ୀରେ କାଟି ହତ୍ୟା କଲେ ଝିଅକୁ

ୟୁପିର କାନପୁର ଦେହତ ରେ ଏକ ଜଘନ୍ୟ ମାମଲା ସାମ୍ନାକୁ ଆସିଛି | ଯେଉଁଠି ଝିଅର ବାପା ଝିଅ ଏବଂ ତାର ପ୍ରେମିକକୁ କୁରାଢ଼ିରେ ହାଣି ହତ୍ୟା କରି ଘଟଣାକୁ ଲୁଚେଇବା ପାଇଁ ଚେଷ୍ଟାକରି ସେଠାରୁ ଫେରାର ହୋଇଯାଇଛି | ଏହି ଘଟଣା ପାଇଁ ସେ ଜାଗାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଗଲାଣି | ଏହି ଖବର ପାଇଁ ପୋଲିସ ସହିତ ଜିଲାର ଏଏସପି ଆସି ଜାଗାରେ ପହଂଚି ସବୁ ତଦାରଖ କରିଛନ୍ତି | ଆଘାତ ହୋଇଥିବା ପିଲାକୁ ହସ୍ପିଟାଲ ରେ ଭର୍ତି କରାଗଲା | ଯାହାକି ଝିଅର ସେହି ସମୟରେ ମୃତ୍ୟୁ ହୋଇ ଯାଇଥିଲା |

କୁହାଯାଉଛି କି ଝିଅ ଏବଂ ପୁଅର ଘର ପାଖାପାଖି | ଦୁଇଜଣଙ୍କର ଦେଢ଼ବର୍ଷ ହେବ ପ୍ରେମ ଚାଲିଥିଲା ଆଉ ଦୁଇଜଣ ଗୋଟିଏ ଜାତିର ମଧ୍ୟ | ରାତି ଅଧିକ ଥିବାରୁ ଝିଅ ସୁବିଧା ଦେଖି ତାର ପ୍ରେମିକକୁ ଦେଖାକରିବାକୁ ଚାଲିଯାଇଥିଲା | ଏହି କଥାର ଅଭିଯୋଗ ନେଇ ପୁଅର ବାପା ଝିଅର ଘରକୁ ଆସିଯାଇଥିଲା |

ଏହି କଥା ଶୁଣି ଝିଅର ବାପା ରାଗି ପଞ୍ଚମ ହୋଇ ଦୁଇଜଣକୁ କୁରାଢ଼ିରେ ଆକ୍ରମଣ କରିଦେଲା | ଝିଅ ସେହି ମୁହୁର୍ତରେ ମୃତ୍ୟୁ ହୋଇଯାଇଥିଲା | ଏବଂ ପୁଅ ଅଧିକ ମାତ୍ରାରେ ଆଘାତ ହୋଇ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ଲଢେଇ କରୁଛି |

ପୋଲିସ ହତ୍ୟାକାରୀକୁ ଧରିବାକୁ ଚେଷ୍ଟା ଜାରିରଖିଚି

ଘଟଣା ବିଷୟରେ ପୋଲିସ ଜାଣିପାରି ସେହିକ୍ଷଣି ଏଏସପି ଦୀନେଶ ଚନ୍ଦ୍ର ଅଧିକ ପୋଲିସ ଦଳ ସହିତ ଘଟଣା ସ୍ଥାନରେ ପହଁଚି ମାମଲା ବିଷୟରେ ତଦାରଖ କରିବାରେ ଲାଗିପଡ଼ିଲେ | ଦୀନେଶ ଚନ୍ଦ୍ର, ଏଏସପି କହିଛନ୍ତି ଯେ ଝିଅର ବାପା ନିଜ ଝିଅକୁ ହତ୍ୟା କରିଛନ୍ତି | କାହିଁକିନା ପାଖ ପଡୋଶୀଙ୍କ ପୁଅ ସହିତ ତାଙ୍କ ଝିଅର ପ୍ରେମ ପ୍ରସଙ୍ଗ ଥିଲା | ହତ୍ୟା କରିଥିବା ବାପାକୁ ଏବେ ଖୋଜା ଚାଲିଛି |

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *