ଫେସବୁକରେ ଡେଲଗାଡୋ ଲୋପେଜ ନାମକ ଜଣେ ମହିଳାଙ୍କ ଅକାଉଣ୍ଟ ରହିଛି। ଏହି ମହିଳା ଜଣଙ୍କ ବିନା କୌଣସି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ଫେସବୁକ ବ୍ୟବହାରକାରୀଙ୍କ ଫ୍ରେଣ୍ଡ ତାଲିକାରେ ନଜର ଆସୁଛନ୍ତି। ବିଶେଷ କଥା ଏହା ଯେ, ଫେସବୁକ ବ୍ୟବହାରକାରୀ ଏହାକୁ ଚାହିଁଲେ ମଧ୍ୟ ଅନଫ୍ରେଣ୍ଡ କରିପାରୁ ନାହାନ୍ତି।
ସୋସିଆଲ ମିଡ଼ିଆର ପ୍ଲାଟଫର୍ମରେ ଫେସବୁକରେ ଆମେ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଦେଖିବାକୁ ପାଉଛୁ। କିଛି ଏମିତି ଯାହା ଅନେକଥର ଆମେ ବୁଝି ମଧ୍ୟ ପାରି ନଥାଉ। ଏମିତି ହିଁ ଏକ ଘଟଣା ପୁଣିଥରେ ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିବା ପରେ ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏମିତି କଣ ହୋଇଛି ଫେସବୁକ ପ୍ଲାଟଫର୍ମରେ ଯେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ରହିଯାଉଛନ୍ତି। ଆସନ୍ତୁ ଜାଣିବା ବାସ୍ତବରେ କଣ ହୋଇଛି ଫେସବୁକ ପ୍ଲାଟଫର୍ମରେ…..
କରି ହେଉନାହିଁ ଅନଫ୍ରେଣ୍ଡ:
ବାସ୍ତବରେ ଫେସବୁକରେ ଡେଲଗାଡୋ ଲୋପେଜ ନାମକ ଜଣେ ମହିଳାଙ୍କ ଅକାଉଣ୍ଟ ରହିଛି। ଅନେକ ଫେସବୁକ ବ୍ୟବହାରକାରୀଙ୍କ କହିବା କଥା ଯେ, ଲୋପେଜ ନାମର ଏହି ମହିଳା ଫେସବୁକରେ ଅନେକ ଲୋକଙ୍କ ଫ୍ରେଣ୍ଡ ତାଲିକାରେ ବିନା କୌଣସି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ କିମ୍ବା ବିନା କୌଣସି ରିକ୍ୱେଷ୍ଟ ଗ୍ରହଣ କରି ସେଥିରେ ଯୋଗ ହୋଇଯାଇଛନ୍ତି ଏବଂ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ, ଫେସବୁକ ବ୍ୟବହାରକାରୀ ଏହାକୁ ଇଚ୍ଛା କରି ମଧ୍ୟ ଅନଫ୍ରେଣ୍ଡ କରିପାରୁ ନାହାନ୍ତି।
କିଏ ଅଟନ୍ତି ଏହି ମହିଳା?:
ଫେସବୁକର ଅନେକ ବ୍ୟବହାରକାରୀ ଏହି ମହିଳାଙ୍କୁ ଅଚାନକ ନିଜ ଫ୍ରେଣ୍ଡ ତାଲିକାରେ ଦେଖିବାକୁ ପାଇଥିଲେ। ଡେଲଗାଡୋ ଲୋପେଜ ନାମକ ଜଣେ ମହିଳା ନିଜର ପ୍ରୋଫାଇଲରେ ଅଧିକ ବିବରଣୀ ବା ସୂଚନା ଦେଇ ନାହାନ୍ତି। ତେବେ ଏଥିରେ କୁହାଯାଉଛି ଯେ, ମହିଳା ଜଣଙ୍କ ମେକ୍ସିକୋର ଲିୟୋନ ସହରରେ ରହୁଛନ୍ତି। ସେହିପରି ଫେସବୁକ ବ୍ୟବହାରକାରୀ ସନ୍ଧାନ ଲଗାଇବାକୁ ପ୍ରୟାସ କରୁଛନ୍ତି ଯେ ଏହି ମହିଳା ଜଣକ ପ୍ରକୃତରେ କିଏ ଏବଂ ସେ ଫ୍ରେଣ୍ଡ ତାଲିକାରେ କିପରି ଆସିଲେ। ତାଙ୍କୁ ଅନଫ୍ରେଣ୍ଡ କାହିଁକି କରାଯାଇ ପାରୁନାହିଁ ଏବଂ କିପରି ଭାବରେ ତାଙ୍କୁ ଅନଫ୍ରେଣ୍ଡ କରାଯାଇ ପାରିବ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |