ରିୟାଙ୍କ ଚକ୍ରାନ୍ତର ସମ୍ପୂର୍ଣ୍ଣ ପ୍ରମାଣ, ସୁଶାନ୍ତଙ୍କ ଶେଷ ଭିଡ଼ିଓ ଖୋଲିଲା ଗୁମର, ଜାଣିଶୁଣି କରାଯାଇଥିଲା ଏସବୁ

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ସବୁଠୁ ବଡ଼ ଆରୋପୀ ରିୟା ବର୍ତ୍ତମାନ ଜେଲରେ ଅଛନ୍ତି। କିନ୍ତୁ ସେ କେବଳ ଡ୍ରଗ୍ସ କେସରେ ଗିରଫ ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଏବଂ ସୁଶାନ୍ତଙ୍କ ବିରୁଦ୍ଧରେ କରିଥିବା ଯୋଜନାକୁ ନେଇ ବର୍ତ୍ତମାନ ଖୋଳତାଡ଼ ଜାରି ରହିଛି। ସିବିଆଇ ଏହି ଘଟଣାର ତଦନ୍ତ କରୁଥିବା ବେଳେ ସୁଶାନ୍ତଙ୍କର ଦୁଇଟି ଚାଞ୍ଚଲ୍ୟକାରୀ ଭିଡ଼ିଓ ସାମ୍ନାକୁ ଆସିଛି, ଏହି ଭିଡ଼ିଓରେ ରିୟାଙ୍କର ସମ୍ପୂର୍ଣ୍ଣ ଯୋଜନା ଜଣାପଡିଯାଇଛି। ଏହି ଭିଡ଼ିଓକୁ ବହୁତ ଚାଲାକିର ସହିତ ସୁଟ କରାଯାଇଛି ଯେପରି ସମୟ ଆସିଲେ ଏହାର ବ୍ୟବହାର କରାଯାଇ ପାରିବ ଏବଂ ସୁଶାନ୍ତଙ୍କୁ ବ୍ଲାକମେଲ କରାଯାଇ ପାରିବ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ତିନି ମାସ ବିତି ଯାଇଛି। ହେଲେ ପ୍ରତ୍ୟେକ ଦିନ କିଛି ନୂଆ କଥା, କିଛି ନୁଆଁ ଖୁଲାସା ଆସୁଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାରେ ଜେଲକୁ ମଧ୍ୟ ଯାଇ ସାରିଲେଣି। କିନ୍ତୁ ରିୟା ବାରମ୍ବାର ଏହା କହି ଆସୁଥିଲେ ସେ ନିଜ ପାଇଁ ନୁହେଁ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ ଏବଂ ସୁଶାନ୍ତ ହିଁ ଡ୍ରଗ୍ସ ନେଉଥିଲେ। କିନ୍ତୁ ଏବେ ଯେଉଁ ଦୁଇଟି ଚଞ୍ଚଲ୍ୟକାରୀ ଭିଡ଼ିଓ ସାମ୍ନାକୁ ଆସିଛି ତାହା ରିୟାଙ୍କ ସମ୍ପୂର୍ଣ୍ଣ ସତ କହିବାକୁ ପର୍ଯ୍ୟାପ୍ତ ଅଟେ। ଏହି ଭିଡ଼ିଓରେ ସୁଶାନ୍ତଙ୍କ ସ୍ଥିତି ବହୁତ ଖରାପ ଥିବା ପରି ଲାଗୁଛି। ସୁଶାନ୍ତ ଏଥିରେ ଯାହା କହୁଛନ୍ତି ଏବଂ କରୁଛନ୍ତି ତାହା ଜଣେ ସାଧାରଣ ମଣିଷର କାର୍ଯ୍ୟ ନୁହେଁ।

ଏହି ଦୁଇଟି ଭିଡ଼ିଓ ସୁଶାନ୍ତଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ ଫେବୃଆରୀ ୨୦୨୦ର ଅଟେ। ପ୍ରଥମ ଭିଡ଼ିଓରେ କେବଳ ସୁଶାନ୍ତ ସିଂହ ରାଜପୁତ ନଜର ଆସୁଛନ୍ତି ଯାହାକୁ ରିୟା ଶୁଟ କରୁଛନ୍ତି। ରିୟା ଏଥିରେ ସୁଶାନ୍ତଙ୍କୁ କହୁଛନ୍ତି “ଏଠାକୁ ଦେଖ” ଏବଂ ସୁଶାନ୍ତଙ୍କୁ ତାଙ୍କର ଡାହାଣ କାଁ ଦେଖାଇବାକୁ କହୁଛନ୍ତି। ରିୟା ସୁଶାନ୍ତଙ୍କୁ ପଚାରୁଛନ୍ତି ଯେ, “ତୁମର କାନ କେଉଁ ରଙ୍ଗର ଅଟେ?” ଏଥିରେ ସୁଶାନ୍ତ ଉତ୍ତରରେ କହୁଛନ୍ତି,”ପିଙ୍କ”। ଏହାପରେ ରିୟା ପଚାରୁଛନ୍ତି ତୁମେ କେଉଁ ରଙ୍ଗର ଅଟ, ଏହାର ଉତ୍ତରରେ ମଧ୍ୟ ସୁଶାନ୍ତ କହିଛନ୍ତି, “ପିଙ୍କ”।

କିନ୍ତୁ ଏହି ଅବସରରେ ସୁଶାନ୍ତଙ୍କ ଉତ୍ତର ଦେବାର ଢଙ୍ଗ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସୁଶାନ୍ତଙ୍କୁ ଏହାପରେ ରିୟା କହୁଛନ୍ତି, “very handsome” ଏବଂ ପଚାରୁଛନ୍ତି “ତୁମେ କଣ କରୁଛ”। ସୁଶାନ୍ତ ଉତ୍ତରରେ ଏକ ପୁସ୍ତକ ଦେଖାଇ କହିଛନ୍ତି, “loaded”। ପୁସ୍ତକ ଉପରେ loaded ଲେଖା ଯାଇଥିଲା କିନ୍ତୁ ସୁଶାନ୍ତ ସେଠାରେ ଏହି ପୁସ୍ତକ ପଢୁ ନଥିଲେ ବରଂ ସୁଶାନ୍ତଙ୍କୁ ଡ୍ରଗ୍ସରେ loaded କରାଯାଇଥିଲା ସେଥିପାଇଁ ସୁଶାନ୍ତ ନିଜକୁ ଏଥିରେ loaded କହୁଛନ୍ତି।

ଆଉକିଛି ସମୟ କଥା ହେବା ପରେ ସୁଶାନ୍ତଙ୍କୁ ରିୟା ପଚାରୁଛନ୍ତି “କଣ ବାପାଙ୍କୁ ପଠାଇଦେବି ଏହି ଭିଡ଼ିଓ?” ଏହାର ଉତ୍ତରରେ ରିୟାଙ୍କୁ ସୁଶାନ୍ତ ପୁସ୍ତକରେ ମାରିଥିଲେ। ଏହିସମୟରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଥିଲା କିନ୍ତୁ ରିୟା ତାଙ୍କର ଭିଡ଼ିଓ ବନାଇ ରଖୁଥିଲେ ଆଗକୁ ପ୍ରମାଣ ପାଇଁ। କିପରି ଆଗକୁ ତାଙ୍କୁ ବ୍ଲାକମେଲ କରାଯାଇ ପାରିବ। ସୁଶାନ୍ତଙ୍କୁ ରିୟା ପାଗଳ ବୋଲି ପ୍ରମାଣିତ କରିଦେବାକୁ ଚାହୁଁଥିଲେ।ରିୟାଙ୍କୁ ଛାଡିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସୁଶାନ୍ତ ଛାଡିପାରୁ ନଥିଲେ କାରଣ ଏପରି ଅନେକ ଭିଡ଼ିଓ ଏବଂ କାଗଜପତ୍ର ନେଇ ରିୟା ତାଙ୍କୁ ବ୍ଲାକମେଲ କରୁଥିଲେ ଯେ, ସେ ସୁଶାନ୍ତଙ୍କୁ ପାଗଳ ଘୋଷିତ କରିଦେବେ ଏବଂ ସେ କିଛି କରି ପାରିବେ ନାହିଁ।

ଫେବ୍ରୁଆରୀ ୨୦୨୦ର ଆଉ ଗୋଟିଏ ଭିଡ଼ିଓରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଥିବା ଭଳି ଲାଗୁଛି, ସେ ବହୁତ ଦୁର୍ବଳ ଥିବା ପରି ଲାଗୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଇଛି। ସୁଶାନ୍ତ ବ୍ୟାଞ୍ଚ ଉପରେ ବସି ମୁଣ୍ଡ ଏପଟ ସେପଟ କରୁଥିଲେ ଏବଂ ଜାଣିଶୁଣି ରିୟା ତାଙ୍କର ଭିଡ଼ିଓ ରେକର୍ଡ କରୁଥିଲେ। ଏହାପରେ ସୁଶାନ୍ତଙ୍କୁ ଔଷଧ ବିଷୟରେ ପଚାରାଯାଉଛି ଏବଂ ରିୟା କହୁଛନ୍ତି,”ମଧ୍ୟାହ୍ନ ଭୋଜନ କରିବା ପରେ ମୁଁ ତାଙ୍କୁ ଦ୍ୱିପ୍ରହର ଔଷଧ ଦେବି।”

ରିୟା ଚକ୍ରବର୍ତ୍ତୀ NCB ସାମ୍ନାରେ ସବୁକିଛି ସ୍ୱୀକାର କରିନେଇଛନ୍ତି। ରିୟା ଚକ୍ରବର୍ତ୍ତୀ ବଲିଉଡର ୧୯ ଜଣ ବଡ଼ ଲୋକଙ୍କ ନାମ ନେଇଛନ୍ତି। ଏହି ୧୯ ଜଣ ଲୋକ ସୁଶାନ୍ତଙ୍କ ଫାର୍ମ ହାଉସକୁ ଆସୁଥିଲେ ଏବଂ ତାଙ୍କୁ ରିୟା ଡକାଉଥିଲେ। ଏସବୁ ଖୁଲାସା ରିୟା NCBର ଦ୍ଵିତୀୟ ପଚରାଉଚରା ସମୟରେ କରିଛନ୍ତି। ତେବେ ଏସବୁ କିଛି ରିୟା ନିଜ ଭାଇ ସୋବିକଙ୍କୁ NCB କବଳରୁ ରକ୍ଷା କରିବା ପାଇଁ କରିଛନ୍ତି।

NCBର ପ୍ରଥମ ଦିନ ପଚରାଉଚରା ସମୟରେ ରିୟା ଅଧିକାଂଶ ପ୍ରଶ୍ନ ଉତ୍ତରରେ ମୁଁ ଜାଣି ନାହିଁ କିମ୍ବା ମୋର ମନେ ନାହିଁ କହି ଦେଇଥିଲେ। ରିୟା ପଚରାଉଚରାରେ ସହଯୋଗ କରି ନଥିଲେ, ଏଥିପାଇଁ ରିୟାଙ୍କ ପ୍ରଥମ ଦିନର ପଚରାଉଚରା ପରେ NCB ତାଙ୍କୁ ଦ୍ଵିତୀୟ ଥର ପାଇଁ ଡାକିଥିଲେ। ଦ୍ଵିତୀୟ ଦିନ ଅର୍ଥାତ ସୋମବାର ଦିନ ରିୟାଙ୍କ ସାମ୍ନାରେ ତାଙ୍କ ଭାଇ ସୋବିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଦିପେଶ ସାୱନ୍ତଙ୍କୁ ମଧ୍ୟ ବସାଇ ଦେଇଥିଲେ।

NCB ସୂତ୍ର ମୁତାବକ ଦ୍ଵିତୀୟ ଦିନ NCB ରିୟାଙ୍କୁ କହିଦେଇଥିଲେ ଯଦି ତୁମେ ଆଜି ମଧ୍ୟ କିଛି ନକହି ନୀରବ ରହିବ ତେବେ ସବୁକିଛି ଦୋଷ ସୋବିକଙ୍କ ମୁଣ୍ଡ ଉପରେ ଆସିଯିବ। ଏହାପରେ ରିୟା କହିପକାଇଥିଲେ ମୁଁ ସବୁକିଛି କହିବି ସମସ୍ତଙ୍କ ମୁହଁରୁ ନକାବ ଖୋଲିଦେବୀ କିନ୍ତୁ ମୋ ଭାଇର ଏଥିରେ କିଛି ସମ୍ପର୍କ ନାହିଁ, ସେ କେବଳ ମୋ କଥାରେ ସବୁକିଛି କରିଥିଲେ।

ରିୟା ଚକ୍ରବର୍ତ୍ତୀଙ୍କୁ ପୁଣିଥରେ NCB ପଚରିଥିଲା, କଣ ତୁମେ ଡ୍ରଗ୍ସ ନେଉଥିଲ? ରିୟା କହିଥିଲେ, ହଁ ମୁଁ ଆଲକୋହଲିକ ଅଟେ ଏବଂ ଡ୍ରଗ୍ସ ମଧ୍ୟ ନିଏ। ଏହାପରେ NCB ପଚାରିଥିଲା, କଣ ତୁମେ ସୋବିକ, ଦିପେଶ ଏବଂ ମିରାଣ୍ଡାଙ୍କ ହାତରେ ନିଜ ପାଇଁ ଡ୍ରଗ୍ସ ମଗାଉଥିଲ? ରିୟା ଏହାର ଉତ୍ତରରେ କହିଥିଲେ, ହଁ ମୁଁ ନିଜ ପାଇଁ ଏବଂ ସୁଶାନ୍ତଙ୍କ ପାଇଁ ଏମାନଙ୍କ ହାତରେ ଡ୍ରଗ୍ସ ମଗାଇଥିଲି। ଆଗକୁ NCB ପଚାରିଲା, କଣ ଆପଣ କେବେ ସୁଶାନ୍ତଙ୍କୁ ଜବରଦସ୍ତି ଡ୍ରଗ୍ସ ଦେଇଥିଲ କି? ରିୟା କହିଥିଲେ ଯେ, ମୁଁ କିଛିଥର ଏପରି କରିଛି, କାରଣ ସୁଶାନ୍ତ କାବୁ ବାହାରକୁ ଚାଲି ଯାଉଥିଲେ, ତାଙ୍କୁ ଶାନ୍ତ କରିବାକୁ ପଡୁଥିଲା ଏଥିପାଇଁ ମୁଁ ସୁଶାନ୍ତଙ୍କୁ କିଛିଥର ଡ୍ରଗ୍ସ ଦେଇଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *