ଆଧାର କାର୍ଡ ପ୍ରତ୍ୟେକ ଭାରତୀୟ ନାଗରିକ ପାଇଁ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଅଟେ। ଏହା କେବଳ ଏକ ଦସ୍ତାବିଜ ନୁହେଁ, ବରଂ ପରିଚୟ ପତ୍ର ଅଟେ। କୌଣସି ମଧ୍ୟ ବିତ୍ତୀୟ ଲେଣଦେଣ ଏବଂ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର ବହୁତ ଜରୁରୀ ଅଟେ। ବର୍ତ୍ତମାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଆଧାରକୁ ନେଇ କିଛି ନୂତନ ନିୟମ ବନାଇଛନ୍ତି, ଯାହାକୁ ନେଇ ଏକ ନୋଟିଫିକେଶ ଜାରି କରାଯାଇଛି।
ଏହି ନୋଟିଫିକେଶ ଅନୁସାରେ, ବର୍ତ୍ତମାନ ଆଧାର କାର୍ଡର ବାୟୋମେଟ୍ରିକ ଡାଟାର ବ୍ୟବହାର ନାଗରିକଙ୍କୁ କିଛି ଅନଲାଇନ ସେବା ଦେବା ପାଇଁ କରାଯାଇ ପାରିବ। ଏଥିରେ ଲର୍ଣିଂଗ ଲାଇସେନ୍ସ ବନାଇବା, ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରାଇବା, ଗାଡିର ରେଜିଷ୍ଟ୍ରେସନ କରାଇବା ଏବଂ ଏହି ଦସ୍ତାବିଜ ଗୁଡିକର ଠିକଣା ବଦଳାଇବା ଶାମିଲ ରହିଛି।
ଆପଣଙ୍କୁ କିପରି ହେବ ଲାଭ?
ବାସ୍ତବରେ ସଡ଼କ ଯାତାୟାତ ମନ୍ତ୍ରାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ଆଗ୍ରହ କରିଥିଲା ଯେ, ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡି ରେଜିଷ୍ଟ୍ରେସନ ସହ ଜଡିତ ଅନଲାଇନ ସେବା ଗୁଡିକର ଆଧାରର ପରିସରଭୁକ୍ତ କରାଯାଉ। ଏଥିରେ ନକଲି ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟ ଦସ୍ତାବିଜ ଗୁଡିକର ଧୋକାଦାରୀ ଅଟକାଇବା ପାଇଁ ସାହାଯ୍ୟ ମିଳିବ ଏବଂ ଲୋକଙ୍କୁ ବିନା ଅଫିସ ଯାଇ ସୁବିଧା ଗୁଡିକ ମିଳି ପାରିବ।
ଏହି ସନ୍ଦର୍ଭରେ ଏକ ସୂତ୍ରରେ କୁହାଯାଇଛି ଯେ, ଯଦି କୌଣସି ଅନଲାଇନ ସେବା ନେବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ ଆଧାର ଏଥେଣ୍ଟିକେଶନ ଉତ୍ତମ ରହିବ। ଆଇଟିଆର ଫାଇଲ କରିବା ପାଇଁ ମଧ୍ୟ ଅନଲାଇନ ଯାଞ୍ଚ ପ୍ରକ୍ରିୟା ଆଧାର ଆଇଡିରୁ କରିବା ସବୁଠୁ ଅଧିକ ଲୋକପ୍ରିୟ ରହିଛି।
ସୂଚନାଯୋଗ୍ୟ ଯେ, ୨୦୧୮ ବର୍ଷରେ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଆଧାର କାର୍ଡକୁ ପରିଚୟ ପତ୍ର ପ୍ରମାଣ ଭାବରେ ଅନିର୍ବାର୍ଯ୍ୟ କରିଦେଇଥିଲେ, ଯାହାକୁ ପରେ ଉଚ୍ଚତମ ନ୍ୟାୟାଳୟର ଆଦେଶ ପରେ ଡ୍ରପ କରିଦିଆଯାଇଥିଲା। ସେତେବେଳେ ନ୍ୟାୟାଳୟ କହିଥିଲା ଯେ, ସରକାରୀ ଲାଭକାରୀ ଯୋଜନା ଗୁଡିକ ଅତିରିକ୍ତ ଅନ୍ୟ କୌଣସି ସେବାରେ ଆଧାରକୁ ଜରୁରୀ କରାଯାଇ ପାରିବ ନାହିଁ।