୧୮ରୁ ଆରମ୍ଭ ହେବ Filpkartର ବିଗ ସେଭିଙ୍ଗ ଡେଜ ସେଲ, ମାତ୍ର ଏକ ଟଙ୍କାରେ ପ୍ରି-ବୁକ କରି ପାରିବେ ଉପକରଣ

Filpkart ବିଗ ସେଭିଙ୍ଗ ଡେଜ ସେଲର ପ୍ରାରମ୍ଭ ୧୮ ସେପ୍ଟେମ୍ବରରୁ ହେବ ଏବଂ ଏହି ସେଲ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ଇ-କମର୍ସ ପ୍ଲାଟଫର୍ମ ଦ୍ୱାରା ଅନେକ ଇଲେକ୍ଟ୍ରୋନିକ ଆଇଟମ୍ସ ଯେମିତି ମୋବାଇଲ, ଟ୍ୟାବଲେଟ, ଟେଲିଭିଜନ ଏବଂ ଏକ୍ସେସରୀଜ ଉପରେ ରିହାତି ଏବଂ ଆକର୍ଷକ ଅଫର ଦିଆଯିବ। ଏଥିସହିତ Filpkart ଦ୍ୱାରା ଗ୍ରାହକଙ୍କୁ ମାତ୍ର ଏକ ଟଙ୍କାରେ ସେହି ପ୍ରଡକ୍ଟକୁ ପ୍ରି-ବୁକ କରିବାର ଅପ୍ସନ ଦିଆଯାଉଛି, ଯାହାକୁ ସେ କିଣିବାକୁ ଚାହୁଁଛନ୍ତି।

ଏହି ପ୍ରି-ବୁକ ଅଫର ୧୫ ସେପ୍ଟେମ୍ବର ଠାରୁ ଆରମ୍ଭ କରି ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧତା ରହିବ। SBI କାର୍ଡ଼ ବ୍ୟବହାରକାରୀ ମାନେ କାର୍ଡ଼ କିମ୍ବା EMI ଜରିଆରେ ପେମେଣ୍ଟ କରିବା ପାଇଁ ରିହାତି ପ୍ରାପ୍ତ କରିପାରିବେ। Filpkart ବର୍ତ୍ତମାନ ସେହି ପ୍ରଡକ୍ଟର ତାଲିକା ଦେଇ ନାହାନ୍ତି, ଯେଉଁ ବିଗ ସେଭିଙ୍ଗ ଡେଜ ଅବସରରେ ଏହି ସେଲ ଉପଲବ୍ଧ ରହିବ। ତେବେ ପ୍ଲାଟଫର୍ମ ଏହା କହିଛନ୍ତି ଯେ, ମୋବାଇଲ ଫୋନ ଏବଂ ଟାବଲେଟପାଇଁ ଇଚ୍ଛୁକ ଗ୍ରାହକ ନୋ-କଷ୍ଟ EMI ଯୋଜନା, କାର୍ଡଲେସ କ୍ରେଡିଟ ଏବଂ ଏକ୍ସଚେଞ୍ଜ ଅଫରର ଲାଭ ଉଠାଇ ପାରିବେ।

ସେହିପରି, ଟେଲିଭିଜନ ଏବଂ ଅନ୍ୟାନ୍ୟ ଉପକରଣରେ ଇଚ୍ଛୁକ ଗ୍ରାହକମାନେ ନୋ-କଷ୍ଟ EMI ଏବଂ ଏକ୍ସଚେଞ୍ଜ ଅଫର ସହିତ ହିଁ ସମ୍ପୂର୍ଣ୍ଣ ଉପକରଣ ସଂରକ୍ଷଣର ଲାଭ ଉଠାଇ ପାରିବେ। କମ୍ପାନୀର ସୂଚନା ଦେଇଛି ଯେ, ବିଗ ସେଭିଙ୍ଗ ଡେଜ ସେଲ ଅବସରରେ ତିନି କୋଟିରୁ ମଧ୍ୟ ଅଧିକ ଇଲେକ୍ଟ୍ରୋନିକ ଏବଂ ଉପକରଣ ନୋ-କଷ୍ଟ EMI ଏବଂ ଏକ୍ସଚେଞ୍ଜ ଅଫର ଗୁଡିକ ସହିତ ଉପଲବ୍ଧ ହେବ।

ଗ୍ରାହକଙ୍କୁ ସେଲ ସମୟରେ ମାଉସ, କିବୋର୍ଡ଼ସ, ପାୱାର ବକ୍ସ, କେବଲ ଏବଂ ହେଡଫୋନ ଯେମିତି ଉପକରଣ ଉପରେ ଆକର୍ଷକ ରିହାତି ମଧ୍ୟ ମିଳିବ। ଏହାଛଡା SBI କାର୍ଡ଼ ବ୍ୟବହାରକାରୀ SBI କ୍ରେଡିଟ କାର୍ଡ଼ ଏବଂ EMI ଟ୍ରାନଜାକ୍ସନ ଗୁଡିକ ଉପରେ ୧୦ ପ୍ରତିଶତ ତତକ୍ଷଣାତ ରିହାତିର ଲାଭ ମଧ୍ୟ ପାଇପାରିବେ। ଏହି ସେଲର ସବୁଠୁ ବିଶେଷ କଥା ଏହା ହେଉଛି ଯେ, ଗ୍ରାହକ ସେଲରେ ମିଳୁଥିବା କୌଣସି ପ୍ରଡକ୍ଟକୁ ପ୍ରି-ବୁକ କରି ପାରିବେ। ଏହାଦ୍ବାରା ତାଙ୍କୁ ସେଲର ମୂଲ୍ୟରେ ହିଁ ପ୍ରଡକ୍ଟ ନିଶ୍ଚିତ କ୍ଷେତ୍ରରେ କିଣିବା ପାଇଁ ମୌକା ମିଳିବ।

ଏହି ପ୍ରି-ବୁକିଙ୍ଗ ୧୫ ସେପ୍ଟେମ୍ବରରୁ ନେଇ ୧୬ ସେପ୍ଟେମ୍ବର ମଧ୍ୟରେ ଯାଇ ପାରିବେ। ଏଥିପାଇଁ ଗ୍ରାହକ ମାନଙ୍କୁ Filpkart ହୋମପେଜରେ ପ୍ରି-ବୁକ ଷ୍ଟୋର ଯିବାକୁ ପଡ଼ିବ। ଏଠାରୁ ଗ୍ରାହକ ଏକ ଟଙ୍କା ଦେଇ ନିଜର ପସନ୍ଦ ମୁତାବକ ପ୍ରଡକ୍ଟକୁ ବ୍ଲାକ କରି ପାରିବେ। ଏହାପରେ ବଳକା ଆମାଉଣ୍ଟ ୧୮ ସେପ୍ଟେମ୍ବର ଦିନ ୧୧:୫୯ ପର୍ଯ୍ୟନ୍ତ ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *