PAK ଯୁବତୀଙ୍କ ଦାବି- ମୋ ପିତା ଟ୍ରମ୍ପ, ମାଆଙ୍କ ସହିତ ଝଗଡା କରୁଥିଲେ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ତିବ୍ରତାର ସହିତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନୀ ଯୁବତୀ ଏହି ଦାବି ରଖିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପିତା ଅଟନ୍ତି।

ପାକିସ୍ତାନୀ ଯୁବତୀ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରକୃତ ପିତା ଅଟନ୍ତି ଏବଂ ବର୍ତ୍ତମାନ ସେ ନିଜ ପିତାଙ୍କ ସହିତ ଭେଟ କରବାକୁ ଚାହୁଁଛନ୍ତି।

ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେଥିରେ ଯୁବତୀ ଜଣଙ୍କ କହୁଛନ୍ତି ଯେ,”ମୁଁ ସମସ୍ତଙ୍କ ମସ୍ତିଷ୍କରେ ଥିବା ସନ୍ଦେହ ସ୍ପଷ୍ଟ କରଦେବାକୁ ଚାହିଁଛି, ମୁଁ ଡୋନାଲ୍ଡ ଟ୍ରମ୍ପଙ୍କର ନିଜ ସନ୍ତାନ ଅଟେ, ମୁଁ ଜଣେ ମୁସଲମାନ ଅଟେ ଏବଂ ଅଂଗ୍ରେଜ ମାନଙ୍କ ସହିତ ଯେଉଁ ଇଂଲିଶ ଲୋକ ଆସନ୍ତି ସେମାନେ ମୋତେ ଦେଖି କୁହନ୍ତି ଏହି ଝିଅ ଏଠାରେ କଣ କରୁଛି। ମୁଁ ଇସ୍ଲାମକୁ ପସନ୍ଦ କରେ, ମୁଁ ଶାନ୍ତି ପ୍ରିୟ ଅଟେ। ଡୋନାଲ୍ଡ ଟ୍ରମ୍ପ ସବୁବେଳେ ମୋ ମାଆଙ୍କୁ କହୁଥିଲେ ତୁମେ ବହୁତ ଦାୟିତ୍ବହୀନ ଅଟ, ତୁମେ ମୋ ଝିଅର ଯତ୍ନ କରି ପାରିବ ନାହିଁ। ଯେତେବେଳେ ମୋ ମାତାପିତାଙ୍କର ଝଗଡା ହୋଇଥିଲା ସେତେବେଳେ ମୁଁ ବହୁତ ଦୁଃଖୀ ହୋଇଥିଲି। ବର୍ତ୍ତମାନ ମୁଁ ମୋ ପିତାଙ୍କୁ ଭେଟିବାକୁ ଚାହୁଁଛି।

ସୋସିଆଲ ମିଡିଆର ଏହି ଭିଡ଼ିଓକୁ ନେଇ ଲୋକ ମାନେ ଯୁବତୀଙ୍କର ହାସ୍ୟ ଉଡାଉଛନ୍ତି ଏବଂ କହୁଛନ୍ତି ଯେ, କେବଳ ପାକିସ୍ତାନରେ ହିଁ ଏପରି ସମ୍ଭବ ହୋଇ ପାରିବ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ସମୟରେ ନଭେମ୍ବର ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବ୍ୟସ୍ତ ରହିଛନ୍ତି। ପ୍ରଥମ ଦୁଇ ପତ୍ନୀଙ୍କ ସହିତ ତାଙ୍କର ଡିଭୋର୍ସ ହୋଇ ସାରିଛି।

Leave a Reply

Your email address will not be published. Required fields are marked *