ଉଦ୍ଧବଙ୍କ ସହିତ “ପଙ୍ଗା”, କଙ୍ଗନାଙ୍କ ବିରୋଧରେ ମୁମ୍ବାଇରେ FIR, ରାଜ୍ୟପାଳ ପଠାଇବେ କେନ୍ଦ୍ରକୁ ରିପୋର୍ଟ

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଲଢାଇ ବଢ଼ିବାରେ ଲାଗିଛି। କଙ୍ଗନା ଲଗାତର ଭାବରେ ଉଦ୍ଧବ ଏବଂ ଶିବସେନା ଉପରେ ଆକ୍ରମଣ କରୁଛନ୍ତି। ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇଦେଲେ କିନ୍ତୁ ଏହାଦ୍ବାରା କଙ୍ଗନାଙ୍କ ଆକ୍ରମଣର ଧାର କମ ହୋଇନଥିଲା। କଙ୍ଗନା ଆଜି ଉଦ୍ଧବଙ୍କୁ ବଂଶବାଦର ଏକ ନମୁନା ଦେଇ ଶିବସେନାଙ୍କୁ ସୋନିଆ ସେନା ମଧ୍ୟ କହି ଦେଇଥିଲେ।

କଙ୍ଗନା ରାନାୱତଙ୍କ ଆକ୍ରମଣରେ ଶିବସେନା ବିବ୍ରତ ହୋଇପଡିଛି। ଏବଂ ଅଭିନେତ୍ରୀଙ୍କୁ ତାଙ୍କର ଭଙ୍ଗୀରେ ଉତ୍ତର ଦେଉଛି। କଙ୍ଗନା କହିଥିଲେ ଯେ, ମୁଁ ୯ ସେପ୍ଟେମ୍ବରକୁ ମୁମ୍ବାଇ ଆସୁଛି, କଣ କରି ନେବେ। ଏହାପରେ ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରି ଶିବସେନା ମୁଖପାତ୍ର ସାମନାରେ ଲେଖିଥିଲେ ଯେ, “କରି ନେଲି”।

କଙ୍ଗନାଙ୍କ ବିରୋଧରେ ମକଦ୍ଦମା ରୁଜ୍ଜୁ:

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ପଙ୍ଗା ନେବା କଙ୍ଗନା ରାନାୱତଙ୍କୁ ମହଙ୍ଗା ପଡିଥିବାର ନଜର ଆସୁଛି। ବିକ୍ରୋଲି ପୋଲିସ ଷ୍ଟେସନରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଅଭିଯୋଗକାରୀ କହିଛନ୍ତି ଯେ କଙ୍ଗନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ଭାଷାର ବ୍ୟବହାର କରିଥିଲେ। ଏହାପରେ କଙ୍ଗନାଙ୍କ ବିରୋଧରେ ଏଫଆଇଆର ଫାଇଲ କରିନିଆ ଯାଇଛି।

କଙ୍ଗନା ମାମଲାରେ ରାଜ୍ୟପାଳ କୋଶ୍ୟାରୀ ସକ୍ରିୟ:

ଏହି ମାମଲାରେ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଭାଗତ ସିଂହ କୋଶ୍ୟାରୀ ସକ୍ରିୟ ହୋଇ ଯାଇଛନ୍ତି ଏବଂ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ପରାମର୍ଶଦାତା ଅଜେୟ ମେହେତାଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟପାଳ ଏହି କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଜୟ ମେହେତା କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ସୂଚନା ଦେଇ ଦେବେ। ଏଥିସହିତ ରାଜ୍ୟପାଳ କୋଶ୍ୟାରୀ ଏହି ବିଷୟକୁ ନେଇ କେନ୍ଦ୍ରକୁ ଏକ ରିପୋର୍ଟ ଦେବାକୁ ଯାଉଛନ୍ତି।

କଙ୍ଗନା ଉଦ୍ଧବଙ୍କୁ କରିଲେ ଟାର୍ଗେଟ:

କଙ୍ଗନା ରାନାୱତ ଗୁରୁବାର ଦିନ ଟ୍ୱିଟ କରି କହିଛନ୍ତି,”ତୁମର ପିତାଙ୍କ ଭଲ କର୍ମ ତୁମକୁ ଧନ ସମ୍ପତ୍ତି ତ ଦେଇପାରିବ, କିନ୍ତୁ ସମ୍ମାନ ନିଜେ ତୁମକୁ ଅର୍ଜନ କରିବାକୁ ପଡିଥାଏ, ତୁମେ ମୋ
ମୁହଁ ତ ବନ୍ଦ କରିବ କିନ୍ତୁ ମୋର ସ୍ୱର ମୋ ପରେ ଶହେ ପୁଣି ଲକ୍ଷ ଲକ୍ଷ ଲୋକ ଉଠାଇବେ, କେତେଜଣଙ୍କ ମୁହଁ ବନ୍ଦ କରାଇବ? କେତେ ସ୍ୱରକୁ ଦବାଇବ? କେତେ ପର୍ଯ୍ୟନ୍ତ ସତ୍ୟ ଠାରୁ ଦୂରେଇ ରହିବ। ତୁମେ କିଛି ନୁହଁ କେବଳ ବଂଶବାଦର ଏକ ନମୁନା ଅଟ।”

କଙ୍ଗନା ରାନାୱତଙ୍କ ମନୋଭାବ ଇଟାର ଉତ୍ତର ପଥରରେ ଦେଉଥିବାର ଦେଖାଯାଉଛି। ସେ ମୁମ୍ବାଇରେ ରହୁଛନ୍ତି। ଅଭିନୟ ତାଙ୍କ ପେଶା ଅଟେ। ବଲିଉଡରୁ ସେ ଜୀବିକା ନିର୍ବାହ କରିଥାନ୍ତି। ଯେଉଁ ମୁମ୍ବାଇରେ ଶିବସେନାଙ୍କ ରାଜନୀତି ସମ୍ରାଜ୍ୟ ରହିଛି, ସେଠାରେ ତାଙ୍କ ଘର କାର୍ଯ୍ୟାଳୟ ସବୁକିଛି ରହିଛି, କିନ୍ତୁ କଙ୍ଗନା ନିଡର ହୋଇଯାଇଛନ୍ତି ଏବଂ ଜଣଙ୍କ ପରେ ଜଣେ ଉଦ୍ଧବ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି।

କଙ୍ଗନାଙ୍କ ସମର୍ଥନରେ ବିଜେପି-ଆରଏସଏସ:

ଶିବସେନା ଏବଂ କଙ୍ଗନା ରାନାୱତଙ୍କ ଏହି ଯୁଦ୍ଧରେ ବର୍ତ୍ତମାନ ଆରଏସଏସ ମଧ୍ୟ ଡେଇଁପଡିଛି। ଆରଏସଏସର ଅଖିଳ ଭାରତୀୟ ସହଭାଗୀ ପ୍ରମୁଖ ରାମଲାଲ ଟ୍ୱିଟ କରି କହିଛନ୍ତି ଯେ, ଅସତ୍ୟର ହାତୁଡି ଠାରୁ ସତ୍ୟର ମୂଳଦୁଆ କମ୍ପିତ ହୋଇନଥାଏ। କଙ୍ଗନାଙ୍କ ସମର୍ଥନରେ ବିଜେପି ମଧ୍ୟ ଛିଡା ହୋଇଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, ଏହା ହିମାଚଳର ଝିଅଙ୍କର ଅପମାନ ଅଟେ।

Leave a Reply

Your email address will not be published. Required fields are marked *