୬୦ ବର୍ଷର ବୃଦ୍ଧଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ବାଇକ ଆରୋହି, ସାହାଯ୍ୟ ପାଇଁ କରୁଥିଲେ ଅନୁରୋଧ।

ବ୍ୟାଙ୍କରୁ ବାହାରିବା ମାତ୍ରେ ବୃଦ୍ଧଙ୍କ ଟଙ୍କା ବ୍ୟାଗ ଲୁଟି ନିଆଗଲା। କୁହାଯାଉଛି ଯେ, ଏହି ଲୁଟେରା ବ୍ୟାଙ୍କ ଭିତରୁ ହିଁ ରମେଶ ଚନ୍ଦ୍ର ମୀନାଙ୍କର ପିଛା କରୁଥିଲେ, ପୁଣି ବାହାରକୁ ବାହାରିବା ମାତ୍ରେ ହିଁ ଡକାୟତି କରିଥିଲେ। ପୋଲିସ ପୁରା ଜିଲ୍ଲାରେ ଯାନବାହନର ଯାଞ୍ଚ କରାଇ ସେହି ଡକାୟତ ମାନଙ୍କୁ ଖୋଜୁଛି।

ଉତ୍ତରପ୍ରଦେଶର ମଥୁରା ସହରରେ ତାଲାବନ୍ଦର ଅବଧି ଶେଷ ହେବା ପରେ ଅପରାଧିକ ଘଟଣା ଗୁଡିକ ତୀବ୍ରତାରେ ବୃଦ୍ଧି ପାଇଛି। ବାଇକରେ ବସି ଡକାୟତ ମଥୁରାରେ ଗତକାଲି ଦ୍ୱିପ୍ରହର ସମୟରେ ଏକ ସମ୍ବେଦନଶୀଳ ଡକାୟତି ଘଟାଇଛନ୍ତି। ଦିନଦ୍ୱିପ୍ରହରରେ ସମସ୍ତଙ୍କ ସାମ୍ନାରେ ଡକାୟତ ବ୍ୟାଙ୍କ ବାହାରୁ ଜଣେ ବୃଦ୍ଧଙ୍କ ଠାରୁ ଚାରି ଲକ୍ଷ ପନ୍ଦର ହଜାର ଟଙ୍କା ଲୁଟି ନେଇଛନ୍ତି। ବୃଦ୍ଧ ଜଣକ ଚିତ୍କାର ମଧ୍ୟ କରିଥିଲେ, କିନ୍ତୁ ସାହାଯ୍ୟ ପାଇଁ କେହି ଆଗକୁ ଆସି ନଥିଲେ।

ସୂଚନା ମୁତାବକ, ବୃଦ୍ଧ ବ୍ୟକ୍ତି ଜଣଙ୍କ ନାମ ରମେଶ ଚନ୍ଦ୍ର ମୀନା ଏବଂ ତାଙ୍କ ବୟସ ୬୦ ବର୍ଷ ଅଟେ। ବୃଦ୍ଧ ଜଣକ ସହରର ଧୌଲୀ ପ୍ୟାଉରେ ରହୁଥିବା ଲୋକ ଅଟନ୍ତି। ସେ ସକାଳ ପାଖାପାଖି ୧୧ଟା ସମୟରେ ସୌଙ୍ଖ ଅଡ୍ଡା ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ନିଷ୍କାସିତ କରିବା ପାଇଁ ଯାଇଥିଲେ। ସେ ଖାତାରୁ ୪.୧୫ ଲକ୍ଷ ଟଙ୍କା ଉଠାଇବା ପରେ ଏକ ବ୍ୟାଗରେ ନିଜ ଟଙ୍କା ନେଇ ପାଦରେ ଚାଲି ଘରକୁ ଯାଉଥିଲେ।

କିନ୍ତୁ ଯେମିତି ବୃଦ୍ଧ ଜଣକ ବ୍ୟାଙ୍କ ବାହାରକୁ ବାହାରିଲେ ଏବଂ ନିଜ ଘର ଆଡ଼କୁ ମୁଁହାଇଲେ , ସେହି ସମୟରେ ଡକାୟତ ତାଙ୍କ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଜଣେ ଡକାୟତ ବାଇକ ଉପରେ ବସିଥିଲା ଏବଂ ଆଉଜଣେ ତାଙ୍କ ଠାରୁ ବ୍ୟାଗ ଛଡାଇ ନେଇ ବାଇକରେ ପଳାଇ ଯାଇଥିଲେ। ଏହି ଅବସରରେ ବୃଦ୍ଧ ଜଣକ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ କିନ୍ତୁ କେହି ସାହାଯ୍ୟ ପାଇଁ ଆଗକୁ ଆସି ନଥିଲେ। ଏହାପରେ ଘଟଣାର ସୂଚନା ପୋଲିସକୁ ଦିଆ ଯାଇଥିଲା।

ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ବ୍ୟାଙ୍କ ଭିତରେ ଏବଂ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାର ଯାଞ୍ଚ କରିଥିଲା। ଏସଏସପି ଡା. ଗୌରବ ଗ୍ରୋବର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମଗ୍ର ଜିଲ୍ଲାରେ ହାଇ ଆଲର୍ଟ ଘୋଷିତ କରି ବାହାନ ଗୁଡିକର ଯାଞ୍ଚ କରାଯାଉଛି। ଏସଏସପି କହିଥିଲେ ଯେ ବ୍ୟାଙ୍କରୁ ବାହାରକୁ ବାହାରିବା ମାତ୍ରେ ବୃଦ୍ଧଙ୍କ ଟଙ୍କା ବ୍ୟାଗ ଲୁଟି ନିଆଯାଇଥିଲା। କୁହାଯାଉଛି ଯେ, ଲୁଟେରା ବ୍ୟାଙ୍କ ଭିତରେ ହିଁ ରମେଶ ଚନ୍ଦ୍ର ମୀନାଙ୍କର ପିଛା କରୁଥିଲେ, ପୁଣି ବାହାରକୁ ବାହାରିବା ମାତ୍ରେ ଡକାୟତି କରିଥିଲେ। ପୁରା ଜିଲ୍ଲାରେ ଯାନବାହନକୁ ଯାଞ୍ଚ କରାଇ ଡକାୟତଙ୍କୁ ଖୋଜା ଯାଉଛି।

ସେହିପରି ଏସଏସପି ଡା. ଗୌରବ ଗ୍ରୋବରଙ୍କ କହିବା କଥା ଯେ, ଆମକୁ ସୂଚନା ମିଳିଛି ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ରମେଶ ଚନ୍ଦ୍ର ମୀନା ୪.୧୫ ଲକ୍ଷ ଟଙ୍କା ଗୋଟିଏ ବ୍ୟାଗରେ ନେଇ ଯାଉଥିଲେ। ସେତେବେଳେ ବ୍ୟାଙ୍କରୁ ବାହାରୁଥିବା ସମୟରେ ଅଚାନକ ଦୁଇଜଣ ପୁରୁଷ ଲୋକ ମୋଟରସାଇକେଲରେ ଆସିଥିଲେ ଏବଂ ବୃଦ୍ଧଙ୍କ ହାତରେ ଥିବା ବ୍ୟାଗ ଛଡାଇ ନେଇଥିଲେ। ବ୍ୟାଙ୍କ ପାଖାପାଖି ସିସିଟିଭି ଫୁଟେଜ ସଂଗ୍ରହ କରି ଯାଞ୍ଚ କରାଯାଉଛି। ବର୍ତ୍ତମାନ କେସ ଫାଇଲ କରାଯାଇ ତଦନ୍ତ କରାଯାଉଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *