ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ମୁଖ୍ୟ ଆରୋପୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଲଗାତର ଦୃଷ୍ଟି ରଖାଯାଇଛି। ତେବେ ବର୍ତ୍ତମାନ NCBର ତଦନ୍ତ ଚାଲିଥିବା ବେଳେ ଆଗକୁ ସିବିଆଇର ବଡ଼ ପଦକ୍ଷେପ ବାକି ରହିଛି। ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ଗିରଫ କରାଯାଇ ମୁମ୍ବାଇର Byculla ଜେଲରେ ରଖାଯାଇଛି। କିନ୍ତୁ ରିୟାଙ୍କୁ ବାହାର ଠାରୁ ଅଧିକ ଭୟ ଜେଲ ଭିତରେ ଲାଗୁଛି। କାରଣ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ ଭିତରେ ହିଁ ଶେଷ କରିଦେବାର ଯୋଜନା ରହିଛି, ତେବେ ଏସବୁ କାହାଣୀ ନିଜେ ରିୟା କହିଛନ୍ତି। ଏହି ଭୟରେ ରିୟା ରାତି ସାରା ଜେଲରେ ଅନିଦ୍ରା ମଧ୍ୟ ରହୁଛନ୍ତି।
ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ ଭିତରେ ଦୁଇ ଦିନରୁ ଅଧିକ ସମୟ ହୋଇଗଲାଣି, ଏପରି ସ୍ଥିତିରେ ବାଇକୁଲ୍ଲା ଜେଲରେ ତାଙ୍କୁ ହତ୍ୟା କରିଦିଆଯିବାର ଭୟରେ ରାତି ରାତି ଅନିଦ୍ରା ରହୁଛନ୍ତି ରିୟା, ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି। ସୁଶାନ୍ତଙ୍କୁ ଯେଉଁ ରିୟା ପାଗଳ ବୋଲି କହୁଥିଲେ ବର୍ତ୍ତମାନ ତାଙ୍କ ନିଜର ଅବସ୍ଥା ପାଗଳ ପରି ହୋଇଯିବା ସହିତ, ସେ ମନଗଢା କାହାଣୀ କହି ନିଜେ ଭୟଭୀତ ହେଉଛନ୍ତି।
ତେବେ ବାଇକୁଲ୍ଲା ଜେଲରେ ଜୁଲାଇ ୨୦୧୯ରେ ଜଣେ କଏଦୀଙ୍କୁ ମଧ୍ୟ ଶେଷ କରିଦିଆ ଯାଇଥିଲା। କାରଣ ସେହି କଏଦୀ ଜଣକ ଜେଲର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତା’ପୂର୍ବରୁ ମଧ୍ୟ ଦୁଇଜଣ କଏଦୀ ବାଇକୁଲ୍ଲା ଜେଲରେ ସନ୍ଦିଗ୍ଧ ଉପାୟରେ ମରିଯାଇଥିଲେ। ତେବେ ଏଥର ରିୟାଙ୍କ ପାଳି ହୋଇପାରେ। କାରଣ ସେ ନିଜେ ଏପରି କହିଛନ୍ତି।
ପ୍ରକୃତରେ ରିୟା ଚକ୍ରବର୍ତ୍ତୀ କୋର୍ଟରେ ନିଜର ଜାମିନ ପାଇଁ ଆବେଦନ କରୁଛନ୍ତି ଏବଂ ସେଥିରେ ସ୍ପଷ୍ଟ ଭାବରେ ଲିଖିତ ରହିଛି ଯେ, ବାଇକୁଲ୍ଲା ଜେଲରେ ତାଙ୍କ ଜୀବନ ପ୍ରତି ବହୁତ ବଡ଼ ବିପଦ ରହିଛି। ସେ ଏହା ମଧ୍ୟ ଲେଖିଛନ୍ତି, ବାଇକୁଲ୍ଲା ଜେଲରେ ପୂର୍ବରୁ ବହୁତ କିଛି ହୋଇସାରିଛି ଏବଂ ବର୍ତ୍ତମାନ ତାଙ୍କୁ ଶେଷ କରିବା ପାଇଁ ହିଁ ଏହି ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ରିୟା କହିଲେ ଯେ, ସେ ଜେଲରେ ରାତି ସାରା ଶୋଇପାରୁ ନାହାନ୍ତି। ସେ ପ୍ରତ୍ୟେକ ମୁହୂର୍ତ୍ତରେ ଭୟଭୀତ ରହୁଛନ୍ତି କେତେବେଳେ ତାଙ୍କ ସହିତ କିଛି ହେଇଯିବାର ସମ୍ଭାବନା ରହିଛି।
ତେବେ ରିୟାଙ୍କ ଭୟର ଦୁଇଟି ଅର୍ଥ ହୋଇପାରିବ, ଗୋଟିଏ ରିୟାଙ୍କୁ ସତରେ ଭୟଭୀତ ଲାଗୁଥିବ ସେ ନିଶ୍ଚିନ୍ତ କିଛି ଜେଲରେ ଅନୁଭବ କରିଛନ୍ତି କିମ୍ବା କିଛି ଦେଖିଛନ୍ତି। ଏହାର ସମ୍ଭାବନା ବହୁତ କମ ରହିଥିଲେ ମଧ୍ୟ ସମ୍ଭାବନା ସମ୍ପୂର୍ଣ୍ଣ ନଥିବ ବୋଲି ମଧ୍ୟ କହି ପାରିବା ନାହିଁ। ଦ୍ଵିତୀୟ କଥା ହେଉଛି, ରିୟା କହୁଥିଲେ ସୁଶାନ୍ତଙ୍କୁ ଅଚାନକ ଭୟ ଲାଗୁଥିଲା। ରିୟାଙ୍କ ମୁତାବକ ସୁଶାନ୍ତ କହୁଥିଲେ ତାଙ୍କୁ କେହି ମାରିବାକୁ ଆସୁଛନ୍ତି। ହୁଏତ ନିଜେ ରିୟାଙ୍କ ସ୍ଥିତି ମଧ୍ୟ ବର୍ତ୍ତମାନ ସମୟରେ ଏପରି ହୋଇଯାଇଛି। ରିୟାଙ୍କୁ ଅଚାନକ ଭୟ ଲାଗିବା ସହିତ ତାଙ୍କୁ କେହି ମାରିଦେବେ ବୋଲି ସେ ନିଜେ କାହାଣୀ ବନାଉଛନ୍ତି। ରିୟାଙ୍କ ମାନସିକ ସ୍ଥିତି ବହୁତ ଖରାପ ହୋଇଯାଇଛି। ତେବେ ଏହି ଦୁଇଟି ଭିତରୁ ଯେଉଁ କଥା ହୋଇଥାଉ ନା କାହିଁକି, କିନ୍ତୁ ରିୟା ବହୁତ ଭୟଙ୍କର ସ୍ଥିତିରେ ଥିବାର ପ୍ରମାଣିତ ହୋଇଯାଇଛି।
ରିୟା ଚକ୍ରବର୍ତ୍ତୀ NCB ସାମ୍ନାରେ ସବୁକିଛି ସ୍ୱୀକାର କରିନେଇଛନ୍ତି। ରିୟା ଚକ୍ରବର୍ତ୍ତୀ ବଲିଉଡର ୧୯ ଜଣ ବଡ଼ ଲୋକଙ୍କ ନାମ ନେଇଛନ୍ତି। ଏହି ୧୯ ଜଣ ଲୋକ ସୁଶାନ୍ତଙ୍କ ଫାର୍ମ ହାଉସକୁ ଆସୁଥିଲେ ଏବଂ ତାଙ୍କୁ ରିୟା ଡକାଉଥିଲେ। ଏସବୁ ଖୁଲାସା ରିୟା NCBର ଦ୍ଵିତୀୟ ପଚରାଉଚରା ସମୟରେ କରିଛନ୍ତି। ତେବେ ଏସବୁ କିଛି ରିୟା ନିଜ ଭାଇ ସୋବିକଙ୍କୁ NCB କବଳରୁ ରକ୍ଷା କରିବା ପାଇଁ କରିଛନ୍ତି।
NCBର ପ୍ରଥମ ଦିନ ପଚରାଉଚରା ସମୟରେ ରିୟା ଅଧିକାଂଶ ପ୍ରଶ୍ନ ଉତ୍ତରରେ ମୁଁ ଜାଣି ନାହିଁ କିମ୍ବା ମୋର ମନେ ନାହିଁ କହି ଦେଇଥିଲେ। ରିୟା ପଚରାଉଚରାରେ ସହଯୋଗ କରି ନଥିଲେ, ଏଥିପାଇଁ ରିୟାଙ୍କ ପ୍ରଥମ ଦିନର ପଚରାଉଚରା ପରେ NCB ତାଙ୍କୁ ଦ୍ଵିତୀୟ ଥର ପାଇଁ ଡାକିଥିଲେ। ଦ୍ଵିତୀୟ ଦିନ ଅର୍ଥାତ ସୋମବାର ଦିନ ରିୟାଙ୍କ ସାମ୍ନାରେ ତାଙ୍କ ଭାଇ ସୋବିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଦିପେଶ ସାୱନ୍ତଙ୍କୁ ମଧ୍ୟ ବସାଇ ଦେଇଥିଲେ।
NCB ସୂତ୍ର ମୁତାବକ ଦ୍ଵିତୀୟ ଦିନ NCB ରିୟାଙ୍କୁ କହିଦେଇଥିଲେ ଯଦି ତୁମେ ଆଜି ମଧ୍ୟ କିଛି ନକହି ନୀରବ ରହିବ ତେବେ ସବୁକିଛି ଦୋଷ ସୋବିକଙ୍କ ମୁଣ୍ଡ ଉପରେ ଆସିଯିବ। ଏହାପରେ ରିୟା କହିପକାଇଥିଲେ ମୁଁ ସବୁକିଛି କହିବି ସମସ୍ତଙ୍କ ମୁହଁରୁ ନକାବ ଖୋଲିଦେବୀ କିନ୍ତୁ ମୋ ଭାଇର ଏଥିରେ କିଛି ସମ୍ପର୍କ ନାହିଁ, ସେ କେବଳ ମୋ କଥାରେ ସବୁକିଛି କରିଥିଲେ।
ରିୟା ଚକ୍ରବର୍ତ୍ତୀଙ୍କୁ ପୁଣିଥରେ NCB ପଚରିଥିଲା, କଣ ତୁମେ ଡ୍ରଗ୍ସ ନେଉଥିଲ? ରିୟା କହିଥିଲେ, ହଁ ମୁଁ ଆଲକୋହଲିକ ଅଟେ ଏବଂ ଡ୍ରଗ୍ସ ମଧ୍ୟ ନିଏ। ଏହାପରେ NCB ପଚାରିଥିଲା, କଣ ତୁମେ ସୋବିକ, ଦିପେଶ ଏବଂ ମିରାଣ୍ଡାଙ୍କ ହାତରେ ନିଜ ପାଇଁ ଡ୍ରଗ୍ସ ମଗାଉଥିଲ? ରିୟା ଏହାର ଉତ୍ତରରେ କହିଥିଲେ, ହଁ ମୁଁ ନିଜ ପାଇଁ ଏବଂ ସୁଶାନ୍ତଙ୍କ ପାଇଁ ଏମାନଙ୍କ ହାତରେ ଡ୍ରଗ୍ସ ମଗାଇଥିଲି। ଆଗକୁ NCB ପଚାରିଲା, କଣ ଆପଣ କେବେ ସୁଶାନ୍ତଙ୍କୁ ଜବରଦସ୍ତି ଡ୍ରଗ୍ସ ଦେଇଥିଲ କି? ରିୟା କହିଥିଲେ ଯେ, ମୁଁ କିଛିଥର ଏପରି କରିଛି, କାରଣ ସୁଶାନ୍ତ କାବୁ ବାହାରକୁ ଚାଲି ଯାଉଥିଲେ, ତାଙ୍କୁ ଶାନ୍ତ କରିବାକୁ ପଡୁଥିଲା ଏଥିପାଇଁ ମୁଁ ସୁଶାନ୍ତଙ୍କୁ କିଛିଥର ଡ୍ରଗ୍ସ ଦେଇଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।