ରିୟାଙ୍କ ପାପ ଲୀଳାର ନୂତନ ଭିଡ଼ିଓ….ଶେଷରେ ଏପରି ହୋଇଗଲା ସୁଶାନ୍ତଙ୍କ ମୃତ୍ୟୁ।

ସୁଶାନ୍ତ ସିଂହ ରଜପୁତଙ୍କ ମାମଲାରେ ଲଗାତର ନୂତନ ଖୁଲାସା ହେବାରେ ଲାଗିଛି ଏବଂ ଏହି ଅବସରରେ ସୁଶାନ୍ତଙ୍କ ସହିତ ରିୟା ଚକ୍ରବର୍ତ୍ତୀଙ୍କର କିଛି ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ହୁଏତ ଏସବୁ ଭିଡିଓକୁ ରିୟା ନିଜ ଫାଇଦା ପାଇଁ ଏବଂ ସୁଶାନ୍ତଙ୍କୁ ବ୍ଲାକମେଲ ପାଇଁ ବନାଇଥିଲେ କିନ୍ତୁ ଏହା ବର୍ତ୍ତମାନ ରିୟାଙ୍କ ବିରୋଧରେ ହିଁ କାମ କରିବ। କାରଣ ବର୍ତ୍ତମାନ ଯେଉଁ ତିନି ମିନିଟର ଭିଡ଼ିଓ ସାମ୍ନାକୁ ଆସିଛି ତାହାକୁ ଦେଖିବା ପରେ ରିୟାଙ୍କ ସମସ୍ତ ମିଛ, ରିୟାଙ୍କ ସମସ୍ତ ଯୋଜନାର ପର୍ଦ୍ଦାଫାସ ହୋଇଯାଇଛି। ଏହି ତିନି ମିନିଟ ଭିଡ଼ିଓରେ ସୁଶାନ୍ତଙ୍କୁ ଦେଖି ଆପଣ କାନ୍ଦି ପକାଇବେ। ତେବେ ଏହି ତିନି ମିନିଟର ଭିଡ଼ିଓଟି ରିୟାଙ୍କ ଫୋନରୁ ମିଳିଛି। ରିୟା ଚକ୍ରବର୍ତ୍ତୀ କହି ଆସୁଥିଲେ ଯେ, ସେ କେବେ ଡ୍ରଗ୍ସ ଗ୍ରହଣ କରି ନଥିଲେ, ସେ ସବୁବେଳେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ।

ଏହି ଭିଡ଼ିଓଟି ସୁଶାନ୍ତ ସିଂହ ରଜପୁତଙ୍କ ଘରେ ହିଁ ଶୁଟ କରାଯାଇଛି, ଯେଉଁଠାରେ ସୁଶାନ୍ତ ସିଂହ, ସିଦ୍ଧାର୍ଥ ପିଠାନୀ, ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କୁ ଗୀତାର ଶିଖାଉଥିବା ସାମୁଏଲ ନଜର ଆସୁଛନ୍ତି। ତେବେ ଏହି ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖା ଯାଉଛି ଯେ ରିୟାଙ୍କ ହାତରେ କଣ ରହିଛି, ଏଥିରେ ରିୟା ସମସ୍ତଙ୍କ ସାମ୍ନାରେ ଡ୍ରଗ୍ସର ସେବନ କରୁଥିଲେ। ଏଥିସହିତ ସୁଶାନ୍ତ ସିଂହ, ସାମୁଏଲ, ପୀଠାଣି ମଧ୍ୟ ଡ୍ରଗ୍ସ ସେବନ କରିଥିବାର ନଜର ଆସିଛନ୍ତି। ଭିଡ଼ିଓ ବନାଉଥିବା ବ୍ୟକ୍ତି ଜଣକ କୌଣସି ଡ୍ରଗ୍ସର ନାମ ନେଇ ପଚାରୁଛନ୍ତି କଣ ତୁମେ ଏହାର ସେବନ କରୁଛ ଯାହାପରେ ସୁଶାନ୍ତ କହୁଛନ୍ତି, ଏହା VFX ଅଟେ , ମୋ ହାତରେ ହର୍ବଲ ଷ୍ଟିକ ଅଛି। ଏହି ଭିଡ଼ିଓ ରିୟା ଚକ୍ରବର୍ତ୍ତୀ ବନାଇଥିଲେ ଏବଂ ଜାଣିଶୁଣି ଡ୍ରଗ୍ସର ନାମ ନେଉଥିଲେ।

ଏହାପରେ ଭିଡ଼ିଓରେ ରିୟା କହୁଛନ୍ତି ଗାଡିକୁ ଆଗକୁ ବଢ଼ାନ୍ତୁ ଆଉ କିଛି ଗୀତ ପରିବେଷଣ କରନ୍ତୁ। ଏହି କଥା ପରେ ଭିଡ଼ିଓରେ ସୁଶାନ୍ତ ଏକ ସୁନ୍ଦର ଗୀତ ମଧ୍ୟ ପରିବେଷଣ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ରିୟା ଦୁଇଟି ଏପରି ବିବାଦୀୟ ଭିଡିଓରେ ନଜର ଆସିଥିଲେ। ଯାହାକୁ ନିଜେ ରିୟା ବନାଇଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ତିନି ମାସ ବିତି ଯାଇଛି। ହେଲେ ପ୍ରତ୍ୟେକ ଦିନ କିଛି ନୂଆ କଥା, କିଛି ନୁଆଁ ଖୁଲାସା ଆସୁଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାରେ ଜେଲକୁ ମଧ୍ୟ ଯାଇ ସାରିଲେଣି।

କିନ୍ତୁ ରିୟା ବାରମ୍ବାର ଏହା କହି ଆସୁଥିଲେ ସେ ନିଜ ପାଇଁ ନୁହେଁ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ ଏବଂ ସୁଶାନ୍ତ ହିଁ ଡ୍ରଗ୍ସ ନେଉଥିଲେ। କିନ୍ତୁ ଏବେ ଯେଉଁ ଦୁଇଟି ଚଞ୍ଚଲ୍ୟକାରୀ ଭିଡ଼ିଓ ସାମ୍ନାକୁ ଆସିଛି ତାହା ରିୟାଙ୍କ ସମ୍ପୂର୍ଣ୍ଣ ସତ କହିବାକୁ ପର୍ଯ୍ୟାପ୍ତ ଅଟେ। ଏହି ଭିଡ଼ିଓରେ ସୁଶାନ୍ତଙ୍କ ସ୍ଥିତି ବହୁତ ଖରାପ ଥିବା ପରି ଲାଗୁଛି। ସୁଶାନ୍ତ ଏଥିରେ ଯାହା କହୁଛନ୍ତି ଏବଂ କରୁଛନ୍ତି ତାହା ଜଣେ ସାଧାରଣ ମଣିଷର କାର୍ଯ୍ୟ ନୁହେଁ।

ଏହି ଦୁଇଟି ଭିଡ଼ିଓ ସୁଶାନ୍ତଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ ଫେବୃଆରୀ ୨୦୨୦ର ଅଟେ। ପ୍ରଥମ ଭିଡ଼ିଓରେ କେବଳ ସୁଶାନ୍ତ ସିଂହ ରାଜପୁତ ନଜର ଆସୁଛନ୍ତି ଯାହାକୁ ରିୟା ଶୁଟ କରୁଛନ୍ତି। ରିୟା ଏଥିରେ ସୁଶାନ୍ତଙ୍କୁ କହୁଛନ୍ତି “ଏଠାକୁ ଦେଖ” ଏବଂ ସୁଶାନ୍ତଙ୍କୁ ତାଙ୍କର ଡାହାଣ କାନ ଦେଖାଇବାକୁ କହୁଛନ୍ତି। ରିୟା ସୁଶାନ୍ତଙ୍କୁ ପଚାରୁଛନ୍ତି ଯେ, “ତୁମର କାନ କେଉଁ ରଙ୍ଗର ଅଟେ?” ଏଥିରେ ସୁଶାନ୍ତ ଉତ୍ତରରେ କହୁଛନ୍ତି,”ପିଙ୍କ”।

ଏହାପରେ ରିୟା ପଚାରୁଛନ୍ତି ତୁମେ କେଉଁ ରଙ୍ଗର ଅଟ, ଏହାର ଉତ୍ତରରେ ମଧ୍ୟ ସୁଶାନ୍ତ କହିଛନ୍ତି, “ପିଙ୍କ”। କିନ୍ତୁ ଏହି ଅବସରରେ ସୁଶାନ୍ତଙ୍କ ଉତ୍ତର ଦେବାର ଢଙ୍ଗ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସୁଶାନ୍ତଙ୍କୁ ଏହାପରେ ରିୟା କହୁଛନ୍ତି, “very handsome” ଏବଂ ପଚାରୁଛନ୍ତି “ତୁମେ କଣ କରୁଛ”। ସୁଶାନ୍ତ ଉତ୍ତରରେ ଏକ ପୁସ୍ତକ ଦେଖାଇ କହିଛନ୍ତି, “loaded”। ପୁସ୍ତକ ଉପରେ loaded ଲେଖା ଯାଇଥିଲା କିନ୍ତୁ ସୁଶାନ୍ତ ସେଠାରେ ଏହି ପୁସ୍ତକ ପଢୁ ନଥିଲେ ବରଂ ସୁଶାନ୍ତଙ୍କୁ ଡ୍ରଗ୍ସରେ loaded କରାଯାଇଥିଲା ସେଥିପାଇଁ ସୁଶାନ୍ତ ନିଜକୁ ଏଥିରେ loaded କହୁଛନ୍ତି।

ଆଉକିଛି ସମୟ କଥା ହେବା ପରେ ସୁଶାନ୍ତଙ୍କୁ ରିୟା ପଚାରୁଛନ୍ତି “କଣ ବାପାଙ୍କୁ ପଠାଇଦେବି ଏହି ଭିଡ଼ିଓ?” ଏହାର ଉତ୍ତରରେ ରିୟାଙ୍କୁ ସୁଶାନ୍ତ ପୁସ୍ତକରେ ମାରିଥିଲେ। ଏହିସମୟରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଥିଲା କିନ୍ତୁ ରିୟା ତାଙ୍କର ଭିଡ଼ିଓ ବନାଇ ରଖୁଥିଲେ ଆଗକୁ ପ୍ରମାଣ ପାଇଁ। କିପରି ଆଗକୁ ତାଙ୍କୁ ବ୍ଲାକମେଲ କରାଯାଇ ପାରିବ। ସୁଶାନ୍ତଙ୍କୁ ରିୟା ପାଗଳ ବୋଲି ପ୍ରମାଣିତ କରିଦେବାକୁ ଚାହୁଁଥିଲେ।ରିୟାଙ୍କୁ ଛାଡିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସୁଶାନ୍ତ ଛାଡିପାରୁ ନଥିଲେ କାରଣ ଏପରି ଅନେକ ଭିଡ଼ିଓ ଏବଂ କାଗଜପତ୍ର ନେଇ ରିୟା ତାଙ୍କୁ ବ୍ଲାକମେଲ କରୁଥିଲେ ଯେ, ସେ ସୁଶାନ୍ତଙ୍କୁ ପାଗଳ ଘୋଷିତ କରିଦେବେ ଏବଂ ସେ କିଛି କରି ପାରିବେ ନାହିଁ।

ଫେବ୍ରୁଆରୀ ୨୦୨୦ର ଆଉ ଗୋଟିଏ ଭିଡ଼ିଓରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଥିବା ଭଳି ଲାଗୁଛି, ସେ ବହୁତ ଦୁର୍ବଳ ଥିବା ପରି ଲାଗୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଇଛି। ସୁଶାନ୍ତ ବ୍ୟାଞ୍ଚ ଉପରେ ବସି ମୁଣ୍ଡ ଏପଟ ସେପଟ କରୁଥିଲେ ଏବଂ ଜାଣିଶୁଣି ରିୟା ତାଙ୍କର ଭିଡ଼ିଓ ରେକର୍ଡ କରୁଥିଲେ। ଏହାପରେ ସୁଶାନ୍ତଙ୍କୁ ଔଷଧ ବିଷୟରେ ପଚାରାଯାଉଛି ଏବଂ ରିୟା କହୁଛନ୍ତି,”ମଧ୍ୟାହ୍ନ ଭୋଜନ କରିବା ପରେ ମୁଁ ତାଙ୍କୁ ଦ୍ୱିପ୍ରହର ଔଷଧ ଦେବି।”

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *