ରିୟା ଚକ୍ରବର୍ତ୍ତୀ ଯେଉଁ ମାନଙ୍କ ନାମରେ ଖୁଲାସା କରିଛନ୍ତି, ସେମାନଙ୍କ ମଧ୍ୟରେ ଦୁଇଜଣ ବଡ଼ ଅଭିନେତ୍ରୀଙ୍କ ସହିତ ଜଣେ ଫେସନ ଡିଜାଇନରଙ୍କ ନାମ ମଧ୍ୟ ଶାମିଲ ରହିଛି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ନାମିଦାମୀ ଅଭିନେତାଙ୍କ ବନ୍ଧୁ ବୋଲି କୁହାଯାଉଛି।
ବଲିଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗରୁ ଯାଞ୍ଚ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିନେଇଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ୍ ଆଣ୍ଡ ସାଇକୋଟ୍ରୋପିକ ସବ୍ସଟେନ୍ସ ଆକ୍ଟ(NDPS Act) ଅଧୀନରେ ଗିରଫ କରିଛି। ମିଡିଆ ରିପୋର୍ଟ ମୁତାବକ, ରିୟା ଚକ୍ରବର୍ତ୍ତୀ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପଚରାଉଚରା କରାଯିବା ସମୟରେ ବଲିଉଡର ଅନେକ ଅଭିନେତ୍ରୀଙ୍କୁ ବେନକାବ କରିଛନ୍ତି।
ରିୟା ଯେଉଁମାନଙ୍କର ନାମ ଖୁଲାସା କରିଛନ୍ତି, ସେମାନଙ୍କ ମଧ୍ୟରେ ଦୁଇଜଣ ବଡ଼ ଅଭିନେତ୍ରୀଙ୍କ ସହିତ ଜଣେ ଫେସନ ଡିଜାଇନରଙ୍କ ନାମ ମଧ୍ୟ ଶାମିଲ ରହିଛି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ନାମିଦାମୀ ଅଭିନେତାଙ୍କ ବନ୍ଧୁ ବୋଲି କୁହାଯାଉଛି। ରିୟା ଯେଉଁ ନାମ ଗୁଡିକର ଖୁଲାସା କରିଛନ୍ତି, ସେମାନଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ ଏବଂ ରକୁଲ ପ୍ରୀତ ସିଂହଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତାବକ, ରିୟା ଏନସିବିର ପଚରାଉଚରାରର ରକୁଲ ପ୍ରୀତ ସିଂହ ଏବଂ ସାରା ଅଲ୍ଲୀ ଖାନଙ୍କ ନାମ ନେଇଛନ୍ତି।
ରିୟା ଚକ୍ରବର୍ତ୍ତୀଙ୍କ ଖୁଲାସା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ତିନିଜଣଙ୍କୁ ତଦାରଖର ପରିସରରେ ରଖିଛନ୍ତି। କୁହାଯାଉଛି ଯେ, ପଚରାଉଚରା ସମୟରେ ରିୟା ସ୍ୱୀକାର କରିଛନ୍ତି ଯେ, ସେ ଏହି ଦୁଇଜଣ ଅଭିନେତ୍ରୀ ଏବଂ ଡିଜାଇନରଙ୍କ ସହିତ ମିଶି ସୁଶାନ୍ତ ସିଂହ ରାଜପୁତଙ୍କ ସହ ଡ୍ରଗ୍ସ ନେଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ସୁଶାନ୍ତଙ୍କ ସହିତ ଥିଲା, ଯେତେବେଳେ ବାକି ଦୁଇଜଣ ରିୟାଙ୍କ ତରଫରୁ ଥିଲେ।
ରିୟା ଏଜେନ୍ସିକୁ କହିଛନ୍ତି ଯେ ବଲିଉଡର ୮୦ ପ୍ରତିଶତ ସେଲିବ୍ରିଟି ଡ୍ରଗ୍ସର ସେବନ କରୁଛନ୍ତି। ଏମିତି ଖବର ମଧ୍ୟ ରହିଛି ଯେ, NCB ଦ୍ୱାରା ଡ୍ରଗ୍ସ ଦିଗରେ ଯାଞ୍ଚ ସମୟରେ ୨୫ ପ୍ରମୁଖ ବଲିଉଡ ନାମିଦାମୀ ଚରିତ୍ରଙ୍କୁ ଡକାଯିବାର ସମ୍ଭାବନା ରହିଛି। NCBକୁ ଦେଇଥିବା ନିଜ ବୟାନରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିବାର ନିଜ ଭୂମିକାକୁ ସ୍ୱୀକାର କରିବା ସହିତ ଟଙ୍କାର କାରବାର ସମ୍ଭାଳୁ ଥିବାର କଥା ମଧ୍ୟ ସ୍ୱୀକାର କରିଥିଲେ ରିୟା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।