ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବର୍ତ୍ତମାନ ସମୟରେ ସବୁଠୁ ବଡ଼ ଖୁଲାସା ସାମ୍ନାକୁ ଆସୁଛି ଯେ ରିୟା ଚକ୍ରବର୍ତ୍ତୀ NCB ସାମ୍ନାରେ ସବୁକିଛି ସ୍ୱୀକାର କରିନେଇଛନ୍ତି। ରିୟା ଚକ୍ରବର୍ତ୍ତୀ ବଲିଉଡର ୧୯ ଜଣ ବଡ଼ ଲୋକଙ୍କ ନାମ ନେଇଛନ୍ତି। ଏହି ୧୯ ଜଣ ଲୋକ ସୁଶାନ୍ତଙ୍କ ଫାର୍ମ ହାଉସକୁ ଆସୁଥିଲେ ଏବଂ ତାଙ୍କୁ ରିୟା ଡକାଉଥିଲେ। ଏସବୁ ଖୁଲାସା ରିୟା NCBର ଦ୍ଵିତୀୟ ପଚରାଉଚରା ସମୟରେ କରିଛନ୍ତି। ତେବେ ଏସବୁ କିଛି ରିୟା ନିଜ ଭାଇ ସୋବିକଙ୍କୁ NCB କବଳରୁ ରକ୍ଷା କରିବା ପାଇଁ କରିଛନ୍ତି।
NCBର ପ୍ରଥମ ଦିନ ପଚରାଉଚରା ସମୟରେ ରିୟା ଅଧିକାଂଶ ପ୍ରଶ୍ନ ଉତ୍ତରରେ ମୁଁ ଜାଣି ନାହିଁ କିମ୍ବା ମୋର ମନେ ନାହିଁ କହି ଦେଇଥିଲେ। ରିୟା ପଚରାଉଚରାରେ ସହଯୋଗ କରି ନଥିଲେ, ଏଥିପାଇଁ ରିୟାଙ୍କ ପ୍ରଥମ ଦିନର ପଚରାଉଚରା ପରେ NCB ତାଙ୍କୁ ଦ୍ଵିତୀୟ ଥର ପାଇଁ ଡାକିଥିଲେ। ଦ୍ଵିତୀୟ ଦିନ ଅର୍ଥାତ ସୋମବାର ଦିନ ରିୟାଙ୍କ ସାମ୍ନାରେ ତାଙ୍କ ଭାଇ ସୋବିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଦିପେଶ ସାୱନ୍ତଙ୍କୁ ମଧ୍ୟ ବସାଇ ଦେଇଥିଲେ। NCB ସୂତ୍ର ମୁତାବକ ଦ୍ଵିତୀୟ ଦିନ NCB ରିୟାଙ୍କୁ କହିଦେଇଥିଲେ ଯଦି ତୁମେ ଆଜି ମଧ୍ୟ କିଛି ନକହି ନୀରବ ରହିବ ତେବେ ସବୁକିଛି ଦୋଷ ସୋବିକଙ୍କ ମୁଣ୍ଡ ଉପରେ ଆସିଯିବ। ଏହାପରେ ରିୟା କହିପକାଇଥିଲେ ମୁଁ ସବୁକିଛି କହିବି ସମସ୍ତଙ୍କ ମୁହଁରୁ ନକାବ ଖୋଲିଦେବୀ କିନ୍ତୁ ମୋ ଭାଇର ଏଥିରେ କିଛି ସମ୍ପର୍କ ନାହିଁ, ସେ କେବଳ ମୋ କଥାରେ ସବୁକିଛି କରିଥିଲେ।
ରିୟା ଚକ୍ରବର୍ତ୍ତୀଙ୍କୁ ପୁଣିଥରେ NCB ପଚରିଥିଲା, କଣ ତୁମେ ଡ୍ରଗ୍ସ ନେଉଥିଲ? ରିୟା କହିଥିଲେ, ହଁ ମୁଁ ଆଲକୋହଲିକ ଅଟେ ଏବଂ ଡ୍ରଗ୍ସ ମଧ୍ୟ ନିଏ। ଏହାପରେ NCB ପଚାରିଥିଲା, କଣ ତୁମେ ସୋବିକ, ଦିପେଶ ଏବଂ ମିରାଣ୍ଡାଙ୍କ ହାତରେ ନିଜ ପାଇଁ ଡ୍ରଗ୍ସ ମଗାଉଥିଲ? ରିୟା ଏହାର ଉତ୍ତରରେ କହିଥିଲେ, ହଁ ମୁଁ ନିଜ ପାଇଁ ଏବଂ ସୁଶାନ୍ତଙ୍କ ପାଇଁ ଏମାନଙ୍କ ହାତରେ ଡ୍ରଗ୍ସ ମଗାଇଥିଲି। ଆଗକୁ NCB ପଚାରିଲା, କଣ ଆପଣ କେବେ ସୁଶାନ୍ତଙ୍କୁ ଜବରଦସ୍ତି ଡ୍ରଗ୍ସ ଦେଇଥିଲ କି? ରିୟା କହିଥିଲେ ଯେ, ମୁଁ କିଛିଥର ଏପରି କରିଛି, କାରଣ ସୁଶାନ୍ତ କାବୁ ବାହାରକୁ ଚାଲି ଯାଉଥିଲେ, ତାଙ୍କୁ ଶାନ୍ତ କରିବାକୁ ପଡୁଥିଲା ଏଥିପାଇଁ ମୁଁ ସୁଶାନ୍ତଙ୍କୁ କିଛିଥର ଡ୍ରଗ୍ସ ଦେଇଛି।
ଦିପେଶ ସାୱନ୍ତ କହିଥିଲେ ସୁଶାନ୍ତଙ୍କ ଫାର୍ମ ହାଉସରେ ଅଧିକାଂଶ ସମୟରେ ପାର୍ଟି କରାଯାଉଥିଲା। ସେଥିରେ ଅନେକ ବଡ଼ ତାରକା ଆସୁଥିଲେ ଏବଂ ଦିପେଶଙ୍କ ମୁତବକ ରିୟା ଚକ୍ରବର୍ତ୍ତୀ ହିଁ ଏହି ପାର୍ଟିର ଆୟୋଜନ କରିବା ସହିତ ଡ୍ରଗ୍ସର ବନ୍ଦୋବସ୍ତ କରୁଥିଲେ। ଏନେଇ NCB ରିୟାଙ୍କୁ ପଚାରିଥିଲା, କଣ ସୁଶାନ୍ତଙ୍କ ଫାର୍ମ ହାଉସରେ ରିୟା ଡ୍ରଗ୍ସ ପାର୍ଟି ଆୟୋଜନ କରୁଥିଲେ କି? ରିୟା କହିଥିଲେ, ହଁ କେବଳ ମୁଁ ନୁହେଁ ସୁଶାନ୍ତ ମଧ୍ୟ ଏଥିରେ ଶାମିଲ ରହୁଥିଲେ। ଆମେ ଦୁଇଜଣ ଏହି ପାର୍ଟିର ଆୟୋଜନ କରୁଥିଲୁ। ରିୟାଙ୍କୁ ପଚରାଗଲା ଏହି ପାର୍ଟିକୁ ଆସୁଥିବା ଲୋକଙ୍କ ନାଁ କୁହ। ରିୟା ଗୋଟିଏ କିମ୍ବା ଦୁଇଟି ନୁହେଁ ୧୯ ଜଣଙ୍କ ନାମ ନେଇଥିଲେ। ରିୟା ବଲିଉଡର ବଡ଼ ତାରକା ମାନଙ୍କ ନାମ ନେଇଥିଲେ ଯେଉଁମାନେ ବହୁତ ବଡ଼ ଫିଲ୍ମ କରିବା ସହିତ ତାଙ୍କର ନିଜର ଫିଲ୍ମ ବ୍ୟାନର ମଧ୍ୟ ରହିଛି।
ସିବିଆଇ ପଚାରିଥିଲେ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ କିଏ ଦେଖୁଥିଲେ ଏବଂ ତାଙ୍କ କ୍ରେଡିଟ କାର୍ଡ଼ ଆପଣ କାହିଁକି ବ୍ୟବହାର କରିଥିଲେ? ଏହାର ଉତ୍ତରରେ ରିୟା କହିଲେ, “ସୁଶାନ୍ତଙ୍କ ବ୍ୟାଙ୍କ ଅକାଉଣ୍ଟ ଦେଖୁଥିଲେ ସାମୁଏଲ ମିରାଣ୍ଡା। ଏବଂ ସେ ସୁଶାନ୍ତଙ୍କ Credit Cards ବ୍ୟବହାର କରିଥିଲେ, ମୋତେ ସୁଶାନ୍ତ ଦେଇଥିଲେ।” ଏହାର ତୁରନ୍ତ ପରେ ସିବିଆଇ ରିୟା, ମିରାଣ୍ଡା ଏବଂ ସିଦ୍ଧାର୍ଥଙ୍କ ସାମ୍ନାରେ ସୁଶାନ୍ତଙ୍କ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟର ବିବରଣୀ ରଖିଦେଇଥିଲେ। ଏହି ରିପୋର୍ଟ ମୁତାବକ ସୁଶାନ୍ତ ଗତ ପାଞ୍ଚ ବର୍ଷ ମଧ୍ୟରେ ଫିଲ୍ମ, ବିଜ୍ଞାପନ ଏବଂ ଅନ୍ୟ ଡିଲ ଜରିଆରେ ୭୦ କୋଟି ଟଙ୍କା କମାଇଥିଲେ।
୨୦୧୫ ପରେ ସୁଶାନ୍ତ ୭୦ କୋଟି ଉପାର୍ଜନ କରିଥିବା ବେଳେ ଏହାର ଅଧିକାଂଶ ଭାଗ ଗତ ଦୁଇବର୍ଷ ଭିତରେ ଖର୍ଚ୍ଚ ହୋଇଥିଲା। ସୁଶାନ୍ତ ୫ କୋଟି ଟଙ୍କା ଟ୍ୟାକ୍ସ ପାଇଁ ଦେଇଥିଲେ। ୪ କୋଟି ନିଜ ଘରଭଡ଼ାରେ ଦେଇଥିଲେ। ସୁଶାନ୍ତ କିଛି ଚ୍ୟାରିଟି ଏବଂ ଡୋନେସନ ମଧ୍ୟ କରିଥିଲେ ଯାହା ମୋଟ ୪ କୋଟି ଦାନ କରିଥିଲେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।