ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ମୁଖ୍ୟ ଆରୋପୀ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଗତକାଲି ରାତିରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ନେଇଛି NCB। ରିୟା ଚକ୍ରବର୍ତ୍ତୀ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲରେ ରହିବେ। ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିବା ପରେ ସେ କୋର୍ଟରେ ଜାମିନ ଆବେଦନ କରିଥିଲେ। ତାଙ୍କ ଜାମିନ ଗତକାଲି ଖାରଜ ହେବାପରେ ସେ ଜେଲ ରେ ରହିବେ। ଗିରଫ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ରାତିରେ ଏନସିବି ଲକଅପ ରଖିଥିଲା। ମହାରାଷ୍ଟ୍ର ଜେଲ ମାନୁଆଲ ଅନୁଯାୟୀ କଏଦୀଙ୍କୁ ରାତିରେ ଜେଲକୁ ନିଆଯାଏ ନାହିଁ। ଆଜି ସକାଳ ୧୦ଟା ପରେ ରିୟାଙ୍କୁ ବାଇକୁଲ୍ଲା(Byculla) ଜେଲକୁ ସ୍ଥାନାନ୍ତର କରାଯାଇଛି।
ମଙ୍ଗଳବାର ଦିନ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିନିଆ ଯାଇଥିଲା। ଏହାର ତୁରନ୍ତ ପରେ ହସ୍ପିଟାଲ ନେଇଯାଇ ରିୟାଙ୍କର ମେଡ଼ିକାଲ ଟେଷ୍ଟ ମଧ୍ୟ କରାଯାଇଥିଲା। ଏହାପରେ NCB କାର୍ଯ୍ୟାଳୟ ଆଣି ତାଙ୍କୁ ଭିଡ଼ିଓ କଂଫେରେନ୍ସ ଜରିଆରେ କୋର୍ଟରେ ହାଜର କରାଗଲା। NCB ରିୟାଙ୍କର ରିମାଣ୍ଡ ମାଗି ନଥିଲେ କହିଥିଲେ ସେମାନେ ରିୟାଙ୍କ ବୟାନରେ ସନ୍ତୁଷ୍ଟ ଅଛନ୍ତି ଏବଂ ୧୪ ଦିନର ଜୁଡ଼ିସିଆଲ କସ୍ଟଡି ମାଗିଥିଲେ ଯାହା କୋର୍ଟ ମାନି ନେଇଥିଲା। ରିୟାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଜେଲ ପଠାଇଦିଆଗଲା। ଏହାପରେ ରିୟାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ରାତି ପାଖାପାଖି ସାଢ଼େ ୧୦ଟା ବେଳେ କୋର୍ଟର ନିଷ୍ପତ୍ତି ଆସିଲା ଏବଂ ରିୟାଙ୍କ ଜାମିନ ଆବେଦନ ଖାରଜ କରିଦିଆଯାଇଥିଲା। ରାତି ଅଧିକ ହୋଇଯାଇଥିବାରୁ ତାଙ୍କୁ ଏନସିବି ଲକଅପ ରଖାଯାଇଥିଲା।
ରାତିରେ ରହିବା ପାଇଁ ଏନସିବି ଲକଅପରେ ରିୟାଙ୍କୁ ଦୁଇଟି କମ୍ବଳ ଏବଂ ଗୋଟିଏ ଚାଦର ଦେଇଥିଲେ, ଯାହାକୁ ଘୋଡ଼ିବା ସହିତ ବିଛାଇବାର ମଧ୍ୟ ଥିଲା। ଲକଅପରେ ରିୟାଙ୍କ ପାଇଁ କୌଣସି ବେଡ ନଥିଲା, ରିୟାଙ୍କୁ ରାତି ସାରା ଭୂମି ଉପରେ କମ୍ବଳ ବିଛାଇ ଶୋଇବାର ଥିଲା। ରାତି ପ୍ରାୟ ସାଢ଼େ ୧୧ ସମୟରେ ରିୟାଙ୍କୁ ଲକଅପକୁ ଅଣାଯାଇଥିଲା। ରିୟାଙ୍କୁ ମାନୁଆଲ ମୁତାବକ ଖାଇବାକୁ ଦିଆଯାଇଥିଲା। ଖାଇବା ପାଇଁ ୪ ଗୋଟି ରୋଟି, ଡାଲି, ତରକାରୀ ଏବଂ ଭାତ ଦିଆଯାଇଥିଲା କିନ୍ତୁ ରିୟା NCBର ଦେଇଥିବା ଖାଦ୍ୟ ଖାଇବାକୁ ମନା କରି ଦେଇଥିଲେ। ରିୟା ସିଧାସଳଖ କହିଥିଲେ ସେ ଏଠାକାର ଖାଦ୍ୟ ଖାଇବେ ନାହିଁ। ଏହି ଖାଦ୍ୟ ଫେରାଇ ନିଆଯାଉ।
ରାତି ୧ ଘଣ୍ଟା ପର୍ଯ୍ୟନ୍ତ ଲକଅପର ଏକ କୋଣରେ ଚୁପଚାପ ବସି ରହିଥିଲେ ରିୟା। ରିୟା ଖାଦ୍ୟ ଖାଇଥିଲେ ନା କାହା ସହିତ କଥା ହୋଇଥିଲେ। କିନ୍ତୁ ଏହାର ଠିକ ପରେ ଅଚାନକ ରିୟା ଜୋର ପାଟି କରି କନ୍ଧିବାକୁ ଲାଗିଥିଲେ ଏବଂ ଚିତ୍କାର କରିଥିଲେ, ଏହା ଶୁଣି ତୁରନ୍ତ NCBର ମହିଳାକର୍ମୀ ରିୟାଙ୍କ ପାଖରେ ପହଞ୍ଚି ଯାଇଥିଲେ, ରିୟାଙ୍କୁ ବୁଝାଇବାକୁ ଚେଷ୍ଟା କରାଗଲା, ତାଙ୍କ ସହିତ କଥାବାର୍ତ୍ତା କରାଗଲା କିନ୍ତୁ ରିୟା କାହାରି କଥା ଶୁଣି ନଥିଲେ। ରାତିରେ ହିଁ ରିୟା ନିଜ ଭାଇ ସୋବିକଙ୍କୁ ଭେଟିବା ପାଇଁ ଜିଦ କରିବାକୁ ଲାଗିଲେ। ତେବେ ସୋବିକ , ମିରାଣ୍ଡା ଏବଂ ଦିପେଶ ମଧ୍ୟ NCB ଲକଅପର ସେହି କୋଠାରେ ରିମାଣ୍ଡରେ ଅଛନ୍ତି ଯେଉଁ କୋଠାରେ ରିୟା ରହିଛନ୍ତି। କିନ୍ତୁ ରାତି ଅଧିକ ହୋଇଥିବାରୁ ରିୟାଙ୍କୁ ସକାଳୁ ହିଁ ସୋବିକଙ୍କ ସହିତ ଭେଟ କରିବାକୁ କହିଥିଲା NCB କିନ୍ତୁ ରିୟା ଏକଥା ନମାନି ହଙ୍ଗମା କରିବାକୁ ଲାଗିଲେ।
ଦୀର୍ଘ ଏକ ରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସେ ନିଜର ହଙ୍ଗମା କରିଥିଲେ ଏହି ଅବସରରେ ସବୁ ଷ୍ଟାଫ ତାଙ୍କ ପାଖରେ ପହଞ୍ଚି ଯାଇଥିଲା। ବ୍ୟସ୍ତତା ଭିତରେ NCBର ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖଡେଙ୍କୁ କଲ କରାଗଲା ଏବଂ ତାଙ୍କ ଅନୁମତିରେ ସୋବିକଙ୍କୁ ରିୟାଙ୍କ ପାଖକୁ ଅଣାଗଲା। ସୋବିକଙ୍କୁ ଦେଖିବା ମାତ୍ରେ ରିୟା ପୁଣିଥରେ କାନ୍ଦିବାକୁ ଲାଗିଥିଲେ ଏବଂ ସୋବିକ ଚୁପଚାପ ରହି ରିୟାଙ୍କୁ ବୁଝାଉଥିଲେ। ଏହାର କିଛି ସମୟ ପରେ ସୋବିକଙ୍କୁ ସେଠାରୁ ଆଣି ତାଙ୍କ ଲକଅପରେ ଛାଡି ଦିଆଯାଇଥିଲା। ସକାଳୁ ମଧ୍ୟ ଯେତେବେଳେ ପାଣି ଏବଂ ଚାହା ଦିଆଗଲା ସେ କେବଳ ପାଣି ପିଇଥିଲେ।
ତେବେ ରିୟାଙ୍କ ଓକିଲ ସତୀଶ ମାନସିଂଦେ ଜାମିନ ପାଇଁ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି। ବୁଧବାର ଦିନ ସେ ସେସନ କୋର୍ଟରେ ଅପିଲ କରିପାରିବେ। ଯଦି ସେଠାରେ ମଧ୍ୟ ଜାମିନ ଖାରଜ ହୁଏ ତାହେଲେ ସୁପ୍ରିମକୋର୍ଟରେ ଅପିଲ କରିବେ। ରିୟାଙ୍କ ଉପରେ ଧାରା ୨୭(ଏ) ଲାଗିଛି। ଏହି ଧାରାରେ ୧୦ ବର୍ଷ ଜେଲ ଦଣ୍ଡ ମିଳିଥାଏ। ଧାରା ୨୭(ଏ) ଅବୈଧ ଡ୍ରଗ୍ସ କାରବାରରେ ଟଙ୍କା ଲେଣଦେଣ ମାମଲା ରହିଛି। ଏହି ଧାରାରେ ୧୦ ବର୍ଷ କିମ୍ବା ତା ଠାରୁ ଅଧିକ ସଜା ମିଳିବାର ପ୍ରାବଧାନ ରହିଛି। ସାଧାରଣତଃ ଏହିଭଳି ମାମଲାରେ କୋର୍ଟ ଜାମିନ ମଞ୍ଜୁର କରିନଥାନ୍ତି।
NCB ପଚରାଉଚରା ସମୟରେ ଦିପେଶ ସାୱନ୍ତ କହିଥିଲେ ସୁଶାନ୍ତଙ୍କ ଫାର୍ମ ହାଉସରେ ଅଧିକାଂଶ ସମୟରେ ପାର୍ଟି କରାଯାଉଥିଲା। ସେଥିରେ ଅନେକ ବଡ଼ ତାରକା ଆସୁଥିଲେ ଏବଂ ଦିପେଶଙ୍କ ମୁତବକ ରିୟା ଚକ୍ରବର୍ତ୍ତୀ ହିଁ ଏହି ପାର୍ଟିର ଆୟୋଜନ କରିବା ସହିତ ଡ୍ରଗ୍ସର ବନ୍ଦୋବସ୍ତ କରୁଥିଲେ। ଏହି ପାର୍ଟିରେ ବହୁତ ବଡ଼ ବଡ଼ ବଲିଉଡର ସେଲିବ୍ରେଟି ମଧ୍ୟ ଆସୁଥିଲେ। ଏସବୁ ସୁଶାନ୍ତଙ୍କ ପାର୍ଟି ନଥିଲା ବରଂ ରିୟାଙ୍କ ପାର୍ଟି ବୋଲି କୁହାଯାଇଥିଲା ମାତ୍ର ଏବାବଦରେ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ ହେଉଥିଲା। ଯାହାକୁ ନେଇ ରିୟାଙ୍କ ସହିତ ଅନେକ ସମୟରେ ସୁଶାନ୍ତ ଝଗଡା କରୁଥିଲେ। କାରଣ ସୁଶାନ୍ତ ଏତେ ପାର୍ଟି କରିନଥାନ୍ତି ଏବଂ ଏଥିରେ ସେ ସହମତ ମଧ୍ୟ ନଥିଲେ।