ସୁଶାନ୍ତଙ୍କ ମାମଲାରେ ଅକ୍ଷୟ କୁମାରଙ୍କ ଭୂମିକାର ସତ, ପେଟେଣ୍ଟ ଚୋରିର ପର୍ଦାଫାସ।

Mkସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅନେକ ଦିନରୁ ଅକ୍ଷୟ କୁମାରଙ୍କୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସମସ୍ତେ ଅକ୍ଷୟଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ତେବେ ନିକଟରେ କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଏକ ଗେମ ଲଞ୍ଚ କରିବାର କଥା କହିବା ପରେ ତାଙ୍କ ଉପରେ ପ୍ରଶ୍ନର ବର୍ଷା ହେବାକୁ ଲାଗିଥିଲା। ତାଙ୍କ ଉପରେ ସୁଶାନ୍ତ ସିଂହ ରାଜପୁତଙ୍କ ଗେମିଙ୍ଗ ପ୍ଲାଟଫର୍ମ ଚୋରାଇ ନିଜ ନାମରେ ଲଞ୍ଚ କରିବାର ଆରୋପ ଲଗାଇଦିଆ ଯାଇଥିଲା। କାରଣ ସୁଶାନ୍ତ ଗେମିଙ୍ଗର କେତେ ବଡ଼ ଖେଳାଳି ଥିଲେ ଏବଂ ସେ ଗେମିଙ୍ଗ ପାଇଁ ଏକ କମ୍ପାନୀ ମଧ୍ୟ କରିଥିଲେ ବୋଲି ସମସ୍ତେ ଜାଣିଛନ୍ତି। ଏପରି ସ୍ଥିତିରେ ଅକ୍ଷୟ କୁମାରଙ୍କର ସୁଶାନ୍ତଙ୍କ ମାମଲାରେ କଣ ଭୂମିକା ରହିଛି ଏବଂ କେତେ ପରିମାଣର ସମ୍ପୃକ୍ତି ରହିଛି କି ନାହିଁ ତାହା ଏବେ ସନ୍ଦେହ ଘେରରେ।

ଅକ୍ଷୟ କୁମାରଙ୍କ ଫିଲ୍ମ “ଲକ୍ଷ୍ମୀ ବମ” ରିଲିଜ ହେବାର ଥିଲା ଏବଂ ଏହି ଅବସରରେ ସୁଶାନ୍ତଙ୍କ ମାମଲାରେ ଅକ୍ଷୟ ସିବିଆଇ ଯାଞ୍ଚ କରିବା ପାଇଁ ଟ୍ୱିଟ କରିଥିଲେ କିନ୍ତୁ ଅକ୍ଷୟଙ୍କ ଯୋଜନା ଓଲଟା ଫଳ ପ୍ରଦାନ କଲା ସୁଶାନ୍ତଙ୍କ ପ୍ରଶଂସକ ଅକ୍ଷୟଙ୍କୁ ଟ୍ରୋଲ କରିଥିଲେ। ଏଥିସହିତ ସଡକ-୨ର ସ୍ଥିତି ଦେଖି ଅକ୍ଷୟ ନିଜ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହେବାରୁ ଅଟକାଇ ଦେଇଥିଲେ। ତେବେ ଏହି ଅବସରରେ ଅକ୍ଷୟ FAU-G ନାମକ ଗେମ ଲଞ୍ଚ କରିଦେଇଥିଲେ ଯାହା ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧ ଲଗାଯାଇଥିବା ଗେମ PUBG ପରି ଥିଲା, ସେ ମଧ୍ୟ PUBG ପ୍ରତିବନ୍ଧ ଲାଗିବାର ମାତ୍ର ଗୋଟିଏ ଦିନ ପରେ। ଅକ୍ଷୟଙ୍କ ଏହି ଗେମକୁ ସୁଶାନ୍ତଙ୍କ ଗେମ ପ୍ଲାନର ନକଲ ବୋଲି କୁହାଯାଉଛି।

ବାସ୍ତବରେ ସୁଶାନ୍ତ ସିଂହ ରାଜପୁତ ତିନୋଟି ଗେମ ପେଟେଣ୍ଟ କରାଇଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ମଧ୍ୟ ଉପଯୋଗ କରାଯିବାର ଥିଲା। ସୁଶାନ୍ତ ଏଥିପାଇଁ ଇଣ୍ଡିଆ ଗେମର କୋ-ଫାଉଣ୍ଡର ସମୀର ବଙ୍ଗାରଙ୍କ ସହିତ କାମ କରୁଥିଲେ। ତେବେ ଆଶ୍ଚର୍ଯ୍ୟଜନକ କଥା ଯେ ସୁଶାନ୍ତ ମୃତ୍ୟୁର ମାତ୍ର କିଛି ଘଣ୍ଟା ପରେ ସମୀର ବଙ୍ଗାର ମଧ୍ୟ ଦୁନିଆ ଛାଡି ଚାଲି ଯାଇଥିଲେ। ଅକ୍ଷୟ FAU-G ଗେମ ଲଞ୍ଚ କରିବା ପରେ କେହି ଜଣେ ଟ୍ୱିଟରରେ ତାଙ୍କୁ ପଚାରିଥିଲେ ଆପଣଙ୍କ ଗେମିଙ୍ଗ ପ୍ରୋଜେକ୍ଟର ସବିଶେଷ ବିବରଣୀ କୁହନ୍ତୁ, ତେବେ ଅକ୍ଷୟ କୁମାର ଏହାକୁ ବିଶାଲ ଗୋଣ୍ଡାଲାଙ୍କୁ ଟ୍ୟାଗ କରିଦେଇଥିଲେ। ବିଶାଲ ଗୋଣ୍ଡାଲା ଆଙ୍କର ଗେମର କୋ-ଫାଉଣ୍ଡର ଅଟନ୍ତି ଏବଂ ଏହା ସେ ଏହାପୂର୍ବରୁ ସମୀର ବଙ୍ଗାରଙ୍କ ସହିତ ଇଣ୍ଡିଆ ଗେମରେ ଭାଗିଦାରୀ ଥିଲେ।

ଏଥିସହିତ ସୁଶାନ୍ତଙ୍କ ଘରେ ରିୟା ଯେଉଁ ହାର୍ଡ ଡିସ୍କ ନଷ୍ଟ କରିଥିଲେ ସେଥିରେ ସୁଶାନ୍ତଙ୍କ ଗେମିଙ୍ଗ ପ୍ରୋଜେକ୍ଟର ସମସ୍ତ ବିବରଣୀ ମଧ୍ୟ ରହିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଅକ୍ଷୟଙ୍କ FAU-G ସୁଶାନ୍ତଙ୍କ ଗେମିଙ୍ଗ ପ୍ରୋଜେକ୍ଟର ନକଲ କି ନାହିଁ। ତେବେ ସନ୍ଦେହ ଅଧିକ ହେବାର କାରଣ ହେଉଛି ଯେ PUBG ପତିବାନ୍ଧିତ ହେବାର ମାତ୍ର ଗୋଟିଏ ଦିନ ପରେ କିପରି ଅକ୍ଷୟ FAU-G ଲଞ୍ଚ କରି ପାରିଲେ କଣ ସେ ଆଗରୁ ଏବିଷୟରେ ଜାଣିଥିଲେ କି?

ସିବିଆଇ ପଚରାଉଚରା ସମୟରେ ସିଦ୍ଧାର୍ଥ କହିଛନ୍ତି ଯେ, ୮ ଜୁନକୁ ସୁଶାନ୍ତଙ୍କ ଘରେ ୮ ଗୋଟି ହାର୍ଡ ଡ୍ରାଇଭ ନଷ୍ଟ କରିଦିଆ ଯାଇଥିଲା, ଏଥିପାଇଁ ଆଇଟି ପ୍ରଫେସନାଲ ମାନଙ୍କୁ ମଧ୍ୟ ଡକାଯାଇଥିଲା। ଏମିତି ସ୍ଥିତିରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କଣ ଥିଲା ଏହି ହାର୍ଡ ଡ୍ରାଇଭ ଡିସ୍କରେ, ଯେଉଁଥିପାଇଁ ଏସବୁ ନଷ୍ଟ କରିଦିଆ ଯାଇଥିଲା। ଏହି ମାମଲାରେ ଜଣେ ବହୁତ ବଡ଼ ଡ୍ରଗ୍ସ ଡିଲରର ସିଧାସଳଖ ହାତ ଥିବାର ନଜର ଆସିଛି। ଏଥିସହିତ ସୁଶାନ୍ତଙ୍କ ପେଟେଣ୍ଟକୁ ମଧ୍ୟ ସେହି ହାର୍ଡ ଡ୍ରାଇଭ ସହିତ ନଷ୍ଟ କରିଦିଆ ଯାଇଥିଲା।

ସିବିଆଇ ପଚରାଉଚରା ସମୟରେ ସିଦ୍ଧାର୍ଥ ପୀଠନି ୮ ଜୁନକୁ ନେଇ କହିଛନ୍ତି ଯେ,୮ ଜୁନ ଦିନ ସକାଳୁ ସବୁକିଛି ସାଧାରଣ ଥିଲା, କିନ୍ତୁ କିଛି ସମୟ ପରେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ଧୀରେ ଧୀରେ ବହୁତ ବଢିଗଲା। ଏହାପରେ ରିୟା କୌଣସି ବ୍ୟକ୍ତିଙ୍କ ସହିତ ଫୋନରେ କଥା ହେବାକୁ ଲାଗିଲେ ଏବଂ ସୁଶାନ୍ତ ନିଜ ରୁମ ଭିତରକୁ ଚାଲିଗଲେ। କିଛି ସମୟ ପରେ ସୁଶାନ୍ତ କଫି ମାଗିଥିଲେ ଏବଂ ତାଙ୍କୁ କଫି ଆଣି ଦିଆଗଲା। ହୋଇଥାଇପରେ ସେଦିନ ମଧ୍ୟ ସୁଶାନ୍ତଙ୍କୁ କଫିରେ ୪ ବୁନ୍ଦା MD ମିଶାଇ ଦିଆଯାଇ ଥାଇପାରେ। କାରଣ କଫି ପିଇବା ପରେ ସୁଶାନ୍ତ ବେହୋସ ହୋଇଯାଇଥିଲେ। ସେପଟେ ରିୟା ଫୋନରେ କଥା ହୋଇ ଘରର ଠିକଣା କହୁଥିଲେ।

ସିଦ୍ଧାର୍ଥ ପୀଠନି କହିଛନ୍ତି ଯେ, ରିୟା ତାଙ୍କୁ ଆଇଟି ପ୍ରଫେସନାଲଙ୍କୁ ଡକାଇବାକୁ କହିଥିଲେ। ଯେତେବେଳେ ଆଇଟି ପ୍ରଫେସନାଲ ଆସିଥିଲେ ସେତେବେଳେ ରିୟା ତାଙ୍କ ପାଖକୁ ୮ ଗୋଟି ହାର୍ଡ ଡ୍ରାଇଭ ନେଇ ଆସିଥିଲେ ଏବଂ ଏସବୁକୁ ନଷ୍ଟ କରିଦେବାକୁ କହିଥିଲେ ଯେମିତି ଭବିଷ୍ୟତରେ ଏଥିରୁ କୌଣସି ଡାଟା ସଂଗ୍ରହ କରାଯାଇ ପାରିବ ନାହିଁ। ଏହିସମୟରେ ସେଠାରେ ରିୟାଙ୍କ ସହିତ ସିଦ୍ଧାର୍ଥ ପୀଠନି ଏବଂ ଦିପେଶ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *