ଅକ୍ଷୟ କୁମାର ଚାଇନିଜ ଗେମ “PUBG”ର ପରିବର୍ତ୍ତେ ଆଣିବାକୁ ଯାଉଛନ୍ତି “FAU-G”, ଫୌଜି ଟ୍ରଷ୍ଟକୁ ଦେବେ ମୋଟ ଉପାର୍ଜନର ୨୦ ପ୍ରତିଶତ।

ଭାରତ ସରକାର ନିକଟରେ ହିଁ ୧୧୮ ଚାଇନା ଆପ ଉପରେ ପ୍ରତିବନ୍ଧ ଲଗାଇ ଦେଇଛନ୍ତି। ଏଥିରେ ସବୁଠୁ ଅଧିକ ଲୋକପ୍ରିୟ ଗେମ PUBG ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇ ବନ୍ଦ କରିଦିଆ ଯାଇଛି। PUBG ଉପରେ ପ୍ରତିବନ୍ଧ ଲାଗିବାର ଦୁଇଦିନ ପରେ ଅକ୍ଷୟ କୁମାର ବର୍ତ୍ତମାନ ଏକ ନୂତନ ଗେମ ଲଞ୍ଚ କରାଇବା ପାଇଁ ଘୋଷଣା କରିଛନ୍ତି। ଏହି ଗେମର ନାମ ରହିବ FAU-G(ଫୌଜି)। ଏହି ଗେମ ଖେଳୁଥିବା ଲୋକଙ୍କୁ ଦେଶର ଯବାନ ମାନଙ୍କର ବଳିଦାନ ବିଷୟରେ ସୂଚନା ଦେବ। ଏହା ଅକ୍ଷୟ କୁମାରଙ୍କ ପ୍ରଥମ ଗେମିଙ୍ଗ ୱେଚର ହେବ।

ଅକ୍ଷୟ କୁମାର ଟ୍ୱିଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଉଦ୍ଦେଶ୍ୟକୁ ସମର୍ଥନ କରି ଏହି ଏକ୍ସନ ଗେମର ପ୍ରୋଜେକ୍ଟ କରିବାରେ ବହୁତ ଗର୍ଭ ଅନୁଭବ ହେଉଛି। ନିର୍ଭୀକ ଏବଂ ଏକତାର ମିଶାଲ ଗାର୍ଡ୍ସ ଫୌଜି। ମନୋରଞ୍ଜନ ଛଡା ଏହି ଖେଳର ଖେଳାଳି ଆମ ସୈନିକଙ୍କର ବଳିଦାନକୁ ଜାଣି ପାରିବେ। ଏହି ଖେଳରୁ ମିଳିବାକୁ ଥିବା ସମୁଦାୟ ଉପାର୍ଜନର ୨୦ ପ୍ରତିଶତ ଭାଗ ଭାରତର ବୀର ଟ୍ରଷ୍ଟକୁ ଦାନ କରାଯିବ।

ସୂଚନାଯୋଗ୍ୟ ଯେ, ଏହି ଗେମ ଏମିତି ଏକ ସମୟରେ ଲଞ୍ଚ କରାଯାଉଛି ଯେ ଯେତେବେଳେ କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ହିଁ PUBG ସମେତ ୧୧୮ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧ ଲଗାଇ ଦେଇଛନ୍ତି। PUBGକୁ ଦେଶରେ ପାଖାପାଖି ୧୭.୫ କୋଟି ଲୋକ ଡାଉନଲୋଡ କରିଥିଲେ। ତେବେ PUBGର ମୋବାଇଲ ଏବଂ ଡେକ୍ସଟପ ବର୍ଜନ ଭର୍ଜନ ବର୍ତ୍ତମାନ ମଧ୍ୟ ଭାରତରେ ରହିଛି।

ଅକ୍ଷୟ ଯେମିତି ଏହି ଗେମ ବିଷୟରେ ସୂଚନା ସେୟାର କରିଥିଲେ, ଏହା ସଙ୍ଗେ ସଙ୍ଗେ ଟ୍ୱିଟରରେ ସର୍ବୋଚ୍ଚ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଥିଲା। FAU-G ଅର୍ଥାତ ଫୌଜି ଗେମକୁ ବିଶାଲ ଗୋନ୍ଦାଲଙ୍କ ଇଣ୍ଡିଆ ଗେମ୍ସ ଏବଂ ବେଙ୍ଗଲୁରୁର ଏନକୋର ଗେମ୍ସ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି।

ଫୌଜି ଗେମ ବିଷୟରେ ବର୍ତ୍ତମାନ ଅଧିକ ସୂଚନା ଆସିନାହିଁ। କିନ୍ତୁ ଟ୍ରେଣ୍ଡିଙ୍ଗରେ ଆସିବା ପରଠାରୁ ମାତ୍ର ଦୁଇଘଣ୍ଟା ମଧ୍ୟରେ ଏହା ଉପରେ ପାଖାପାଖି ୧୩ ହଜାରରୁ ଅଧିକ ରିଟ୍ୱିଟ କରାଯାଇ ସାରିଛି।

ସେହିପରି ଅକ୍ଷୟ କୁମାରଙ୍କ ବିଷୟରେ କହିବାକୁ ଗଲେ ତେବେ ସେ ନିଜର ଆଗାମୀ ଚଳଚ୍ଚିତ୍ର “ବେଲବାଟମ”ର ଶୁଟିଙ୍ଗ ସମ୍ବନ୍ଧିତ ଲଣ୍ଡନ ଯାଇଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ବେଫିକର ଫ୍ରେମ ବାଣୀ କପୁର କାମ କରୁଛନ୍ତି।

ଏହାଛଡା ଅକ୍ଷୟ କୁମାର ଶୀଘ୍ର ହିଁ ମ୍ୟାନ୍ ଭର୍ସେଜ ୱାଇଲ୍ଡ ହୋଷ୍ଟ ବେୟର ଗ୍ରିଲ୍ସଙ୍କ ସହିତ ଏକ ଶୋ’ରେ ନଜର ଆସିବେ। ଏହି ଶୋ’ର ନାମ ଇନ ଟୁ ଦ ୱାଇଲ୍ଡ ଅଟେ। ନିକଟରେ ହିଁ ଅକ୍ଷୟ ଏହି ଏପିସୋଡର ପ୍ରମୋ ମଧ୍ୟ ସେୟାର କରିଥିଲେ।

ଅକ୍ଷୟ କୁମାରଙ୍କ ସହିତ କାମ କରିବା ପରେ ବେୟର ଗ୍ରିଲ୍ସ କହିଥିଲେ ଯେ, ଅକ୍ଷୟଙ୍କ ସାମ୍ନାରେ ଚ୍ୟାଲେଞ୍ଜ ରଖିବା ପରେ ତାଙ୍କ ଆଖିରେ ଚମକ ଆସିଯାଇଥାଏ ଏବଂ ସେ ଏପରି ବହୁତ କମ ସେଲିବ୍ରେଟିଙ୍କ ପାଖରେ ଦେଖିଛନ୍ତି।

ଅକ୍ଷୟ କୁମାରଙ୍କ ସହିତ କାମ କରିବା ପରେ ବେୟର ଗ୍ରିଲ୍ସ କହିଥିଲେ ଯେ, ଅକ୍ଷୟଙ୍କ ସାମ୍ନାରେ ଚ୍ୟାଲେଞ୍ଜ ରଖିବା ପରେ ତାଙ୍କ ଆଖିରେ ଚମକ ଆସିଯାଇଥାଏ ଏବଂ ସେ ଏପରି ବହୁତ କମ ସେଲିବ୍ରେଟିଙ୍କ ପାଖରେ ଦେଖିଛନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *