କାନପୁରର ଏକ ୧୫ ବର୍ଷର ନାବାଳିକା ଝିଅ ସହିତ ଘରେ ପଶି ବଳାତ୍କାର କରିବାକୁ ଚେଷ୍ଟା କରାଗଲା। ଦୁଷ୍କର୍ମ ଉଦ୍ୟମକାରୀ ନାବାଳିକାଙ୍କ ବସ୍ତ୍ର ଫାଡ଼ି ତାଙ୍କୁ ମଦରେ ଗାଧୋଇ ଦେଇଥିଲେ। ଏହାଛଡା ବାଳକୁ ଧରି ଭୂମି ଉପରେ ଘୋଷାଡିଲେ। ଯେତେବେଳେ ନାବାଳିକା ଜଣକ ନିଜର ବୃଦ୍ଧ ଅଜା ଆଈଙ୍କ ସହିତ ଏହି ମାମଲାର ଅଭିଯୋଗ କରିବା ପାଇଁ ପୋଲିସ ଥାନା ପହଞ୍ଚିଥିଲେ ସେତେବେଳେ ଓଲଟା ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଥାନା ଅଧିକାରୀ ପର୍ଯ୍ୟନ୍ତ ନାବାଳିକାଙ୍କ ସହିତ ଅଭଦ୍ର ବ୍ୟବହାର କରିଥିଲେ।
ନାବାଳିକା ଝିଅଟି ଗତ ୫୦ ଦିନରୁ ସେହି ଦୁଷ୍କର୍ମ ଉଦ୍ୟମକାରୀଙ୍କ ବିରୁଦ୍ଧରେ ଫାଇଲ କରାଇବା ପାଇଁ ଥାନାରୁ ଆରମ୍ଭ କରି ଏସଏସପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚକ୍କର କାଟୁଛନ୍ତି। କିନ୍ତୁ ତାଙ୍କ ଅଭିଯୋଗ କେହି ଶୁଣୁ ନାହାନ୍ତି। ଥାନା ଅଧିକାରୀ ଝିଅଟିକୁ କହିଲେ ତୁ ଯେତେବେଳେ ଏଠାକୁ ଏପ୍ଲିକେଶନ ନେଇ ଆସୁଛୁ ସେତେବେଳେ ତୋ ସହିତ ବଳାତ୍କାର ହିଁ ହେଉଛି।
ଖାଲି ଏତିକି ନୁହେଁ ଥାନା ଅଧିକାରୀ ଜଣକ ଝିଅଟିକୁ ଧମକ ଦେଇଥିଲେ ଏବଂ କହୁଥିଲେ ଯେ, ତୁ କେତେ ସୁନ୍ଦର ହୋଇଛୁ, ଚାଲ ମୋ ଜିପରେ ବସ, ମୁଁ ତୋତେ ପୁରା କାନପୁର ବୁଲାଇ ଆଣିବି, ଦେଖିବା କିଏ ତୋ ଇଚ୍ଛା ବିରୁଦ୍ଧରେ ତୋତେ ବଳାତ୍କାର କରିବାକୁ ଚେଷ୍ଟା କରୁଛି।
ଝିଅଟିର ମାତାପିତା ନାହାନ୍ତି। ସେ ନିଜର ଅଜା ଆଈଙ୍କ ସହିତ ରୁହେ। ଅଜାଙ୍କର ଗୋଟିଏ ଗୋଡ଼ ଖରାପ ସେ ଠିକ ଭାବରେ ଚାଲି ବୁଲି ପାରନ୍ତି ନାହିଁ। ଏହାପରେ ମଧ୍ୟ ସେ ନିଜ ନାତୁଣୀର ସୁରକ୍ଷା ପାଇଁ ଏସଏସପିଙ୍କ ଅଫିସର ଚକ୍କର ଲଗାଉଛନ୍ତି। ପୋଲିସ ଅଧିକାରୀ ତାଙ୍କୁ ଗାଳି ଦେଇ ବାହାର କରିଦେଉଛନ୍ତି।
ଝିଅଟି କାକାଦେବଙ୍କ ଅମ୍ବିକାପୁର ଅଞ୍ଚଳରେ ନିଜ ଅଜା ଆଈଙ୍କ ସହିତ ରୁହନ୍ତି। ଝିଅର ମାତାପିତା ପିଲାବେଳୁ ଅଲଗା ହୋଇଯାଇଥିଲେ। ସେବେଠାରୁ ତାଙ୍କ ଆଈ ଗୋଟିଏ ଛୋଟ ଦୋକାନ ସାହାରାରେ ଝିଅଟିକୁ ପାଳିଛନ୍ତି। ଅଞ୍ଚଳର ଦବଙ୍ଗ ଶନି ଅଧିକାଂଶ ସମୟରେ ଝିଅ ସହିତ ଅସଦାଚରଣ କରିଥାନ୍ତି ଏବଂ ବଳାତ୍କାର କରିବାକୁ ମଧ୍ୟ ଚେଷ୍ଟା କରି ସାରିଛନ୍ତି। ପରିବାରର ଆରୋପ ରହିଛି ଯେ, ପୋଲିସ କେବଳ ମାରପିଟର FIR ଲେଖି ମାମଲାକୁ ଥଣ୍ଡା କରିଦେଇଛି। ପୋଲିସର ଏହି ଅବହେଳା କାରଣରୁ ଗୁଣ୍ଡା ଶନି ଝିଅର ଘରକୁ ଆସି ଅଜା ଆଈଙ୍କୁ ମାରୁଛନ୍ତି ଏବଂ ବଳାତ୍କାର କରିବାର ଧମକ ଦେଉଛନ୍ତି।
ଏହି ମାମଲା ବିଷୟରେ ଏସପି ଅନିଲ କୁମାରଙ୍କ କହିବା କଥା ଯେ, ଜଣେ ଝିଅ ଅଭିଯୋଗ କରିଛନ୍ତି। ମୁଁ ଜଣେ ମହିଳା ଥାନା ଅଧିକାରୀଙ୍କୁ ଏବଂ ଥାନା ଅଧିକାରୀଙ୍କୁ ଝିଅର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛି। ପୋଲିସ କର୍ମୀଙ୍କ ଅଭଦ୍ରତା ସମ୍ପର୍କୀୟ କଥାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ।