ଏପରି ଏକ କାଢ଼ା ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରି ଦ୍ବିଗୁଣିତ କରିବ, ମାତ୍ର ଗୋଟିଏଥର ଏହାର ସେବନ କରନ୍ତୁ। ଏହି କାଢ଼ା ସେହି ସମସ୍ତ ରୋଗ କିମ୍ବା ଭାଇରସ ପାଇଁ ଅଟେ ଯାହା ଋତୁ ପରିବର୍ତ୍ତନ ହେବା କାରଣରୁ ହୋଇଥାଏ। ତେବେ କଣ ଆପଣ ଜାଣିଛନ୍ତି କି ଏହି ଭାଇରସ ଦ୍ୱାରା ହେଉଥିବା ରୋଗ କେବଳ ୨୦ ପ୍ରତିଶତ ଔଷଧ ଦ୍ୱାରା ଠିକ କରାଯାଇ ପାରିବ ବା ଯାହାର ୨୦ ପ୍ରତିଶତ ଚିକିତ୍ସା ସମ୍ଭବ ଅଟେ ଏବଂ ୮୦ ପ୍ରତିଶତ ରୋଗ ସହ ଆମ ଶରୀର ଲଢ଼ିଥାଏ। ପ୍ରତ୍ୟେକ ସମୟରେ ଆମ ଶରୀର କୌଣସି ନା କୌଣସି ପ୍ରକାରର ବ୍ୟାକ୍ଟେରିଆ ସହିତ ଲଢ଼ିଥାଏ।
ପ୍ରତ୍ୟେକ ବର୍ଷ କିଛି ନା କିଛି ନୂତନ ଭାଇରସ ଆସିଥାଏ ଯାହାର ଚିକିତ୍ସା ଏତେ ଶୀଘ୍ର ସମ୍ଭବ ହୋଇ ନଥାଏ। ଏହି ଭାଇରସରୁ ସେହି ଲୋକମାନେ ବଞ୍ଚି ରୁହନ୍ତି ଯେଉଁମାନଙ୍କର ଇମ୍ୟୁନି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଏକ କାଢ଼ା ବନାଇବା ଶିଖାଇବି ଯାହା କେବଳ ଆପଣ ୧୦ ମିନିଟ ଭିତରେ ବନାଇ ପାରିବେ। ଏହାକୁ ମାତ୍ର ଥରେ ସେବନ କରିବା ଦ୍ୱାରା ପୂର୍ଣ୍ଣ ଏକ ସପ୍ତାହ ପର୍ଯ୍ୟନ୍ତ ଆପଣଙ୍କ ଶରୀର ଯେକୌଣସି ପ୍ରକାରର ଭାଇରସରୁ ବଞ୍ଚି ରହିବ।
ଏହି କାଢ଼ାକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ପ୍ୟାନ ନେଇଯାଆନ୍ତୁ। ଯଦି ଆପଣ ଜଣେ ବ୍ୟକ୍ତି ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ଏକ ଗ୍ଲାସ ପାଣି , ଦୁଇଜଣ ବ୍ୟକ୍ତିଙ୍କ ପାଇଁ ବନାଉଥିଲେ ଦୁଇଗ୍ଲାସ ପାଣି ଏବଂ ଯଦି ଆପଣ ତିନି ରୁ ଚାରି ଜଣଙ୍କ ପାଇଁ ବନାଉଛନ୍ତି ତେବେ ସେତିକି ମାତ୍ରାରେ ପାଣି ନିଅନ୍ତୁ। ବର୍ତ୍ତମାନ ଏହି ପାଣିରେ ମିଶାଇ ଦିଅନ୍ତୁ ଜୁଆଣି। ଜୁଆଣିର ଛୋଟ ଛୋଟ ମଞ୍ଜିରୁ ହେଉଥିବା ଲାଭ ବିଷୟରେ ବୋଧହୁଏ ଆପଣମାନେ ଜାଣି ନଥିବେ। ଗ୍ୟାସ, କବଜ, ଏସିଡିଟି ବା ପେଟ ସମ୍ବନ୍ଧିତ କୌଣସି ସମସ୍ୟା ପାଇଁ ଗରମ ପାଣି ସହିତ ଜୁଆଣି ଖାଇବାର ପରାମର୍ଶ ଦିଆଯାଇଥାଏ। ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଡେଣ୍ଟ ଋତୁ ପରିବର୍ତ୍ତନ କାରଣରୁ ହେଉଥିବା କାଶ, ଥଣ୍ଡା ଏବଂ କଫରୁ ଆରମ୍ଭ ପ୍ରଦାନ କରିଥାଏ। ଆପଣ ଏହି କାଢ଼ାରେ ଅଧା ଚାମଚ ଜୁଆଣି ମିଶାନ୍ତୁ।
ବର୍ତ୍ତମାନ ଆମେ ବ୍ୟବହାର କରିବା ଗୋଲମରିଚ। ଆୟୁର୍ବେଦରେ ଗୋଲମରିଚର ଅନେକ ଲାଭ ବିଷୟରେ ବର୍ଣ୍ଣିତ ରହିଛି। ଗୋଲମରିଚ ଆମ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ ଏବଂ ଶରୀରକୁ ବାହାରି ସଂକ୍ରମଣରୁ ରକ୍ଷା କରିଥାଏ। ଆପଣ ଗୋଲମରିଚର ଆଠରୁ ଦଶଟି ଦାନା ଏଥିରେ ମିଶାଇ ଦିଅନ୍ତୁ। ଏବେ ଏହି କାଢ଼ାରେ ମିଶାଯିବ ଲବଙ୍ଗ। ଲବଙ୍ଗ ଦେଖିବାକୁ ଛୋଟ ଅଟେ କିନ୍ତୁ ଏହା ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏଥିରୁ ମିଳୁଥିବା ଆଣ୍ଟି ଫଙ୍ଗଲ, ଆଣ୍ଟି ବାୟୋଟିକ , ଆଣ୍ଟି ସେପ୍ଟିକ, ଆଣ୍ଟି ବ୍ୟାକ୍ଟେରିଆ ଉପାଦାନ ସହିତ ବିଭିନ୍ନ ପ୍ରକାରର ମିନେରାଲ ଏଥିରେ ଉପଲବ୍ଧ ହୋଇଥାଏ। ଯାହା ଆମକୁ ଥଣ୍ଡା କାଶ ସହିତ ଆସ୍ଥମା ଏବଂ ଡାଇବେଟିସ ରୋଗ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଆପଣ ଏଥିରେ ୬ ଗୋଟି ଲବଙ୍ଗ ମିଶାନ୍ତୁ।
ଏହି କାଢ଼ାରେ ଆମେ ହଳଦୀର ମଧ୍ୟ ପ୍ରୟୋଗ କରିବା। ଆପଣ ଏଥିରେ ହଳଦୀ ଅଧା ଚାମଚ ମିଶାଇ ଦିଅନ୍ତୁ। ହଳଦୀ ଆମ ଯକୃତକୁ ସଫା କରି ପେଟରୁ ସମସ୍ତ ବିଷାକ୍ତ ପଦାର୍ଥକୁ ବାହାରକୁ କାଢ଼ିଦେଇଥାଏ। ଏହାଦ୍ବାରା ଆମର ଯକୃତ ସୁସ୍ଥ ରହିଥାଏ, ପେଟ ସଫା ହୋଇଥାଏ ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଥିସହିତ ଆମେ କିଛି ତୁଳସୀ ପତ୍ର ମଧ୍ୟ ମିଶାଇ ଦେବା। ତୁଳସୀ ଆମ ପାଇଁ ଏକ ବରଦାନ ଅଟେ।
ଏହା ପ୍ରାୟ ସମସ୍ତଙ୍କ ଘରୁ ସହଜରେ ମିଳିଯାଇଥାଏ। ତୁଳସୀ ପତ୍ର ଶରୀରର ଅନେକ ପ୍ରକାରର ବ୍ୟାକ୍ଟେରିଆ ବୃଦ୍ଧି ହେବାକୁ ଦେଇ ନଥାଏ। କୌଣସି ପ୍ରକାରର ସଂକ୍ରମଣରେ ତୁଳସୀ ପତ୍ର ବହୁତ ଲାଭଦାୟକ ଅଟେ। କଫ, ଥଣ୍ଡା , କାଶ ପାଇଁ ଏହା ବହୁତ ଲାଭଦାୟୀ ପ୍ରମାଣିତ ହୋଇଥାଏ। ପେଟରେ କଷ୍ଟ ଏବଂ ପେଟ ସଫା ହେବା ପାଇଁ ମଧ୍ୟ ତୁଳସୀ ପତ୍ର ବହୁତ କାମ ଦେଇଥାଏ। ଆପଣ ଏଥିରେ ୪ରୁ ୫ଟି ତୁଳସୀ ପତ୍ର ଭଲ ଭାବରେ ଧୋଇକରି ନେଇ ଯାଆନ୍ତୁ।
ବର୍ତ୍ତମାନ ଆପଣ ଏଥିରେ ଅଳ୍ପ ଅଦା ମିଶାଇ ଦିଅନ୍ତୁ। ତେବେ ଅଦା ମିଶାଇବା ପୂର୍ବରୁ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏସମସ୍ତ ଜଣେ ମଣିଷ ଅନୁପାତରେ ମିଶା ଯାଉଛି। ଆପଣ ଯେତେ ଅଧିକ ଲୋକଙ୍କ ପାଇଁ ପ୍ରସ୍ତୁତ କରିବେ ଏସବୁର ପରିମାଣ ସେତେ ଅଧିକ ବଢ଼ାଇ ଦେବେ। ଏବେ ଏହି ମିଶ୍ରଣକୁ ଧୀମା ଆଞ୍ଚରେ ଫୁଟାଇ ଦିଅନ୍ତୁ। ଆପଣ ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହି କାଢ଼ାର ମାତ୍ରା ଅଧା ହୋଇ ନଯାଉଛି। ଏହି କାଢ଼ା ଫୁଟି ଫୁଟି ଅଧା ହୋଇଯିବା ପରେ ଏହାକୁ ଛାଣି ନିଅନ୍ତୁ। ଏହା ହାଲକା ଥଣ୍ଡା ହେବା ପରେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯିବ। ଏହି କାଢ଼ା ଆମ ଶରୀରରେ ଔଷଧ ରୂପରେ କାମ କରିବ। ଏହା ଇମ୍ୟୁନିଟି ସିଷ୍ଟମକୁ ଶକ୍ତିଶାଳୀ କରିଥାଏ, ବାହାର ସଂକ୍ରମଣର ପ୍ରଭାବ ମଧ୍ୟ କମ ହୋଇଯାଇଥାଏ।
ଆପଣଙ୍କୁ ଏହାର ସେବନ ଚା ପରି ହାଲକା ଉଷୁମ ଥିବା ବେଳେ ପିଇବାକୁ ପଡିବ। ତେବେ କୌଣସି ଛୋଟ ପିଲାଙ୍କୁ ଦେବା ସମୟରେ ଆପଣ ଏଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ। ଯେମିତି ପିଇବା ସମୟରେ ଅଳ୍ପ ମିଠା ହୋଇ ସୁସ୍ୱାଦୁ ଲାଗିବ। ୧୨ ବର୍ଷରୁ ଅଧିକ ବଡ଼ ପିଲାଙ୍କୁ ଏହାର ଅଧା ଗ୍ଲାସ ମାତ୍ରାରେ ପିଇବାକୁ ଦିଅନ୍ତୁ। ସପ୍ତାହରେ କେବଳ ଦୁଇଥର ଏହାର ସେବନ କରିବା ଦ୍ୱାରା ଶରୀର ସଂକ୍ରମଣ ସହିତ ଲଢ଼ିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାକୁ ଲାଗିଥାଏ। ବାହାର ଭାଇରସ ଠାରୁ ଆପଣ ନିଜର ଶରୀରକୁ ରକ୍ଷା କରି ରଖି ପାରିବେ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ