ରିୟାଙ୍କର ଆଉ ଏକ ସ୍ବୀକୃତି…. ସ୍ୱୀକାର କଲେ ଡ୍ରଗ୍ସ ଏବଂ ମାରିବାର ଘଟଣା।

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସହିତ ଲଗାତର ଦ୍ଵିତୀୟ ଦିନର ପଚରାଉଚରା ଜାରି ରଖିଛି NCB। ଦ୍ଵିତୀୟ ଦିନରେ ରିୟା ଚକ୍ରବର୍ତ୍ତୀଙ୍କ ସାମ୍ନାରେ ସାମୁଏଲ ମିରାଣ୍ଡା, ସୋବିକ ଚକ୍ରବର୍ତ୍ତୀ, ଦିପେଶ ସାୱନ୍ତଙ୍କୁ ମଧ୍ୟ ବସାଇ ପଚରାଉଚରା କରାଯାଉଛି। ପ୍ରଥମ ଦନର ପଚରାଉଚରାରେ ରିୟା ତିନୋଟି ବଡ଼ ଖୁଲାସା କରିଥିଲେ ଏବଂ କିଛି କଥା ଉପରେ ନିରବ ରହିଥିଲେ ରିୟା। ରବିବାର ଦିନ ରିୟାଙ୍କୁ ପାଖାପାଖି ସାଢେ ସାତ ଘଣ୍ଟାର ପଚରାଉଚରା କରାଯାଇଥିଲା ଯେଉଁଥିରେ ରିୟା ତିନୋଟି ବଡ଼ ଖୁଲାସା କରିଥିଲେ। ଏମିତିକି ଡ୍ରଗ୍ସର ପୁରା କାହାଣୀ, ସୁଶାନ୍ତଙ୍କୁ ଜବରଦସ୍ତ କରି ଡ୍ରଗ୍ସ ଦେବା କଥା ସହିତ ଡ୍ରଗ୍ସ ଡିଲରଙ୍କ ସହିତ ସିଧାସଳଖ ସମ୍ପର୍କ ବିଷୟରେ ସ୍ୱୀକାର କରି ନେଇଥିଲେ।

ତେବେ ପ୍ରଥମେ ରିୟାଙ୍କ ଘରେ ପହଞ୍ଚି ସର୍ଚ୍ଚ କରାଯିବା ପରେ ରିୟାଙ୍କ ଭାଇ ସୋବିକଙ୍କୁ ନେଇଯାଇଥିଲେ ଏବଂ ବିଳମ୍ବିତ ସନ୍ଧ୍ୟାରେ ସୋବିକଙ୍କୁ ଗିରଫ କରିନିଆଯାଇଥିଲା। ଏହାପରେ ରବିବାର ଦିନ ରିୟାଙ୍କୁ ପଚରାଉଚରା ପାଇଁ ଡ଼କାଯାଇଥିଲା। ସୋବିକ, ମିରାଣ୍ଡା ଏବଂ ଦିପେଶ ସିଧାସଳଖ ରିୟାଙ୍କ ନାଁ ନେଇଥିଲେ, କହିଥିଲେ ରିୟା ହିଁ ଡ୍ରଗ୍ସ ମଗାଉଥିଲେ।

ଏମିତିରେ ରିୟାଙ୍କୁ ପ୍ରଥମ ଏବଂ ସ୍ପଷ୍ଟ ପ୍ରଶ୍ନ ପଚରା ଯାଇଥିଲା ଯେ, କଣ ଆପଣ ଏହି ତିନି ଜଣଙ୍କ ଜରିଆରେ ଡ୍ରଗ୍ସ ମଗାଉଥିଲ? ଏଥିରେ ରିୟା ମାନି ନେଇଥିଲେ ଯେ, ହଁ ମୁଁ ଏମାନଙ୍କ ଜରିଆରେ ଡ୍ରଗ୍ସ ମଗାଇଥିଲେ। ସେ କହିଥିଲେ ଯେ, ୧୭ ମାର୍ଚ୍ଚକୁ ସାମୁଏଲ ମିରାଣ୍ଡା ନିଜେ ଗ୍ରାଡ୍ସ ଆଣିବା ପାଇଁ ଜୈଦ ପାଖକୁ ଯାଇଥିଲେ ସେବିଷୟରେ ମୁଁ ଜାଣିଥିଲି। ମୁଁ ଏବଂ ସୋବିକ ଉଭୟ ପେଡଲର ଜୈଦଙ୍କ ସହିତ ଡ୍ରଗ୍ସ ପାଇଁ ସମ୍ପର୍କ କରୁଥିଲୁ। ଏହାପରେ ପଚରା ଯାଇଥିଲା ତୁମେ ଏହି ଡ୍ରଗ୍ସ କାହାପାଇଁ ମାଗାଇଥିଲ, ନିଜ ପାଇଁ ନା ଆଉ କାହା ପାଇଁ? ଉତ୍ତରରେ ରିୟା କହିଥିଲେ, ସୁଶାନ୍ତଙ୍କ ପାଇଁ ମଗାଇଥିଲି ଏବଂ ରିୟା ନିଜେ କେବେହେଲେ ଡ୍ରଗ୍ସ ନେଇ ନାହାନ୍ତି।

ରିୟାଙ୍କୁ ପଚରା ଯାଇଥିଲା କଣ ସେ ପେଡଲର ବାସିତଙ୍କୁ ଜାଣିଛନ୍ତି? ରିୟା ଚକ୍ରବର୍ତ୍ତୀ କହିଥିଲେ ଯେ, ହଁ ସେ ବାସିତକୁ ଜାଣିଛନ୍ତି, ସେ ରିୟାଙ୍କ ଘରକୁ ମଧ୍ୟ ଆସୁଥିଲେ। ସୋବିକ ମଧ୍ୟ ବାସିତଙ୍କ ଠାରୁ ଡ୍ରଗ୍ସ କିଣୁଥିଲେ। ଏହାପରେ NCB ରିୟାଙ୍କୁ ପଚାରିଥିଲେ ବାନ୍ଦ୍ରା ବୟଜ ନାମକ ହ୍ଵାଟ୍ସଆପ ଗ୍ରୁପ ବିଷୟରେ କଣ ଜାଣିଛ, ଏବିଷୟରେ କେବଳ ଜାଣିବାକୁ ପାଇଲେ? ରିୟା ଚକ୍ରବର୍ତ୍ତୀ ଏବିଷୟରେ କୌଣସି ସୂଚନା ଥିବା କଥା ମଧ୍ୟ ମନା କରିଦେଇଥିଲେ।

କିନ୍ତୁ ରିୟାଙ୍କର ଏହି ଗ୍ରୁପ ସହିତ ବହୁତ ଘନିଷ୍ଠ ସମ୍ପର୍କ ରହିଛି ବୋଲି ସୂଚନା ରହିଛି। ରିୟାଙ୍କୁ ପଚରା ଯାଇଥିଲା ସୋବିକ ଏବଂ ମିରାଣ୍ଡା ଯେଉଁ ଡ୍ରଗ୍ସ ନେଇ ଆସୁଥିଲେ ତାହାର ପେମେଣ୍ଟ କିପରି କରାଯାଉଥିଲା? ରିୟା ଏଥିରେ କ୍ରୋଧିତ ହୋଇ କହିଲେ ଯେ, ସେସବୁ ଡ୍ରଗ୍ସ ସୁଶାନ୍ତଙ୍କ ପାଇଁ ଆସୁଥିଲା ତ ସେଥିପାଇଁ ପେମେଣ୍ଟ ମଧ୍ୟ ସୁଶାନ୍ତ ହିଁ କରୁଥିଲେ। ତେବେ ଏହି ଅବସରରେ ରିୟାଙ୍କ ଅନେକ ଉତ୍ତରରେ NCB ସନ୍ତୁଷ୍ଟ ନହୋଇ ତାଙ୍କୁ ଦ୍ଵିତୀୟ ଦିନର ପଚରାଉଚରା ପାଇଁ ଡ଼କାଯାଇଥିଲା।

୨୮ ଅଗଷ୍ଟ ସକାଳୁ ପ୍ରାୟ ୧୦ ଘଣ୍ଟା ୪୦ ମିନିଟ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ସହିତ ପ୍ରଥମ ରାଉଣ୍ଡର ପଚରାଉଚରା ଆରମ୍ଭ ହୋଇ ସାଢ଼େ ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ପ୍ରଥମ ରାଉଣ୍ଡରେ ହିଁ ରିୟା ବହୁତ କିଛି କହି ପକାଇଥିଲେ। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବା କଥା , ତାଙ୍କର ସୁଶାନ୍ତଙ୍କ ସହିତ ୮ ଜୁନରେ ହୋଇଥିବା ଝଗଡା ଏବଂ ଦୁଇଜଣ ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ଶେଷ ହୋଇଯାଇଥିବାର କହି ପକାଇଥିଲେ ରିୟା।

ସିବିଆଇ ବହୁତ କିଛି ରିୟାଙ୍କୁ ପଚାରିଥିଲା ଏବଂ ରିୟାଙ୍କ ପ୍ରତ୍ୟେକ ଉତ୍ତରରେ ଆଉ ଗୋଟିଏ ପ୍ରଶ୍ନ ପଚାରିଥିଲେ ସିବିଆଇ। ସିବିଆଇ ପ୍ରଥମେ ପଚାରିଲା, ୧୪ ଜୁନକୁ ସୁଶାନ୍ତଙ୍କ ମୃତ୍ୟୁ ଖବର ତୁମକୁ କିଏ ଦେଲା? ଉତ୍ତରରେ ରିୟା କହିଥିଲେ”ମୋର କିଛି ବନ୍ଧୁ ମୋତେ ମେସେଜ କରିଥିଲେ ଏବଂ କିଛି ବନ୍ଧୁଙ୍କର ଫୋନ କଲ ମଧ୍ୟ ଆସିଥିଲା। ପୁଣି ସିବିଆଇ ପଚାରିଥିଲେ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ବେଳେ ତୁମେ କେଉଁଠି ଥିଲେ? ରିୟା କହିଥିଲେ,”ମୁଁ ସେତେବେଳେ ମୋ ଘରେ ଥିଲି”।

ସିବିଆଇ ପଚାରିଥିଲେ, “ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ତୁମେ ତାଙ୍କର ବାନ୍ଦ୍ରାସ୍ଥିତ ଘରକୁ ଯାଇଥିଲେ କି ?” ରିୟା ଉତ୍ତର ଦେଇଥିଲେ, “ମୁଁ ସୁଶାନ୍ତଙ୍କ ଘରକୁ ଯାଇ ନଥିଲି କାରଣ ଆମ ସମ୍ପର୍କ ଶେଷ ହୋଇଯାଇଥିଲା।” ପୁଣି ସିବିଆଇ ପଚାରିଥିଲେ,”ଜୁନ୍‌ ୮ରେ କାହିଁକି ସେ ସୁଶାନ୍ତଙ୍କ ଘରୁ ଚାଲି ଯାଇଥିଲେ?” ରିୟା ପ୍ରଥମେ ନିଜ ଉତ୍ତରରେ କହିଥିଲେ, ସୁଶାନ୍ତ ମୋତେ ନିଜେ ଘରୁ ଚାଲିଯିବାକୁ କହିଥିଲେ। ଏହି ଉତ୍ତରର ତୁରନ୍ତ ପରେ ସିବିଆଇ ପଚାରିଥିଲେ, “ତାହେଲେ କ’ଣ ପାଟିତୁଣ୍ଡ ପରେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ଆପଣ? କାରଣ ସିଦ୍ଧାର୍ଥ ପୀଠନି କହିଛନ୍ତି ସେଦିନ ତୁମର ସୁଶାନ୍ତଙ୍କ ସହିତ ଝଗଡା ହୋଇଥିଲା।” ରିୟା ଉତ୍ତରରେ କହିଥିଲେ,”ହଁ ଆମର ଝଗଡା ହୋଇଥିଲା ଏବଂ ଝଗଡା ପରେ ମୁଁ ନିଜେ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ।”

ଏହାପରେ ସିବିଆଇ ପଚାରିଥିଲେ, ‘ଆପଣଙ୍କର କେଉଁ କଥାକୁ ନେଇ ଝଗଡା ହୋଇଥିଲା ଏବଂ ତୁମେ ଲାପଟପରୁ କାହିଁକି କିଛି ଜିନିଷ ଡିଲିଟ କରିଥିଲ ଏବଂ ୮ଟି ହାର୍ଡ ଡିସ୍କକୁ କଣ ତୁମେ ନଷ୍ଟ କରିଥିଲ?” ଏହି ପ୍ରଶ୍ନର ଉତ୍ତର ଦେବା ସ୍ଥାନରେ ଚୁପ ରହିଥିଲେ ରିୟା। ଏହାପରେ ସିବିଆଇ ରିୟାଙ୍କୁ ଜୟା ଶାହା ଏବଂ ଡ୍ରଗ୍ସ ସମ୍ବନ୍ଧିତ କିଛି ଚାଟ ରିୟାଙ୍କୁ ଦେଖାଇ ଏବିଷୟରେ ପଚାରିଥିଲେ। ଏଥିରେ ରିୟା ସ୍ୱୀକାର କରି ନେଇଥିଲେ ଏବଂ କହିଥିଲେ,”ହଁ, ଏହି ଚାଟ ମୋ ଫୋନରୁ କରାଯାଇଛି ଏବଂ ରିୟା ଏହା ମଧ୍ୟ ମାନିଥିଲେ ଯେ ସବୁକିଛି ମୁଁ ହିଁ ଟାଇପ କରିଥିଲି। ମୁଁ ଏସବୁ କିଛି ସୁଶାନ୍ତଙ୍କ କହିବା ମୁତାବକ କରିଥିଲି।”

ସିବିଆଇ ଗୌରବ ଆରୟାଙ୍କ ସହିତ ରିୟାଙ୍କ ଚାଟ ଦେଖାଇ ପ୍ରଶ୍ନ ପଚାରିବାରୁ, ରିୟା ଏହିଥିଲେ,”ହଁ, ମୁଁ ଡ୍ରଗ୍ସ ନେଇଥିଲି ଏବଂ ସୁଶାନ୍ତଙ୍କୁ ମଧ୍ୟ ତାଙ୍କ କଫି ଏବଂ ଚା’ରେ ୪ ବୁନ୍ଦା ମିଶାଇ ଦେଉଥିଲି ଯେଉଁଥିରେ ସେ ବେହୋସ ହୋଇଯାଉଥିଲେ।” ପୁଣି ସିବିଆଇ ପଚାରିଥିଲେ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ କିଏ ଦେଖୁଥିଲେ ଏବଂ ତାଙ୍କ କ୍ରେଡିଟ କାର୍ଡ଼ ଆପଣ କାହିଁକି ବ୍ୟବହାର କରିଥିଲେ? ଏହାର ଉତ୍ତରରେ ରିୟା କହିଲେ, “ସୁଶାନ୍ତଙ୍କ ବ୍ୟାଙ୍କ ଅକାଉଣ୍ଟ ଦେଖୁଥିଲେ ସାମୁଏଲ ମିରାଣ୍ଡା। ଏବଂ ସେ ସୁଶାନ୍ତଙ୍କ Credit Cards ବ୍ୟବହାର କରିଥିଲେ, ମୋତେ ସୁଶାନ୍ତ ଦେଇଥିଲେ।”

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *