୨୧ ସେପ୍ଟେମ୍ବରରୁ ସ୍କୁଲ ଖୋଲିବାକୁ ନେଇ ନିୟମାବଳୀ ଜାରି କଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ନବମରୁ ଦଶମ ଶ୍ରେଣୀ ପିଲାଙ୍କୁ ଅନୁସରଣ କରିବାକୁ ପଡିବ ଏହି ନିୟମ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୧ ସେପ୍ଟେମ୍ବର ଠାରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ନେଇ ନିୟମାବଳୀ ଜାରି କରିଛନ୍ତି। ସ୍କୁଲ ଖୋଲିବା ସହିତ ଏହି ନିୟମାବଳୀ ଗୁଡିକର ଅନୁସରଣ କରିବା ଆବଶ୍ୟକ ରହିବ। ଏହି ନିୟମାବଳୀ ଅନଲକ ୪.୦ ଅନ୍ତର୍ଗତ ଦିଆଯାଇଥିବା ନିର୍ଦ୍ଦେଶ ଗୁଡିକର ସମ୍ପୂର୍ଣ୍ଣ ପାଳନ କରୁଛି।

ବର୍ତ୍ତମାନ ସ୍କୁଲ ସମ୍ପୂର୍ଣ୍ଣ ଖୋଲାଯାଇ ପାରିବ ନାହିଁ କେବଳ ପାଠପଢ଼ାକୁ ଆଂଶିକ ଭାବେ ଆରମ୍ଭ କରାଯିବ, ଯେଉଁଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି)ର ପାଳନ କରିବାକୁ ପଡିବ।

ବର୍ତ୍ତମାନ ସ୍କୁଲ କେବଳ ଉଚ୍ଚ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଉଛି, ଯାହାଦ୍ୱାରା ତାଙ୍କ ପାଠପଢାରେ ଆଉ ଅଧିକ କ୍ଷତି ନହେଉ। ଏବଂ ସ୍କୁଲର ପୁନଃ ଖୋଲିବା ଭଲେଣ୍ଟିୟର ସ୍ତରରେ ହେଉଛି ଏବଂ ଏଥର ସ୍କୁଲ ଖୋଲିବାର ବିଶେଷତ୍ୱ ଏହା ରହିଛି ଯେ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଆସିବା ପୂର୍ବରୁ ଅଭିଭାବକଙ୍କ ଲିଖିତ ସହମତିରେ ଆଣିବାକୁ ପଡିବ ଯେ ସେମାନେ ଏହି ପରିସ୍ଥିତିରେ ପିଲା ମାନଙ୍କୁ ସ୍କୁଲ ପଠାଇବା ପାଇଁ ପ୍ରସ୍ତୁତ ଅଛନ୍ତି, ଯେତେବେଳେ ସ୍କୁଲ ଖୋଲିବ ସେତେବେଳେ ତାଙ୍କୁ କିଛି କଥା ଉପରେ ନିଶ୍ଚିତ ଭାବରେ ଧ୍ୟାନ ରଖିବାକୁ ପଡିବ।

SOPର କିଛି ମୁଖ୍ୟ ନିୟମାବଳୀ:

୧- ସ୍କୁଲରେ ପାଠପଢ଼ା ଆରମ୍ଭ ହେବା ସହିତ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅନଲାଇନ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ବ୍ୟବସ୍ଥାରେ ବି ପାଠପଢ଼ା ଜାରି ରଖିବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ପଡ଼ିବ। ୨- ସ୍କୁଲକୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱଇଚ୍ଛାରେ ଆସିବାକୁ ଅନୁମତି ଦେବାକୁ ପଡ଼ିବ। ଅର୍ଥାତ୍ ସ୍କୁଲ ଆସିବା ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ନାହିଁ। ୩- ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ସେମାନଙ୍କର ଅଭିଭାବକଙ୍କଠୁ ଲିଖିତ ସହମତି ଆଣିବାକୁ ପଡ଼ିବ। ଯିବାଆସିବା ଓ ଛାତ୍ରଛାତ୍ରୀ-ଶିକ୍ଷକଙ୍କ ମଧ୍ୟରେ ସାକ୍ଷାତ ଭିନ୍ନ ଭିନ୍ନ ସମୟରେ ହେବ। ୪- କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲରେ ପାଠପଢ଼ା ପାଇଁ ଅନୁମତି ମିଳିବ। ୫- କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀଙ୍କୁ ସ୍କୁଲକୁ ଆସିବା ପାଇଁ ଅନୁମତି ଦିଆଯିବ ନାହିଁ। ଏହି ଲୋକମାନେ କଣ୍ଟେନମେଣ୍ଟ ଜୋନଠୁ ଦୂରେଇ ରହିବା ଉଚିତ। ୬- ସ୍କୁଲ ଖୋଲିବା ପୂର୍ବରୁ ସମଗ୍ର ପରିସର, କ୍ଲାସରୁମ, ଲାବ୍ରୋଟୋରୀ, ବାଥରୁମକୁ ସାନିଟାଇଜ କରିବାକୁ ହେବ।

୭- ଯେଉଁ ସ୍କୁଲକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ଉପଯୋଗ କରାଯାିଥିଲା, ସେଗୁଡ଼ିକୁ ଭଲଭାବେ ସାନିଟାଇଜ କରିବାକୁ ହେବ। ୮- ୫୦% ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଅନଲାଇନ୍ ପାଠପଢ଼ା ଓ ଟେଲି କାଉନସେଲିଂ ପାଇଁ ସ୍କୁଲକୁ ଡକାଯାଇପାରିବ। ୯- ଛାତ୍ରଛାତ୍ରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବଦଳରେ କଣ୍ଟକ୍ଟଲେସ ଉପସ୍ଥାନର ବ୍ୟବସ୍ଥା କରିବାକୁ ପଡ଼ିବ। ୧୦- ପ୍ରତ୍ୟେକ ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ୬ ଫୁଟ ଦୂରତ୍ୱ ବଜାୟ ରଖିବାକୁ ହେବ।

୧୧- ଧାଡ଼ି ପାଇଁ ଭୂମିରେ ୬ଫୁଟର ଦୂରତ୍ୱର ମାର୍କିଂ କରିବାକୁ ହେବ। ଏହି ବ୍ୟବସ୍ଥା ସ୍କୁଲ ଭିତରେ ଓ ବାହାରେ କରାଯିବ ୧୨- ସୁରକ୍ଷା ଓ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଶ୍ରେଣୀଗୃହତ ଭିତରେ ବି ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବେ। ୧୩- ସଭା, ସ୍ପୋଟର୍ସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ୧୪- ଛାତ୍ରଛାତ୍ରୀମାନେ ନିଜର ଲକର ଉପଯୋଗ କରିପାରିବେ । ୧୫- ଶିକ୍ଷକ, କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜର, ଉପଲବ୍ଧ କରାଇବା ଦାୟିତ୍ୱ ସ୍କୁଲ ମ୍ୟାନେଜମେଣ୍ଟର ହେବ। କ୍ରମାଗତ ହାତ ଧୋଇବା, ମାସ୍କ ପିନ୍ଧିବା ଭଳି ନିୟମକୁ ପାଳନ କରିବାକୁ ପଡିବ।

Leave a Reply

Your email address will not be published. Required fields are marked *