ଜଙ୍ଗଲରେ ସାମ୍ମନାକୁ ଆସିଲା ଆଲୋକ ପ୍ରକାଶ କରୁଥିବା ଛତୁ, ରାତିରେ ଚମକିଥାଏ ପାହାଡ଼।

ଆପଣ ଅନେକ ପ୍ରକାରର ଛତୁ ଦେଖିଥିବେ ଏବଂ ଖାଇଥିବେ। କଣ କେବେ ଆଲୋକ ପ୍ରଦାନ କରୁଥିବା ଛତୁ ବିଷୟରେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି? ଏହି କଥା ସମ୍ପୂର୍ଣ୍ଣ ସତ୍ୟ ଅଟେ ଯେ ଆଲୋକ ପ୍ରଦାନ କରୁଥିବା ଛତୁ ମଧ୍ୟ ଅଛି। ଏହାକୁ ବାୟୋ-ଲ୍ୟୁମିନିସେଣ୍ଟ ଛତୁ କୁହାଯାଇଥାଏ। ଗୋଆ ଜଙ୍ଗଲରେ ଏହି ଦୁର୍ଲଭ ଆଲୋକ ପ୍ରଦାନ କରୁଥିବା ଛତୁ ଦେଖିବାକୁ ମିଳୁଛି। ରାତିର ଅନ୍ଧାରରେ ଏହା ହାଲକା ନୀଳ-ସବୁଜ ଏବଂ ବାଇଗଣୀ ରଙ୍ଗରେ ଚମକୁଥିବାର ଦେଖା ଦେଇଛି।

ଆଲୋକ ପ୍ରଦାନ କରୁଥିବା ଏହି ଛତୁ ଗୋଆର ମ୍ହାଡେଇ ୱାଇଲ୍ଡ ଲାଇଫ ଅଭୟାରଣ୍ୟ(Mhadei Wildlife Sanctuary)ରେ ଦେଖା ଦେଉଛି। ଏହି ଅଭୟାରଣ୍ୟକୁ ମୋଲେମ ନ୍ୟାସନାଲ ପାର୍କ କିମ୍ବା ମହାବୀର ୱାଇଲ୍ଡ ଲାଇଫ ଅଭୟାରଣ୍ୟ ମଧ୍ୟ କୁହାଯାଇଥାଏ। ଏହି ଅଭୟାରଣ୍ୟ ଗୋଆର ପଶ୍ଚିମୀ ଘାଟ ରେ ରହିଛି। ଦିନରେ ଏହି ଛତୁ ସାଧାରଣ ଛତୁ ପରି ଦେଖାଯାଇଥାଏ କିନ୍ତୁ ରାତିରେ ଏଥରୁ ଆଲୋକ ବାହାରିଥାଏ।

ବନ୍ୟ ଜୀବ ବିଶେଷଜ୍ଞ କହିଥାନ୍ତି ଯେ, ଛତୁର ଏହି ପ୍ରଜାତିକୁ ମାଇସେନା ଜୀନସ(Mycena Genus) କହିଥାନ୍ତି, ଯାହା ରାତ୍ରିରେ ହାଲକା ଆଲୋକ ପ୍ରଦାନ କରିଥାଏ। ଏହି ଛତୁ ରାତିରେ ଆଲୋକ ଏଥିପାଇଁ ଛାଡ଼ିଥାଏ କାରଣ ଏଥିରେ ଥିବା ବିଜାଣୁ(Spores) ପୋକଙ୍କ ଜରିଆରେ ଜଙ୍ଗଲରେ ଅନ୍ୟ ସ୍ଥାନ ଗୁଡିକରେ ବ୍ୟାପିଯାଇଥାଏ ଏବଂ ଛତୁର ସଂଖ୍ୟା ବଢିଯାଇଥାଏ।

ଆଲୋକ ପ୍ରଦାନ କରୁଥିବା ଛତୁ ନିଜର ସଂଖ୍ୟାକୁ ବଢାଇବା ପାଇଁ ପୋକଙ୍କ ଦ୍ୱାରା ଜଙ୍ଗଲ ଗୁଡିକରେ ବ୍ୟାପିଯାଇଥାଏ। ଏହାଦ୍ବାରା ସେମାନେ ଗଛର ବକ୍କଳ, ଷ୍ଟେମ, ଭୂମିରୁ ଆର୍ଦ୍ରତା ନେଇ ବଢ଼ିଥାନ୍ତି। ଏହା ଏକ ବିଶେଷ ପ୍ରକାରର କବକ(Fungi) ହୋଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଆଲୋକ ପ୍ରଦାନ କରୁଥିବା ଛତୁର ୫୦ ପ୍ରଜାତିର ସନ୍ଧାନ ମିଳିଛି। ଗୋଆରେ ମିଳୁଥିବା ଛତୁ କେବଳ ବର୍ଷା ଋତୁରେ ହିଁ ଦେଖାଦେଇଥାନ୍ତି।

ଏମାନଙ୍କୁ ଜଙ୍ଗଲରେ ବଢିବା ପାଇଁ ପର୍ଯ୍ୟାପ୍ତ ଆର୍ଦ୍ରତାଆବଶ୍ୟକ ହୋଇଥାଏ। ଏଥିସହିତ ତାପମାନ ୨୧ ଡିଗ୍ରୀ ସେଲ୍ସିୟସରୁ ୨୭ ଡିଗ୍ରୀ ସେଲ୍ସିୟସ ହେବା ଉଚିତ। ମହାବୀର ୱାଇଲ୍ଡ ଲାଇଫ ଅଭୟାରଣ୍ୟରେ ଏମାନଙ୍କର ସଂଖ୍ୟା ବର୍ଷା ଋତୁରେ ବାବୁତ ବଢିଯାଇଥାଏ। ଏମାନଙ୍କୁ ଖୋଜିବା ବହୁତ କଷ୍ଟସାଧ୍ୟ ହୋଇନଥାଏ କିନ୍ତୁ ଆପଣଙ୍କୁ ଜଙ୍ଗଲରେ ରାତି ସମୟ ବୁଲିବାକୁ ପଡିଥାଏ।

ଏହି ଛତୁର ସୂଚନା ସେତେବେଳେ ମିଳିଥିଲା ଯେତେବେଳେ ଗୋଆର ବିଚୋଲିମ ତାଲୁକାରେ ମେନକୁରେମ ଅଞ୍ଚଳର ସଂସ୍କୃତି ନାୟକ ଜଙ୍ଗଲରେ ବୁଲିବାକୁ ଯାଇଥିଲେ। ସେ ଜଙ୍ଗଲରେ ଚମକୁଥିବା ଛତୁ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ଏହାପରେ ବୈଜ୍ଞାନିକ ଯାଇ ଏହାର ଫୋଟୋ ଉତ୍ତୋଳନ କରିଥିଲେ ଏବଂ ଗବେଷଣା କରିଥିଲେ।

ସଂସ୍କୃତି କହିଥିଲେ ଯେ, ମୋତେ ଏପରି ଛତୁ ବିଷୟରେ କୌଣସି ସୂଚନା ନଥିଲା। ଯେତେବେଳେ ମୁଁ ପ୍ରଥମଥର ରାତିରେ ଚମକୁଥିବା ଛତୁ ଦେଖିଲି ସେତେବେଳେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଥିଲି। ମୁଁ ଦେଖିଥିଲି ଯେ, ଜଙ୍ଗଲରେ ଗଛର ଗଣ୍ଡି ଉପରେ ଏବଂ ଭୂମିରୁ ବାହାରିଥିବା ମୂଳ ଚମକୁଛି। ସେଥିରୁ ସବୁଜ ରଙ୍ଗର ଆଲୋକ ବାହାରୁଛି ଏହାକୁ ଦେଖିବା ପରେ ସମ୍ଭାଳି ନପାରି ପାଖକୁ ଯାଇଥିଲି। ସେଠାରେ ଏହି ଛତୁ ଥିଲା ସେଥିରୁ ହାଲକା ସବୁଜ ରଙ୍ଗର ଆଲୋକ ବାହାରୁଥିଲା। ଯେତେବେଳେ ଦିନରେ କୌଣସି ଆଲୋକ ଦେଖା ଦେଉ ନଥିଲା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *