ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଏଥର ଆଉ କେହି ନୁହେଁ ନିଜେ ସୋବିକ ଚକ୍ରବର୍ତ୍ତୀ ମୁହଁ ଖୋଲିଛନ୍ତି। ସୋବିକଙ୍କୁ ଶୁକ୍ରବାର ଦିନ ସକାଳୁ ତାଙ୍କ ନିଜ ଘରୁ NCB ଉଠାଇ ନେଇଥିଲା। ଦିନ ସାରା ପଚରାଉଚରା ପରେ ବିଳମ୍ବିତ ସନ୍ଧ୍ୟାରେ ସୋବିକଙ୍କୁ ଗିରଫ ମଧ୍ୟ କରିନିଆ ଯାଇଥିଲା। ପଚରାଉଚରାରେ ନିଜର ସମସ୍ତ ଅପରାଧ ସ୍ୱୀକାର କରିନେଇଥିଲେ ସୋବିକ। ପ୍ରାରମ୍ଭିକ କ୍ଷେତ୍ରରେ ମନା କରୁଥିବା ବେଳେ ପରେ ରିୟାଙ୍କ ସହିତ ନିଜ ଅପରାଧ ମଧ୍ୟ ସ୍ୱୀକାର କରିଥିଲେ ସୋବିକ।
ସୋବିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କୁ ଶୁକ୍ରବାର ଦିନ ସକାଳୁ ତାଙ୍କ ଘରୁ ଉଠାଇ ନେଇଥିବା ବେଳେ ପ୍ରଥମେ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ଛାଡ଼ି ଦିଆଯିବାର କଥା କୁହାଯାଉଥିଲା କିନ୍ତୁ ପରେ ସେମାନଙ୍କ ଦ୍ବାରା ଏମିତି କିଛି ଖୁଲାସା କରିଥିଲେ ଯେ, ତାଙ୍କୁ ବିଳମ୍ବିତ ସନ୍ଧ୍ୟାରେ ଗିରଫ କରାଯାଇଥିଲା। ସୋବିକଙ୍କୁ ପ୍ରଥମେ ତାଙ୍କ ଘରେ ମଧ୍ୟ ପଚରାଉଚରା କରାଯାଇଥିଲା, କିନ୍ତୁ ସୋବିକ ଡ୍ରଗ୍ସ କିଣିବା କିମ୍ବା ନେବା କଥାକୁ ସମ୍ପୂର୍ଣ୍ଣ ଫାଙ୍କି ଦେଇଥିଲେ।
ଏହାପରେ ସୋବିକଙ୍କୁ ଉଠାଇ ନେଇ ଯାଇଥିଲେ। ଜେଦ ଭିଲାତ୍ରା ଏବଂ ବାସିତଙ୍କ ସାମ୍ନାରେ ସୋବିକକୁ ନେଇ ବସାଇଦେଇଥିଲା NCB। NCB ମୁତାବକ ପ୍ରଥମେ ଜେଦ ଭିଲାତ୍ରା ଏବଂ ବାସିତଙ୍କୁ ପଚରାଗଲା, କଣ ତୁମେ ସୋବିକଙ୍କୁ ଜାଣିଛ? ଏହାର ଉତ୍ତରରେ ସେମାନେ କହିଥିଲେ, ହଁ ଆମେ ୟାଙ୍କୁ ଜାଣିଛୁ, ଏହି ବ୍ୟକ୍ତି ଜଣକ ସୋବିକ ଚକ୍ରବର୍ତ୍ତୀ ଅଟନ୍ତି।
ଏହାପରେ ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ ଜେଦ ଭିଲାତ୍ରା ଏବଂ ବାସିତଙ୍କୁ ଜାଣିଛ? ଏହାର ଉତ୍ତରରେ ସୋବିକ ସିଧା ସଳଖ ଏହି ଦୁଇଜଣଙ୍କୁ ଜାଣି ନାହାନ୍ତି ବୋଲି କହିଦେଇଥିଲେ। ଏହା ଶୁଣିବା ମାତ୍ରେ NCB ସୋବିକ ଏବଂ ଭିଲାତ୍ରା ମଧ୍ୟରେ ହୋଇଥିବା ଚାଟିଙ୍ଗ, ଟଙ୍କା କାରବାର, ଫୋନ କଲ ବିବରଣୀ ସବୁକିଛି ସୋବିକଙ୍କ ସାମ୍ନାରେ ରଖିଥିଲେ। ଏହା ଦେଖିବା ପରେ ସୋବିକଙ୍କର ସତ କହିବା ଛଡ଼ା ଅନ୍ୟ କୌଣସି ରାସ୍ତା ନଥିଲା।
NCB ସୂତ୍ର ମୁତାବକ, ସୋବିକଙ୍କୁ ପଚରାଗଲା କଣ ତୁମେ ଜେଦ ଭିଲାତ୍ରା ଏବଂ ବାସିତଙ୍କ ଠାରୁ ଡ୍ରଗ୍ସ କିଣିଥିଲ? ଏହାର ଉତ୍ତର ଦେବାକୁ ଯାଇ ସୋବିକ କହିଥିଲେ, ହଁ ମୁଁ ଏହି ଲୋକଙ୍କ ଠାରୁ ଡ୍ରଗ୍ସ କିଣିଛି ସେ ବି ଗୋଟିଏ ଥର ନୁହେଁ ଅନେକଥର ସେମାନଙ୍କ ଠାରୁ ଡ୍ରଗ୍ସ କିଣିଛନ୍ତି। ସୋବିକଙ୍କୁ ପୁଣି ପଚରା ଯାଇଥିଲା ତୁମେ ନିଜେ ଡ୍ରଗ୍ସ ଗ୍ରହଣ କରୁଥିଲା ନା ଅନ୍ୟ କାହାରି ପାଇଁ ମଗାଇଥିଲେ? ସୋବିକ ଉତ୍ତରରେ କହିଥିଲେ ସେ ନିଜ ଭଉଣୀ ରିୟା ଚକ୍ରବର୍ତ୍ତୀଙ୍କ କଥାରେ ଏସବୁ କିଣିଥିଲେ।
ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ କେବେ ଡ୍ରଗ୍ସ ଗ୍ରହଣ କରିଛ? ଏହାର ଉତ୍ତର ଦେବାକୁ ଯାଇ ସୋବିକ କହିଥିଲେ, ହଁ ମୁଁ ଡ୍ରଗ୍ସ ସେବନ କରିଛି କିନ୍ତୁ ସବୁବେଳେ ନୁହେଁ କେବଳ କେବେ କେବେ। ରିୟା ଚକ୍ରବର୍ତ୍ତୀ ଏହାକୁ ସବୁବେଳେ ପ୍ରତ୍ୟେକ ଦିନ ଗ୍ରହଣ କରୁଥିଲେ। ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ କେବଳ ଏହାକୁ ରିୟାଙ୍କ ପାଇଁ ଆଣୁଥିଲ ଅଥବା ଅନ୍ୟ କାହା ପାଇଁ ମଧ୍ୟ ଆଣିଛ? ଉତ୍ତରରେ ସେ କହିଥିଲେ, ହଁ ମୁଁ ରିୟାଙ୍କ କଥାରେ ସୁଶାନ୍ତଙ୍କ ପାଇଁ ମଧ୍ୟ ବହୁତ ଥର ଡ୍ରଗ୍ସ କିଣିଛି ଏବଂ ତାଙ୍କ ଘରେ ପର୍ସଲ ପହଞ୍ଚାଇଛି।
ସୋବିକଙ୍କୁ ପଚରା ଯାଇଥିଲା କଣ ସୁଶାନ୍ତଙ୍କୁ ଜବରଦସ୍ତ କରି ରିୟା ଡ୍ରଗ୍ସ ଦେଉଥିଲେ? ସୋବିକ ଏହାର ଉତ୍ତର ଦେଇଥିଲେ ଯେ, ସୁଶାନ୍ତ କେବେ କେବେ ନିଜେ ମଗାଉଥିଲେ କିନ୍ତୁ ରିୟା ଅନେକ ଥର ତାଙ୍କୁ ଜବରଦସ୍ତି କେମିକାଲ ଆଇଟମ ଦେଉଥିଲେ। ଏଥିସହିତ ଯେତେବେଳେ ସୁଶାନ୍ତ ଅଧିକ ଚାପରେ ଆସି ପାଟି କରୁଥିଲେ ରିୟା ତାଙ୍କ ଉପରେ ହାତ ମଧ୍ୟ ଉଠାଉଥିଲେ। ଏବଂ ରିୟା ସବୁକିଛି ପେମେଣ୍ଟ ସୁଶାନ୍ତଙ୍କ ଆକାଉଣ୍ଟରୁ ହିଁ କରୁଥିଲେ। କାରଣ ଏହି ଡ୍ରଗ୍ସ ଗୁଡିକ ଏତେ ଦାମି ହେଉଥିଲା ଯେ ଏଥିପାଇଁ ରିୟାଙ୍କ ପାଖରେ ଏତେ ଟଙ୍କା ନଥିଲା।
ରିୟା ଚକ୍ରବର୍ତ୍ତୀ ୮ ଜୁନକୁ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ଏବଂ ୯ ଜୁନକୁ ସୁଶାନ୍ତଙ୍କ ନମ୍ବର ବ୍ଲକ କରିଦେଇଥିଲେ ସେହି ରିୟା ୧୨ ଜୁନକୁ ସୁଶାନ୍ତଙ୍କ ଘରକୁ ଯାଉଥିଲେ। ଏହାର ଫୋଟୋ ଚିତ୍ର ମଧ୍ୟ ସାମ୍ନାକୁ ଆସି ଯାଇଛି। ରିୟା ଚକ୍ରବର୍ତ୍ତୀ ନିଜର ଇଣ୍ଟରଭ୍ୟୁ କହିଥିଲେ ଯେ, ୮ଜୁନକୁ ସେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ଏବଂ ୯ ଜୁନକୁ ସୁଶାନ୍ତଙ୍କ ନମ୍ବର ବ୍ଲକ କରିଦେଇଥିଲେ। ସୁଶାନ୍ତଙ୍କ ଘରେ ରହୁଥିବା ଲୋକ ଏବଂ ଚାକର ମଧ୍ୟ ଏହା କହିଥିଲେ ଯେ, ୮ ଜୁନକୁ ରିୟା ନିଜର ସମସ୍ତ ଜିନିଷ ନେଇ ଚାଲିଯାଇଥିଲେ ଆଉ କେବେ ଫେରି ନଥିଲେ।
୧୨ ଜୁନକୁ ସୁଶାନ୍ତଙ୍କ ଭଉଣୀ ମୀତୁ ମଧ୍ୟ ନିଜ ଘରକୁ ଚାଲି ଯାଇଥିଲେ, ଏହାର କାରଣ ମଧ୍ୟ ଖୋଦ ରିୟା ଥିଲେ। ୮ ଜୁନକୁ ରିୟା ସୁଶାନ୍ତଙ୍କୁ ଛାଡି ଯିବାପରେ ଭାବିଥିଲେ ଆଉ ତାଙ୍କ ଜୀବନରେ ସୁଶାନ୍ତଙ୍କର କୌଣସି ଆବଶ୍ୟକତା ନାହିଁ କିନ୍ତୁ ମାତ୍ର ୪ ଦିନ ପରେ ରିୟାଙ୍କୁ ସୁଶାନ୍ତଙ୍କର ଆବଶ୍ୟକତା ପଡିଯାଇଥିଲା, ସେ ପୁଣି ଥରେ ସୁଶାନ୍ତଙ୍କ ପାଖକୁ ଫେରି ଆସିଥିଲେ। ରିୟା ନିଜ କଥାରେ ସୁଶାନ୍ତଙ୍କୁ ଫସାଇ ମୀତୁଙ୍କୁ ଚାଲିଯିବା ପାଇଁ ସୁଶାନ୍ତଙ୍କ ମୁହଁରୁ କୁହାଇଥିଲେ। ଯେଉଁଥିପାଇଁ ମୀତୁଙ୍କୁ ସୁଶାନ୍ତ କହିଥିଲେ ତୁମ ପିଲା ମାନଙ୍କର ପରୀକ୍ଷା ଅଛି ତୁମେ ନିଜ ଘରକୁ ଚାଲିଯାଅ। ଏଥିରେ ମଧ୍ୟ ରିୟାଙ୍କ ନାମ ଉଠାଇ ନଥିଲେ ସୁଶାନ୍ତ।
୧୨ ଜୁନ ଦିନ ସୁଶାନ୍ତଙ୍କ ଘରକୁ କେକ ମଗାଇଥିଲେ ରିୟା ଚକ୍ରବର୍ତ୍ତୀ। ସେହି କେକ କମ୍ପାନୀ ସହିତ ରିୟାଙ୍କର ଡିଲ ହୋଇଥିଲା। ସେହି କେକ କମ୍ପାନୀର ଇନଷ୍ଟାଗ୍ରାମ ଆଇଡିରୁ ଏହି ଫୋଟୋ ମିଳିଛି। ୧୨ ଜୁନର ଏହି ଫୋଟୋ ସୁଶାନ୍ତଙ୍କ ଘରେ ହିଁ ଉଠାଯାଇଥିଲା। ଫୋଟୋର ପଛରେ ଆପଣ ଭଲ ଭାବରେ ସୁଶାନ୍ତଙ୍କ ଲିଭିଙ୍ଗ ରୁମ ଦେଖି ପାରିବେ, ଜଣେ ଏଷ୍ଟ୍ରୋନଟଙ୍କ ଫୋଟୋ ମଧ୍ୟ ନଜରକୁ ଆସୁଛି। ଯଦି ୧୨ ଜୁନ ଦିନ ସୁଶାନ୍ତଙ୍କ ଘରକୁ ରିୟା ଆସିଥିଲେ ତେବେ ସେହି ସମୟରେ ଚାକର ଏବଂ ଅନ୍ୟ ଲୋକମାନେ କେଉଁଠାରେ ଥିଲେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।