ଜେଲ ଭିତରେ ଗୋଟିଏ ଦିନରେ ଖରାପ ହେଲା ରିୟାଙ୍କ ଅବସ୍ଥା, ହସ୍ପିଟାଲ ନେଇଯିବାକୁ ଜିଦ

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ମୁଖ୍ୟ ଆରୋପୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଲଗାତର ଦୃଷ୍ଟି ରଖାଯାଇଛି। ତେବେ ବର୍ତ୍ତମାନ NCBର ତଦନ୍ତ ଚାଲିଥିବା ବେଳେ ଆଗକୁ ସିବିଆଇର ବଡ଼ ପଦକ୍ଷେପ ବାକି ରହିଛି। ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ଗିରଫ କରାଯାଇ ମୁମ୍ବାଇର Byculla ଜେଲକୁ ସ୍ଥାନତର କରାଯାଇଥିଲା। ତେବେ ମାତ୍ର ଗୋଟିଏ ଦିନରେ ରିୟାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା। ରିୟା ବର୍ତ୍ତମାନ ହସ୍ପିଟାଲ ଯିବାକୁ ଜିଦ କରୁଛନ୍ତି।

ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟାହ୍ନ ପରେ ଜେଲକୁ ପଠାଯାଇଥିଲା। ଜେଲକୁ ଆସିବା ପରେ ପ୍ରଥମେ ତାଙ୍କର ମେଡ଼ିକାଲ ପରୀକ୍ଷଣ କରାଯାଇଥିଲା। ଯେତେବେଳେ ରିୟା ଚକ୍ରବର୍ତ୍ତୀ ମୁମ୍ବାଇର ବାଇକୁଲ୍ଲା ଜେଲକୁ ଆସିଥିଲେ, ତାଙ୍କୁ ସାଧାରଣ ବ୍ୟାରେଜରେ ନୁହେଁ, ଏକ ପୃଥକ କୋଠରୀରେ ସ୍ଥାନ ଦିଆଯାଇଥିଲା। ଯେଉଁଠାରେ ରିୟାଙ୍କ ଛଡ଼ା ଆଉ କେହି ନଥିଲେ। ଏଥିରେ ଏକ ସ୍ୱତନ୍ତ୍ର ଶୌଚାଳୟ ରହିଛି, ନିଜେ ରିୟାଙ୍କୁ ଏହି ଶୌଚାଳୟ ସଫା କରିବାକୁ ପଡିବ।

ସେଲରେ ପିଇବା ପାଣି ପାଇଁ ଏକ ମାଠିଆ ରଖା ଯାଇଛି ଏକ ସିଲିଂ ଫ୍ୟାନ ମଧ୍ୟ ରହିଛି। ଜେଲରେ ରିୟାଙ୍କୁ ଗୋଟିଏ ଚଟାଇ, ଗୋଟିଏ ତକିଆ,ଦୁଇଟି କମ୍ବଳ, ଗୋଟିଏ ଚାଦର ଦିଆଯାଇଛି। ଜେଲ ସୂତ୍ର ଅନୁସାରେ ରିୟାଙ୍କୁ ରାତ୍ରି ଭୋଜନ ଦିଆଯାଇଥିଲା, ଯେଉଁଥିରେ ଦୁଇଟି ରୋଟି, ଚାଉଳ, ମସୁର ଏବଂ ପନିପରିବା ତରକାରୀ ରହିଥିଲା।

ରିୟା ନିଜ ସହିତ ଘରୁ ଗୋଟିଏ ବ୍ୟାଗରେ କିଛି ଜିନିଷ ନେଇକରି ଯାଇଥିଲେ, କିନ୍ତୁ ଜେଲ ପ୍ରଶାସନ ନିୟମ ମୁତାବକ ସେହି ବ୍ୟାଗକୁ ଜବତ କରି ନେଇଥିଲେ ଏବଂ ଗୋଟିଏ ଛୋଟ ପଲିଥିନରେ ରିୟାଙ୍କୁ ତେଲ ଓ ପନିଆ ଧରାଇ ଦେଇଥିଲେ। କିନ୍ତୁ ଯେମିତି ରିୟାଙ୍କୁ ସେହି ସେଲ ପାଖକୁ ନିଆଗଲା ସେ ସେହି ଛୋଟ ସେଲ ଭିତରକୁ ଯିବା ପାଇଁ ମନା କରିଦେଇଥିଲେ। କିନ୍ତୁ ଜେଲର କହିଥିଲେ କେଉଁ କଏଦୀଙ୍କୁ କେଉଁଠାରେ ରଖିବାକୁ ପଡିବ ଏହା ଜେଲର ନିଷ୍ପତ୍ତି ନେବେ କଏଦୀ ନୁହେଁ।

ବାଏକୁଲ୍ଲା ଜେଲ ବ୍ରିଟିଶ ଅମଳର ଏକ ମହିଳା ଜେଲ। ଯେଉଁଠି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ପାର୍କର ମଧ୍ଯ ରହି ସାରିଛନ୍ତି। ଏହାଛଡ଼ା ଜଣେ ନେଭି ଅଫିସରଙ୍କ ହତ୍ୟା କରିବା ମାମଲାରେ ମାରିୟା ସୁସାଇରାଜ, ଡ୍ରଗ୍‌ ସିଣ୍ଡିକେଟ୍ ଚଳାଉଥିବା ବେବି ପାଟାନକର, ଶିନା ବୋରା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ଏହି ଜେଲ ରହିସାରିଛନ୍ତି। ଏହି ଜେଲରେ, ଜେଲରଙ୍କଠାରୁ ଆରମ୍ଭ କରି ଅନ୍ୟ ଜେଲ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳା। କେବଳ ୧୦ ପ୍ରତିଶତ ପୁରୁଷ କର୍ମଚାରୀ ଅଛନ୍ତି।

ତେବେ ସନ୍ଧ୍ୟା ଭୋଜନର କିଛି ସମୟ ପରେ ରିୟାଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିବାରେ ଲାଗିଲା। ପରୀକ୍ଷା କରାଯିବା ପରେ ଜଣାପଡିଲା ଯେ, ରିୟାଙ୍କ ରକ୍ତଚାପ ବହୁତ କମି ଯାଇଥିଲା ଏବଂ ରିୟା ଭୟଭୀତ ହୋଇଯାଇଥିଲେ। ସେ କାନ୍ଦିବାକୁ ଆରମ୍ଭ କରିଦେଇଥିଲେ ଏବଂ ହସ୍ପିଟାଲ ନେଇଯିବାକୁ ଜିଦ ଧରି ବସିଥିଲେ। କିନ୍ତୁ ଜେଲରେ ଥିବା ଡାକ୍ତର ତାଙ୍କର ପରୀକ୍ଷଣ କରାଇଥିଲେ, ତାଙ୍କୁ ହସ୍ପିଟାଲ ପଠାଯାଇ ନଥିଲା, ଜେଲରେ ହିଁ ତାଙ୍କର ଚିକିତ୍ସା କରାଯାଇଥିଲା।

ରିୟା ଚକ୍ରବର୍ତ୍ତୀ ୮ ଜୁନକୁ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ଏବଂ ୯ ଜୁନକୁ ସୁଶାନ୍ତଙ୍କ ନମ୍ବର ବ୍ଲକ କରିଦେଇଥିଲେ ସେହି ରିୟା ୧୨ ଜୁନକୁ ସୁଶାନ୍ତଙ୍କ ଘରକୁ ଯାଉଥିଲେ। ଏହାର ଫୋଟୋ ଚିତ୍ର ମଧ୍ୟ ସାମ୍ନାକୁ ଆସି ଯାଇଛି। ରିୟା ଚକ୍ରବର୍ତ୍ତୀ ନିଜର ଇଣ୍ଟରଭ୍ୟୁ କହିଥିଲେ ଯେ, ୮ଜୁନକୁ ସେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ଏବଂ ୯ ଜୁନକୁ ସୁଶାନ୍ତଙ୍କ ନମ୍ବର ବ୍ଲକ କରିଦେଇଥିଲେ। ସୁଶାନ୍ତଙ୍କ ଘରେ ରହୁଥିବା ଲୋକ ଏବଂ ଚାକର ମଧ୍ୟ ଏହା କହିଥିଲେ ଯେ, ୮ ଜୁନକୁ ରିୟା ନିଜର ସମସ୍ତ ଜିନିଷ ନେଇ ଚାଲିଯାଇଥିଲେ ଆଉ କେବେ ଫେରି ନଥିଲେ।

୧୨ ଜୁନକୁ ସୁଶାନ୍ତଙ୍କ ଭଉଣୀ ମୀତୁ ମଧ୍ୟ ନିଜ ଘରକୁ ଚାଲି ଯାଇଥିଲେ, ଏହାର କାରଣ ମଧ୍ୟ ଖୋଦ ରିୟା ଥିଲେ। ୮ ଜୁନକୁ ରିୟା ସୁଶାନ୍ତଙ୍କୁ ଛାଡି ଯିବାପରେ ଭାବିଥିଲେ ଆଉ ତାଙ୍କ ଜୀବନରେ ସୁଶାନ୍ତଙ୍କର କୌଣସି ଆବଶ୍ୟକତା ନାହିଁ କିନ୍ତୁ ମାତ୍ର ୪ ଦିନ ପରେ ରିୟାଙ୍କୁ ସୁଶାନ୍ତଙ୍କର ଆବଶ୍ୟକତା ପଡିଯାଇଥିଲା, ସେ ପୁଣି ଥରେ ସୁଶାନ୍ତଙ୍କ ପାଖକୁ ଫେରି ଆସିଥିଲେ। ରିୟା ନିଜ କଥାରେ ସୁଶାନ୍ତଙ୍କୁ ଫସାଇ ମୀତୁଙ୍କୁ ଚାଲିଯିବା ପାଇଁ ସୁଶାନ୍ତଙ୍କ ମୁହଁରୁ କୁହାଇଥିଲେ। ଯେଉଁଥିପାଇଁ ମୀତୁଙ୍କୁ ସୁଶାନ୍ତ କହିଥିଲେ ତୁମ ପିଲା ମାନଙ୍କର ପରୀକ୍ଷା ଅଛି ତୁମେ ନିଜ ଘରକୁ ଚାଲିଯାଅ। ଏଥିରେ ମଧ୍ୟ ରିୟାଙ୍କ ନାମ ଉଠାଇ ନଥିଲେ ସୁଶାନ୍ତ।

୧୨ ଜୁନ ଦିନ ସୁଶାନ୍ତଙ୍କ ଘରକୁ କେକ ମଗାଇଥିଲେ ରିୟା ଚକ୍ରବର୍ତ୍ତୀ। ସେହି କେକ କମ୍ପାନୀ ସହିତ ରିୟାଙ୍କର ଡିଲ ହୋଇଥିଲା। ସେହି କେକ କମ୍ପାନୀର ଇନଷ୍ଟାଗ୍ରାମ ଆଇଡିରୁ ଏହି ଫୋଟୋ ମିଳିଛି। ୧୨ ଜୁନର ଏହି ଫୋଟୋ ସୁଶାନ୍ତଙ୍କ ଘରେ ହିଁ ଉଠାଯାଇଥିଲା। ଫୋଟୋର ପଛରେ ଆପଣ ଭଲ ଭାବରେ ସୁଶାନ୍ତଙ୍କ ଲିଭିଙ୍ଗ ରୁମ ଦେଖି ପାରିବେ, ଜଣେ ଏଷ୍ଟ୍ରୋନଟଙ୍କ ଫୋଟୋ ମଧ୍ୟ ନଜରକୁ ଆସୁଛି। ଯଦି ୧୨ ଜୁନ ଦିନ ସୁଶାନ୍ତଙ୍କ ଘରକୁ ରିୟା ଆସିଥିଲେ ତେବେ ସେହି ସମୟରେ ଚାକର ଏବଂ ଅନ୍ୟ ଲୋକମାନେ କେଉଁଠାରେ ଥିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *