ଜାମ୍ମୁ କାଶ୍ମୀରରେ ଆତଙ୍କ ସୃଷ୍ଟି କରିଥିବା ପାକିସ୍ତାନର ଏଜେନ୍ସି ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ସମ୍ପର୍କ କାହାଠାରୁ ଲୁଚି ନାହିଁ। ଯଦିଓ ପାକିସ୍ତାନ ପ୍ରତ୍ୟେକ ଥର ଏହାକୁ ଅସ୍ୱୀକାର କରି ଆସୁଛି, କିନ୍ତୁ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ ଏଥର ଭାରତ ହାତରେ ପୁକ୍ତା ପ୍ରମାଣ ରହିଛି। ଭାରତୀୟ ସୁରକ୍ଷା ଏଜେନ୍ସି ଏକ ନୂତନ ଦସ୍ତାବିଜ ହାସଲ କରିଛି, ଯାହା ପାକିସ୍ତାନର ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ସହିତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦୀନର ପ୍ରମୁଖ ସୟଦ ସଲାହୁଦ୍ଦିନଙ୍କ ନିକଟତାର ପୁଷ୍ଟି କରୁଛି।
ଗଣମାଧ୍ୟମ ରିପୋର୍ଟ ମୁତାବକ କୁହାଯାଉଛି ଯେ, ଏହି ଦସ୍ତାବିଜ ଅକ୍ଟୋବରରେ ଫାଇନାନ୍ସିୟଲ ଏକ୍ସନ ଟାସ୍କ ଫୋର୍ସ(FATF)ର ମିଟିଙ୍ଗ ପୂର୍ବରୁ ଭାରତର ହାତରେ ଲାଗିଛି। ଏହାଦ୍ବାରା ଆଶା ରହିଛି ଯେ, FATF ପାକିସ୍ତାନ ଉପରେ ଅଧିକ କାଢ଼ାକଢି ଦୃଷ୍ଟି ରଖିବ।
ପାକିସ୍ତାନର ଗୁଇନ୍ଦା ନିର୍ଦ୍ଦେଶାଳୟ ଜାରି କରିଥିଲା ଷ୍ଟେଟମେଣ୍ଟ:
ବାସ୍ତବରେ ଗଣମାଧ୍ୟମ ରିପୋର୍ଟ ହିସାବରେ ପାକିସ୍ତାନର ଗୁଇନ୍ଦା ନିର୍ଦ୍ଦେଶାଳୟ, ଇସଲାମାବାଦ ପକ୍ଷରୁ ନିକଟରେ ହିଁ ଜାରି କରିଥିବା ଦସ୍ତାବିଜ ଭାରତୀୟ ଏଜେନ୍ସି ହାତରେ ଲାଗିଛି। ଦସ୍ତାବିଜ ମୁତାବକ କୁହାଯାଉଛି ଯେ, ପ୍ରତିବନ୍ଧିତ ଆତଙ୍କବାଦୀ ସମୂହ ହିଜବୁଲ ମୁଜାହିଦୀନର ପ୍ରମୁଖ ସୟଦ ମହମ୍ମଦ ୟୁସୁଫ ଶାହ ଓରଫ ସୟଦ ସଲାହୁଦ୍ଦିନ “ଆଧିକାରୀକ ସ୍ତରରେ” ପାକିସ୍ତାନର ଏଜେନ୍ସି ଆଇଏସଆଇ ସହିତ କାମ କରୁଛି।
କଣ ଆଇଏସଆଇର ଅଧିକାରୀ ଅଟନ୍ତି ସଲାହୁଦ୍ଦିନ?:
ଖବର ମୁତାବକ ନିର୍ଦ୍ଦେଶକ/କମାଡିଙ୍ଗ ଅଧିକାରୀ ୱାଜାହତ ଅଲି ଖାନଙ୍କ ନାମରେ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, “ଏହା ପ୍ରମାଣିତ ଯେ ସୟଦ ମହମ୍ମଦ ୟୁସୁଫ ଶାହା ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ, ଇସଲାମାବାଦ) ସହିତ କାମ କରୁଛନ୍ତି। କୁହାଯାଉଛି ଯେ, ସେ ଏହି ବିଭାଗର ଅଧିକାରୀ ଅଟନ୍ତି। ସଲାହୁଦ୍ଦିନଙ୍କ ଗାଡ଼ିର ସବିଶେଷ ବିବରଣୀ ସେୟାର କାରି ନିର୍ଦ୍ଦେଶ ରହିଛି ଯେ ତାଙ୍କୁ ସୁରକ୍ଷାର ମଞ୍ଜୁରୀ ଦେଇ ଦିଆଯାଇଛି ଏବଂ ଅନାବଶ୍ୟକ ରୂପେ ଅଟକାଯିବା ଉଚିତ ନୁହେଁ।” ଏହି ପତ୍ରରେ ୟୁସୁଫ ଶାହାଙ୍କୁ ହିଜବୁଲ ମୁଜାହିଦ୍ଦୀନଙ୍କୁ ଅମୀର ଅର୍ଥାତ ମୁଖିଆ କୁହାଯାଇଛି। କୁହାଯାଉଛି ଯେ, ୱାଜାହତ ଅଲି ଖାନଙ୍କ ନାମରେ ଜାରି କରାଯାଇଥିବା ଚିଠିର ଏକ କପି ଇଂରାଜୀ ଖବରକାଗଜ ଦ ଟାଇମ୍ସ ଅଫ ଇଣ୍ଡିଆ ହାତରେ ଲାଗିଛି। ସଲାହୁଦ୍ଦିନଙ୍କ ପାଇଁ ଜାରି କରାଯାଇଥିବା ପତ୍ର ୩୧ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ମାନ୍ୟ ରହିଛି।
ଏହି ପରିଷଦର ମଧ୍ୟ ପ୍ରମୁଖ ଅଟନ୍ତି ସଲାହୁଦ୍ଦିନ:
ରିପୋର୍ଟ ମୁତାବକ ସଲାହୁଦ୍ଦିନ, ହିଜବୁଲ ମୁଜାହିଦୀନର ପ୍ରମୁଖ ରହିଥିବା ବ୍ୟତୀତ ସଂଯୁକ୍ତ ଜିହାଦ ପରିଷଦ(UJC)ର ମଧ୍ୟ ପ୍ରମୁଖ ଅଟନ୍ତି, ଯାହା ଅନେକ ଆତଙ୍କବାଦୀ ସମୂହର ପୈତୃକ ସଂଗଠନ ଅଟେ। UJC ଅନ୍ତର୍ଗତ ଲଶ୍କର-ଇ-ତୟବା (Lashkar-e-Taiba) ଏବଂ ଜୈଶ-ଇ-ମୋହମ୍ମଦ (Jaish-e-Mohammed) ପରି ଭୟାନକ ଆତଙ୍କବାଦୀ ସଙ୍ଗଠନ ଆସିଥାଏ।
ଭାରତରେ ଅନେକ ଆକ୍ରମଣ ପାଇଁ ଦାୟୀ ପ୍ରତିବନ୍ଧିତ ଆତଙ୍କି ସଙ୍ଗଠନ “ଆଇଏସଆଇ ସହିତ ସମ୍ବନ୍ଧ”ର ସ୍ପଷ୍ଟ ପ୍ରମାଣ ମିଳିବାରୁ ଭାରତୀୟ ଏଜେନ୍ସି ଗୁଡିକ ବହୁତ ଉତ୍ସାହିତ ରହିଛି। ଭାରତୀୟ ଏଜେନ୍ସି ଗୁଡିକର ମାନିବା କଥା ଯେ, ଏହି ଦସ୍ତାବିଜରୁ ଫାଇନାନ୍ସିୟଲ ଏକ୍ସନ ଟାସ୍କ ଫୋର୍ସ(FATF)ରେ ପାକିସ୍ତାନକୁ “ବ୍ଲାକଲିଷ୍ଟ” କରିବାରେ ଶକ୍ତିଶାଳୀ ହେବ।
ଅକ୍ଟୋବରରେ ହେବ FATFର ସମୀକ୍ଷା ବୈଠକ:
ଅକ୍ଟୋବରରେ ଏହି କଥାର ସମୀକ୍ଷା କରାଯିବ ଯେ ପାକିସ୍ତାନ ଫାଇନାନ୍ସିୟଲ ଏକ୍ସନ ଟାସ୍କ ଫୋର୍ସ(FATF)ର ଏକ୍ସନ ଯୋଜନାକୁ ଲାଗୁ କାରବାରେ କେତେ ସଫଳ।ହେଉଛି। ଏଥିରେ ପ୍ରଥମେ ଇସଲାମାବାଦର ପକ୍ଷରୁ ବିଶେଷ ରୂପରେ ଆତଙ୍କବାଦୀଙ୍କ ଫଣ୍ଡିଙ୍ଗ କରାଯିବା, ଅନ୍ତରାଷ୍ଟ୍ରୀୟ ଆତଙ୍କବାଦକୁ ଲଗାତର ସମର୍ଥନ କରିବା ଏବଂ ସରକାରୀ ସଂସ୍ଥା ପକ୍ଷରୁ ଆତଙ୍କବାଦକୁ ଦିଆଯାଉଥିବା ସକ୍ରିୟ ସମର୍ଥନର ବଢିବାର ପ୍ରମାଣ ମିଳିଯାଇଛି।