ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ୩ ନଭେମ୍ବରକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଅଛି। ପ୍ରତ୍ୟେକଥର ପରି ଏଥର ମଧ୍ୟ ମଙ୍ଗଳବାରକୁ ହିଁ ନିର୍ବାଚନ ହେଉଛି। ଆମେରିକାରେ ମଙ୍ଗଳବାରକୁ ନିର୍ବାଚନ ହେବା ପଛରେ ଧାର୍ମିକ ଏବଂ ସାମାଜିକ କାରଣ ଦୁଇଟି ଅଟେ। ବିଶେଷ କଥା ଏହା ଯେ, ଉନବିଂଶ ଶତାବ୍ଦୀରେ ଆମେରିକାରେ ନଭେମ୍ବର ପୂର୍ବରୁ ସୋମବାର ପରେ ଆସୁଥିବା ମଙ୍ଗଳବାରକୁ ନିର୍ବାଚନ ହୋଇଥାଏ।
କାହିଁକି ହୋଇଥାଏ ନଭେମ୍ବରରେ ନିର୍ବାଚନ?
୧୮୪୫ରୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସୋମବାର ପରେ ଆସନ୍ତା ମଙ୍ଗଳବାରକୁ ହୋଇଥାଏ। ୟୁଏସ କଂଗ୍ରସ ଏହାକୁ ନେଇ ଏକ ନିୟମ ବନାଇଥିଲେ। ବାସ୍ତବରେ ନଭେମ୍ବରରେ ଏଥିପାଇଁ ନିର୍ବାଚନ କରାଇବାର ନିଷ୍ପତ୍ତି କରାଯାଇଛି ଯାହାଦ୍ୱାରା କୃଷକଙ୍କର ଚାଷ ପ୍ରଭାବିତ ନ ହୁଅନ୍ତୁ। ଆମେରିକାରେ ନଭେମ୍ବର ପର୍ଯ୍ୟନ୍ତ ଫସଲ ଅମଳର କାର୍ଯ୍ୟ ପୂର୍ଣ୍ଣ ହୋଇଯାଇଥାଏ। ସେହିପରି ଖରା ଦିନର ପ୍ରାରମ୍ଭରେ କିମ୍ବା ବର୍ଷା ଋତୁରେ ନିର୍ବାଚନ ହେବାରୁ କୃଷକ ମାନଙ୍କ ଉପରେ ପ୍ରଭାବ ପଡିପାରେ।
କାହିଁକି ମଙ୍ଗଳବାରଙ୍କୁ ହିଁ କରାଯାଇଥାଏ ନିର୍ବାଚନ:
୧୮୦୦ ଦଶକରେ ଆମେରିକାର ବଡ଼ ଜନସଂଖ୍ୟା କୃଷି ସହିତ ଜଡିତ ଥିଲା। କୃଷକ ମାନେ ସଧାରଣତଃ ସୋମବାରରୁ ଶନିବାର ପର୍ଯ୍ୟନ୍ତ ନିଜର କ୍ଷେତରେ କାମ କରୁଥିଲେ। କୃଷକ ମାନଙ୍କୁ ଦୀର୍ଘ ରାସ୍ତା ଯାତ୍ରା କରି ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାକୁ ପଡିଥାଏ। ଏମିତିରେ ଶନିବାର ଦିନକୁ କାମ କରିବା ପରେ ରବିବାରକୁ ଭୋଟ ଦେବା ପାଇଁ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ନଥିଲା। ଏହାପରେ ବୁଧବାରକୁ ମଣ୍ଡିରେ ଶସ୍ୟ ବିକ୍ରି କରାଯାଇଥାଏ। ଏହାପରେ ତାଙ୍କୁ ଫେରିବାକୁ ପଡିଥାଏ। ସେହିପରି ସପ୍ତାହ ଶେଷରେ ନିର୍ବାଚନ ରଖିବାରୁ ଭାଗିଦାରୀଙ୍କ ଉପରେ ଫରକ ପଡିପାରେ। ଏପରି ସ୍ଥିତିରେ ନିର୍ବାଚନ ପାଇଁ ମଙ୍ଗଳବାର ଦିନ ହିଁ ଏଥିପାଇଁ ଉତ୍ତମ ରହିଥାଏ।
ଏହା ଅଟେ ଧାର୍ମିକ କାରଣ:
ମଙ୍ଗଳବାର ଦିନ ନିର୍ବାଚନ କରାଇବା ପଛରେ ଧାର୍ମିକ କାରଣ ମଧ୍ୟ ମାନ୍ୟତା ରହିଥାଏ। ବାସ୍ତବରେ, ଆମେରିକାରେ ବଡ଼ ସଂଖ୍ୟାରେ ଲୋକ ଇସାଇ ଧର୍ମ ସହ ଜଡିତ ଥିଲେ। ଏଠାରେ ଅଧିକାଂଶ ଲୋକ ରବିବାର ଦିବାକୁ ଚର୍ଚ୍ଚ ଯାଇଥାନ୍ତି। ଏମିତିରେ ସପ୍ତାହ ଶେଷରେ ନିର୍ବାଚନ ରଖିବା ଉପରେ ଭୋଟ ପ୍ରତିଶତ ଉପରେ ମଧ୍ୟ ଫରକ ପଡିପାରେ।