ସାପକୁ ଦେଖି ବହୁତ ବଡ଼ ଲୋକଙ୍କର ମଧ୍ୟ ଅବସ୍ଥା ଖରାପ ହୋଇଯାଇଥାଏ। ଭାବନ୍ତୁ ଆପଣ ଶୌଚାଳୟରେ ବସିଛନ୍ତି ଏବଂ ଆପଣଙ୍କ ବ୍ୟକ୍ତିଗତ ଅଙ୍ଗକୁ ସାପ କାମୁଡ଼ି ଦେଲା। ଏମିତି ହିଁ କିଛି ହୋଇଥିଲା ଥାଇଲ୍ୟାଣ୍ଡର ଜଣେ ଯୁବକଙ୍କ ସହିତ। ସେ ଶୌଚାଳୟରେ ବସିବା ମାତ୍ରେ ସେଥିରେ ପୂର୍ବରୁ ରହିଥିବା ୪ ଫୁଟ ଲମ୍ବାର ସାପ ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ କାମୁଡି ପକାଇଥିଲା। ଏହାପରେ ଯୁବକ ଏବଂ ତାଙ୍କ ପରିବାର ଭୟଭୀତ ହୋଇଯାଇଥିଲେ। ଯୁବକଙ୍କୁ ତତ୍କାଳ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଇଥିଲା।
ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକଙ୍ଗରୁ ୨୦ କିଲୋମିଟର ଦୂର ନୋନ୍ଥାବୁରୀ ଅଞ୍ଚଳରେ ସିରାଫୋପ ମାସୁକାରତ ଶୌଚାଳୟରେ ବସି ହିଁ ଥିଲେ ଯେ ସେଠାରେ ପୂର୍ବରୁ ରହିଥିବା ସାପଟି ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ ନିଜର ବିଷାକ୍ତ ଦାନ୍ତରେ ଧରି ନେଇଥିଲା। ସେ ସାପକୁ ଜୋରରେ ଧରି ଫୋପାଡି ଦେଇଥିଲେ ଏବଂ ରକ୍ତ ବାହାରୁଥିବା ବ୍ୟକ୍ତିଗତ ଅଙ୍ଗକୁ ଧରି ଶୌଚାଳୟରୁ ବାହାରକୁ ଦୌଡିଥିଲେ। ୧୮ ବର୍ଷୀୟ ସିରାଫୋପଙ୍କୁ ତୁରନ୍ତ ତାଙ୍କ ମାଆ ସମ୍ଭାଳି ନେଇଥିଲେ।
ଆମ୍ବୁଲାନ୍ସ ଡାକିବା ପରେ ପାରାମେଡିକ୍ସ ପହଞ୍ଚିଥିଲେ। ପାରାମେଡିକ୍ସ ସିରାଫୋପଙ୍କୁ ତୁରନ୍ତ ବାଙ୍ଗ ୟେଇ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତର କୌଣସି ଉପାୟରେ ତାଙ୍କର ରକ୍ତ ବନ୍ଦ କରାଇଥିଲର। ହସ୍ପିଟାଲରେ ଡାକ୍ତର ମାନେ ସିରାଫୋପଙ୍କ ବ୍ୟକ୍ତିଗତ ଅଙ୍ଗରେ ତିନୋଟି ଷ୍ଟିଚ ପକାଇଥିଲେ। ତାଙ୍କୁ ଆଣ୍ଟିବାୟୋଟିକ ଔଷଧ ଦିଆଯାଇଥିଲା ଯାହାଦ୍ୱାରା ସାପର ବିଷ ଦ୍ୱାରା ବିସ୍ତାର ହୋଇଥିବା ବ୍ୟାକ୍ଟେରିଆ ନଷ୍ଟ କରାଯାଇ ପାରିବ।
ସିରାଫୋପ ଏହି ଘଟଣା ଅନେକ ମିଡିଆ ସଂସ୍ଥାକୁ ଦ୍ଵିତୀୟଥର ଅଭିନୟ କରି ଦେଖାଇଥିଲେ। ସେ କହିଥିଲେ ଯେ, ମୁଁ ଶୌଚାଳୟ ଯାଇଥିଲି। ଯେମିତି ସେଠାରେ ବସି ପଡ଼ିଲି ସେମିତି ହିଁ ମୋ ବ୍ୟକ୍ତିଗତ ଅଙ୍ଗରେ ତୀବ୍ର ଯନ୍ତ୍ରଣା ହେଲା। ତଳକୁ ଦେଖିଲି ତ ସାପଟିଏ ଝୁଲୁଥିଲା। ତା’ପରେ ଚାରିଆଡେ ରକ୍ତ ପଡିଥିଲା।
ଅନୁସନ୍ଧାନ କରିବା ସମୟରେ ସାପଟି ଶୌଚାଳୟ ଭିତରେ ରହିଥିବାର ମିଳିଥିଲା। ସାପଟି ପାଖାପାଖି ୪ ଫୁଟ ଲମ୍ବା ଥିଲା। ସାପଟିକୁ ପରେ ଜଙ୍ଗଲରେ ଛାଡି ଦିଆଗଲା। ଏହି ଘଟଣା ଦ୍ୱାରା ଭୟଭୀତ ସିରାଫୋପ କହିଥିଲେ ଯେ, ମୁଁ ଜାଣି ନାହିଁ ସାପ ଘର ଭିତରକୁ ପଶିଆସିଲା। ଏହା ନାଳ ଦେଇ ଶୌଚାଳୟ ଭିତରକୁ ଆସିଥିବ। ମୁଁ ଜାଣିଛି ଯେ, ସାପଟି ମୋ ପୁଅକୁ କ୍ଷତି ପହଞ୍ଚାଇଛି କିନ୍ତୁ ଏହା ବିଷଧର ସାପ ନଥିଲା।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |