ସାମୁଏଲ ହାଓକିପକୁ ଧରିଲା ସିବିଆଇ…ସୁଶାନ୍ତଙ୍କ ଏହି ବନ୍ଧୁ ମଧ୍ୟ ଥିଲେ ଧୋକାବାଜ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ତିନି ମାସରୁ ଅଧିକ ସମୟ ବିତିଗଲାଣି। ଗୋଟିଏ ପରେ ଗୋଟିଏ ସୁଶାନ୍ତ ଏବଂ ତାଙ୍କ ନିକଟବର୍ତ୍ତୀ ଲୋକଙ୍କୁ ନେଇ ଖୁଲାସା ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଯେଉଁ ସାମୁଏଲ ହାଓକିପଙ୍କୁ ସୁଶାନ୍ତଙ୍କ ଶୁଭଚିନ୍ତକ ଏବଂ ବନ୍ଧୁ ବୋଲି କୁହାଯାଉଥିଲା ସେହି ସାମୁଏଲ ବର୍ତ୍ତମାନ ସିବିଆଇ ଯାଞ୍ଚ କବଳରେ ଅଛନ୍ତି। ସୁଶାନ୍ତଙ୍କୁ ବ୍ଲାକମେଲ କରୁଥିଲେ ସାମୁଏଲ ଯାହାର ଚାଟ ବର୍ତ୍ତମାନ ସବିଆଇ ହାତରେ ଲାଗିଛି।

ସାମୁଏଲ ହାଓକିପ ସୁଶାନ୍ତଙ୍କ ଜୀବନରେ ଲିଗାଲ ଆଡ଼ଭାଇଜର ଭାବରେ ଆସିଥିଲେ, ସାମୁଏଲ ଓକିଲ ଥିଲେ ସୁଶାନ୍ତଙ୍କ ସମସ୍ତ ଆଇନଗତ ମାମଲା ସମ୍ଭାଳୁ ଥିଲେ। ସାମୁଏଲ ହାଓକିପଙ୍କୁ ମ୍ୟୁଜିକ ବିଷୟରେ ମଧ୍ୟ ବହୁତ କିଛି ଜଣାଥିଲା, ସୁଶାନ୍ତଙ୍କ ସହିତ ସେ ଗୀତାର, ପିଆନୋ, ଡ୍ରମ୍ପ ବଜାଇବାରେ ସହଯୋଗ କରୁଥିଲେ। ଅଧିକାଂଶ ସମୟରେ ସୁଶାନ୍ତଙ୍କ ସହିତ ଫିଲ୍ମ ସେଟକୁ ମଧ୍ୟ ଯାଉଥିଲେ। ଜଣେ ଭାଇ ଭଳି ସାମୁଏଲଙ୍କ ଉପରେ ଭରସା କରୁଥିଲେ ସୁଶାନ୍ତ।

ସିବିଆଇଙ୍କ ମୁତାବକ, ସୁଶାନ୍ତ ସିଂହ ରଜପୁତଙ୍କୁ ବ୍ଲାକମେଲ କରୁଥିଲେ ସାମୁଏଲ ହାଓକିପ। ସାମୁଏଲ ନିଜ ପାଖରେ ଥିବା ସୁଶାନ୍ତଙ୍କ ଆଇନଗତ ତଥ୍ୟକୁ ନେଇ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ଏସବୁ କିଛି ସେତେବେଳେ ହୋଇଥିଲା ଯେତେବେଳେ ସାମୁଏଲଙ୍କୁ ଚାକିରୀ ଏବଂ ନିଜ ଘରୁ ଧକ୍କା ମାରି ବାହାର କରି ଦେଇଥିଲେ ସୁଶାନ୍ତ। ସିବିଆଇ ପାଖରେ ସୁଶାନ୍ତଙ୍କ ଚାଟ ରହିଛି। ସିବିଆଇ ସୂତ୍ରରୁ ଜଣାପଡିଛି ଯେ, ସାମୁଏଲ ହାଓକିପ ହିଁ ସୁଶାନ୍ତଙ୍କୁ ପାୱାନା ଫାର୍ମ ହାଉସ ଭଡାରେ ଦିଆ କରାଇଥିଲେ।

ମଇ ୨୦୧୮ରେ ସୁଶାନ୍ତ ଯେତେବେଳେ ପାୱାନା ଫାର୍ମ ହାଉସ ଭଡାରେ ନେଇଥିଲେ ଏବଂ କାଗଜରେ ଦସ୍ତଖତ କରିଥିଲେ ସେତେବେଳେ ସାମୁଏଲ କହିଥିଲେ ୨ ବର୍ଷ ପର୍ଯ୍ୟନ୍ତ ଫାର୍ମ ହାଉସର ଭଡା ୨୬ ଲକ୍ଷ ଟଙ୍କା ରହିବ। ସୁଶାନ୍ତ ଏହି ଚୁକ୍ତିକୁ ନେଇ ଖୁସି ଥିଲେ। ତେବେ ପ୍ରଥମ ବର୍ଷ ତ ବିତିଯାଇଥିଲା କିନ୍ତୁ ମଇ ୨୦୧୯ ସାମୁଏଲ ପୁଣିଥରେ ସୁଶାନ୍ତଙ୍କ ଠାରୁ ୨୬ ଲକ୍ଷ ଟଙ୍କା ମାଗିଥିଲେ ଏବଂ କହିଥିଲେ ଯେ ଫାର୍ମର କଣ୍ଟ୍ରାକ୍ଟ ରିନ୍ୟୁଅଲ କରିବାର ଅଛି। ଏହି କଥାରେ ସୁଶାନ୍ତ କହିଥିଲେ ଫାର୍ମ ହାଉସର କଣ୍ଟ୍ରାକ୍ଟ ତ ଦୁଇବର୍ଷ ପାଇଁ ଥିଲା। ସାମୁଏଲ କହିଲେ ନା କେବଳ ବର୍ଷେ ପାଇଁ ୨୬ ଲକ୍ଷ ଟଙ୍କା ଥିଲା। ସେହି ସମୟରେ ସାମୁଏଲଙ୍କୁ ୨୬ ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ସୁଶାନ୍ତଙ୍କୁ ସବୁକିଛି ଜଣାପଡିଯାଇଥିଲା।

କେବଳ ଏତିକି ନୁହେଁ ଏହାପୂର୍ବରୁ ମଧ୍ୟ ସୁଶାନ୍ତଙ୍କୁ ଯେଉଁ ଘର ଭଡା ସାମୁଏଲ କରାଇ ଦେଇଥିଲେ ସେଥିରେ ମଧ୍ୟ ବହୁତ ବଡ଼ ଗଡ଼ବଡ଼ କରିଥିଲେ। ଅନେକ ବ୍ରାଣ୍ଡ ସହିତ ଚୁକ୍ତିରେ ମଧ୍ୟ ସୁଶାନ୍ତଙ୍କ ସହିତ ଧୋକା କରିଥିଲେ ସାମୁଏଲ ହାଓକିପ। ଏହାପରେ ଜୁନ ୨୦୧୯ର ଦିନେ ରାତିରେ ସାମୁଏଲ ଙ୍କୁ ନିଜ ଘରୁ ବାହାର କରି ଦେଇଥିଲେ ସୁଶାନ୍ତ। ସେଦିନ ରାତିରେ ସାମୁଏଲଙ୍କୁ ତାଙ୍କ ଧୋକାର କାରଣ ପଚାରିଥିଲେ ସୁଶାନ୍ତ। ସେ ଏପରି କାହିଁକି କଲେ ବୋଲି ପଚାରିଥିଲେ ସୁଶାନ୍ତ। ଏହି ଅବସରରେ ସାମୁଏଲଙ୍କ ଫୋନ ମଧ୍ୟ ଛଡାଇ ନେଇଥିଲେ ସୁଶାନ୍ତ। ସାମୁଏଲ ହାଓକିପଙ୍କ ଫୋନ ଚେକ କରିବା ପରେ ସୁଶାନ୍ତଙ୍କୁ ସେଥିରୁ ବହୁତ କିଛି ଭୁଲ ଜିନିଷ ଜାଣିବାକୁ ମିଳିଥିଲା। ଏହି କଥାକୁ ନେଇ ରାତିର ୨ଟା ସମୟରେ ସାମୁଏଲଙ୍କୁ ସୁଶାନ୍ତ ସିଂହ ଧକ୍କା ମାରି ନିଜ ଘରୁ ବାହାର କରିଦେଇଥିଲେ।

ସେଦିନ ରାତିରେ ଘରୁ ବାହାରି ଯିବାର କିଛି ଦିନ ପରେ ସୁଶାନ୍ତଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ ସାମୁଏଲ ଏବଂ ସୁଶାନ୍ତଙ୍କ ଠାରୁ ଟଙ୍କା ଦାବି କରୁଥିଲେ। ସୁଶାନ୍ତଙ୍କ କେତେ ପ୍ରକାରର ଫୋଟୋ, ଭିଡିଓ ଏବଂ କାଗଜପତ୍ର ଉନ୍ମୋଚନ କରିଦେବାର ଧମକ ଦେଉଥିଲେ ସାମୁଏଲ। ସାମୁଏଲ ମଧ୍ୟ ରିୟାଙ୍କ ସହିତ ମିଶି ଯାଇଥିଲେ। ସିବିଆଇ ପଚରାଉଚରା ସମୟରେ ଦିପେଶ କହିଥିଲେ ଯେ, ନିଜର ମୃତ୍ୟୁ ପୂର୍ବରୁ ୧୨ ଜୁନ/ ୧୩ ଜୁନକୁ ସୁଶାନ୍ତ ନିଜର ଫାର୍ମ ହାଉସକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ସୁଶାନ୍ତ ଫାର୍ମ ହାଉସର ଚୁକ୍ତିକୁ ଶେଷ କରିବା ପାଇଁ ଦିପେଶଙ୍କୁ କହିଥିଲେ। ସେଠାରେ ଥିବା ଆସବାବପତ୍ର ବିକ୍ରି କରି ଦିଅନ୍ତୁ ଏବଂ ସେଠାରେ ଥିବା ତିନୋଟି ଡଗିଙ୍କୁ ଆଡପସନ ସେଣ୍ଟର ପଠାଇଦିଆଯାଉ। ନିଜର ମୃତ୍ୟୁର କିଛି ସମୟ ପୂର୍ବରୁ ମଧ୍ୟ ସାମୁଏଲଙ୍କୁ ନେଇ ଚିନ୍ତିତ ରହିଥିଲେ ସୁଶାନ୍ତ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *