ଏହି ରାଶିର ଲୋକମାନେ ହେବେ କୋଟିପତି, ଏହି ରାଶି ଉପରେ ଧନ ଢାଳିବେ ପ୍ରଭୁ ଶନିଦେବ।

ଜ୍ୟୋତିଷ ଶାସ୍ତ୍ର ମୁତାବକ ଯେତେବେଳେ କୌଣସି ଗ୍ରହର ଦଶାରେ ପରିବର୍ତ୍ତନ ହୋଇଥାଏ ତେବେ ନିଶ୍ଚିନ୍ତ ଭାବରେ ତା’ର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡିଥାଏ। କିନ୍ତୁ ଆମେମାନେ ଏହି ପ୍ରଭାବକୁ ବୁଝିପାରି ନଥାଉ। ଯାହାଫଳରେ ଆମ ସହିତ କିଛି ଘଟଣା ଘଟିଯାଇଥାଏ। ଆମ ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ। ଶନିଦେବ ଯେତେବେଳେ କାହା ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ସେହି ମନୁଷ୍ୟର ସମୟ ବହୁତ ଉତ୍ତମ ରହିବା ଆରମ୍ଭ ହୋଇଯାଏ। ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତା’ଠାରୁ ଅଧିକ ସେହି ଲୋକ ମାନଙ୍କୁ ଖୁସି ପ୍ରଦାନ କରିଥାନ୍ତି।

ଶନି ଭଗବାନ କାହାର ଶତ୍ରୁ ନୁହନ୍ତି ବରଂ ମିତ୍ର ଅଟନ୍ତି। ସେ ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି। କିନ୍ତୁ ଯେଉଁ ଲୋକମାନେ ଅନୈତିକ ଏବଂ ଭୁଲ କାର୍ଯ୍ୟ କରନ୍ତି ଭଗବାନ ଶନିଦେବ ତାଙ୍କୁ ଦଣ୍ଡ ଦେଇଥାନ୍ତି। ଯେତେବେଳେ ଶନିଦେବ ନିଜର ଚଳନ ପରିବର୍ତ୍ତନ କରନ୍ତି ସେତେବେଳେ ସେହି ରାଶି ମାନଙ୍କ ଅନୁସାରେ କାହା ଉପରେ ଭାରି ପଡନ୍ତି ତ କାହା ଉପରେ ପ୍ରସନ୍ନ ରୁହନ୍ତି। ଏମିତିରେ ସମସ୍ତ ୧୨ ଗୋଟି ରାଶି ଉପରେ ଶନିଦେବଙ୍କ ପ୍ରଭାବ ରହିଥାଏ କିନ୍ତୁ ଏହି ମାସରେ ଜ୍ୟୋତିଷ ମାନଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାଙ୍କ ଉପରେ ଭଗବାନ ଶନିଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରସନ୍ନ ରହିବେ।

ମେଷ ରାଶି- ଏହି ରାଶି ଉପରେ ଶନିଦେବ ପ୍ରସନ୍ନ ରହିବେ ଏବଂ ଏହି ରାଶିର ଚିନ୍ତାର ସମୟ ସମାପ୍ତ ହୋଇଯାଇଛି। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ରହିବ, ତାହା ପୁଣି ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ। ଏହାର ମଝିରେ ଏହି ରାଶିର ଲୋକଙ୍କ ଠାରେ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କର ସମସ୍ତ ମନସ୍କାମନା ଭଗବାନ ଶନିଦେବ ପୂରଣ କରିଦେବେ, କିନ୍ତୁ ଏଥିରେ କେବଳ ଗୋଟିଏ ସର୍ତ୍ତ ରହିଛି ଯେ ଏମାନଙ୍କୁ ଭଗବାନ ଶନିଦେବଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପଡିବ।

ସିଂହ ରାଶି- ଶନିଦେବଙ୍କ କୃପା ଏହି ସିଂହ ରାଶି ଉପରେ ମଧ୍ୟ ବର୍ଷିବାକୁ ଯାଉଛି। ଏମାନଙ୍କ ଠାରେ ଆତ୍ମବିଶ୍ବାସର ଅଭାବ ରହିବ ନାହିଁ। ଏମାନଙ୍କର ସମସ୍ତ ମନସ୍କାମନା ଭଗବାନ ଶନିଦେବଙ୍କ ଦ୍ଵାରା ପୂରଣ ହୋଇଯିବ, କିନ୍ତୁ ଗୋଟିଏ କଥା ପ୍ରତି ଧ୍ୟାନ ରଖନ୍ତୁ ଯେ, ଆପଣଙ୍କୁ ସମ୍ପୂର୍ଣ୍ଣ ପରିଶ୍ରମ ଲଗାଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିବ।

କନ୍ୟା ରାଶି- ଶନି ମହାରାଜ ଆପଣଙ୍କର ଉଦ୍ଧାର କରିବେ। କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କୁ ନିଜର ସମୟ ନିଜର ଜୀବନସାଥୀଙ୍କ ସହିତ ଅତିବାହିତ କରିବାକୁ ପଡିବ, ତେବେ ଯାଇ ଶନିଦେବଙ୍କ କୃପାରୁ ଆପଣଙ୍କ ସାରା ଜୀବନ ସୁଖମୟ ରହିବ। ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ। ଯଦି ଆପଣଙ୍କର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ ତେବେ ଆପଣ ନିଜର ମାତାପିତାଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତୁ।

ତୁଳା ରାଶି- ସଫଳତା ଆପଣଙ୍କର ଦ୍ୱାରରେ ଉପସ୍ଥିତ ହୋଇଛି। ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ, କୌଣସି ବିବାଦ ଠାରୁ ଆପଣ ଦୂରେଇ ରୁହନ୍ତୁ। ତେବେ ଯାଇ ଆପଣଙ୍କର ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ। ଶନିଦେବଙ୍କ କୃପାରୁ ବ୍ୟର୍ଥ କାର୍ଯ୍ୟ ନକରି ନିଜର ଆବଶ୍ୟକୀୟ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଶନିଦେବଙ୍କ କୃପାରୁ ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଜୀବନରେ ସବୁ ପ୍ରକାରର ସୁଖ ଲାଗି ରହିବ।

କର୍କଟ ରାଶି- ଏହି ରାଶି ଉପରେ ଶନିଦେବ ପ୍ରସନ୍ନ ରହିବେ। ଏମାନଙ୍କ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ରହିବ, ଏବଂ ତାହା ପୁଣି ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ। ଏଥିମଧ୍ୟରେ ଏହି ରାଶିର ବ୍ୟକ୍ତିଙ୍କ ଠାରେ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କ ସମସ୍ତ ଅଟକି ରହିଥିବା କାର୍ଯ୍ୟ ତୀବ୍ରତାର ସହିତ ଗତିଶୀଳ ହୋଇପଡିବ।

କୁମ୍ଭ ରାଶି- ଶନିଦେବଙ୍କର କୃପାରୁ ଆପଣଙ୍କର ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଶକ୍ତିଶାଳୀ ରହିବ। ଚଳିତ ବର୍ଷ ଆପଣ ନୂତନ ବହନ କିଣିବାର ମନ ବଳାଇ ପାରନ୍ତି। ଧାର୍ମିକ ଯାତ୍ରା କରିବାର ଯୋଗ ରହିଛି। ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ପରିବାର ଉପରେ ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧି ଲାଗି ରହିବ।

Leave a Reply

Your email address will not be published. Required fields are marked *