କରୋନା କାରଣରୁ ଦେଶ-ଦୁନିଆରେ ଆତଙ୍କ ଖେଳି ଯାଇଛି। ପ୍ରତିଦିନ ଏହି ଭାଇରସ ଦ୍ୱାରା ହଜାର ହଜାର ଲୋକ ଶିକାର ହେଉଛନ୍ତି। ଭାରତରେ ବର୍ତ୍ତମାନ ସରକାର ସମ୍ପୂର୍ଣ୍ଣ ଭାବରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସାଧାରଣ ଲୋକଙ୍କ ପରି ବଲିଉଡ ସେଲିବ୍ରେଟି ମଧ୍ୟ ନିଜ ନିଜ କାର୍ଯ୍ୟକୁ ଫେରି ଆସିଛନ୍ତି। ଏମିତିରେ ସେଲିବ୍ରେଟି ମାନେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ସେଲିବ୍ରେଟି ପ୍ରତ୍ୟେକ ଦିନ ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ କିଛି ନା କିଛି ସେୟାର କରି ଆସିଛନ୍ତି। ନିକଟରେ ହିଁ ପ୍ରିୟଙ୍କା ଚୋପ୍ରା ନିଜର ଇନଷ୍ଟଗ୍ରାମରେ ସ୍ୱାମୀ ନିକ ଜୋନାସ ଫୋଟୋ ସେୟାର କରିଛନ୍ତି। ଏହି ଫୋଟୋରେ ପ୍ରିୟଙ୍କାଙ୍କ ଲୁକ ସମ୍ପୂର୍ଣ୍ଣ ଭିନ୍ନ ଲାଗୁଥିବା ବେଳେ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ମୁହଁରେ ଦୁଃଖର ଭାବନା ଦେଖିବାକୁ ମିଳୁଛି।
ପ୍ରିୟଙ୍କା ଯେଉଁ ଫୋଟୋ ସେୟାର କରିଛନ୍ତି ସେଥିରେ ସେ ବିନା ମେକଅପରେ ନଜର ଆସୁଛନ୍ତି। କେବଳ ଏତିକି ନୁହେଁ ତାଙ୍କର ହେୟରଷ୍ଟାଇଲ ମଧ୍ୟ ନଜର ଆସୁଛି।
ଫୋଟୋରେ ପ୍ରିୟଙ୍କା ଏବଂ ନିକ ହାଥରେ ହାଥ ରଖିଥିବାର ନଜର ଆସୁଛନ୍ତି। ସେ ଫୋଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, ସବୁବେଳ ପାଇଁ ମୋର। ତୁମ ପାଇଁ ବହୁତ ଆଭାରୀ ଅଟେ। ଫୋଟୋରେ ପ୍ରଶଂସକ ମାନେ ଖୁବ କମେଣ୍ଟ କରୁଛନ୍ତି।
ନିକଟରେ ହିଁ ପ୍ରିୟଙ୍କା ଆଉ ଏକ ଫୋଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କର ନୂତନ ହେୟର ଷ୍ଟାଇଲ ତାଙ୍କ ଉପରେ ବହୁତ ଶୋଭା ପାଉଥିଲା। ଫୋଟୋରେ ସେ କ୍ୟାପ୍ସନ ଲେଖିଥିଲେ, ନ୍ୟୁ ହେୟର, ଡୋଣ୍ଟ କେୟାର।
ଦମ୍ପତି ବର୍ତ୍ତମାନ ସମୟରେ ବୈବାହିକ ଜୀବନ ଉପଭୋଗ କରୁଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଏକ ସାକ୍ଷାତକାରରେ ନିଜର ବୈବାହିକ ଜୀବନ ବିଷୟରେ କହିବାକୁ ଯାଇ ନିଜ ସ୍ୱାମୀ ନିକଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ।
ସାକ୍ଷାତକାରରେ ପ୍ରିୟଙ୍କା କହିଥିଲେ ଯେ, ପ୍ରତ୍ୟେକ ସାଧାରଣ ଦମ୍ପତିଙ୍କ ପରି ତାଙ୍କର ଏବଂ ନିକଙ୍କ ଭିତରେ ଝଗଡା ହୋଇଥାଏ। ଯେତେବେଳେ କୌଣସି କଥାକୁ ନେଇ ସେମାନଙ୍କ ଭିତରେ ଯୁକ୍ତି ହୋଇଥାଏ ଏବଂ ତାଙ୍କୁ ରାଗ ଆସିବାକୁ ଲାଗିଥାଏ ସେତେବେଳେ ନିକ କେବଳ ଗୋଟିଏ ଉପାୟକୁ ଆପଣେଇଥାନ୍ତି।
ସେ କହିଥିଲେ ଯେ, ମୁଁ ଯେତେବେଳେ ଯୁକ୍ତି କରିବା ଆରମ୍ଭ କରିଦେଇଥାଏ, ସେତେବେଳେ ନିକ ମୋତେ ଧରି ମୋ ମୁହଁକୁ କାନ୍ଥ ଆଡକୁ ବୁଲାଇ ଦେଇ କୁହନ୍ତି ଏବେ ଏହା ସହିତ କଥା ହୁଅ। ଯେତେବେଳେ ତୁମକୁ ଲାଗିବ ଯେ ଆମେ ମିଶିକରି କଥା ହୋଇପାରିବା ସେତେବେଳେ ତୁମ ମୁହଁକୁ ମୋ ଆଡ଼କୁ ବୁଲେଇ ଦେବି।
ପ୍ରିୟଙ୍କା ଏବଂ ନିକ ୧ ଏବଂ ୨ ଡିସେମ୍ବରକୁ ଦୁଇଟି ରୀତିନୀତିରେ ଜୋଧପୁରର ଉମ୍ମେଦ ଭବନ ପେଲେସରେ ବିବାହ କରିଥିଲେ। ବିବାହ ପରେ ପ୍ରିୟଙ୍କା-ନିକ ତିନୋଟି ୱେଡିଙ୍ଗ ରିସେପ୍ସନ ଆୟୋଜନ କରିଥିଲେ।
ସୂଚନାଯୋଗ୍ୟ ଯେ, ବିବାହର କିଛି ଦିନ ପରେ ପ୍ରିୟଙ୍କାଙ୍କର ଗର୍ଭବତୀ ହେବାର ଖବର ମଧ୍ୟ ଆସିଥିଲା। ବାସ୍ତବରେ ପ୍ରିୟଙ୍କା ନିଜ ସ୍ୱାମୀଙ୍କ ସହିତ ନ୍ୟୁୟର୍କର ଏକ ଫେସନ ଶୋ’ରେ ଶାମିଲ ହୋଇଥିଲେ। ଇଭେଣ୍ଟର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ଦେଖି କୁହାଯାଉଥିଲା ଯେ ପ୍ରିୟଙ୍କା ଗର୍ଭବତୀ ଅଛନ୍ତି। ଏହି ଫୋଟୋରେ ପିସିଙ୍କ ବେବି ବଂପ ଦେଖାଯାଉଥିଲା। ପୁଣି ମାଆ ମଧୁ ଚୋପ୍ରା ଏହାର ସ୍ପଷ୍ଟୀକରଣ ଦେଇଥିଲେ।
ପ୍ରିୟଙ୍କା ମଧ୍ୟ କହିଥିଲେ ଯେ ସେ ଶୀଘ୍ର ପରିବାର ଯୋଜନା କରିବାକୁ ଚାହୁଁଛନ୍ତି। ତାଙ୍କ ପାଇଁ ପରିବାର ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ସେ ନିଜର ପରିବାରକୁ ଆଗକୁ ବଢ଼ାଇବା ପାଇଁ ଚାହିଁବେ କିନ୍ତୁ ବର୍ତ୍ତମାନ ତାଙ୍କୁ ଏସବୁ ପାଇଁ ସଠିକ ସମୟର ପ୍ରତୀକ୍ଷା ରହିଛି। ଏବର୍ଷ ସେ ବହୁତ ବ୍ୟସ୍ତ ଅଛନ୍ତି। ସେ କହିଥିଲେ ଯେ, ଏହା ଏକ ଏମିତି ଜିନିଷ ଅଟେ ଯାହା ଯେତେବେଳେ ହେବାର ଥିବ ହୋଇଯିବ। ମୁଁ ଏହା କରିବାକୁ ଚାହୁଁଛି ଏବଂ ଯେତେବେଳେ ଭଗବାନଙ୍କ ଆଶୀର୍ବାଦ ହେବ ସେତେବେଳେ ଏହା ହୋଇଯିବ।