ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୦ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରି ଦିଆ ଯାଇଛି। ଆଇପିଏଲର ୧୩ତମ ସିଯିନର ଡେବ୍ୟୁ ୧୯ ସେପ୍ଟେମ୍ବରରେ ଅବୁ ଧାବୀରେ ହେବ। ଉଦଘାଟନ ମ୍ୟାଚରେ ଗତଥରର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ(MI) ଏବଂ ରନର୍ସ ଅପ ଚେନ୍ନାଇ ସୁପର କିଙ୍ଗସ(CSK) ମଧ୍ୟରେ ମୁକାବିଲା ହେବ। ଆଇପିଏଲ ୨୦୨୦ ର ୨୪ ଟି ମ୍ୟାଚ ଦୁବାଇରେ, ୨୦ ଟି ମ୍ୟାଚ୍ ଆବୁଧାବିରେ ଏବଂ ଶାରଜାରେ ୧୨ ଟି ମ୍ୟାଚ ଖେଳାଯିବ। ଲିଗ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ବର୍ତ୍ତମାନ ପ୍ରକାଶ ପାଇଥିବାବେଳେ ପ୍ଲେ ଅଫ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ପରେ ପ୍ରକାଶ ପାଇବ। ନଭେମ୍ବର ୩ ରେ ଖେଳାଯିବାକୁ ଥିବା ଶେଷ ଲିଗ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ।
୧୦ ନଭେମ୍ବରକୁ IPLର ଫାଇନାଲ:
ଟୁର୍ଣ୍ଣାମେଣ୍ଟ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫୩ ଦିନ ପର୍ଯ୍ୟନ୍ତ ଚାଲିବ। IPL ଫାଇନାଲ ୧୦ ନଭେମ୍ବରକୁ ହେବ। ଏଥର IPLର ୧୦ ଡବଲ ହେଡର (ଗୋଟିଏ ଦିନରେ ଦୁଇଟି ମ୍ୟାଚ) ମୁକାବିଲା ଖେଳାଯିବ।
ସନ୍ଧ୍ୟାର ମୁକାବିଲା ୭:୩୦ଟା ବେଳେ:
ଏଥର ସନ୍ଧ୍ୟାର ମୁକାବିଲା ୭:୩୦ଟା ବେଳେ ଖେଳାଯିବ। ଆୟୋଜକ ମାନେ ନିୟମିତ ସମୟରେ ୩୦ ମିନିଟ ପୂର୍ବରୁ ଆସିବାର ନିଷ୍ପତ୍ତି କରିଛନ୍ତି ଯାହା ପୂର୍ବରୁ ରାତି ୮ ଘଟିକା ସମୟରେ ଥିଲା।
ଆଇପିଏଲ ପୂର୍ବରୁ ମାର୍ଚ୍ଚ ୨୯ ରୁ ଭାରତରେ ଅନୁଷ୍ଠିତ ହେବାର ଥିଲା। ଏଥିପାଇଁ ଏକ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ କୋଭିଡ-୧୯ କାରଣରୁ ଆଇପିଏଲକୁ ସ୍ଥଗିତ ରଖିବାକୁ ପଡିଥିଲା। ଆଇସିସି ଟି-୨୦ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିଲା, କିନ୍ତୁ କୋଭିଡ-୧୯ କାରଣରୁ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା।
ଏହି ଆଇସିସି ନିଷ୍ପତ୍ତି ପରେ ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ମଧ୍ୟରେ ଆଇପିଏଲ ଖେଳାଯିବ ବୋଲି ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ନିଷ୍ପତ୍ତି ନେଇଛି।ଏହି ୫୩ ଦିନିଆ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଆଠଟି ଫ୍ରାଞ୍ଚାଇଜ ଦଳ ୟୁଏଇରେ ପହଞ୍ଚି ବର୍ତ୍ତମାନ ଅଭ୍ୟାସ କରୁଛନ୍ତି। ଆଇପିଏଲ ଏଥର ବାୟୋ ସିକ୍ୟୁରିଟି ପରିବେଶରେ ଖେଳାଯିବ। ୟୁଏଇ ଯିବା ପୂର୍ବରୁ ବିସିସିଆଇ ସମସ୍ତ ଦଳକୁ SOP ମଧ୍ୟ ଦେଇଥିଲା। ସମସ୍ତ ମ୍ୟାଚ ଦୁବାଇ, ଆବୁଧାବି ଏବଂ ଶାରଜାଠାରେ ଖେଳାଯିବ।