ସୁନା-ଚାନ୍ଦି ମୂଲ୍ୟରେ ହ୍ରାସ ନା ବୃଦ୍ଧି? ଜାଣନ୍ତୁ ଆଜିର ତାଜା ଖବର।

ଅହମଦାବାଦର ସର୍ରାଫା ବଜାରରେ ସୁନା ସ୍ପଟ ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୯୪୦ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ସୁନାର ଭବିଷ୍ୟତ ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୭୯୨ ଟଙ୍କା ପହଞ୍ଚିଛି।

ଆମେରିକାରେ ଚାକିରୀହୀନତା ଦାବିରେ ହ୍ରାସ ନହେବାର ଘୋଷଣା ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଏବଂ ରୂପାର ମୂଲ୍ୟ ପୁଣି ଥରେ ବଢି ଯାଇଛି। ଭାରତରେ ମଧ୍ୟ କରୋନା ଭାଇରସ ସଂକ୍ରମଣରେ ଲଗାତର ବଢୁଥିବା ମାମଲା ଗୁଡିକ ପରେ ଏହାର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି। ଏମସିଏକ୍ସରେ ସୋମବାରଦିନ ସୁନାର ଭବିଷ୍ୟତ ମୂଲ୍ୟ ୦.୨୪ ପ୍ରତିଶତ ଅର୍ଥାତ ୧୨୨ ଟଙ୍କା ବଢି ୧୦ ଗ୍ରାମ ପ୍ରତି ୫୦,୮୦୦ ଟଙ୍କାରେ ପହଞ୍ଚିଛି। ରୂପାର ଭବିଷ୍ୟତ ମୂଲ୍ୟ ୧.୩୧ ପ୍ରତିଶତ ଅର୍ଥାତ ୮୮୧ ଟଙ୍କା ବଢି କିଲୋଗ୍ରାମ ପ୍ରତି ୬୮,୧୪୭ ଟଙ୍କା ପହଞ୍ଚି ଯାଇଛି।

ଅହମଦାବାଦର ସର୍ରାଫା ବଜାରରେ ସୁନା ସ୍ପଟ ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୯୪୦ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ସୁନାର ଭବିଷ୍ୟତ ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୭୯୨ ଟଙ୍କା ପହଞ୍ଚିଛି। ଦିଲ୍ଲୀରେ ଶୁକ୍ରବାରକୁ ସୁନାର ମୂଲ୍ୟ ୫୬ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୫୧,୭୭୦ ଟଙ୍କା ପହଞ୍ଚି ଯାଇଛି। ସେହିପରି ରୂପାର ମୂଲ୍ୟ ୭୩୮ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପ୍ରତି ୬୮,୩୭୧ ଟଙ୍କା ରହିଛି।

ବିଶ୍ୱ ବଜାରରେ ବୃଦ୍ଧି ପାଇଲା ସୁନା ଏବଂ ରୂପାର ମୂଲ୍ୟ:

ବିଶ୍ୱ ବଜାରରେ ଡଲାରର ହ୍ରାସ ଏବଂ ଆମେରିକାର ଖରାପ ଆର୍ଥିକ ସ୍ଥିତିର କାରଣ ମାନ୍ଦା ଅର୍ଥ ବ୍ୟବସ୍ଥା ଆହୁରି ଖରାପ ହେବାର ଆଶଙ୍କା ବ୍ୟକ୍ତ କରାଯାଉଛି। ନିରାଶାଜନକ ଅନୁମାନ ସୁନା ଏବଂ ରୂପାର ମୂଲ୍ୟ ବଢାଇ ଦେଇଛି। ଏହି କାରଣରୁ ସ୍ପଟ ସୁନାର ମୂଲ୍ୟ ୦.୨ ପ୍ରତିଶତ ବଢି ଆଉଁସ ପ୍ରତି ୧୯୩୫.୫୩ ଡଲାର ହୋଇଯାଇଛି। ଶୁକ୍ରବାର ଦିନ ୟୁଏସ ସୁନାର ଭବିଷ୍ୟତ ମୂଲ୍ୟ ୦.୪ ପ୍ରତିଶତ ବଢି ୧,୯୪୧.୪୦ରେ ପହଞ୍ଚି ଯାଇଛି। ଏଥିରେ ପୂର୍ବରୁ ଶୁକ୍ରବାର ଦିନ ଏହା ହ୍ରାସ ପାଇଁ ଆଉଁସ ପ୍ରତି ୧୯୧୬.୨୪ ଡଲାରର ନ୍ୟୁନତମ ସ୍ତରରେ ପହଞ୍ଚି ଯାଇଛି।

ତେବେ ଭାରତର ଗତ ସପ୍ତାହରେ ସୁନାର ମୂଲ୍ୟରେ ହାଲକା ହ୍ରାସର କାରଣରୁ ଏହାର ଚାହିଦା ସାମାନ୍ୟ ବୃଦ୍ଧି ପାଇଛି। ପୂଜା ସିଜିନ ଆରମ୍ଭ ହେବାକୁ ଯାଉଥିବା କାରଣରୁ ମଧ୍ୟ ଚାହିଦରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। କିନ୍ତୁ ଏସିଆରେ ଅଧିକାଂଶ ବୁଲିଅନ ହବ ରେ ଚାହିଦା ବୃଦ୍ଧି ଦେଖାଯାଇ ନାହିଁ। ଏହି ଅବସରରେ ବିଶ୍ୱ ବଜାରରେ ଚାନ୍ଦିରେ ସାମାନ୍ୟ ହ୍ରାସ ଦେଖାଯାଇଥିଲା। ରୂପାର ମୂଲ୍ୟ ୦.୨ ପ୍ରତିଶତ ହ୍ରାସ ପାଇ ଆଉଁସ ପ୍ରତି ୨୬,୮୪ ଡଲାର ପହଞ୍ଚିଛି।

Leave a Reply

Your email address will not be published. Required fields are marked *