ସୁଶାନ୍ତ ସିଂହ ରଜପୁତଙ୍କ କେସରେ ବହୁତ ବଡ଼ ସଫଳତା ମିଳିଛି। ସିବିଆଇ ଟିମ ତୃତୀୟ ଥର ପାଇଁ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଆପାର୍ଟମେଂଟରେ ପହଞ୍ଚିଥିଲେ ଏବଂ ସେହି ୧୪ ଜୁନକୁ ପୁଣିଥରେ ପୁନରାବୃତ୍ତି କରାଯାଇଥିଲା। ଏଥର ଏମ୍ସ ଫରେନସିକ ଟିମ, ଚାକର ନୀରଜ, ରୋଷେଆ କେଶବ, ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ବନ୍ଧୁ ସିଦ୍ଧାର୍ଥ ପୀଠାନି ଏବଂ ଭଉଣୀ ମୀତୁ ସିଂହ ମଧ୍ୟ ସିବିଆଇ ସହିତ ଉପସ୍ଥିତ ରହିଥିଲେ।
ସୁଶାନ୍ତଙ୍କ ଆପାର୍ଟମେଂଟରେ ପହଞ୍ଚିବା ପରେ ସିବିଆଇ ଟିମ ଜଣଙ୍କ ପରେ ଜଣେ ସମସ୍ତଙ୍କୁ ୧୪ ଜୁନକୁ କଣ ହୋଇଥିଲା ସେବିଷୟରେ ପଚାରିଥିଲା। ପୀଠନି ଏବଂ ଚାକର ସେହି କାହାଣୀର ପୁନରାବୃତ୍ତି କରିଥିଲେ ଯେ, ସୁଶାନ୍ତ ସକାଳୁ ଉଠିଥିଲେ, ଜୁସ ନେଲେ ରୁମ ଭିତରକୁ ଯାଇ କବାଟ ବନ୍ଦ କରିଦେଲେ। କବାଟ ବାରମ୍ବାର ପିଟିବା ପରେ ସୁଶାନ୍ତ ଖୋଲି ନଥିଲେ ତା’ପରେ ଭଉଣୀଙ୍କୁ କଲ କରାଗଲା ଏବଂ ଚାବି ବାଲାକୁ ଡାକି ଚାବି ଭଙ୍ଗାଗଲା। ସିବିଆଇ ସୂଚନା ମୁତାବକ, ଏମ୍ସର ଫରେନସିକ ଟିମକୁ ସୁଶାନ୍ତଙ୍କ ତାଲାରେ କିଛି ଅସ୍ୱାଭାବିକ ଜିନିଷ ନଜର ଆସିଛି। କୁଣ୍ଡି ଏବଂ ତାଲା ପୂର୍ଣ୍ଣ ରୂପରେ ଭାଙ୍ଗି ନଥିଲା ତାକୁ ଖୋଲା ଯାଇଥିଲା କିମ୍ବା କ୍ରାକ କରାଯାଇଥିଲା, କାରଣ ଏହା ଗୋଟିଏ କଂପ୍ରେସ ତାଲା ଥିଲା। କିନ୍ତୁ ପିଠାନୀ ଏବଂ ଚାକର କହିଥିଲେ ଚାବି କାରିଗରକୁ ଡକାଇ ତାଲା ଭଙ୍ଗା ଯାଇଥିଲା।
ସୁଶାନ୍ତଙ୍କ ଭଉଣୀ ମୀତୁଙ୍କୁ ପଚରା ଯାଇଥିଲା ଯେତେବେଳେ ସେ ସୁଶାନ୍ତଙ୍କ ଫ୍ଲାଟରେ ପହଞ୍ଚିଲେ ସୁଶାନ୍ତ କେଉଁଠାରେ ଥିଲେ ଏବଂ ସେହି ସବୁଜ କପଡା କେଉଁଠାରେ ଥିଲା? ଏସବୁର ଉତ୍ତର ଦେଇଥିଲେ ମୀତୁ ଏବଂ କହିଲେ ଯେ, ସେ ସୁଶାନ୍ତଙ୍କୁ ତଳକୁ ଓଲ୍ହାଇ ଦେବା ପାଇଁ ସିଦ୍ଧାର୍ଥ ପୀଠାନିଙ୍କୁ କହି ନଥିଲେ। କାରଣ ପୀଠାନି ବାରମ୍ବାର କହି ଆସୁଥିଲେ ମୀତୁଙ୍କ କହିବାରେ ହିଁ ସେ ସୁଶାନ୍ତଙ୍କୁ ତଳକୁ ଓଲ୍ହାଇ ଦେଇଥିଲେ।
ସୁଶାନ୍ତଙ୍କ କେସର ଆଜି ପର୍ଯ୍ୟନ୍ତ ହୋଇଥିବା ଖୁଲାସା ଭିତରେ ଏହା ସବୁଠୁ ବଡ଼ ଖୁଲାସା ଯେ ସୁଶାନ୍ତଙ୍କ ବେଡରୁମର କୁଣ୍ଡି ଭଗ୍ନ ଅବସ୍ଥାରେ ରହିଥିଲା। ଏଥିସହିତ ସୁଶାନ୍ତ ଫାଶି ଲଗାଥିବା ପଙ୍ଖା ସାମାନ୍ୟ ହେଲେ ତଳକୁ ନଇଁ ନଥିଲା। ୬ ଫୁଟ ଲମ୍ବା ୭୫ କିଲୋ ଓଜନର ସୁଶାନ୍ତଙ୍କ ଝୁଲିବା ପରେ ମଧ୍ୟ ପଙ୍ଖାରେ କୌଣସି ପରିବର୍ତ୍ତନ ଆସି ନଥିଲା ଏହା ଏକ ସମ୍ପୂର୍ଣ୍ଣ ଅସମ୍ଭବ କଥା। ଏହିସବୁ କଥା କ୍ୟାମେରା ସାମ୍ନାରେ କହିଛନ୍ତି କେସର ଯାଞ୍ଚ କରିଥବା ଫରେନସିକ ବିଭାଗର ଅଧିକାରୀ।
ପ୍ରଥମେ ଫରେନସିକ ବିଭାଗକୁ ପଚରା ଯାଇଥିଲା ଯେ ଆପଣ ଯାଞ୍ଚ କରିବାକୁ ଯାଇଥିଲେ ସେଠାରେ କିଛି ଭୁଲ କିମ୍ବା ଅସାଧାରଣ ଦେଖିଥିଲେ କି? ତୁରନ୍ତ ଫରେନସିକ ଅଧିକାରୀ କହିଲେ ସୁଶାନ୍ତଙ୍କ ଡାଏରୀଏ କେତେକ ପୃଷ୍ଠା ଚିରିଦିଆ ଯାଇଥିଲା। ତେବେ ଏହାକୁ କିଏ ଚିରିଥିଲା ଜାଣିନଥିଲେ ମଧ୍ୟ ନିଜ ରିପୋର୍ଟରେ ଲେଖି ମୁମ୍ବାଇ ପୋଲିସକୁ ଜଣାଇଥିଲେ। ସୁଶାନ୍ତଙ୍କ ରୁମରେ ଥିବା ପଙ୍ଖା ଟିକେ ହେଲେ ବି ତଳକୁ ନଇଁ ନଥିଲା।
ଏହା ଉପରେ ଜଣେ ରିପୋର୍ଟର କହିଥିଲେ ହୋଇଥାଇ ପରେ ସୁଶାନ୍ତ ଦୁର୍ବଳ ହୋଇଯିବା କାରଣରୁ ତାଙ୍କ ଓଜନ କମିଯାଇଥିବ। ଏହାର ଉତ୍ତରରେ ଫରେନସିକ ଅଧିକାରୀ ତୁରନ୍ତ କହିଥିଲେ ଏହା ସମ୍ଭବ ହିଁ ନୁହେଁ ଯେ ପଙ୍ଖା ଉପରେ ୪୦ କିଲୋରୁ ବି ଅଧିକ ଓଜନ ଝୁଲାଇ ଦିଆଗଲେ ଏହା ସାମାନ୍ୟ ହେଲେ ତଳକୁ ନଇଁବ ନାହିଁ। ହେଲେ ସୁଶାନ୍ତଙ୍କ ଫ୍ୟାନ ସମ୍ପୂର୍ଣ୍ଣ ଠିକ ଥିଲା ଏବଂ ତାଙ୍କ ଓଜନ ୭୫ କିଲୋରୁ ଅଧିକ ରହିଥିଲା।
ଫରେନସିକ ଅଧିକାରୀ ଏହା ମଧ୍ୟ କହିଥିଲେ ସୁଶାନ୍ତଙ୍କ ବେଡରୁମର ଛିଟିକିଣି ଭଙ୍ଗା ଯାଇଥିଲା ଯେତେବେଳେ ସୁଶାନ୍ତଙ୍କ ଚାକର ଦାବି କରିଛନ୍ତି ଯେ, ଚାବି କରିଗରଙ୍କୁ ଡାକି ଚାବି ଭଙ୍ଗା ଯାଇଥିଲା। ତେବେ ଏସବୁ ଜାଣି ମଧ୍ୟ ମୁମ୍ବାଇ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା। ସୁଶାନ୍ତଙ୍କ ପିତା ଏବଂ ଓକିଲ ଲଗାତର ଆରୋପ ଲଗାଇ ଆସୁଛନ୍ତି ଯେ ବାନ୍ଦ୍ରା ପୋଲିସ ତାଙ୍କୁ ସହଯୋଗ କରୁ ନାହାନ୍ତି। ଏଥିସହିତ ମୁମ୍ବାଇ ପୋଲିସ କିଛି ଲୋକଙ୍କୁ ସୁରକ୍ଷା ଦେବା ସହିତ ସୁଶାନ୍ତଙ୍କ କେସର ନେତୃତ୍ୱ କରୁଥିବା ବାନ୍ଦ୍ରାର ଡିସିପି ଲଗାତର ଭାବରେ ରିୟାଙ୍କ ସହିତ ଫୋନ କଲ ଏବଂ ମେସେଜ ଦ୍ୱାରା ସମ୍ପର୍କରେ ଥିଲେ। ଯାହାର ପୁଅ ମାରିଛନ୍ତି ତାଙ୍କ ସହିତ ସମ୍ପର୍କରେ ରହିବା ତ ଦୂରର କଥା ତାଙ୍କ କଥା ଶୁଣୁ ହିଁ ନାହାନ୍ତି ହେଲେ ଯାହା ଉପରେ ଆରୋପ ରହିଛି ତାଙ୍କ ସହିତ ଲଗାତର ସମ୍ପର୍କରେ ରହୁଛନ୍ତି ପୋଲିସ କର୍ମଚାରୀ।
ଏହାଛଡା NCB ରିୟାଙ୍କ ଭାଇ ସୋବିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କୁ ରିମାଣ୍ଡରେ ନେଇ ସାରିଛି ଏଥିସହିତ NCB ରିୟାଙ୍କୁ ନୋଟିଫିକେଶନ ମଧ୍ୟ ପଠାଇ ଦେଇଛି। ରବିବାର ଦିନ ପ୍ରଥମଥର ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବାକୁ ଯାଉଛି NCB। ତେବେ NCB ସେହି ଲୋକଙ୍କୁ ପଚରାଉଚରା ପାଇଁ ଡାକିଥାଏ ଯାହା ବିରୁଦ୍ଧରେ ତାଙ୍କ ପାଖରେ କୌଣସି ପ୍ରମାଣ ରହିଥାଏ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।