ରିୟାଙ୍କୁ ନେଇ ଜେଲରେ ହଙ୍ଗାମା, କାନ୍ଦିବା ସହିତ ଚିତ୍କାର କରୁଥିଲେ ରିୟା, ପାଗଳଙ୍କ ପରି ହେଲା ବ୍ୟବହାର।

ସୁଶାନ୍ତ ସିଂହ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ବହୁତ କିଛି ଖୁଲାସା ହେବା ସହ ନୂତନ ତଥ୍ୟ ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ ବାଇକୁଲ୍ଲା ଜେଲରୁ ବଡ଼ ଖବର ଆସୁଛି। ସେଠାରେ ରିୟାଙ୍କ ସ୍ଥିତି ବହୁତ ଖରାପ ହୋଇ ଯାଇଛି ଏବଂ ସେ ପାଗଳ ପରି ବ୍ୟବହାର କରୁଛନ୍ତି। ତେବେ ଜେଲରେ ରିୟାଙ୍କ ସେଲ ଆଉଥରେ ବଦଳାଇ ଦିଆଯାଇଛି। ଜେଲ ସୂତ୍ର ମୁତାବକ ବାଇକୁଲ୍ଲା ଜେଲରେ ରିୟାଙ୍କ କୋଠରୀ(ସେଲ) ପୁଣିଥରେ ବଦଳାଇ ଦିଆଯାଇଛି। ବଡ଼ କଥା ହେଉଛି ଏଥର ସୁଶାନ୍ତ ସିଂହ ରାଜପୁତଙ୍କ ପରି ପଙ୍ଖାକୁ ନେଇ ହଙ୍ଗାମା ହୋଇଛି। ଏମିତିକି ରିୟାଙ୍କ ସେଲ ସାମ୍ନାରେ ଚୌକିଦାରୀ କରିବା ପାଇଁ ମଧ୍ୟ ଲୋକଙ୍କୁ ରଖିଦିଆ ଯାଇଛି।

ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ମୁମ୍ବାଇର Byculla ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ରିୟାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦିଆଯାଇଛି। ବର୍ତ୍ତମାନ ୧୪ ଦିନ ପାଇଁ ରିୟାଙ୍କୁ ଜେଲରେ ହିଁ ରହିବାକୁ ପଡିବ। ତେବେ Byculla ଜେଲରେ ପୁଣିଥରେ ରିୟାଙ୍କ ସେଲ ବଦଳାଇ ଦିଆଯାଇଛି। ଜେଲ ସୂତ୍ର ମୁତାବକ, ରିୟାଙ୍କୁ ୧୦/୧୦ ସେଲରେ ହଟାଇ ୮/୮ ସେଲକୁ ସ୍ଥାନାନ୍ତରିତ କରିଦିଆଯାଇଛି। ଏହାର ବଡ଼ କାରଣ ରହିଛି ସୁଶାନ୍ତଙ୍କ ପଙ୍ଖା।

ବାସ୍ତବରେ ଏହା ପୂର୍ବରୁ ଯେଉଁ ସେଲରେ ରିୟାଙ୍କୁ ରଖା ଯାଇଥିଲା ସେଠାରେ ଏକ ସିଲିଂ ପଙ୍ଖା ଲାଗିଯାଇଥିଲା କିନ୍ତୁ ଜେଲ ଭିତରକୁ ଯିବା ମାତ୍ରେ ରିୟାଙ୍କ ସ୍ଥିତି ବିଗିଡିବା ଆରମ୍ଭ ହୋଇଯାଇଥିଲା। ପ୍ରଥମେ ରିୟାଙ୍କ ରକ୍ତଚାପ ନିମ୍ନ ହୋଇଯାଇଥିଲା ପରେ ରିୟା ପାଗଳଙ୍କ ପରି ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ଜେଲ ସୂତ୍ର ମୁତାବକ, ଅନୁମାନ ଲଗାଯାଉଥିଲା ସୁଶାନ୍ତଙ୍କ ପରି ରିୟା ମଧ୍ୟ ପଙ୍ଖାରେ ନିଜକୁ ଫାଶି ନାଲଗାଇ ନିଅନ୍ତୁ ଏବଂ ଏହି କାରଣରୁ ମାତ୍ର ଦୁଇଦିନରେ ରିୟା ଚକ୍ରବର୍ତ୍ତୀଙ୍କ ସେଲ ବଦଳାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ରିୟାଙ୍କୁ ପଙ୍ଖା ନଥିବା ସେଲକୁ ସ୍ଥାନାନ୍ତରିତ କରିଦିଆଯାଇଛି। ତେବେ ମୁମ୍ବାଇର ଗରମରେ ରିୟାଙ୍କୁ ଏକ ପଙ୍ଖା ନଥିବା ୮/୮ ସେଲରେ ରଖା ଯାଇଛି।

ରିୟା ଚକ୍ରବର୍ତ୍ତୀଙ୍କୁ ପୁରୁଣା ସେଲରେ ବିଛଣା ମଧ୍ୟ ଦିଆଯାଇଥିଲା ଯେଉଁଥିରେ କମ୍ବଳ, ଚାଦର, ତକିଆ, ଚଟାଇ ସବୁକିଛି ଥିଲା କିନ୍ତୁ ନୂତନ ସେଲରେ ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ବିଛଣା ମଧ୍ୟ ନେଇଯାଇଛନ୍ତି, ବର୍ତ୍ତମାନ ରିୟାଙ୍କୁ କେବଳ ଗୋଟିଏ ଚଟାଇ ଦିଆଯାଇଛି। ସେହି ଚଟାଇକୁ ବିଛାଇ ରିୟାଙ୍କୁ ଶୋଇବାକୁ ପଡିବ ଏବଂ ବସିବାକୁ ମଧ୍ୟ ପଡିବ। ଚଟାଇକୁ ଛାଡିଦେଲେ ପାଣି ପାଇଁ ଏଠାରେ ମଧ୍ୟ ଏକ ମାଠିଆ ରହିଛି ଏବଂ ମଲ୍ଟିୟୁଜ ମଗ ମଧ୍ୟ ଦିଆଯାଇଛି। ଜେଲ ସୂତ୍ରରୁ କହିଛନ୍ତି ଯେ, ରିୟାଙ୍କୁ ସିଲିଂ ପଙ୍ଖା ଥିବା କୋଠରୀରୁ ହଟାଇ ଦିଆଯାଇଛି ଯଦି କୋର୍ଟର ଆଦେଶ ମିଳେ ତେବେ ତାଙ୍କ ନୂତନ ସେଲରେ ଏକ ଟେବଲ ଫ୍ୟାନ ଦେଇ ଦିଆଯିବ।

ଜେଲ ସୂତ୍ର ମୁତାବକ, ରିୟା ଚକ୍ରବର୍ତ୍ତୀ ଜେଲରେ ଲଗାତର ଭାବରେ କାନ୍ଦୁଛନ୍ତି। ସେଲର ଗ୍ରିଲ ପାଖରେ ବସି ରିୟା କାନ୍ଦିବା ସହିତ କିଛି ସମୟରେ ଚିତ୍କାର ମଧ୍ୟ କରିବା ଆରମ୍ଭ କରିଦେଉଛନ୍ତି। କାନ୍ଦୁ କାନ୍ଦୁ କିଛି ସମୟରେ ଚୁପ ହୋଇଯାଇ ଗୀତ ଗୁଣୁ ଗୁଣୁ ହେବାକୁ ଲାଗୁଛନ୍ତି। ରିୟାଙ୍କ ବ୍ୟବହାର ବହୁତ ଅନିଶ୍ଚିତ ହୋଇଯାଇଛି। କୌଣସି ସମୟରେ ରିୟା କିଛି ବି କରିବା ଆରମ୍ଭ କରିଦେଉଛନ୍ତି। ଅଚାନକ ନିଜର ବ୍ୟବହାର ଏବଂ ଆଚରଣରେ ପରିବର୍ତ୍ତନ କରୁଛନ୍ତି।

ଜେଲ ଭିତରେ ରିୟାଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ରିୟାଙ୍କ ସ୍ଥିତି ଦେଖି ଜେଲ ପ୍ରଶାସନ ମଧ୍ୟ ଭୟଭୀତ ହୋଇଯାଇଛନ୍ତି କାରଣ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ସୁଶାନ୍ତଙ୍କ କେସ ଉପରେ ରହିଛି ଏମିତିରେ ଯଦି ରିୟାଙ୍କୁ କିଛି ହୋଇଯାଏ ତେବେ ବହୁତ ବଡ଼ ହଙ୍ଗମା ହୋଇଯିବ। ସେଥିପାଇଁ ଜେଲ କର୍ତ୍ତୃପକ୍ଷ ଏସବୁକୁ ଦୃଷ୍ଟିରେ ରିୟାଙ୍କ ସେଲ ବାହାରେ କିଛି କର୍ମଚାରୀଙ୍କୁ ଚୌକିଦାରୀ କରିବା ପାଇଁ ମୁତୟନ କରିଦେଇଛନ୍ତି। ରିୟାଙ୍କୁ ଏପରି କୌଣସି ଜିନିଷ ଦିଆଯାଉ ନାହିଁ ଯାହାଦ୍ୱାରା ରିୟା ନିଜକୁ କ୍ଷତି ପହଞ୍ଚାଇ ପାରିବେ।

ସୋବିକଙ୍କୁ ଶୁକ୍ରବାର ଦିନ ସକାଳୁ ତାଙ୍କ ନିଜ ଘରୁ NCB ଉଠାଇ ନେଇଥିଲା। ଦିନ ସାରା ପଚରାଉଚରା ପରେ ବିଳମ୍ବିତ ସନ୍ଧ୍ୟାରେ ସୋବିକଙ୍କୁ ଗିରଫ ମଧ୍ୟ କରିନିଆ ଯାଇଥିଲା। ପଚରାଉଚରାରେ ନିଜର ସମସ୍ତ ଅପରାଧ ସ୍ୱୀକାର କରିନେଇଥିଲେ ସୋବିକ। ପ୍ରାରମ୍ଭିକ କ୍ଷେତ୍ରରେ ମନା କରୁଥିବା ବେଳେ ପରେ ରିୟାଙ୍କ ସହିତ ନିଜ ଅପରାଧ ମଧ୍ୟ ସ୍ୱୀକାର କରିଥିଲେ ସୋବିକ।

ସୋବିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କୁ ଶୁକ୍ରବାର ଦିନ ସକାଳୁ ତାଙ୍କ ଘରୁ ଉଠାଇ ନେଇଥିବା ବେଳେ ପ୍ରଥମେ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ଛାଡ଼ି ଦିଆଯିବାର କଥା କୁହାଯାଉଥିଲା କିନ୍ତୁ ପରେ ସେମାନଙ୍କ ଦ୍ବାରା ଏମିତି କିଛି ଖୁଲାସା କରିଥିଲେ ଯେ, ତାଙ୍କୁ ବିଳମ୍ବିତ ସନ୍ଧ୍ୟାରେ ଗିରଫ କରାଯାଇଥିଲା। ସୋବିକଙ୍କୁ ପ୍ରଥମେ ତାଙ୍କ ଘରେ ମଧ୍ୟ ପଚରାଉଚରା କରାଯାଇଥିଲା, କିନ୍ତୁ ସୋବିକ ଡ୍ରଗ୍ସ କିଣିବା କିମ୍ବା ନେବା କଥାକୁ ସମ୍ପୂର୍ଣ୍ଣ ଫାଙ୍କି ଦେଇଥିଲେ।

ଏହାପରେ ସୋବିକଙ୍କୁ ଉଠାଇ ନେଇ ଯାଇଥିଲେ। ଜେଦ ଭିଲାତ୍ରା ଏବଂ ବାସିତଙ୍କ ସାମ୍ନାରେ ସୋବିକକୁ ନେଇ ବସାଇଦେଇଥିଲା NCB। NCB ମୁତାବକ ପ୍ରଥମେ ଜେଦ ଭିଲାତ୍ରା ଏବଂ ବାସିତଙ୍କୁ ପଚରାଗଲା, କଣ ତୁମେ ସୋବିକଙ୍କୁ ଜାଣିଛ? ଏହାର ଉତ୍ତରରେ ସେମାନେ କହିଥିଲେ, ହଁ ଆମେ ୟାଙ୍କୁ ଜାଣିଛୁ, ଏହି ବ୍ୟକ୍ତି ଜଣକ ସୋବିକ ଚକ୍ରବର୍ତ୍ତୀ ଅଟନ୍ତି।

ଏହାପରେ ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ ଜେଦ ଭିଲାତ୍ରା ଏବଂ ବାସିତଙ୍କୁ ଜାଣିଛ? ଏହାର ଉତ୍ତରରେ ସୋବିକ ସିଧା ସଳଖ ଏହି ଦୁଇଜଣଙ୍କୁ ଜାଣି ନାହାନ୍ତି ବୋଲି କହିଦେଇଥିଲେ। ଏହା ଶୁଣିବା ମାତ୍ରେ NCB ସୋବିକ ଏବଂ ଭିଲାତ୍ରା ମଧ୍ୟରେ ହୋଇଥିବା ଚାଟିଙ୍ଗ, ଟଙ୍କା କାରବାର, ଫୋନ କଲ ବିବରଣୀ ସବୁକିଛି ସୋବିକଙ୍କ ସାମ୍ନାରେ ରଖିଥିଲେ। ଏହା ଦେଖିବା ପରେ ସୋବିକଙ୍କର ସତ କହିବା ଛଡ଼ା ଅନ୍ୟ କୌଣସି ରାସ୍ତା ନଥିଲା।

NCB ସୂତ୍ର ମୁତାବକ, ସୋବିକଙ୍କୁ ପଚରାଗଲା କଣ ତୁମେ ଜେଦ ଭିଲାତ୍ରା ଏବଂ ବାସିତଙ୍କ ଠାରୁ ଡ୍ରଗ୍ସ କିଣିଥିଲ? ଏହାର ଉତ୍ତର ଦେବାକୁ ଯାଇ ସୋବିକ କହିଥିଲେ, ହଁ ମୁଁ ଏହି ଲୋକଙ୍କ ଠାରୁ ଡ୍ରଗ୍ସ କିଣିଛି ସେ ବି ଗୋଟିଏ ଥର ନୁହେଁ ଅନେକଥର ସେମାନଙ୍କ ଠାରୁ ଡ୍ରଗ୍ସ କିଣିଛନ୍ତି। ସୋବିକଙ୍କୁ ପୁଣି ପଚରା ଯାଇଥିଲା ତୁମେ ନିଜେ ଡ୍ରଗ୍ସ ଗ୍ରହଣ କରୁଥିଲା ନା ଅନ୍ୟ କାହାରି ପାଇଁ ମଗାଇଥିଲେ? ସୋବିକ ଉତ୍ତରରେ କହିଥିଲେ ସେ ନିଜ ଭଉଣୀ ରିୟା ଚକ୍ରବର୍ତ୍ତୀଙ୍କ କଥାରେ ଏସବୁ କିଣିଥିଲେ।

ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ କେବେ ଡ୍ରଗ୍ସ ଗ୍ରହଣ କରିଛ? ଏହାର ଉତ୍ତର ଦେବାକୁ ଯାଇ ସୋବିକ କହିଥିଲେ, ହଁ ମୁଁ ଡ୍ରଗ୍ସ ସେବନ କରିଛି କିନ୍ତୁ ସବୁବେଳେ ନୁହେଁ କେବଳ କେବେ କେବେ। ରିୟା ଚକ୍ରବର୍ତ୍ତୀ ଏହାକୁ ସବୁବେଳେ ପ୍ରତ୍ୟେକ ଦିନ ଗ୍ରହଣ କରୁଥିଲେ। ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ କେବଳ ଏହାକୁ ରିୟାଙ୍କ ପାଇଁ ଆଣୁଥିଲ ଅଥବା ଅନ୍ୟ କାହା ପାଇଁ ମଧ୍ୟ ଆଣିଛ? ଉତ୍ତରରେ ସେ କହିଥିଲେ, ହଁ ମୁଁ ରିୟାଙ୍କ କଥାରେ ସୁଶାନ୍ତଙ୍କ ପାଇଁ ମଧ୍ୟ ବହୁତ ଥର ଡ୍ରଗ୍ସ କିଣିଛି ଏବଂ ତାଙ୍କ ଘରେ ପର୍ସଲ ପହଞ୍ଚାଇଛି।

ସୋବିକଙ୍କୁ ପଚରା ଯାଇଥିଲା କଣ ସୁଶାନ୍ତଙ୍କୁ ଜବରଦସ୍ତ କରି ରିୟା ଡ୍ରଗ୍ସ ଦେଉଥିଲେ? ସୋବିକ ଏହାର ଉତ୍ତର ଦେଇଥିଲେ ଯେ, ସୁଶାନ୍ତ କେବେ କେବେ ନିଜେ ମଗାଉଥିଲେ କିନ୍ତୁ ରିୟା ଅନେକ ଥର ତାଙ୍କୁ ଜବରଦସ୍ତି କେମିକାଲ ଆଇଟମ ଦେଉଥିଲେ। ଏଥିସହିତ ଯେତେବେଳେ ସୁଶାନ୍ତ ଅଧିକ ଚାପରେ ଆସି ପାଟି କରୁଥିଲେ ରିୟା ତାଙ୍କ ଉପରେ ହାତ ମଧ୍ୟ ଉଠାଉଥିଲେ। ଏବଂ ରିୟା ସବୁକିଛି ପେମେଣ୍ଟ ସୁଶାନ୍ତଙ୍କ ଆକାଉଣ୍ଟରୁ ହିଁ କରୁଥିଲେ। କାରଣ ଏହି ଡ୍ରଗ୍ସ ଗୁଡିକ ଏତେ ଦାମି ହେଉଥିଲା ଯେ ଏଥିପାଇଁ ରିୟାଙ୍କ ପାଖରେ ଏତେ ଟଙ୍କା ନଥିଲା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *