ଅପହରଣ କରି ୧୨ ବର୍ଷର ନାବାଳିକାଙ୍କୁ କରାଗଲା ଗଣଦୁଷ୍କର୍ମ, ପାଣିରେ ମୁଣ୍ଡ ବୁଡାଇ କରିଲେ ହତ୍ୟା।

ଝିଅଟି ସହିତ ଦୁଷ୍କର୍ମ କରିଥିବା ତିନିଜଣ ଆରୋପୀଙ୍କୁ ପୋଲିସ ଗିରଫ କରି ନେଇଛି। ଯେଉଁ ମାନଙ୍କର ପରିଚୟ ଗୁଜ୍ଜରୱାଡ଼ା ନିବାସୀ କଲ୍ଲୁ, ଦୀପକ ଏବଂ ରବି କୁମାର ରୂପରେ ହୋଇଛି। ରତଲାମ ପୋଲିସ ମୁତାବକ ତିନିଜଣ ଆରୋପୀ ଅଶିକ୍ଷିତ ଅଟନ୍ତି। ସେମାନେ ଜୀବିକା ନିର୍ବାହ କରିବା ପାଇଁ ଗାଈ ଚରାଇଥାନ୍ତି।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏକ ନିରୀହ ଛୋଟ ଝିଅ ସହିତ ସାମୂହିକ ବଳାତ୍କାର କରାଯାଇଛି। ଏହାପରେ ଦାନବ ଦୁଷ୍କର୍ମକାରୀ ଝିଅଟିର ମୁଣ୍ଡକୁ ପୋଖରୀରେ ବୁଢ଼ାଇ ତାକୁ ମାରିଦେଇଛନ୍ତି। ଝିଅଟିର ମୃତଦେହ ପୋଲିସ ଏକ କ୍ଷେତରୁ ଉଦ୍ଧାର କରିଛି। ଝିଅଟି ଶନିବାର ଦିନ ସେସମୟରେ ନିଜ ଘରୁ ନିଖୋଜ ହୋଇଯାଇଥିଲେ ଯେତେବେଳେ ସେ କିଛି ଜିନିଷ ନେଇ ଦୋକାନରୁ ଫେରୁଥିଲେ।

ମୃତକ ଝିଅର ବୟସ ମାତ୍ର ୧୨ ବର୍ଷ ଥିଲା। ସେ ରତଲାମ ସ୍ଥିତ ନିଜର ଘରୁ ଶନିବାର ଦିନ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲେ। ସେ ସେହି ସମୟରେ କିଛି ଜିନିଷ କିଣିବା ପାଇଁ ପଡ଼ୋଶୀଙ୍କ ଏକ ଦୋକାନକୁ ଯାଇଥିଲେ। ପୋଲିସ ତିନିଜଣ ଆରୋପୀଙ୍କୁ ଗିରଫ କରି ନେଇ ଯାଇଛି। ଯେଉଁ ମାନଙ୍କର ପରିଚୟ ଗୁଜ୍ଜରୱାଡ଼ା ନିବାସୀ କଲ୍ଲୁ, ଦୀପକ ଏବଂ ରବି କୁମାର ରୂପରେ ହୋଇଛି। ପୋଲିସ ଅନୁସାରେ ତିନିଜଣ ଆରୋପୀ ଅଶିକ୍ଷିତ ଅଟନ୍ତି। ସେମାନେ ଜୀବିକା ନିର୍ବାହ କରିବା ପାଇଁ ଗାଈ ଚରାଇଥାନ୍ତି।

ରତଲାମ ଜିଲ୍ଲାର ଏସପି ଗୌରବ ତିୱାରୀ ସୋମବାର ଦିନ ଏକ ପ୍ରେସ କନଫେରେନ୍ସରେ କହିଥିଲେ ଯେ, ଯେତେବେଳେ ଶନିବାର ସନ୍ଧ୍ୟାରେ ଝିଅଟି ନିଖୋଜ ହୋଇଯାଇଥିଲା, ସେତେବେଳେ ତିନିଜଣ ଆରୋପୀଙ୍କୁ ପାଖ ଅଞ୍ଚଳରେ ମଦ ପିଉଥିବାର ନଜର ଆସିଥିଲେ। ଯେତେବେଳେ ପୋଲିସ ଶକ୍ତ ହୋଇ ପଚରାଉଚରା କରିଲେ ସେତେବେଳେ ଆରୋପୀ ମାନେ ନିଜର ସଙ୍ଗୀନ ଅପରାଧ ବିଷୟରେ ସ୍ୱୀକାର କରି ନେଇଥିଲେ।

ଏସପି ଗୌରବ ତିୱାରୀ କହିଛନ୍ତି ଯେ, ଦୁଷ୍କର୍ମର ଶିକାର ହୋଇଥିବା ଝିଅଟିର ମୃତଦେହ ରବିବାର ଦିନ ସଡ଼କ ଠାରୁ ପାଖାପାଖି ୨୦୦ ମିଟର ଦୂରତାରେ ଏକ ମକା କ୍ଷେତରୁ ଉଦ୍ଧାର କରାଯାଇଥିଲା। ସେହିପରି କିଛି ଦୂରରୁ ତାଙ୍କ ଚପଲ ଏବଂ ପଡ଼ୋଶୀଙ୍କ ଦୋକାନରୁ କିଣିଥିବା ଜିନିଷ ମଧ୍ୟ ଉଦ୍ଧାର କରାଯାଇଥିଲା।

ପୋଲିସ ଅନୁସାରେ ତିନିଜଣ ଆରୋପୀ ପ୍ରଥମେ ପୀଡିତାଙ୍କୁ ଏକ କ୍ଷେତକୁ ନେଇଯାଇଥିଲେ। ପୁଣି ତା’ ସହିତ ବାରମ୍ବାର ବଳାତ୍କାର କରିଥିଲେ। ଏହାପରେ ସେ ତିନିଜଣ ଆରୋପୀ ଝିଅଟିକୁ ପୋଖରୀ ପାଖକୁ ନେଇଗଲେ ଏବଂ ତାଙ୍କ ମୁଣ୍ଡ ଜବରଦସ୍ତ କରି ପାଣିରେ ସେପର୍ଯ୍ୟନ୍ତ ବୁଡାଇ ରଖିଥିଲେ ଯେପର୍ଯ୍ୟନ୍ତ ସେ ମରି ନଯାଉଛନ୍ତି।

ଝିଅଟିର ମୃତ୍ୟୁର ପୁଷ୍ଟି ହେବା ପରେ ଆରୋପୀ ତାଙ୍କ ମୃତଦେହକୁ ଘୋଷଡି ନେଇ ମକା କ୍ଷେତରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ। ପୋଲିସ ମୁତାବକ, ତିନିଜଣ ଆରୋପୀ ଏହି ଘଟଣାକୁ ଘଟାଇବା ପାଇଁ ପୂର୍ବରୁ କୌଣସି ଯୋଜନା କରି ନଥିଲେ, କିନ୍ତୁ ଝିଅକୁ ଏକୁଟିଆ ଦେଖି ସେମାନେ ତାକୁ ଅପହରଣ କରି ନେଇଥିଲେ।

ପୋଲିସ ଅଧୀକ୍ଷକ ଗୌରବ ତିୱାରୀ କହୁଛନ୍ତି ଯେ, ପୋଲିସ ଏହାକୁ ଦୁର୍ଲଭ ଜଘନ୍ୟ ଅପରାଧ ମାନି ଚାଲୁଛି ଏବଂ ଏହି କେସରେ ଆଗାମୀ ୧୫ ଦିନ ମଧ୍ୟରେ ଚାର୍ଜଶୀଟ ଦାଖଲ କରିଦିଆଯିବ। ଏସପି ତିୱାରୀ ଦାବି କରି କହିଛନ୍ତି ଯେ, ଆଗାମୀ ୬ ମାସ ଭିତରେ ଆରୋପୀ ମାନଙ୍କୁ ଦଣ୍ଡ ଦିଆଯିବାର ପ୍ରୟାସ କରାଯିବ।

Leave a Reply

Your email address will not be published. Required fields are marked *