କଙ୍ଗନାଙ୍କ ପରେ ଶିବସେନାଙ୍କ ଟାର୍ଗେଟରେ ବର୍ତ୍ତମାନ ଫେସନ ଡିଜାଇନର ମନୀଷ ମଲହୋତ୍ରାଙ୍କ କାର୍ଯ୍ୟାଳୟ, ଧ୍ୱସ୍ତ ହେବାର ସମ୍ଭାବନା

୯ ସେପ୍ଟେମ୍ବର ୨୦୨୦ କଙ୍ଗନା ରାଣାୱତ ମୁମ୍ବାଇ ପହଞ୍ଚିଥିଲେ ଏବଂ ତାଙ୍କ ମୁମ୍ବାଇ ପହଞ୍ଚିବା ପୂର୍ବରୁ ହିଁ ତାଙ୍କ କାର୍ଯ୍ୟାଳୟରେ ବିଏମସି ଜେସିବି ଚଲାଇ ଦେଇଥିଲା। ସୂଚନାଯୋଗ୍ୟ ଯେ, ବିଏମସି ବୁଧବାରକୁ ଅବୈଧ ନିର୍ମାଣର ଦର୍ଶାଇ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗି ଦେଇଥିଲେ। ଏହାପୂର୍ବରୁ ବିଏମସି କଙ୍ଗନାଙ୍କୁ ନୋଟିସ ପଠାଇ କହିଥିଲେ ଯେ, କାର୍ଯ୍ୟାଳୟର ନିର୍ମାଣରେ ପାଖାପାଖି ୮-୧୦ ଉଲ୍ଲଂଘନ କରାଯାଇଛି।

ଏହାପରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କଙ୍ଗନାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ସେହିପରି ବର୍ତ୍ତମାନ ବିଏମସି ପ୍ରତିଷ୍ଠିତ ଫେସନ ଡିଜାଇନର ମନୀଷ ମଲହୋତ୍ରାଙ୍କ କାରଣ ବତାଓ ନୋଟିସ ପଠାଇ ଦିଆଯାଇଛି। ବିଏମସିଙ୍କ ଆରୋପ ରହିଛି ଯେ, ମନୀଷ ନିଜର କାର୍ଯ୍ୟାଳୟରେ ଅନାଧିକୃତ ପରିବର୍ତ୍ତନ କରାଇଛନ୍ତି। ଏଥିପାଇଁ ତାଙ୍କୁ ସାତ ଦିନର ନୋଟିସ ପଠାଇ ଉତ୍ତର ମାଗିଛନ୍ତି।

କଙ୍ଗନାଙ୍କ ପରେ ମନୀଷ ମଲହୋତ୍ରାଙ୍କୁ ମିଳିଲା ନୋଟିସ:

ସୂଚନାଯୋଗ୍ୟ ଯେ, କଙ୍ଗନା ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଗତ କିଛି ସମୟରୁ ମୌଖିକ ଯୁଦ୍ଧ ଚାଲି ଆସୁଛି। ସୁଶାନ୍ତଙ୍କ ମାମଲାରେ କଙ୍ଗନା ମହାରାଷ୍ଟ୍ର ସରକାର ଏବଂ ପୋଲିସ ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିସହିତ ମହାରାଷ୍ଟ୍ରର ତୁଳନା PoK ସହିତ କରିଥିଲେ। ଏହାପରେ ସଞ୍ଜୟ ରାୱତ କଙ୍ଗନାଙ୍କୁ ହରାମଖୋର କହିଦେଇଥିଲେ ଏବଂ କହିଥିଲେ ଯେ ତାଙ୍କୁ ମୁମ୍ବାଇ ଆସିବାର ଆବଶ୍ୟକତା ନାହିଁ। ତେବେ ପରେ ସେ ଏହାର ସ୍ପଷ୍ଟତା ଦେଇ କହିଛନ୍ତି ଯେ, ତାଙ୍କ କହିବାର ଅର୍ଥ ଥିଲା ଯେ କଙ୍ଗନା ବହୁତ ଦୁଷ୍ଟ ଅଟନ୍ତି।

ସେହିପରି ଚଣ୍ଡିଗଡ଼ରେ ମୁମ୍ବାଇ ଆସିବା ସମୟରେ କଙ୍ଗନା ଉଦ୍ଧବ ଠାକରେ ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ ସେ ମୁମ୍ବାଇ ଆସୁଛନ୍ତି ଯାହା କରିବା କଥା କରି ନିଅନ୍ତୁ। ଏହାପରେ ଯେତେବେଳେ ବୁଧବାର ଦିନ କଙ୍ଗନା ଯାତ୍ରା କରିଥିଲେ ସେହି ସମୟରେ ବିଏମସି କଙ୍ଗନାଙ୍କର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଜେସିବି ଚଲାଇ ଦେଇଥିଲେ। ତେବେ ବିଏମସିର କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନା ବିଏମସିର କାର୍ଯ୍ୟାଳୟ ବିରୋଧରେ ବମ୍ବେ ହାଇକୋର୍ଟର ମଧ୍ୟ ହାଜର ହୋଇଥିଲେ, ଯାହା ଉପରେ କୋର୍ଟ ରୋକ ଲାଗାଇବାର ଅଦେଶ ଦେଇଛି।

କାର୍ଯ୍ୟାଳୟରେ ଏହି ଆକ୍ରମଣ ପରେ କଙ୍ଗନା ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସି ଯାଇଛନ୍ତି ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। କଙ୍ଗନା ଟ୍ୱିଟରେ କିଛି ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ପୋଲିସ ଏବଂ ବିଏମସିର ଲୋକମାନେ ହାତୁଡିରେ ଏବଂ ବୁଲଡୋଜର ସହିତ ନଜର ଆସୁଛନ୍ତି। ଏହି ଫୋଟୋରେ କଙ୍ଗନା ଲେଖିଛନ୍ତି, ବାବର ଏବଂ ତାଙ୍କର ସେନା। ସୂଚନାଯୋଗ୍ୟ ଯେ, କଙ୍ଗନାଙ୍କ ସହିତ ହୋଇଥିବା ଏହି ଘଟଣା ଉପରେ ବଲିଉଡର ଅନେକ କଳାକାର ଆପତ୍ତି ବ୍ୟକ୍ତ କରିଥିଲେ। ସେହିପରି ବର୍ତ୍ତମାନ ମନୀଷ ମଲହୋତ୍ରାଙ୍କୁ ମଧ୍ୟ କାରଣ କୁହ ନୋଟିସ ପଠାଇ ଦିଆଯାଇଛି। ବର୍ତ୍ତମାନ ଦେଖିବା ବାକି ରହିଲା ଯେ, କଙ୍ଗନା ଭର୍ସେଜ ଶିବସେନାର ଏହି ଯୁଦ୍ଧ କେଉଁ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *