ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ରାଜଗଞ୍ଜରେ ଗତ ଶୁକ୍ରବାର ଦିନ ତଥା କଥିତ ଦୁଇଜଣ ନାବାଳିକା ଝିଅଙ୍କୁ ସାମୂହିକ ଦୁଷ୍କର୍ମ କରାଯାଇଛି। ଦୁଇଜଣ ଝିଅ ପରସ୍ପର ଭଉଣୀ ଅଟନ୍ତି। ଦୁଇଜଣ ଭଉଣୀ ପାଖ ବଗିଚାକୁ ବୁଲିବାକୁ ଯାଇଥିଲେ।
୧୪ ଏବଂ ୧୬ ବର୍ଷର ଦୁଇ ଭଉଣୀ ଦୁଷ୍କର୍ମର ଶିକାର ହେବା ପରେ ଆତ୍ମହତ୍ୟା କରିବାର ପ୍ରୟାସ କରିଥିଲେ କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଗଲା। ବଡ଼ ଭଉଣୀ ହସ୍ପିଟାଲରେ ସୋମବାର ଦିନ ପ୍ରାଣ ହରାଇଥିବା ବେଳେ ସାନ ଭଉଣୀ ଜୀବନ ମରଣ ସହିତ ଯୁଦ୍ଧ କରୁଛନ୍ତି।
୩ ଜଣ ଆରୋପୀଙ୍କୁ ଗିରଫ କଲା ପୋଲିସ:
ରାଜଗଞ୍ଜରୁ ତୃଣମୂଳ କଂଗ୍ରେସର ବିଧାୟକ ଖଗେଶ୍ୱର ରାୟଙ୍କ ମୁତାବକ, ଏହି ଘଟଣାରେ ତିନି ଜଣ ଆରୋପୀଙ୍କୁ ପୋଲିସ ଦ୍ୱାରା ଗିରଫ କରାଯାଇ ସାରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଆହୁରି ଦୁଇଜଣ ସନ୍ଦିଗ୍ଧ ଫେରାର ରହିଛନ୍ତି। ବିଧାୟକ ଖଗେଶ୍ୱର ରାୟ ଦୁଇ ଝିଅଙ୍କ ପିତାଙ୍କୁ ନିଜେ ଯାଇ ଭେଟିଛନ୍ତି, ଯିଏକି ପ୍ରଶାସନକୁ ଆରୋପୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ପୋଲିସର ବିରୋଧ କଲେ ଗ୍ରାମବାସୀ:
ଘଟଣାର ସୂଚନା ପାଇବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ମାତ୍ର ଦୁଷ୍କର୍ମର ଶିକାର ହେବା ପରେ ଉଭୟ ଭଉଣୀ ଆତ୍ମହତ୍ୟା କରିବାର ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୋମବାର ଦିନ ବଡ଼ ଭଉଣୀ ହସ୍ପିଟାଲରେ ହିଁ ପ୍ରାଣ ହରାଇ ଦେଇଥିଲେ। ସାନ ଭଉଣୀ ବର୍ତ୍ତମାନ ହସ୍ପିଟାଲରେ ମୃତ୍ୟୁ ସହିତ ଲଢ଼ୁଛନ୍ତି।
ଆଗାମୀ ଦିନ ଯେତେବେଳେ ବଡ଼ ଝିଅଟିର (୧୬ ବର୍ଷର) ମୃତଦେହକୁ ରାଜଗଞ୍ଜ ଗାଁକୁ ଅଣାଗଲା ସେତେବେଳେ ଗ୍ରାମବାସୀ ପୋଲିସକୁ ସନ୍ଦେହ କରିବା ସହିତ ତାଙ୍କର ବିରୋଧ କରିଥିଲେ ଏବଂ କହିଥିଲେ ଏହି ଅଞ୍ଚଳରେ ଏପ୍ରକାରର ଘଟଣା ଗତ ମାସ ମଧ୍ଯ ହୋଇଥିଲା। ଗତ ମାସରେ ମଧ୍ୟ ୧୬ ବର୍ଷର ଗୋଟିଏ ନାବାଳିକା କନ୍ୟା ସହିତ ସାମୂହିକ ବଳାତ୍କାର କରାଯାଇଥିଲା ଏବଂ ପରେ ଝିଅଟିର ମୃତଦେହ ଗୋଟିଏ ସ୍ପଟିକ ଟ୍ୟାଙ୍କରୁ ମିଳିଥିଲା। କିନ୍ତୁ ପୋଲିସ ସେତେବେଳେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।